କମିଲା ରେପୋ ରେଟ୍‌;ଶସ୍ତା ହେବ ଇଏମ୍‌ଆଇ

ମୁମ୍ବାଇ,୭-୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗୁରୁବାର ଏହାର ଦ୍ୱିମାସିକ ମୁଦ୍ରା ନୀତି ଘୋଷଣା କରି ରେପୋ ରେଟ୍‌ ୦.୨୫% ହ୍ରାସ କରିଛି। ଫଳରେ ଏହା ହ୍ରାସ ପାଇ ୫.୭୫% ହୋଇଛି। ଏହା ୯ ବର୍ଷରେ ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଫଳରେ ସମସ୍ତ ପ୍ରକାର ବ୍ୟାଙ୍କ ଋଣ ଉପରେ ଇଏମ୍‌ଆଇ ଶସ୍ତା ହେବାକୁ ଯାଉଛି। ଏଥିପୂର୍ବରୁ ଜୁଲାଇ ୨୦୧୦ରେ ରେପୋ ରେଟ୍‌ ୫.୫୦% ଥିଲା। ମୁଦ୍ରା ନୀତି ସମୀକ୍ଷା କମିଟି(ଏମ୍‌ପିସି)ର ୬ ଜଣ ଯାକ ସଦସ୍ୟ ରେପୋ ରେଟ୍‌ ୦.୨୫% ହ୍ରାସ କରିବାକୁ ସହମତ ହୋଇଥିଲେ। ନୂଆ ମୁଦ୍ରା ନୀତି ଅନୁଯାୟୀ ରିଜର୍ସ ରେପୋ ରେଟ୍‌ ହ୍ରାସ ପାଇ ୫.୫% ରହିଥିବା ବେଳେ ବ୍ୟାଙ୍କ ରେଟ୍‌ ୬ % କୁ ଆସିଯାଇଛି। ତେବେ ସିଆର୍‌ଆର୍‌ ଅପରିବର୍ତ୍ତିତ ରହିଛି। ଏମ୍‌ପିସିର ୩ ଦିନିଆ ବୈଠକ ଶେଷରେ ଗଭର୍ନର ଶକ୍ତିକାନ୍ତ ଦାସ ଏ ସମ୍ପର୍କରେ ଏଠାରେ ଘୋଷଣା କରିଛନ୍ତି। ତାଙ୍କର କାର୍ଯ୍ୟକାଳ ଭିତରେ ଅଦ୍ୟାବଧି ରେପୋ ରେଟ୍‌ ୩ ଥରରେ ୦.୭୫% ହ୍ରାସ ପାଇଲାଣି। ଏଥିପୂର୍ବରୁ ଫେବୃୟାରୀ ଓ ଏପ୍ରିଲରେ ୦.୨୫% ଲେଖାଏ ରେପୋ ରେଟ୍‌ ହ୍ରାସ ପାଇଥିଲା।
ଦେଶର ଆର୍ଥିକ ବିକାଶ ଗତି ଧିମା ହୋଇଯିବା ପରେ ସୁଧ ହାର ହ୍ରାସ କରିବା ଲାଗି ଆର୍‌ବିଆଇ ଉପରେ କ୍ରମାଗତ ଚାପ ବଢ଼ିବାରେ ଲାଗିଥିଲା। ମାର୍ଚ୍ଚରେ ଶେଷ ହୋଇଥିବା ତ୍ରୈମାସରେ ଜିଡ଼ିପି ଅଭିବୃଦ୍ଧି ହାର ହ୍ରାସ ପାଇ ୫.୮% ରହିଛି। ସେହିପରି ସମ୍ପୂର୍ଣ୍ଣ ଆର୍ଥିକ ବର୍ଷରେ ଜିଡ଼ିପି ୬.୮%କୁ କମିଛି। ଏହା ୫ ବର୍ଷରେ ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଛି। ଏଭଳି ସ୍ଥିତିରେ ଋଣ ଶସ୍ତା ମାଧ୍ୟମରେ ବଜାରରେ ନଗଦ ପରିମାଣ ବଢ଼ାଇ ଅର୍ଥନୀତିକୁ ଗତିଶୀଳ କରିବା ଆର୍‌ବିଆଇର ଲକ୍ଷ୍ୟ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଗୁରୁବାର ଏହାର ଦ୍ୱିମାସିକ ମୁଦ୍ରା ନୀତି ଘୋଷଣା କରି ରେପୋ ରେଟ୍‌ କ୍ରମାଗତ ତୃତୀୟଥର ପାଇଁ ୦.