କମ୍ପାନୀ ଆଇନରେ ଆସିବ ସଂଶୋଧନ

ନୂଆଦିଲ୍ଲୀ,୧୮।୫: କମ୍ପାନୀ ଆଇନରେ ସଂଶୋଧନ ଆଣିବା ଲାଗି ସରକାର ଅଧ୍ୟାଦେଶ ଆଣିବେ। ଉକ୍ତ ଆଇନରେ ଥିବା ବିଭିନ୍ନ ଧାରାକୁ ଅପରାଧମୁକ୍ତ କରିବା, ଭାରତୀୟ କର୍ପୋରେଟଗୁଡ଼ିକୁ ସିଧାସଳଖ ବିଦେଶୀ ବଜାରରେ ଲିଷ୍ଟିଂ କରାଇବା ଏବଂ ଇଜ ଅଫ୍‌ ଡୁଇଁ ବିଜ୍‌ନେସକୁ ପ୍ରୋତ୍ସାହିତ କରିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେବେ ବୋଲି ଜଣାପଡ଼ିଛି। ରବିବାର ଗଣମାଧ୍ୟମକୁ ସୂଚନା ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି ଯେ, ଭାରତୀୟ କମ୍ପାନୀଗୁଡ଼ିକ ସେମାନଙ୍କ ସିକ୍ୟୁରିଟିଜକୁ ବିଦେଶରେ ସିଧାସଳଖ ଲିଷ୍ଟିଂ କରାଇପାରିବେ। ଏହା ଏକ ବଡ଼ ପଦକ୍ଷେପ। ୨୦୧୩ରେ ଆସିଥିବା କମ୍ପାନୀ ଆଇନରେ ସଂଶୋଧନ ଆଣିବା ଲାଗି ସରକାର ପୂର୍ବରୁ ଯୋଜନା କରିଥିଲେ ମଧ୍ୟ ଏହା ବର୍ତ୍ତମାନ ପାର୍ଲାମେଣ୍ଟରେ ପାସ୍‌ ହୋଇପାରିନାହିଁ। ଏହି ଆଇନକୁ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ କରାଯାଉଛି।
କମ୍ପାନୀ ଆଇନରେ ରହିଥିବା ବିଭିନ୍ନ ନିୟମର ଅବମାନନାରେ ସାମାନ୍ୟ ତ୍ରୁଟି ରହିଲେ ଏହାକୁ ଅପରାଧମୁକ୍ତ କରିବା ନେଇ ଯୋଜନା ରଖାଯାଇଛି। ଏହା ମଧ୍ୟରେ ସିଏସ୍‌ଆର୍‌ ରିପୋର୍ଟିଂ, ଅପର୍ଯ୍ୟାପ୍ତ ବୋର୍ଡ ରିପୋର୍ଟ, ଫାଇଲିଂରେ ଖିଲାପ କରିବା, ଏଜିଏମ୍‌ ଡକାଇବାରେ ବିଳମ୍ବ ଭଳି କେତେକ ପ୍ରସଙ୍ଗ ସାମିଲ ରହିଛି। ଅତି ଗୁରୁତ୍ୱପୂର୍ଣ୍ଣ ଧାରାଗୁଡ଼ିକୁ ଆନ୍ତଃ ଆଡଜୁଡିକେଶନ ମେକାନିଜିମ ପରିସରଭୁକ୍ତ କରାଯିବ। ଏ କ୍ଷେତ୍ରରେ ଆଞ୍ଚଳିକ ନିର୍ଦ୍ଦେଶକଙ୍କ କ୍ଷମତା ପରିସରକୁ ମଧ୍ୟ ବଢ଼ାଇବା ଦିଗରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ପ୍ରଶଂସା କଲା ଶିବସେନା: ଏବେ ଠାକ୍‌ରେ-ମୋଦି ଭାଇଭାଇ

ମୁମ୍ବାଇ,୨୯।୧୧: ଶେଷରେ ମହାରାଷ୍ଟ୍ରରେ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱରେ ସରକାର ଗଠନ ହୋଇଛି। ଶିବସେନା-ଏନସିପି ଏବଂ କଂଗ୍ରେସ ମିଶି ରାଜ୍ୟକୁ ଏକ ମଜଭୁତ ସରକାର ଦେବା ପାଇଁ...

