କରୋନାଭାଇରସ ଭୟ: ବନ୍ଦ ରହିଲା ମୋବାଇଲ ଓ୍ବାର୍ଲଡ କଂଗ୍ରେସ ୨୦୨୦

ବାର୍ସିଲୋନା,୧୩।୨: କରୋନାଭାଇରସର ଭୟାବହତା ଏବେ ସାରା ବିଶ୍ୱକୁ ଏକ ପ୍ରକାର ଭୟଭିତ କରି ରଖିଛି। ଏହି ପ୍ରାଣଘାତୀ ଭୂତାଣୁ ଯୋଗୁ ପ୍ରତିଦିନ ମୃତକ ଓ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏବେସୁଦ୍ଧା ଚାଇନାରେ କରୋନାଭାଇରସରେ ୧୩ଶହଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ଏଥିରେ ସଂକ୍ରମିତ ଅଛନ୍ତି। କେବଳ ବୁଧବାର ୨୪୭ ଜଣଙ୍କ ମୃତ୍ୟୁ ହୋଇଥିଛି। ଏହାର ଭୟାବହତାକୁ ଦେଖି ସ୍ପେନର ବାର୍ସିଲୋନାରେ ହେବାକୁ ଥିବା ମୋବାଇଲ ଓ୍ବାର୍ଲଡ କଂଗ୍ରେସ ୨୦୨୦(ଏମ୍‌ଡବ୍ଲୁସି ୨୦୨୦)କୁ ରଦ୍ଦ କରିଦିଆଯାଇଛି। ଏହା ଫେବୃୟାରୀ ଶେଷ ସପ୍ତାହରେ ଆୟୋଜନ କରାଯାଇଥିଲା। ଏହା ବନ୍ଦ ହେବାକୁ ନେଇ ଜିଏସ୍‌ଏମ୍‌ଏର ସିଇଓ ସୂଚନା ଦେଇଛନ୍ତି। ସେ କହିଛନ୍ତି କରୋନାଭାଇରସ କାରଣରୁ ମୋବାଇଲ ଓ୍ବାର୍ଲଡ କଂଗ୍ରେସ ୨୦୨୦ ଆୟୋଜନ କରିବା ଅସମ୍ଭବ ହୋଇ ପଡିଛି। କାରଣ କରୋନା ଭାଇରସ ଯୋଗୁ କିଛି କମ୍ପାନୀ ଏଥିରେ ଯୋଗ ଦେବେ ନାହିଁ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଚଳିତ ଥର ମୋବାଇଲ ଓ୍ବାର୍ଲଡ କଂଗ୍ରେସ ୨୦୨୦ରେ ପାଖାପାଖି ୨ଶହ ଦେଶର ୧ ଲକ୍ଷ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ମୋବାଇଲ ଓ୍ବାର୍ଲଡ କଂଗ୍ରେସ ବିଶ୍ୱର ବଡ ବଡ କମ୍ପାନୀଙ୍କ ପାଇଁ ନିଜ ପ୍ରଡକ୍ଟ ଲଞ୍ଚ କରିବାର ଏହା ଅନ୍ତରାଷ୍ଟ୍ରୀୟ ପ୍ଲାଟଫର୍ମ ହୋଇଥାଏ। ଏଥିରେ ଯୋଗ ଦେବାକୁ ଥିବା କିଛି ବଡ ବଡ କମ୍ପାନୀ ଚାଇନାର ହୋଇଥିବା ବେଳେ ଏମାନଙ୍କ ବ୍ୟବସାୟ ଉପରେ ମଧ୍ୟ କରୋନାଭାଇରସର ପ୍ରଭାବ ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ୟାପିଟୋଲ ହିଲ୍‌ ଭଳି ଦଙ୍ଗା ଭିଆଇବେ ବୋଲ୍‌ସୋନାରୋ’

ବ୍ରାସିଲିଆ,୪।୨: ବ୍ରାଜିଲ ସାଧାରଣ ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ଜୈର ବୋଲ୍‌ସୋନାରୋ ପରାଜିତ ହେବା ପରେ ତାଙ୍କ ସମର୍ଥକମାନେ ହିଂସାମତ୍କ ଆନ୍ଦୋଳନ ଜାରି ରଖିଛନ୍ତି। ଦଙ୍ଗା ଷଡ଼ଯନ୍ତ୍ରକାରୀ...

ୟୁକ୍ରେନ୍‌କୁ ଟ୍ୟାଙ୍କ ସ୍କ୍ବାଡନ ପଠାଇବ ବ୍ରିଟେନ…

କିଭ୍‌/ଲଣ୍ଡନ,୧୪।୧ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୧ ମାସ ଧରି ଚାଲିଛି। ଯୁଦ୍ଧରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ଲକ୍ଷ...

ପ୍ରିନ୍ସ ହ୍ୟାରୀ ଆଉ ବ୍ୟବହାର କରିପାରିବେ ନାହିଁ ରାଜକୀୟ ଉପାଧି

ଲଣ୍ଡନ,୧୯।୧: ବ୍ରିଟେନର ରାଜ ପରିବାର ଛାଡିବାକୁ ନିଷ୍ପତ୍ତି ନେଇଥିବା ପ୍ରିନ୍ସ ହ୍ୟାରୀ ଓ ତାଙ୍କ ସ୍ତ୍ରୀ ମେଘାନ ମାର୍କେଲ ଏଣିକି ଆଉ ରାଜକୀୟ ଉପାଧି ଓ...

ସେନା ହେଲିକପ୍ଟର ଦୁର୍ଘଟଣାରେ ୪ ମୃତ

ଜାକର୍ତ୍ତା, ୭ା୬: ଇଣ୍ଡୋନେସିଆର ଏକ ସେନା ହେଲିକପ୍ଟର କେନ୍ଦ୍ରୀୟ ଜାଭା ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହେବାରୁ ୪ ଜଣଙ୍କ ମୃତ୍ୟୁ ଘଟିବା ସହ ୫ ଜଣ ଗୁରୁତର...

ବିଶ୍ୱ କପ ଫୁଟବଲରେ ରୋମାନ୍ସ ମନା, ଉଲ୍ଲଂଘନ କଲେ ୭ ବର୍ଷ ଜେଲ…

ଦୋହା, ୨୪।୬ : ଚଳିତ ବର୍ଷ ନଭେମ୍ବରରେ ଆରବ ଦେଶ କାତାରରେ ଫିଫା ଫୁଟବଲ ବିଶ୍ୱକପ ୨୦୨୨ ଆୟୋଜିତ ହେଉଛି। ଏହି ସମୟ ମଧ୍ୟରେ, ବିଶ୍ୱର...

ଡ.ସୁଭାଷ ଚନ୍ଦ୍ର ନାୟକଙ୍କୁ ‘ଶିକ୍ଷାବିକାଶ ସମ୍ମାନ’

ଭୁବନେଶ୍ୱର,୨୩।୧୨:ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ନିସ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ପ୍ରତିଷ୍ଠାତା ଡ.ସୁଭାଷ ଚନ୍ଦ୍ର ନାୟକଙ୍କୁ ନିକଟରେ ‘ଶିକ୍ଷାବିକାଶ ସମ୍ମାନ’ ସମ୍ମାନିତ କରାଯାଇଛି। ଖୋର୍ଦ୍ଧା...

ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ବବ୍‌ଙ୍କ ପରଲୋକ

ସିଡ୍‌ନୀ,୧୬ା୫(ଏଏଫ୍‌ପି):ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ବବ୍‌ ହକ୍‌ଙ୍କର ଗୁରୁବାର ପରଲୋକ ହୋଇଯାଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ସେ ୧୯୮୩ରୁ ୧୯୯୧ ପର୍ଯ୍ୟନ୍ତ ଲେବର ପାର୍ଟିର ନେତା...

୨ ଲକ୍ଷ କୋଟି ଟଙ୍କା ବଢ଼ିଲା ନିବେଶକଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୫।୮: ଗତ ୪ ସେସନରେ କ୍ଷତି ସହିବା ପରେ ମଙ୍ଗଳବାର ଦେଶର ପୁଞ୍ଜି ବଜାରରେ କାରବାର ବେଶ୍‌ ଉନ୍ନତ ରହିଛି। ଏହି ସମୟରେ ନିବେଶକଙ୍କ ସମ୍ପତ୍ତି...

Advertisement
Archives

Model This Week