Posted inଜାତୀୟ

କମଲନାଥ ସରକାର ଖେଳିଲେ ଏସ୍‌ଟି କାର୍ଡ: ଶିଶୁ ଜନ୍ମରେ ଜନଜାତି ପରିବାରଙ୍କୁ ମିଳିବ ୫୦ କିଗ୍ରା ଖାଦ୍ୟାନ୍ନ

ଭୋପାଳ,୧୦।୯: ମଧ୍ୟପ୍ରଦେଶରେ କମଳନାଥ ସରକାର ଝାବୁଆ ବିଧାନସଭା ଉପନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ଏସ୍‌ଟି କାର୍ଡ ଖେଳିଛନ୍ତି। ରାଜ୍ୟର ଜନଜାତି ବହୁଳ ୬ଟି ଜିଲା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସହାୟତା ଯୋଜନା ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମ ୮୯ ବ୍ଲକ୍‌ରେ ଆରମ୍ଭ ହେବ। ସରକାରଙ୍କ ଏହି ଯୋଜନା ଅନ୍ତର୍ଗତ ଜନଜାତି ପରିବାରରେ ଶିଶୁ ଜନ୍ମ ହେଲେ ୫୦ କିଗ୍ରା ଖାଦ୍ୟାନ୍ନ ଯୋଗାଇ ଦିଆଯିବ। ସେହିପରି ପରିବାର ସଦସ୍ୟଙ୍କ ମୃତ୍ୟୁରେ ଶହେ କିଗ୍ରା ଖାଦ୍ୟାନ୍ନ ମିଳିବ ବୋଲି ଜନଜାତି ବିକାଶ ମନ୍ତ୍ରୀ ଓମ୍‌କାର ସିଂ କରକମ୍‌ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଝାବୁଆ ଜିଲାରେ ଜନଜାତିଙ୍କ ସଂଖ୍ୟା ଅଧିକ ରହିଛି। ସରକାର ଏଭଳି ଘୋଷଣା ଦ୍ୱାରା ଝାବୁଆ ବିଧାନସଭା ଆସନ ହାତେଇବା ପାଇଁ ପ୍ରୟାସ କରୁଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାପଟେନ୍‌ଙ୍କ ହାତରେ ବଲ ଧରାଇଲା ଭାଜପା…

ଚଣ୍ଡିଗଡ଼,୩୦।୯: ପଞ୍ଜାବର ବିଦାୟୀ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଭାଜପା ପକ୍ଷରୁ କ୍ୟାପଟେନ୍‌ଙ୍କ ହାତରେ ବଲ୍‌ ଧରାଇ ଦିଆଯାଇଛି...

ଏନ୍‌ସିପିକୁ ଡାକିଲେ ରାଜ୍ୟପାଳ

ନୂଆଦିଲ୍ଲୀ/ମୁମ୍ବାଇ,୧୨ା୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ସୋମବାର ବି ଅନିଶ୍ଚିତତା ଜାରି ରହିଛି। ଧାର୍ଯ୍ୟ ସମୟ ସୁଦ୍ଧା ଶିବସେନା ସମର୍ଥନ ପତ୍ର ଦେଖାଇ ନ ପାରିବାରୁ...

ଝାଡ଼ଖଣ୍ଡରେ ଭିଡ଼ହିଂସା ଜଣେ ମୃତ,ଜଣେ ଗୁରୁତର

ରାଞ୍ଚି,୭ା୧୧(ଆଇଏଏନ୍‌ଏସ୍‌): ଝାଡ଼ଖଣ୍ଡର ଧାନବାଦରେ ଚୋର ସନ୍ଦେହରେ ଜଣକୁ ଉତ୍ତ୍ୟକ୍ତ ଲୋକେ ପିଟି ପିଟି ମାରିଦେଇଛନ୍ତି। ଏହି ଭିଡ଼ହିଂସାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ହସ୍ପିଟାଲରେ...

ଚୋରି କରିବାକୁ ଆସି ଭାବପ୍ରବଣ ହେଲେ ଚୋର: ଜିନିଷ ରଖି ଛାଡିଗଲେ ଚିଠି

ଲକ୍ଷ୍ନୌ,୨୪।୧୨: ଉତ୍ତର ପ୍ରଦେଶର ବାନ୍ଦାରେ ଚୋରିର ଏକ ରୋଚକ ଘଟଣା ଘଟିଛି। ଏକ ଦୋକାନକୁ ଚୋରି କରିବାକୁ ଯାଇଥିବା ଚୋର ଦୋକାନୀ ମାଲିକଙ୍କ ଦୁଃଖ ଦେଖି...

ଫେସ୍‌ବୁକ୍‌ ବନ୍ଧୁତା ମହଙ୍ଗା ପଡ଼ିଲା: ଯବାନଙ୍କଠାରୁ ଦେଶର ଗୁପ୍ତ ତଥ୍ୟ ସଂଗ୍ରହ କରିନେଲେ ମହିଳା

ପାଟନା,୨୩।୧୦: ବିହାର ଦାନାପୁରରେ ଜଣେ ଯବାନଙ୍କଠାରୁ ଦେଶର ବହୁ ଗୁପ୍ତ ତଥ୍ୟ ଜଣେ ମହିଳା ସଂଗ୍ରହ କରିନେଇଛନ୍ତି। ଦାନାପୁରରେ ମୁତୟନ ଥିବା ଯବାନ୍‌ ସୁରଜିତ୍‌ ସିଂ...

ମହାରାଷ୍ଟ୍ର ରାଜନୀତିରେ ଟିଏମ୍‌ସିର ଏଣ୍ଟ୍ରି, ରେଡିସନ ବ୍ଲୁ ହୋଟେଲ ବାହାରେ ଧାରଣା…

ଗୁଆହାଟୀ, ୨୩।୬ : ମହାରାଷ୍ଟ୍ର ରାଜନୈତିକ ସଙ୍କଟରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏଣ୍ଟ୍ରି କରିଛି। ମମତା ବାନାର୍ଜୀଙ୍କ ଟିଏମସି କର୍ମୀମାନେ ଶିବସେନା ବିଧାୟକମାନେ ଗୁଆହାଟୀରେ ରହିଥିବା ହୋଟେଲ...

ନିର୍ଭୟା ମାମଲାର ଦୋଷୀଙ୍କୁ ଖୁବ୍‌ଶୀଘ୍ର ମିଳିପାରେ ଫାଶୀ: ତିହାର ଜେଲ୍‌ରେ ନାହାନ୍ତି ଘାତକ

ନୂଆଦିଲ୍ଲୀ,୩।୧୨: ବହୁଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀଙ୍କ ନିକଟରେ ଆଉ ଆଇନର ଆଶ୍ରୟ ନେବାକୁ କୌଣସି ବାଟ ନ ଥିବା ଜଣାପଡିଛି। ତେଣୁ ଏମାନଙ୍କ ଫାଶୀ...

ମୋଦିଙ୍କ ବିରୋଧରେ ଲଢ଼ିବେନି ଭୀମସେନା ମୁଖ୍ୟ

ନୂଆଦିଲ୍ଲୀ,୧୮ା୪(ପି.ଟି.): ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିଥିବା ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ୍‌ ଶେଷରେ ନିଜ ନିଷ୍ପତ୍ତି...

Advertisement
Archives

Model This Week