ଏକ ସାଙ୍ଗରେ ଚା’ ପିଇଲେ ସୃଷ୍ଟି ହୁଏନା ବିରୋଧୀ ଏକତା, ପିକେଙ୍କ କଟାକ୍ଷ…

ନୂଆଦିଲ୍ଲୀ, ୧୧।୯ : ବିହାର ରାଜନୀତିରେ ସକ୍ରିୟ ହେବା ପରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ପୁଣି ଥରେ ଗଣମାଧ୍ୟମ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ...

୨୦୨୩ ଡିସେମ୍ବରରେ ସ୍ଥାପନ ହେବ ରାମଲାଲାଙ୍କ ମୂର୍ତ୍ତି

ନୂଆଦିଲ୍ଲୀ,୧୯।୫: ଅଯୋଧ୍ୟାରେ ଭବ୍ୟ ରାମମନ୍ଦିରର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଗେଇ ଚାଲିଛି। ୨୦୨୩ ଡିସେମ୍ବରରେ ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ଗାଜିପୁର ରାସ୍ତାରୁ ଉଠିଲେ ଚାଷୀ

ନୂଆଦିଲ୍ଲୀ,୨୧।୧୦: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ବିରୋଧରେ ଗତ ୧୧ ମାସ ହେଲା ଦିଲ୍ଲୀ ଗାଜିପୁର ସୀମାରେ ସର୍ଭିସ୍‌ ରୋଡ୍‌କୁ ଅବରୋଧ କରି ରଖିଥିବା...

ତଳମୁହାଁ ଅର୍ଥନୀତି, ଘରମୁହାଁ ପ୍ରବାସୀ

ନୂଆଦିଲ୍ଲୀ/ମୁମ୍ବାଇ,୧୨ା୪: କରୋନା ଭୂତାଣୁର ଦ୍ୱିତୀୟ ଲହର ପ୍ରଥମଠାରୁ ଆହୁରି ଘାତକ ହେବ ବୋଲି ଆଶଙ୍କା କରାଯାଉଥିବାବେଳେ ଭାରତର ଟିକାକରଣ ହାର ଅନ୍ତର୍ଜାତୀୟ ସ୍ତରରେ ପଛରେ ପଡ଼ିଯାଇଛି।...

ନିର୍ବାଚନ ଫଳାଫଳ ଘୋଷଣା ପରେ ରୋଷେଇ ଘରେ ମହଙ୍ଗା ମାଡ଼: ବଢ଼ିଲା ଅଣ-ସବସିଡ୍‌ ସିଲିଣ୍ଡର ଦାମ

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ରୋଷେଇ ଘରେ ମହଙ୍ଗାମାଡ଼ ହୋଇଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର କିଛି ଘଣ୍ଟା ମଧ୍ୟରେ ଅଣ-ସବସିଡ୍‌ ସିଲଣ୍ଡର ଦାମରେ...

ବିପର୍ଯ୍ୟୟ ଆଣିଲା ମୌସୁମୀ ବର୍ଷା

ମୁମ୍ବାଇ/ଅହମ୍ମଦାବାଦ ୧୪ା୭: ଦେଶର ବିଭିନ୍ନ ସ୍ଥାନର ମୌସୁମୀଜନିତ ବର୍ଷା ଜଳପ୍ରଳୟ ସୃଷ୍ଟି କରିଛି। ଏକାଧିକ ରାଜ୍ୟରେ ବନ୍ୟା ଯୋଗୁ ଶତାଧିକ ଜୀବନ ହାନି ହେବା ସହ...

ଭିକ୍ଷାବୃତ୍ତିକୁ ନିଷିଦ୍ଧ ଘୋଷଣା କରିଥିବା ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ,୧୦।୦୨: ବିଭିନ୍ନ ରାଜ୍ୟରେ ଭିକ୍ଷାବୃତ୍ତିକୁ ବେଆଇନ କରାଯାଇଛି। ଏ ସମ୍ପର୍କରେ ଦାଖଲ କରାଯାଇଥିବା ଏକ ଯାଚିକାର ଶୁଣାଣି କରିବାକୁ ରାଜି ହୋଇଯାଇଛନ୍ତି ସୁପ୍ରିମକୋର୍ଟ। ଅଶୋକ ଭୂଷଣ...

Advertisement
Archives

Model This Week