କମ୍ପୋଜିଶନ ସ୍କିମ୍‌ ଚୟନ ଅବଧି ବୃଦ୍ଧି

ନୂଆଦିଲ୍ଲୀ,୨୮-୭: କ୍ଷୁଦ୍ର ବ୍ୟବସାୟୀଙ୍କୁ ଆଶ୍ୱସ୍ତ କରିବାକୁ ଯାଇ ଜିଏସ୍‌ଟି କାଉନସିଲ୍‌ କମ୍ପୋଜିଶନ ସ୍କିମ୍‌କୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ କାରବାର କରୁଥିବା ସର୍ଭିସ୍‌ ପ୍ରୋଭାଇଡର(ସେବା ପ୍ରଦାନକାରୀ) ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହି ସ୍କିମ୍‌ ଚୟନ ନେଇ ନିଷ୍ପତ୍ତି ନେଇପାରିବେ। ବର୍ତ୍ତମାନ ଏହି ଅବଧି ଜୁଲାଇ ୩୧ ପର୍ଯ୍ୟନ୍ତ ରହିଛି। ଏହାକୁ ସେପ୍ଟେମ୍ବର ୩୧ ଯାଏ ବୃଦ୍ଧି କରାଯାଇଛି। ଅର୍ଥାତ ବାର୍ଷିକ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ସେବା ପ୍ରଦାନକାରୀ ସେପ୍ଟେମ୍ବର ୩୧ ପର୍ଯ୍ୟନ୍ତ ନିଜକୁ କମ୍ପୋଜିଶନ ସ୍କିମ୍‌ରେ ପଞ୍ଜୀକୃତ କରିବା ନେଇ ନିଷ୍ପତ୍ତି ନେଇପାରିବେ। ଜିଏସ୍‌ଟି କମ୍ପୋଜିଶନ ସ୍କିମ୍‌ରେ ସେବା ପ୍ରଦାନକାରୀ ପଞ୍ଜୀକୃତ ହୋଇଯିବା ପରେ ୬% ହାରରେ ଜିଏସ୍‌ଟି ଦେବେ। ବର୍ତ୍ତମାନ ସେମାନଙ୍କଠାରୁ ୧୨ରୁ ୧୮ ପ୍ରତିଶତ ହାରରେ ଜିଏସ୍‌ଟି ଆଦାୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୧୮।୧: ଦିନକ ପରେ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟଦିବସ (ଷ୍ଟକ୍‌ବଜାର)ର ଫଳାଫଳ ଅନୁଯାୟୀ ଶେୟାର ବଜାରରେ ଉତ୍ସାହ...

ଓଡ଼ିଶାରେ ଜିଏସ୍‌ଟି ଆଦାୟ ୨୧% ବଢ଼ିଲା

ଭୁବନେଶ୍ୱର: ଚଳିତ ବର୍ଷ ଅକ୍ଟୋବରରେ ଓଡ଼ିଶାରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ଗତ ବର୍ଷ ଅକ୍ଟୋବର ତୁଳନାରେ ୨୧% ବଢି ୨୪୧୯ କୋଟି...

ଭୂଷଣ ମାମଲାରେ ୨୮୪ଜଣଙ୍କ ବିରୋଧରେ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୧୧-୭: ଭୂଷଣ ଷ୍ଟିଲ ବେଆଇନ୍‌ ଋଣ କାରବାର ମାମଲାରେ ସିରିୟସ ଫ୍ରଡ ଇନଭେଷ୍ଟିଗେଶନ ଅଫିସ(ଏସ୍‌ଏଫ୍‌ଆଇଓ) ପକ୍ଷରୁ ୨୮୪ ବ୍ୟକ୍ତି ଏବଂ ସଂସ୍ଥାଙ୍କ ବିରୋଧରେ ଚାର୍ଜଶିଟ ଦାଏର...

ରାଣା କପୁରଙ୍କ ବିରୋଧରେ ଇଡି ଚାର୍ଜଶିଟ୍‌

ମୁମ୍ବାଇ,୭।୫: ୟେସ୍‌ ବ୍ୟାଙ୍କର ସହ ପ୍ରତିଷ୍ଠାତା ରାଣା କପୁରଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚାର୍ଜଶିଟ୍‌ ଜାରି କରାଯାଇଛି। ତାଙ୍କ ବିରୋଧରେ ବେଆଇନ ଅର୍ଥ କାରବାର...

ଭିତ୍ତିଭୂମି ସୁଦୃଢ଼ ଦିଗରେ ସହାୟକ ହେବ କେନ୍ଦ୍ର ବଜେଟ

ବ୍ୟବସାୟ କରିବା କଷ୍ଟକର କୋଭିଡ୍‌ ଯୋଗୁ ବ୍ୟବସାୟ ଏକ ପ୍ରକାର କ୍ଷତିଗ୍ରସ୍ତ ହୋଇ ରହିଛି। ସେହିପରି ଦେଶର ଅର୍ଥନୀତି ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ରାସ୍ତାକୁ ଆସିପାରିନାହିଁ।...

୮ରେ ଶ୍ରମିକ ସଂଗଠନଗୁଡିକର ଦେଶବ୍ୟାପୀ ଧର୍ମଘଟ

ନୂଆଦିଲ୍ଲୀ,୪-୧: କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡିକ ଚଳିତ ମାସ ୮ ତାରିଖରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବେତନ ଏବଂ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ନେଇ...

ହ୍ରାସ ହୋଇପାରେ ପାମ୍‌ ତୈଳ ଆମଦାନୀ

ନୂଆଦିଲ୍ଲୀ,୨୬।୫: ବିଶ୍ୱରେ ସର୍ବାଧିକ ପାମ୍‌ ତୈଳ ଆମଦାନୀ କରୁଥିବା ଭାରତ ଅନେକ ମାତ୍ରାରେ ଏହା ହ୍ରାସ କରିବା ସମ୍ଭାବନା ଦେଖାଦେଇଛି। ଡିଲରମାନଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ...

୪ଜି ସ୍ପିଡ୍‌ରେ ଜିଓ ୧ନମ୍ବର

ମୁମ୍ବାଇ,୧୮।୧୧:ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଚଳିତ ବର୍ଷ ଅକ୍ଟୋବର ମାସ ପାଇଁ ଜାରି କରାଯାଇଥିବା ୪ଜି ସ୍ପିଡ୍‌ ଟେଷ୍ଟ ରିପୋର୍ଟ ଅନୁସାରେ ଉଭୟ...

Advertisement
Archives

Model This Week