କମ୍ପାନୀ ବିରୋଧରେ ଚାଲିଥିଲା ଅନଶନ: ୬୫ ଦିନରେ ଅନଶନକାରୀଙ୍କୁ ଉଠାଇଲା ପୋଲିସ

ଚମ୍ପୁଆ, ୨୧।୮(ଡି.ଏନ.ଏ)- ଦୀର୍ଘ ୬୫ଦିନରେ ପହଞ୍ଚିଥିବା ବଡକାଳିମାଟି ବାସୀଙ୍କ ଅନଶନକୁ ପୋଲିସ ମଙ୍ଗଳବାର ନାକାମ କରିବା ସହିତ ଅନଶନକାରୀଙ୍କୁ ଅନଶନସ୍ଥଳରୁ ଉଠାଇ ଘରକୁ ପଠାଇଦେଇଥିବା ଜଣାଯାଇଛି। ଚମ୍ପୁଆ ଏସଡିପିଓ ହରିହର ପାଣିଙ୍କ ତତ୍ତ୍ୱାବଧାନରେ ଅଇଆଇସି ମନୋରଞ୍ଜନ ପ୍ରଧାନ, ସବଇନ୍ସପେକ୍ଟର ପଦ୍ମାବତୀ କପାଟ, ସରୂପ ନାଏକ ପ୍ରମୁଖ ଏକ ପ୍ଲାଟୁନ ଫୋର୍ସ ଦ୍ୱାରା ଅନଶନକାରୀଙ୍କୁ ଉଠାଯାଇଥିଲା। ପୋଲିସ ଭ୍ୟାନରେ ଅନଶନକାରୀଙ୍କୁ ବସାଇ ବଡକାଳିମାଟିଠାରେ ଛଡାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଏସଆର କମ୍ପାନି ପ୍ରତିଷ୍ଠା ହେବା ସମୟରେ ସ୍ଥାନୀୟ ଅଞ୍ଚଳରେ ଜନସାଧାରଣଙ୍କ ନିମିତ ରାସ୍ତାଘାଟ, ପାନୀୟଜଳ, ଆଲୋକ ଓ ନିୟୁକ୍ତି ଆଦି ପ୍ରଦାନ କରିବାର ଦେଇଥିବା ପ୍ରତିଶ୍ରୁତି ପାଳନ କରୁ ନ ଥିବା ଅଭିଯୋଗ କରି ବଡକାଳିମାଟି ଗ୍ରାମବାସୀ ଜୁନ ୧୭ ମଧ୍ୟରାତ୍ରରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନରେ ବସିଥିଲେ। ମାତ୍ର ଚମ୍ପୁଆ ପୋଲିସ ଉକ୍ତ ସ୍ଥାନରେ୧୪୪ ଧାରା ଜାରିକରି ଅନଶନକାରୀଙ୍କୁ ସେଠାରୁ ଉଠାଇ ଚମ୍ପୁଆ ବସଷ୍ଟାଣ୍ଡ ନିକଟରେ ଛାଡି ଦେଇଥିଲେ । ହେଲେ ନିଜ ଜିଦରେ ଅଟଳ ଗ୍ରାମବାସୀ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନଶନ ଜାରି ରଖିବେ ବୋଲି ପ୍ରକାଶ କରି ବସଷ୍ଟାଣ୍ଡ ନିକଟ ଜାତୀୟ ରାଜପଥ କଡରେ ବସିରହିଥିଲେ। ମଙ୍ଗଳବାର ୧୨ଟାରେ ଚମ୍ପୁଆ ପୋଲିସ ଅନଶନକାରୀଙ୍କୁ ଉଠାଇବା ସହ ଅନଶନସ୍ଥଳକୁ ଭାଙ୍ଗିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋରମ ଗାଡ଼ିଆରେ ବୁଡ଼ି ନାବାଳକ ମୃତ

ସଜନାଗଡ଼,୨୪।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ବାଘମରା ଗ୍ରାମର ଶମ୍ବୁ ସିଂଙ୍କ ୭ ବର୍ଷର ପୁଅ ଅଜୟ (୭) ମୋରମ ଗାଡିଆରେ ବୁଡି ପ୍ରାଣ ହରାଇଛନ୍ତି।...