୨୫% ହ୍ରାସ କରିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କର ଏହି ପଦକ୍ଷେପ ଦ୍ୱାରା ହୋମ୍‌, କାର୍‌, ପର୍ସନାଲ ଓ ଏଜୁକେଶନ ସମେତ ଅନ୍ୟ ସମସ୍ତ ପ୍ରକାର ଋଣ ଶସ୍ତା ହୋଇଯିବ। ୯ ବର୍ଷରେ ପ୍ରଥମଥର ସୁଧ ହାର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଥିବାରୁ ଗ୍ରାହକଙ୍କ ଋଣ ଉପରେ ଇଏମ୍‌ଆଇ କମିବାକୁ ଯାଉଛି। ତେବେ ବ୍ୟାଙ୍କ ଉପରେ ନିର୍ଭର କରିବ ଏହା କେବେ ଠାରୁ ଏହି ସୁବିଧା ଗ୍ରାହକଙ୍କୁ ଦେବାକୁ ଚାହୁଁଛନ୍ତି।
ରିଜର୍ଭ ବ୍ୟାଙ୍କଠାରୁ ଯେଉଁ ହାରରେ ବ୍ୟାଙ୍କ ଋଣ ନିଏ ତାହାକୁ ରେପୋ ରେଟ୍‌ କୁହାଯାଏ। ବ୍ୟାଙ୍କ ଏହି ଋଣ ଅର୍ଥକୁ ନେଇ ଗ୍ରାହକଙ୍କୁ ଋଣ ଦେଇଥାଏ। ରେପୋ ରେଟ୍‌ କମିବା ଅର୍ଥ ବ୍ୟାଙ୍କର ଋଣ ଶସ୍ତା ହେବ। ଏହି କାରଣରୁ ବ୍ୟାଙ୍କ ସୁଧ ହାର କମାଇଥାନ୍ତି। ଏହାର ସିଧାସଳଖ ଫାଇଦା ଗ୍ରାହକଙ୍କୁ ମିଳିଥାଏ।
ଏକ ହିସାବରୁ ଜଣାପଡିଛି ଯେ, ୨୦ ଲକ୍ଷ ଟଙ୍କାର ହୋମ୍‌ ଲୋନ୍‌ ୨୦ ବର୍ଷ ଲାଗି ୮.୬୦% ସୁଧ ହାର ଉପରେ ପୂର୍ବରୁ ୧୭,୪୮୩ ଟଙ୍କାର ଇଏମ୍‌ଆଇ ଦେବାକୁ ପଡୁଥିଲା। ଏବେ ତାହା ଖସି ଆସି ୧୭୧୬୭ ଟଙ୍କା ହେବ। ଅର୍ଥାତ୍‌ ୩୧୬ ଟଙ୍କା ଗ୍ରାହକଙ୍କୁ କମ୍‌ ଦେବାକୁ ପଡିବ। ସେହିପରି ୩୦ ଲକ୍ଷ ଟଙ୍କାର ଋଣ ଉପରେ ୨୬,୨୨୫ ଟଙ୍କାର ଇଏମ୍‌ଆଇ ଦେବାକୁ ପଡ଼ୁଥିବା ବେଳେ ଏବେ ଏହା ହ୍ରାସ ପାଇ ୨୫,୭୫୧ ଟଙ୍କା ହେବ। ଅର୍ଥାତ୍‌ ୪୭୪ ଟଙ୍କା ଇଏମ୍‌ଆଇ କମିଯିବ। ସେହିପରି ୫ ବର୍ଷ ଅବଧିରେ ୩ ଲକ୍ଷ ଟଙ୍କାର କାର୍‌ ଲୋନ୍‌ ପାଇଁ ଏବେ ୯.୪% ହାରରେ ସୁଧରେ ୬୨୮୬ ଟଙ୍କା ଇଏମ୍‌ଆଇ ଦେବାକୁ ପଡ଼ୁଥିଲା। ତେବେ ଏହା ୩୭ ଟଙ୍କା ହ୍ରାସ ପାଇ ୬୨୪୯ ଟଙ୍କା ହେବ।
ମୁଦ୍ରାସ୍ଫୀତି ୩.୧% ରହିବା ଅନୁମାନ
ଚଳିତ ବର୍ଷ ମୌସୁମୀ ସାମାନ୍ୟ ରହିବାର ଅନୁମାନ ମଧ୍ୟରେ ଖାଦ୍ୟପଦାର୍ଥ ବିଶେଷକରି ପନିପରିବା ମୂଲ୍ୟବୃଦ୍ଧିକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ ଲାଗି ପ୍ରଥମ ୬ ମାସ(ଏପ୍ରିଲ-ସେପ୍ଟେମ୍ବର)ରେ ଖୁଚୁରା ମୁଦ୍ରାସ୍ଫୀତି ପୂର୍ବାନୁମାନକୁ ୩.୦ରୁ ୩.୧% କୁ ବୃଦ୍ଧି କରିଛି। ସେହିପରି ଦ୍ୱିତୀୟ ୬ ମାସରେ ଏହା ୩.୪ରୁ ୩.୭% ରହିବ ବୋଲି ପୂର୍ବାନୁମାନ କରାଯାଇଛି।
ଏଟିଏମ୍‌ ବ୍ୟବହାର ନେଇ କମିଟି ଗଠିତ
ଏଟିଏମ୍‌ ଶୁଳ୍କ ଏବଂ ଚାର୍ଜ ହାରରେ ପରିବର୍ତ୍ତନ ନେଇ କ୍ରମାଗତ ଦାବି ଉଠୁଥିବା ବେଳେ ଏ ସଂକ୍ରାନ୍ତରେ ବିଚାର ଲାଗି ଏକ କମିଟି ଗଠନ କରିବାକୁ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ଭାରତୀୟ ବ୍ୟାଙ୍କ ସଂଘ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ତାଙ୍କ ରିପୋର୍ଟ ଦେବ। କମିଟି ଏଟିଏମ୍‌ ଚାର୍ଜ ଏବଂ ଏହାର ହାରକୁ ନେଇ ବିଭିନ୍ନ ପ୍ରସଙ୍ଗର ତର୍ଜମା କରିବ। କମିଟି ଏହାର ପ୍ରଥମ ବୈଠକ ବସିବାର ୨ ମାସ ଭିତରେ ରିପୋର୍ଟ ଦେବ ବୋଲି ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି।
ଜିଡିପି ଅନୁମାନ ହ୍ରାସ
ରିଜର୍ଭ ବ୍ୟାଙ୍କ ଚଳିତ ବର୍ଷ ଦେଶର ଜିଡିପି ଅନୁମାନ ହ୍ରାସ କରିଛି। କେନ୍ଦ୍ରୀୟ ବ୍ୟାଙ୍କ ଅନୁଯାୟୀ, ଜିଡିପି ଅଭିବୃଦ୍ଧି ଚଳିତ ବର୍ଷ ୭% ରହିବ ବୋଲି ଆକଳନ କରାଯାଇଛି। ଏଥିପୂର୍ବରୁ ଆର୍‌ବିଆଇ ଜିଡ଼ିପି ଅଭିବୃଦ୍ଧି ହାର ୭.୨% ରହିବ ବୋଲି ପୂର୍ବାନୁମାନ କରିଥିଲା।
ସେନ୍‌ସେକ୍ସ ୫୫୪ ପଏଣ୍ଟ ହ୍ରାସ
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରଥମ ଦ୍ୱିମାସିକ ମୁଦ୍ରା ନୀତି ଘୋଷଣା କରାଯିବା ପରେ ଷ୍ଟକ୍‌ ମାର୍କେଟ ଏହାକୁ ସହଜରେ ଗ୍ରହଣ କରିପାରିନାହିଁ। ବ୍ୟାଙ୍କିଙ୍ଗ୍‌ ସେକ୍ଟର ଶେୟାର ବିକ୍ରି ଲାଗି ନିବେଶକମାନେ ବ୍ୟସ୍ତତା ଦେଖାଇବାରୁ ସେନ୍‌ସେକ୍ସ ୫୫୪ ପଏଣ୍ଟ ହ୍ରାସ ପାଇ ୩୯,୫୨୯ ପଏଣ୍ଟରେ ବନ୍ଦ ହୋଇଥିଲା। ସେହିପରି ନିଫ୍ଟି ୧୭୮ ପଏଣ୍ଟ ହ୍ରାସ ପାଇ ୧୧,୮୪୪ ରେ ପହଞ୍ଚତ୍ଛି। ଫଳରେ ଗୋଟିଏ ଦିନରେ ନିବେଶକ ୨.୪୮ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?