କମଳା ପରେ ଗୌରୀ ଆଖିବୁଜିଲା

ଭୁବନେଶ୍ୱର, (ବ୍ୟୁରୋ)/ବାରଙ୍ଗ,୨୧ା୯(ଡି.ଏନ.ଏ.): ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଘାତକ ସାଜିଛି ହର୍ପିସ୍‌ ଭୂତାଣୁ। ଏଥିରୁ ହାତୀମାନଙ୍କୁ ବଞ୍ଚାଇ ଯାଇପାରୁନାହିଁ। ଫଳରେ କ୍ରମାଗତ ହାତୀ ମୃତ୍ୟୁ ଜାରି ରହିଛି। ଗୁରୁବାର ସନ୍ଧ୍ୟାରେ ୭ବର୍ଷର ମାଈହାତୀ କମଳାର ମୃତ୍ୟୁ ଘଟିଥିବାବେଳେ ଏହାର ଦିନକ ପରେ ଆଉ ଏକ ୭ ବର୍ଷର ମାଈହାତୀ ଗୌରୀ ଆଖିବୁଜିଛି। ୨ ମାସ ହୋଇଥିବାବେଳେ ଗୌରୀକୁ ୨୦୧୨ ଡିସେମ୍ବର ୨୩ରେ ଆଠଗଡ଼ ବନାଞ୍ଚଳରୁ ଉଦ୍ଧାର କରାଯାଇ ଅଣାଯାଇଥିଲା। ଗୌରୀର ମୃତ୍ୟୁକୁ ମିଶାଇଲେ ଗତ ୨୬ ଦିନ ମଧ୍ୟରେ ୪ ହାତୀଙ୍କ ଜୀବନ ଗଲାଣି। ଅନ୍ୟ ୩ ମୃତ ହାତୀ ହେଲେ ଜୁଲି, ଚନ୍ଦନ ଓ କମଳା। ଶୁକ୍ରବାର ରାତି ସୁଦ୍ଧା ପ୍ରାଣୀଉଦ୍ୟାନରେ ହାତୀସଂଖ୍ୟା ହ୍ରାସ ପାଇ ୪ରେ ପହଞ୍ଚତ୍ଛି। ସେଥିମଧ୍ୟରେ ପ୍ରେମା, ବାସନ୍ତୀ, ହୀରା ଓ ହାତୀ ଶାବକ ମାମା ରହିଛନ୍ତି। ରୋଗର ପ୍ରତିଷେଧକ ପାଇଁ ପ୍ରାଣୀଉଦ୍ୟାନ ଡାକ୍ତରମାନେ ଦେଉଥିବା ଟିକା କାମ କରୁନାହିଁ। ଫଳରେ ବଞ୍ଚତ୍ରହିଥିବା ୪ ହାତୀଙ୍କ ଜୀବନ ପ୍ରତି ବିପଦ ମାଡ଼ିଆସିଛି।
ଗୁରୁବାର କମଳାର ମୃତ୍ୟୁ ପରେ ଗୌରୀ ପ୍ରତି ବିଶେଷ ଧ୍ୟାନ ଦିଆଯାଇଥିଲା। କାରଣ ତା’ର ଦେହ ରଙ୍ଗ ବଦଳିବାକୁ ଲାଗିଥିଲା। ଜିଭ ରକ୍ତାକ୍ତ ଦେଖାଯିବା ସହିତ ଅଧିକାଂଶ ସମୟରେ ସେ ଘୁମାଉଥିଲା। ସେ ମଧ୍ୟ ହର୍ପିସ୍‌ ଦ୍ୱାରା ଆକ୍ରାନ୍ତ ଥିବା ଆଶଙ୍କା କରାଯାଇ ଶୁକ୍ରବାର ଚିକିତ୍ସା କରାଯାଇଥିଲା। ଅପରାହ୍ନ ସାଢ଼େ ଗୋଟାଏରେ ତା’ର ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା। ଏହି ରୋଗର ନିରାକରଣ ପାଇଁ ଔଷଧ ନ ଥିବା କୁହାଯାଉଥିବାବେଳେ ପ୍ରତିଷେଧକ ପାଇଁ ଆସିକ୍ଲୋଭାର ନାମକ ଇଞ୍ଜେକ୍‌ଶନ ଦିଆଯାଇଥିଲା। ଆଉ ଗୋଟିଏ ଇଞ୍ଜେକ୍‌ଶନ ରାତି ୧୨ଟାରେ ଦିଆଯିବାକୁ ଯୋଜନା ଥିବାବେଳେ ଶନିବାର ଟେକ୍ନିକାଲ ଓ ସ୍ବାସ୍ଥ୍ୟ କମିଟି ଆସିବାର ଥିଲା। କିନ୍ତୁ ଏହା ପୂର୍ବରୁ ଶୁକ୍ରବାର ରାତି ପ୍ରାୟ ୧୦ଟାରେ ଗୌରୀର ମୃତ୍ୟୁ ଘଟିଥିଲା।

