କରୋନାଭାଇରସ୍‌ ଭୟ: ଚାଇନାରୁ ଫେରିଥିବା ଅଧିକାରୀଙ୍କୁ ହତ୍ୟା

ପୋଙ୍ଗୟାଙ୍ଗ,୧୪।୨: ଉତ୍ତର କୋରିଆର ଶାସକ କିମ୍‌ ଜଙ୍ଗ ଉନ୍‌ଙ୍କ ଏକଛତ୍ରବାଦ ଶାସନ କଥା କିଏ ବା ନ ଜାଣେ। ଏଠାରେ ସାମାନ୍ୟ ଭୂଲ ପାଇଁ ମିଳିଥାଏ ମୃତ୍ୟୁଦଣ୍ଡ। ଗୋଟିଏ ପଟେ କରୋନାଭାଇରସ୍‌କୁ ନେଇ ସାରା ବିଶ୍ୱ ଏହାର ଚିକିତ୍ସା ଖୋଜିବାରେ ଲାଗିପଡ଼ିଛି ସେଠାରେ ଉତ୍ତର କୋରିଆ ସଂକ୍ରମିତ ପୀଡିତଙ୍କ ଉପରେ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, କରୋନାଭାଇରସ୍‌ ସଂକ୍ରମଣ ସନ୍ଦେହରେ ଉତ୍ତର କୋରିଆର ଜଣେ ଅଧିକାରୀଙ୍କୁ ଚାଇନାରୁ ଫେରିବା ପରେ ଆଇସୋଲେଶନ୍‌ ସେଣ୍ଟରରେ ପୃଥକ ରଖାଯାଇଥିଲା। କିନ୍ତୁ ଉକ୍ତ ଅଧିକାରୀ ଜଣଙ୍କ ଭୁଲରେ ସାର୍ବଜନୀନ ଶୌଚାଳୟକୁ ବ୍ୟବହାର କରିଦେଇଥିଲେ। ଏହାଦ୍ୱାରା କରୋନାଭାଇରସ୍‌ ବ୍ୟାପିବା ସମ୍ଭାବନା ଥିବାରୁ ତାଙ୍କୁ ଗିରଫ କରାଯାଇ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲା। ପୂର୍ବରୁ ଚାଇନା ଯାତ୍ରା ନେଇ ଜଣେ ବ୍ୟକ୍ତି ସରକାରଙ୍କୁ ଲୁଚାଇଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। କିମ୍‌ ଜଙ୍ଗ ତାଙ୍କୁ ଦେଶରୁ ବାହାର କରିଦେଇଥିବା ସୂଚନା ମିଳିଛି। ସୂଚନା ମୁତାବକ ସଂକ୍ରମିତ ଲୋକଙ୍କୁ ପୃଥକ୍‌ ରଖାଯାଇଥିବା ସ୍ଥାନରୁ ଯଦି କିଏ ବିନା ଅନୁମତିରେ ଯାଏ ତେବେ ସେନା ନିୟମ ଅନୁସାରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ଉତ୍ତର କୋରିଆର ମୁଖ୍ୟ କିମ୍‌ ଜଙ୍ଗ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନସାଥି ବିଦେଶି ହୋଇଥିଲେ ମିଳିବ ନାହିଁ କରୋନା ଟିକା

ଇସ୍‌ଲାମାବାଦ,୯ ।୩: ପାକିସ୍ତାନରେ ବୁଧବାର ଅର୍ଥାତ୍ ମାର୍ଚ୍ଚ ୧୦ରୁ ଆରମ୍ଭ ହେବାକୁ ଯାଉଛି କରୋନା ଟିକାକରଣ କାର୍ଯ୍ୟକ୍ରମ । ଏଥିରେ କିନ୍ତୁ ସେହି ବରିଷ୍ଠ ନାଗରିକଙ୍କୁ...

ସ୍ବାଧୀନତା ଦିବସ ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୁଟିନ

ମସ୍କୋ,୧୫।୮: ଭାରତର ୭୩ ତମ ସ୍ବାଧୀନତା ଦିବସ ଅବସରରେ ରୁଷ ରାଷ୍ଟ୍ରପତି ଭ୍ଲାଡିମିତ ପୁଟିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା...

