Posted inଜାତୀୟ

କରୁଣାନିଧିଙ୍କ ସମ୍ମାନାର୍ଥେ ନିର୍ମାଣ ହେବ ମନ୍ଦିର

ଚେନ୍ନାଇ,୨୭।୮: ଡିଏମକେର ପ୍ରତିଷ୍ଠାତା ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଏମ୍‌ କରୁଣାନିଧିଙ୍କ ସମ୍ମାନରେ ଏକ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ଏହି ମନ୍ଦିର ନାମ ‘ଟେମ୍ପଲ୍‌ ଅଫ୍‌ ରାସ୍‌ନାଲିଟି’ ରଖାଯାଇଛି। ମନ୍ଦିର ନିର୍ମାଣ ପାଇଁ ୩୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି। ନାମକ୍କଲ ଜିଲାର କୁଚିଗଡୁ ଗ୍ରାମରେ ଏହି ମନ୍ଦିର ନିର୍ମାଣ କରାଯିବ। ଏଥିପାଇଁ ଭୂମି ପୂଜନ କରାଯାଇଛି। ଅରୁନ୍ଥାଥିଆର୍‌ ନାମକ ଦଳିତ ସମୁଦାୟର ଲୋକମାନେ ମନ୍ଦିର ନିର୍ମାଣ କରୁଥିବା ସୂଚନା ମିଳିଛି। କରୁଣାନିଧି ମୁଖ୍ୟମନ୍ତ୍ରୀ ଥିବାବେଳେ ଏହି ସମ୍ପ୍ରଦାୟକୁ ଆରକ୍ଷଣ ସୁବିଧା ଉପଲବ୍ଧ କରାଇଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିଥାଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କ ମନ୍ଦିର ନିର୍ମାଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାଫିକ ନିୟମ ବଦଳାଇଲେ ରାଜ୍ୟ ଦାୟୀ: ‘ଟଙ୍କା ନୁହେଁ ଜୀବନ ବଞ୍ଚାଇବା ଉଦ୍ଦେଶ୍ୟ’

ନୂଆଦିଲ୍ଲୀ,୧୨ା୯: ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ପାଇଁ ଧାର୍ଯ୍ୟ ଜରିମାନା ରାଶିକୁ ହ୍ରାସ କରାଇବାକୁ ଉଦ୍ୟମ କରୁଥିବା ରାଜ୍ୟ ଏହାର ପରିଣାମ ପାଇଁ ଦାୟୀ ରହିବେ ବୋଲି...

ହିଂସା ସ୍ଥଳ ପରିଦର୍ଶନ କରିବାକୁ ଶୁଭେନ୍ଦୁ ଅଧିକାରୀଙ୍କୁ ମନା

କୋଲକାତା,୧୨।୬: ପଶ୍ଚିମବଙ୍ଗ ହାଓ୍ବଡ଼ା ଜିଲାରେ ହିଂସାକାଣ୍ଡ ଘଟିଥିବା ଘଟଣାସ୍ଥଳ ପରିଦର୍ଶନ କରିବାକୁ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ମନା...

ସହମତି ବିନା ଅନଲାଇନ କ୍ଲାସ ପାଇଁ ଶିକ୍ଷାର୍ଥୀଙ୍କୁ ବାଧ୍ୟ କରିପାରିବେ ନାହିଁ କୋଚିଂ ପ୍ରତିଷ୍ଠାନ…

ନୂଆଦିଲ୍ଲୀ,୬।୨ : ଦିଲ୍ଲୀର ଏକ ଉପଭୋକ୍ତା ନିବାରଣ ଆୟୋଗ ଏକ ମେଡିକାଲ କୋଚିଂ ପ୍ରତିଷ୍ଠାନକୁ ଜଣେ ଛାତ୍ର ଦେଇଥିବା ସମସ୍ତ ଅଗ୍ରୀମ କୋର୍ସ ଫି ଫେରସ୍ତ...

କଶ୍ମୀରରେ ଜଣେ ନାବାଳିକାଙ୍କ ଜୀବନ ବଞ୍ଚାଇଲେ ଯବାନ

ଶ୍ରୀନଗର,୧୫।୭: ଜମ୍ମୁ କଶ୍ମୀର ବାରମୂଳାରେ ୨ଜଣ ସିଆରପିଏଫ୍‌ ଯବାନ ନିଜ ଜୀବନକୁ ବାଜି ଲଗାଇ ଜଣେ ନାବାଳିକାଙ୍କ ଜୀବନ ବଞ୍ଚାଇଛନ୍ତି। ସୋମବାର ୧୪ବର୍ଷର ଜଣେ ଝିଅ...

ସେନାରୁ ହଟିବ ୮୦ ହଜାର ପଦବୀ !…

ନୂଆଦିଲ୍ଲୀ,୨।୧ : ଭାରତୀୟ ସେନା ଗତ ବର୍ଷ ଅଗ୍ନିପଥ ଯୋଜନା କାର୍ଯ୍ୟକାରୀ କରିଥିଲା, ଯାହା ମାଧ୍ୟମରେ ୪ ବର୍ଷ ପାଇଁ ଅଗ୍ନିବୀର ନିଯୁକ୍ତ ହେଉଛନ୍ତି। ଏହାକୁ...

ବ୍ୟଭିଚାର କ୍ଷେତ୍ରରେ ନିଜ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ସଶସ୍ତ୍ର ବାହିନୀ…

ନୂଆଦିଲ୍ଲୀ,୩୧।୧ : ବ୍ୟଭିଚାର ଉପରେ ସୁପ୍ରିମକୋର୍ଟ ନିଜର ୨୦୧୮ର ରାୟ ସ୍ପଷ୍ଟ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ବ୍ୟଭିଚାର ପାଇଁ ସଶସ୍ତ୍ର ବାହିନୀ ସେମାନଙ୍କ...

ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି-ଜଗନ ମୋହନ-ଗୌତମ ଆଦାନୀଙ୍କ ବିରୋଧରେ ମାମଲା ରୁଜୁ…

ନୂଆଦିଲ୍ଲୀ, ୧।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏବଂ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆମେରିକା କୋର୍ଟରେ...

‘ଇସ୍‌ଲାମରେ ହିଜାବ ଜରୁରୀ ପ୍ରଥା ନୁହେଁ’

ବେଙ୍ଗାଲୁରୁ,୧୮।୨: ଇସ୍‌ଲାମରେ ହିଜାବ ଏକ ଅତ୍ୟାବଶ୍ୟକ ଧର୍ମୀୟ ପ୍ରଥା ନୁହେଁ ବୋଲି କର୍ନାଟକ ସରକାର ଶୁକ୍ରବାର ହାଇକୋର୍ଟଙ୍କୁ କହିଛନ୍ତି। ଏହାର ବ୍ୟବହାରକୁ ରୋକିବା ଭାରତୀୟ ସମ୍ବିଧାନର...

Advertisement
Archives

Model This Week