Posted inଖେଳ

କରୋନାରେ ଏହି ଭାରତୀୟ କ୍ରିକେଟରଙ୍କ ଜୀବନଗଲା, ସାହାଯ୍ୟ ପାଇଁ ସେହ୍ବାଗ କରିଥିଲେ ଅପିଲ୍

ନୂଆଦିଲ୍ଲୀ,୨୯।୬:ଭାରତୀୟ କ୍ରିକେଟର ସିଦ୍ଧାନ୍ତ ଡୋବାଲଙ୍କ ପିତା ସଞ୍ଜୟ ଡୋବାଲ ସୋମବାର କରୋନାରେ ମୃତ୍ୟୁବରଣ କରିଛନ୍ତି। ସଞ୍ଜୟ ନିଜେ ଦିଲ୍ଲୀର ଜଣେ ଜଣାଶୁଣା କ୍ଲବ କ୍ରିକେଟର ଥିଲେ। ସେ ଦିଲ୍ଲୀ ଅଣ୍ଡର -୨୩ ଦଳର ସପୋର୍ଟ ଷ୍ଟାଫର ମଧ୍ୟ ଅଂଶ ଥିଲେ। ୫୨ ବର୍ଷୀୟ ସଞ୍ଜୟ ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହ୍ବାଗ ମଧ୍ୟ ସୋସିଆଲ ମିଡିଆରେ ତାଙ୍କୁ ସହାୟତା ଦେବା ପାଇଁ ଅପିଲ୍‌ କରିଥିଲେ। ଦିଲ୍ଲୀର ପୂର୍ବତନ ଅଲରାଉଣ୍ଡର ସଞ୍ଜୟଙ୍କ ଦେହାନ୍ତ ଯୋଗୁ କ୍ରୀଡା ଜଗତରେ ଶୋକର ଛାୟା ଖେଳିଯାଇଛି। ଡୋବାଲଙ୍କ ପତ୍ନୀ ଏବଂ ଦୁଇ ପୁଅ ଅଛନ୍ତି। ସିଦ୍ଧାନ୍ତ ରାଜସ୍ଥାନ ପାଇଁ ଖେଳନ୍ତି ଏବଂ ସାନପୁଅ ଏକାଂଶ ଦିଲ୍ଲୀ ଅଣ୍ଡର -୨୩ ଦଳରେ ଖେଳୁଛନ୍ତି।
ଡିଡିସିଏ ଜଣେ ଅଧିକାରୀ କହିଛନ୍ତି ଯେ, ସଞ୍ଜୟ କରୋନା ସଂକ୍ରମଣ ହୋଇଥିଲେ। ତାଙ୍କୁ ବାହାଦୁରଗଡର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ପ୍ଲାଜମା ଥେରାପି ମଧ୍ୟ ଦିଆଯାଇଥିଲା। କିନ୍ତୁ ଏହା ତାଙ୍କ ଶରୀରରେ କୌଣସି ପ୍ରଭାବ ପଡ଼ି ନ ଥିଲା। ଗୌତମ ଗମ୍ଭୀର, ବୀରେନ୍ଦ୍ର ସେହ୍ବାଗ ଏବଂ ମିଥୁନ ମାନହସ ମଧ୍ୟ ଟୁଇଟର ମାଧ୍ୟମରେ ପ୍ଲାଜ୍‌ମା ଦାନ ପାଇଁ ନିବେଦନ କରିଥିଲେ।


All Right Reserved By Dharitri.Com

Posted inଖେଳ View All

ଦକ୍ଷିଣ ଆଫ୍ରିକା ‘ଏ’ ୩୬ ରନରେ ପରାସ୍ତ: ଭାରତ‘ଏ’ ୪-୧ରେ ସିରିଜ ଜିତିଲା

ଥିରୁଭାନନ୍ତପୁରମ, ୬।୯(ପି.ଟି.): ଶୁକ୍ରବାର ଏଠାରେ ଅନୁଷ୍ଠିତ ୫ମ ତଥା ଅନ୍ତିମ ଅନଅଫିସିଆଲ ଏକଦିବସୀୟ କ୍ରିକେଟ ମ୍ୟାଚରେ ଭାରତ ‘ଏ’ ୩୬ ରନରେ ଦକ୍ଷିଣ ଆଫ୍ରିକା ‘ଏ’କୁ...