ବଗଦାଦିଙ୍କ ୫ମ ଥର ମୃତ୍ୟୁ ଖବର: କେତେ ସତ କେତେ ମିଛ? ରୁଷିଆର ସନ୍ଦେହ-ତୁର୍କୀର ସମର୍ଥନ

ଓ୍ବାଶିଂଟନ,୨୮।୧୦: ଇସଲାମିକ୍‌ ଷ୍ଟେଟ୍‌(ଆଇଏସ୍‌) ସଂଗଠନ ମୁଖ୍ୟ ଅବୁ ବକର ଅଲ୍‌ ବଗଦାଦିଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଏହାକୁ ମିଶାଇ ୫ମ ଥର ପାଇଁ ଏଭଳି ଖବର...

ଅନାସ୍ଥା ଖାରଜ ଅସାମ୍ବିଧାନିକ

ଇସ୍‌ଲାମାବାଦ, ୮ା୪:ପିଟିଆଇ ଅଧ୍ୟକ୍ଷ ଇମ୍ରାନ୍‌ ଖାନ୍‌ଙ୍କୁ ଗୁରବାର ପାକିସ୍ତାନ ସୁପ୍ରିମକୋର୍ଟରେ ବଡ଼ ଝଟକା ଲାଗିଛି। ଇମ୍ରାନ୍‌ଙ୍କ ନେତୃତ୍ୱାଧୀନ ସରକାର ବିରୋଧରେ ନ୍ୟାଶନାଲ ଆସେମ୍ବ୍ଲିରେ ଆସିଥିବା ଅନାସ୍ଥା...

୨୮ ସହରରେ ଲକ୍‌ଡାଉନ୍‌ ଘୋଷଣା

ବେଜିଂ,୧୯।୪: ଚାଇନାରେ କରୋନା ଏବେ ବ୍ୟାପିବାରେ ଲାଗିଛି। ପରିସ୍ଥିତି ଏପରି ହୋଇଛି ଯେ ଏଠାରେ ୨୮ଟି ସହରରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲକ୍‌ଡାଉନ୍‌ ସମୟରେ ନିୟମ...

୨୦୫୦ ସୁଦ୍ଧା ପୃଥିବୀ ଜନସଂଖ୍ୟାରେ ଯୋଡ଼ି ହେବେ ୨ ଶହ କୋଟି: ଭାରତ ଛୁଇଁବ ୧୬୭ କୋଟି

ଜେନେଭା,୧୫।୧୨: ପୃଥିବୀର ଜନସଂଖ୍ୟା କ୍ରମାଗତ ବଢ଼ିବାରେ ଲାଗିଛି। ୨୦୫୦ ସୁଦ୍ଧା ପୃଥିବୀ ଜନସଂଖ୍ୟାରେ ଅଧିକ ୨ କୋଟି ଯୋଡ଼ି ହେବେ ବୋଲି ଜାତିସଂଘ ରିପୋର୍ଟରେ ପ୍ରକାଶ...

୫ ଗୁଣ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଛି ଏହି କରୋନା ଟିକା

ଓ୍ବାଶିଂଟନ୍‌,୨୧ା୮: ଆମେରିକୀୟ କମ୍ପାନୀ ଫାଇଜର ଏବଂ ଜର୍ମାନ କମ୍ପାନୀ ବାୟୋନୋଟେକ୍‌ ଦ୍ୱାରା ଉତ୍ପାଦିତ ଏକ ନୂତନ କରୋନା ଭାଇରସ୍‌ ଟିକା ବହୁତ ଭଲ ଫଳାଫଳ ଦେଉଛି।...

ବାଟ ଭୁଲିଗଲେ ହାତୀ

ବେଜିଂ,୧୦।୮: ଶେଷରେ ୧୭ମାସ ପରେ ଘରମୁହାଁ ହେଲେ ଏକ ହାତୀପଲ। ଏହି ହାତୀମାନେ ଚାଇନାରେ ପ୍ରାୟ ୩୦୦ମାଇଲ ଯାତ୍ରା କରିଥିବା ଜଣାପଡ଼ିଛି। ଯାହା ସମଗ୍ର ବିଶ୍ୱରେ...

Advertisement
Archives

Model This Week