ଗୟଳ ଶିକାର: ଜଣଙ୍କୁ ଅଟକ ରଖିଛି ବନ ବିଭାଗ

ଓଡ଼ଗାଁ, ୨୯ା୧୨(ସ୍ବ.ପ୍ର.): ନୟାଗଡ଼ ବନଖଣ୍ଡ ଓ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ମାଧୁଆମାରୁ ଗ୍ରାମ ସନ୍ନିକଟ ଅଣ ସଂରକ୍ଷିତ ଜଙ୍ଗଲ ନିକଟରେ ବୁଧବାର ରାତିରେ ଏକ ଗୟଳ...

ଥାନାଜଗିଛି ଅଚଳ ସିସି ଟିଭି କ୍ୟାମେରା

ବାରିପଦା ଅଫିସ,୧୭।୯- ମୟୂରଭଞ୍ଜ ଜିଲାରେ କିଛିଦିନ ହେବ ଅପରାଧ ମାମଲା ବୃଦ୍ଧି ପାଇଛି। ସହରରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଚୋରି ଓ ଡକାୟତି ଭଳି ଅପରାଧ କମିବାର...

୫-ଟି ସଚିବଙ୍କ ନାରାୟଣପାଟଣା, ଦେଓମାଳି ଗସ୍ତ

କୋରାପୁଟ/ନାରାୟଣପାଟଣା ୫।୨(ସ୍ବ.ପ୍ର./ଡି.ଏନ.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କୋରାପୁଟ ଜିଲା ଗସ୍ତ କରି ନାରାୟଣପାଟଣା ପାଇଁ ଶିକ୍ଷା,ସାସ୍ଥ୍ୟ, ରାସ୍ତା, ପାନୀୟ ଜଳ ସମସ୍ୟା ଦୂର ନେଇ...

ଅନ୍ୟ ଜାତିରେ ବିବାହ କରିବାରୁ ବାସନ୍ଦ : ନ୍ୟାୟ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ପରିବାର

ଛତ୍ରପୁର,୬ା୬(ଡି.ଏନ୍‌.ଏ.): ପୋଲସରା ଥାନା ଅନ୍ତର୍ଗତ କଳମ୍ବ ଗାଁରେ ଜଣେ ଯୁବକ ଅନ୍ୟ ଜାତିରେ ବିବାହ କରିବାରୁ ତାଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି...

ଆଜିଠୁ ୩ଦିନ ଶ୍ରୀମନ୍ଦିରରେ ଦେବ ଦୀପାବଳି

ପୁରୀ ଅଫିସ, ୩ା୧୨: ମାର୍ଗଶିର ମାସ ଚତୁର୍ଦ୍ଦଶୀ ତିଥି ଅବସରରେ ଶୁକ୍ରବାରଠାରୁ ଶ୍ରୀମନ୍ଦିରରେ ତିନିଦିନ ବ୍ୟାପି ଦେବ ଦୀପାବଳି ଉତ୍ସବ ଅନୁଷ୍ଠିତ ହେବ। ମାନବୀୟ ଲୀଳା...

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ, ୩ ଅଟକ

କୁକୁଡ଼ାଖଣ୍ଡି,୧ା୯(ଡି.ଏନ.ଏ.)- ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଆଙ୍କୁଶପୁର ସଦରଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୋଲିସ ଶନିବାର ୩ ଜଣଙ୍କୁ ଅଟକ ରଖି...

ନୋସିରେ ୯୭୦ ବରିଷ୍ଠ ତୀର୍ଥଯାତ୍ରୀ, ୩୦ ଅଧିକାରୀ

ବାଲେଶ୍ୱର ଅଫିସ, ୧୩।୧୨-ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଗରିବ ବରିଷ୍ଠ ନାଗରିକମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ବୁଲାଇବା ଉଦ୍ଦେଶ୍ୟରେ ଗତ ୨୦୧୬ ମସିହାରେ...

Advertisement
Archives

Model This Week