ରାଜ୍ୟ ସ୍କୁଲ ଓପନ ଚେସ୍‌: ଅବିନାଶ ଚାମ୍ପିୟନ

ଭୁବନେଶ୍ୱର, ୪।୯(କ୍ରୀଡ଼ା ପ୍ରତିନିଧି)-ପୁରୁଣା ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ କ୍ଲବ ଆନୁକୂଲ୍ୟରେ କୈଳାସ ସଦନରେ ମଙ୍ଗଳବାର ରାଜ୍ୟ ସ୍କୁଲ ଓପନ ଚେସ୍‌ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମଦର୍ସ...

ସର୍ତ୍ତ ସହ ସାଲିସ କରିବାକୁ ରାଜି ନୁହନ୍ତି ହରେନ୍ଦ୍ର

ନୂଆଦିଲ୍ଲୀ,୧୨।୮(ପିଟି)- ହରେନ୍ଦ୍ର ସିଂ ଏବେ ମଧ୍ୟ ଭାରତୀୟ ଜୁନିୟର ହକି ଦଳର କୋଚ୍‌ ପଦ ଲାଗି ଇଚ୍ଛୁକ ଅଛନ୍ତି। କିନ୍ତୁ ନିଜ ଆଡ଼ୁ ରଖିଥିବା ସର୍ତ୍ତ...

ବୋମା ବିସ୍ଫୋରଣ ଘଟଣାରେ ଶାନକା ଆତଙ୍କିତ

ନେଗୋମ୍ବୋ, ଶ୍ରୀଲଙ୍କା, ୨୪ା୪ (ଏଏଫ୍‌ପି)-ଇଷ୍ଟରସଣ୍ଡେ ଦିନର ବୋମା ବିସ୍ଫୋରଣ ଘଟଣା ନେଇ ଆତଙ୍କିତ ହୋଇପଡ଼ିଛନ୍ତି ଶ୍ରୀଲଙ୍କା କ୍ରିକେଟର ଦାସୁନ ଶାନକା। ଘର ବାହାକୁ ଯିବା ଲାଗି...

ନେଗେଟିଭ୍‌ ହେଲେ ଜୋକୋଭିଚ୍‌

ବେଲଗ୍ରେଡ୍‌, ୩ା୭ (ଏପି)-ଦଶ ଦିନ ପୂର୍ବେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ଷ୍ଟାର ଟେନିସ୍‌ ଖେଳାଳି ନୋଭାକ୍‌ ଜୋକୋଭିଚ୍‌ ଏବଂ ତାଙ୍କ ସ୍ତ୍ରୀ ଜେଲେନା ରୋଗମୁକ୍ତ...

ଯୁବରାଜ ଭାରତର ଶ୍ରେଷ୍ଠ ବାମହାତୀ ବ୍ୟାଟ୍ସମ୍ୟାନ: ସୋଏବ ଅଖତର

ନୂଆଦିଲ୍ଲୀ, ୧୧।୬(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିବା ପରେ ସୀମିତ ଓଭର କ୍ରିକେଟ୍‌ର ଅନ୍ୟତମ ଶ୍ରେଷ୍ଠ ମ୍ୟାଚ୍‌ ଓ୍ବିନର ଯୁବରାଜ ସିଂଙ୍କୁ ପ୍ରାକ୍ତନ ପାକିସ୍ତାନ...

ପିଟର କ୍ରାଉଚ୍‌ଙ୍କ ଅବସର

ଲଣ୍ଡନ,୧୩।୭(ଏଏଫ୍‌ପି)- ଇଂଲଣ୍ଡ ପୂର୍ବତନ ଷ୍ଟ୍ରାଇକର ପିଟର କ୍ରାଉଚ୍‌ ଶୁକ୍ରବାର ଅବସର ଘୋଷଣା କରିଛନ୍ତି। ଦୁଇ ଦଶନ୍ଧି ଧରି ସଫଳତାର ସହ ପେସାଦାର ଫୁଟବଲ ଖେଳିବାପରେ ସେ...

ଟାର୍ଗେଟ୍‌ ୨୦୦: ଓ୍ବେଷ୍ଟଇଣ୍ଡିଜ ୩୫/୩

ସାଉଥାମ୍ପଟନ, ୧୨।୭- ସ୍ଥାନୀୟ ରୋଜ୍‌ ବାଓଲଠାରେ ଘରୋଇ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ରୋମାଞ୍ଚକ ସ୍ଥିତିରେ ପହଞ୍ଚତ୍ଛି। ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ସାମ୍ନାରେ...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *