କରୋନାଭାଇରସ: ଜାପାନ ଜାହାଜରେ ଫସିଥିବା ଭାରତୀୟ ଉଦ୍ଧାର ପାଇଁ ମୋଦିଙ୍କୁ କଲେ ଅନୁରୋଧ

ଟୋକିଓ,୧୧।୨: କରୋନାଭାଇରସ ଏବେ ସାରା ଦେଶକୁ ଏକ ପ୍ରକାର ଭୟଭୀତ କରି ରଖିଥିବା ବେଳେ ଜାପାନ ବନ୍ଦରରେ ଲାଗିଥିବା ଏକ ଜାହାଜରେ ଫସି ରହିଥିବା କେତେଜଣ ଭାରତୀୟ କ୍ରିୟୁ ମେମ୍ବର ଏବେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି। ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜାପାନ ଜାହାଜରେ ଥିବା କିଛି ଲୋକ ତାଙ୍କୁ ଉଦ୍ଧାର କରିବା ପାଇଁ ମୋଦିଙ୍କୁ ଅନୁରୋଧ କରୁଥିବା ଦେଖାଯାଇଛି। ଜାପାନ ବନ୍ଦରରେ ଲାଗିଥିବା ଜାହାଜ ଡାଇମଣ୍ଡ ପ୍ରିନସେସ୍‌ରେ ପାଖାପାଖି ୩,୭୧୧ ଜଣ ଯାତ୍ରୀ ଓ କ୍ରିୟୁ ମେମ୍ବର ଥିବା ବେଳେ କରୋନାଭାଇରସ ଭୟରେ ସେମାନଙ୍କୁ ବନ୍ଦରରେ ଓହ୍ଲାଇ ଦିଆଯାଉନାହିଁ। ମେଡିକାଲ ଯାଞ୍ଚ ପରେ ସେମାନଙ୍କୁ ବାହାରକୁ ଆସିବାକୁ ମନୁମତି ମିଳିବ ବୋଲି ଜଣାପଡିଛି। ଏପରିସ୍ଥଳେ ଉକ୍ତ ଜାହାଜରେ ଫସି ରହିଥିବା ଭାରତୀୟମାନେ ମୁକୁଳିବାକୁ ମୋଦିଙ୍କୁ ଅନୁରୋଧ କରିଛନ୍ତି। ସୂଚନା ମୁତାବକ ଏହି ଜାହାଜରେ ଥିବା ଲୋକଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୩୫ ଜଣ କରୋନାଭାଇରସରେ ପୀଡିତ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶସ୍ତା ତୈଳ ପାଇଁ ଭାରତ ରୁଷିଆକୁ ସମର୍ଥନ ନ କରୁ, ଆମେରିକାର ବିବୃତି…

ଓ୍ବାଶିଂଟନ, ୧୬।୩ : ରୁଷିଆ ଭାରତକୁ ରିହାତି ମୂଲ୍ୟରେ ଅଶୋଧିତ ତୈଳ ଦେବାକୁ କହିବା ପରେ ଅନ୍ତର୍ଜାତୀୟସ୍ତରରେ ଏବେ ସମସ୍ତଙ୍କର ଦୃଷ୍ଟି ଭାରତ ଉପରେ ରହିଛି।...

ଢାକା ଇସ୍କନ ମନ୍ଦିରରେ ଆକ୍ରମଣ, ଭଙ୍ଗାରୁଜା

ଢାକା,୧୮।୩: ବଂଲାଦେଶରେ ପୁଣି ଥରେ ଆଉ ଏକ ହିନ୍ଦୁ ମନ୍ଦିରରେ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ବାଂଲାଦେଶ ରାଜଧାନୀ ଢାକା ସ୍ଥିତ ଇସ୍କନ ରାଧାକାନ୍ତ...

ପଥର ଖଣିରୁ ମିଳିଲା ୩୮ କୋଟି ୬୦ ଲକ୍ଷ ବର୍ଷ ପୁରାତନ ଜଙ୍ଗଲ ଜୀବାଶ୍ମ

ଓ୍ବାଶିଂଟନ, ୨୧।୧୨: ଆମେରିକାର ଏକ ପଥର ଖଣିରୁ ୩୮ କୋଟି ୬୦ ଲକ୍ଷ ବର୍ଷ ତଳର ପୁରାତନ ଜଙ୍ଗଲ ଜୀବାଶ୍ମ ମିଳିଛି। ଜଙ୍ଗଲରେ ଥିବା ବୃକ୍ଷଗୁଡ଼ିକ...

ନେପାଳ: ଶାସକ କମ୍ୟୁନିଷ୍ଟ ପାର୍ଟିରେ ବିଭାଜନ ଆଶଙ୍କା ଘନେଇଲା

କାଠମାଣ୍ଡୁ,୨।୧୧: ନେପାଳରେ ଶାସକ କମ୍ୟୁନିଷ୍ଟ ପାର୍ଟିରେ ବିଭାଜନ ଆଶଙ୍କା ଘନେଇବାରେ ଲାଗିଛି। ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଏବଂ ପାର୍ଟିର ବରିଷ୍ଠ ନେତା ପୁଷ୍ପ କମଲ...

ମୋଦିଙ୍କ ବାଂଲାଦେଶ ଗସ୍ତକୁ ବିରୋଧ ପ୍ରଦର୍ଶନବେଳେ ୪ ମୃତ

ଢାକା,୨୬।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବାଂଲାଦେଶ ଗସ୍ତ କରିଛନ୍ତି। ଏହା ବିରୋଧରେ ଚିଟ୍ଟାଗଙ୍ଗଠାରେ ଆନ୍ଦୋଳନବେଳେ ପୋଲିସର ରବର ବୁଲେଟ ମାଡ଼ରେ ପ୍ରାଣ ହରାଇଛନ୍ତି...

ଶୂନ କୋଭିଡ ନୀତି ନେଇ ଜିନ୍‌ପିଙ୍ଗ୍‌ଙ୍କ କଡ଼ା କଟକଣା, ପାଲଟିଛି ସମ୍ମାନର ପ୍ରଶ୍ନ…

ବେଜିଂ, ୨୧।୫ : କରୋନାର ଓମିକ୍ରନ ଭାରିଆଣ୍ଟ୍‌ ଯୋଗୁ ଚାଇନାରେ ଆତଙ୍କ ସୃଷ୍ଟି ହୋଇଛି। ସାଂଘାଇ ସହର ଏବେ ଏନେଇ ସଙ୍କଟ ଦେଇ ଗତି କରୁଛି।...

ସ୍କୁଲ ଯାଉଛି ରୋବୋ

ଟୋକିଓ: ପ୍ରାୟତଃ ପିଲାମାନେ ରୋଗରେ ପଡ଼ିଲେ ସ୍କୁଲ ଯିବାକୁ ପସନ୍ଦ କରି ନ ଥାନ୍ତି। ଏହି ସମୟରେ ସ୍କୁଲରେ ପାଠ ପଢ଼ା ଆଗେଇ ଯାଉଥିବା ବେଳେ...

ଇଷ୍ଟର ଆତଙ୍କବାଦୀ ଆକ୍ରମଣ ପରେ ପ୍ରଥମ ଥର ଶ୍ରୀଲଙ୍କା ଗସ୍ତରେ ମୋଦି

କଲମ୍ବୋ,୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମାଳଦ୍ୱୀପରୁ ଫେରି ଶ୍ରୀଲଙ୍କା ଗସ୍ତ କରିଛନ୍ତି। ଶ୍ରୀଲଙ୍କାରେ ଇଷ୍ଟର ସନ୍‌ଡେ’ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପ୍ରଥମ ବିଦେଶୀ...

Advertisement
Archives

Model This Week