କ୍ରମାଗତ ହାତୀମୃତ୍ୟୁ ନେଇ ପ୍ରାଣୀପ୍ରେମୀ ଓ ବିଶେଷଜ୍ଞ ମହଲରେ ଗଭୀର ଶୋକ ଏବଂ କ୍ଷୋଭ ପ୍ରକାଶ ପାଇଛି। ସେମାନେ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷଙ୍କୁ ଦାୟୀ କରୁଛନ୍ତି। କାରଣ ୨୦୦୯ରେ କେନ୍ଦ୍ରୀୟ ଚିଡିଆଖାନା ପ୍ରାଧିକରଣ(ସିଜେଡ୍‌ଏ) ସାରା ଦେଶର ଚିଡିଆଖାନାରେ ହାତୀଙ୍କୁ ରଖିବାକୁ ବାରଣ କରି ସର୍କୁଲାର ଜାରି କରିଥିଲେ। ଏପରିକି ଚିଡିଆଖାନାରୁ ହାତୀଙ୍କୁ ସ୍ଥାନାନ୍ତର ପାଇଁ ଆବଶ୍ୟକ ଖର୍ଚ୍ଚ ସିଜେଡ୍‌ଏ ବହନ କରିବ ବୋଲି କୁହାଯାଇଥିଲା। ତଦନୁଯାୟୀ ହାତୀମାନଙ୍କ ଶିମିଳିପାଳ, ସାତକୋଶିଆ ଆଦି ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିଥାନ୍ତା। କିନ୍ତୁ ତାହା କରା ନ ଯାଇ ପ୍ରାଣୀଉଦ୍ୟାନରେ ହାତୀଙ୍କୁ ଆଗଭଳି ଚେନ୍‌ ଶିକୁଳି ପକେଇ ବାନ୍ଧି ରଖାଗଲା। ଫଳରେ ଏବେ ହାତୀ ମଡ଼କ ହୋଇଛି ବୋଲି ବିଶେଷଜ୍ଞମାନେ ଅଭିଯୋଗ କରୁଛନ୍ତି। ଅନ୍ୟପକ୍ଷରେ ସିଜେଡ୍‌ଏ ସର୍କୁଲାରକୁ ଅଦ୍ୟାବଧି କାହିଁକି ପାଳନ କରାଯାଇନାହିଁ ଏବଂ ଏଥିପାଇଁ କେଉଁ ଅଧିକାରୀମାନେ ଦାୟୀ, ତାହାର ତର୍ଜମା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପ୍ରାଣୀପ୍ରେମୀମାନେ ଦାବି କରିଛନ୍ତି।
ପ୍ରାଣୀଉଦ୍ୟାନ ତରଫରୁ ‘ସେଣ୍ଟର ଫର ୱାଇଲ୍ଡ ଲାଇଫ୍‌ ହେଲ୍‌ଥ’କୁ ବାର୍ଷିକ ଅନୁଦାନ ୨୫ଲକ୍ଷ ଟଙ୍କାରୁ ବଢ଼ାଯାଇ ୫୦ ଲକ୍ଷ ଟଙ୍କା କରାଗଲା। ତଥାପି ହାତୀମାନଙ୍କୁ ସୁରକ୍ଷିତ ରଖାଯାଇପାରୁନାହିଁ। ଏବେ ହର୍ପିସ୍‌ ଭୂତାଣୁୁକୁ ଦାୟୀ କରି ପ୍ରାଣୀଉଦ୍ୟାନ ଅଧିକାରୀମାନେ ଖସିଯିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଅବହେଳାକୁ ମଧ୍ୟ ଦାୟୀ କରାଯାଉଛି। କାରଣ ହର୍ପିସ୍‌ ଜନିତ ସଂକ୍ରମଣକୁ ଦୂରେଇ ରଖିବା ଯେତିକି ଆବଶ୍ୟକ, ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହାତୀମାନଙ୍କ ଖାଦ୍ୟ, ଉପଯୁକ୍ତ ବ୍ୟାୟାମ। କାରଣ ଉପଯୁକ୍ତ ଖାଦ୍ୟ ଦ୍ୱାରା ଶରୀରକୁ ସୁଷମ ପୋଷଣ ମିଳିଥାଏ। ବିଶେଷଜ୍ଞମାନଙ୍କ କହିବାନୁଯାୟୀ, ହାତୀମାନେ ପ୍ରାୟ ୪ ପ୍ରକାରର ଗଛ ଡାଳକୁ ଖାଇବାକୁ ଭଲ ପାଇଥାନ୍ତି। ସେଗୁଡ଼ିକ ହେଲା ବର, ଓସ୍ତ, ମଇ ଓ ରାଜି। ଏହି ୪ ଗଛର ପତ୍ର ଏବଂ ଡାଳରୁ ହାତୀଙ୍କୁ ସୁଷମ ପୋଷଣ ମିଳିଥାଏ। କିନ୍ତୁ ନନ୍ଦନକାନନରେ କେବଳ ବର ଏବଂ ଓସ୍ତ ପତ୍ରଡାଳ ଖାଇବାକୁ ଦିଆଯାଇଥାଏ। ତେଣୁ ଏଭଳି ଅବହେଳାର ତର୍ଜମା କରାଯାଇ ତୁରନ୍ତ ପଦକ୍ଷେପ ନିଆଯିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ନିରାମିଷ କାଫେଟେରିଆ

ପୁରୀ ଅଫିସ,୨।୪: ସ୍ବର୍ଗଦ୍ୱାର ପାଖରେ ଜିଲା ପ୍ରଶାସନ ସହଯୋଗରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ଏକ ଶୁଦ୍ଧ ନିରାମିଷ କାଫେଟେରିଆ ଖୋଲିଛି। ଓଡ଼ିଶା...

ସୁସ୍ଥ ହେଲେ ୬୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩।୩ : ଓଡ଼ିଶାରେ ବୁଧବାର ୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ୩,୩୪,୭୬୭ରେ ପହଞ୍ଚିଛି।...

CORONAVIRUS UPDATE: ରାଜ୍ୟରୁ ଆଜି ୩,୯୧୩ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧,୫୦, ୮୦୭ବୃଦ୍ଧି

ଭୁବନେଶ୍ୱର,୧୩ା୯(ବ୍ୟୁରୋ): ରବିବାର ମୋଟ୍‌ ୩୦ ଜିଲାରୁ ୩,୯୧୩ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୦, ୮୦୭ରେ ପହଞ୍ଚିଥିବା...

ସ୍ବାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ନାୟକଙ୍କ ପରଲୋକ

ପୁରୀ ଅଫିସ,୨୫ା୩:  ବିଶିଷ୍ଟ ଗାନ୍ଧିବାଦୀ ତଥା ସ୍ବାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ନାୟକଙ୍କ ବୁଧବାର ପରଲୋକ ହୋଇଯାଇଛି। ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ସମସ୍ୟା...

ମେଡିକାଲ ଆସେସ୍‌ମେଣ୍ଟ ବୋର୍ଡ ପୁନର୍ଗଠିତ

ଭୁବନେଶ୍ୱର,୧୭ା୧୨(ବ୍ୟୁରୋ):ରାଜ୍ୟର ବିଭିନ୍ନ ମେଡିକାଲ କଲେଜଗୁଡ଼ିକରେ ଚିକିତ୍ସା ମୂଲ୍ୟାଙ୍କନ ବୋର୍ଡ (ମେଡିକାଲ ଆସେସ୍‌ମେଣ୍ଟ ବୋର୍ଡ)ର ପୁନର୍ଗଠନ କରାଯାଇଛି ା ଏହି ବୋର୍ଡଗୁଡ଼ିକ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନରେ ଦେଖାଦେଉଥିବା...

ରାତି ହେଲେ ଘର ଛାତ ଭାଙ୍ଗୁଛି ଭାଲୁ

ମାଲକାନଗିରି,୩୦।୧୧(ଡି.ଏନ.ଏ.): ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଗ୍ରାମରେ ଭାଲୁ ଆତଙ୍କ ଦେଖାଦେଇଛି। ରାତି ହେଲେ ଆଖପାଖ ଅଞ୍ଚଳରେ ଭାଲୁ ବୁଲୁଛି। ଘର ଉପରେ ଚଢି ଟିଣ...

ଚାଷୀଙ୍କୁ ଦିଆଯିବ ୬୫୦୦ କୋଟି ଟଙ୍କାର ଫସଲ ଋଣ

ଭୁବନେଶ୍ୱର,୩।୧୨: (ବ୍ୟୁରୋ): ଚଳିତ ରବିଋତୁରେ ରାଜ୍ୟ ସରକାରଙ୍କ ପକ୍ଷରୁ ୬୫୦୦ କୋଟି ଟଙ୍କାର ଫସଲ ଋଣ ଦେବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ରବିଋତୁରେ ଚାଷୀମାନଙ୍କୁ ସ୍ବଳ୍ପମିଆଦୀ...

ଭୁବନେଶ୍ୱରରେ ଇସ୍ରୋ ଅଧ୍ୟକ୍ଷ କେ.ଶିବନ: କହିଲେ ‘ଚନ୍ଦ୍ରାୟନ-୨’ରେ ମିଳିଛି ୯୮% ସଫଳତା

ଭୁବନେଶ୍ୱର,୨୧।୯(ବ୍ୟୁରୋ): ଇସ୍ରୋ ଅଧ୍ୟକ୍ଷ କେ. ଶିବନ ଶନିବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। କିଛି ସମୟ ପରେ ସେ ଭୁବନେଶ୍ୱର ଆଇଆଇଟି ଅଷ୍ଟମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ।...

Advertisement
Archives

Model This Week