‘କବିର ସିଂହ’ର ‘ଶିବା’ ଚରିତ୍ର ଆଣିଦେଇଛି ସଫଳତା, ଚର୍ଚ୍ଚାରେ ସୋହମ୍‌

ମୁମ୍ବାଇ: ଚଳଚ୍ଚିତ୍ରର କାହାଣୀ ସାଙ୍ଗକୁ ନାୟିକା-ନାୟକଙ୍କ ଅଭିନୟ ଦର୍ଶକଙ୍କ ମନରେ ଗଭୀର ଛାପ ଛାଡ଼ିଥାଏ। ଏଥିରୁ ଫିଲ୍ମଟି କେତେ ସଫଳ ତାହା ବାରି ହୋଇପଡେ। ଏମାନଙ୍କୁ ଛାଡ଼ି ଦେଲେ ଚଳଚ୍ଚିତ୍ରରେ ଏଭଳି କିଛି ଚରିତ୍ର ଥାଏ ତାହା ସବୁଦିନ ପାଇଁ ମନେ ରହେ। ସେହିପରି ଗୋଟିଏ ଚରିତ୍ର ହେଉଛି ଫିଲ୍ମ ‘କବିର ସିଂହ’ରେ ନାୟକ ଶାହିଦ କପୁରଙ୍କ ବନ୍ଧୁ ‘ଶିବା’ ଭୂମିକାରେ ଅଭିନୟ କରିଥିବା ସୋହମ୍‌ ମଜୁମ୍‌ଦାର। ଫିଲ୍ମଟି ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହେବା ସହ ଭଲ ବ୍ୟବସାୟ କରିଛି। ଫିଲ୍ମରେ ଶାହିଦଙ୍କ ଅଭିନୟକୁ ଯୁବଗୋଷ୍ଠୀ ବେଶ ପସନ୍ଦ କରୁଛନ୍ତି। ଏସବୁ ମଧ୍ୟରେ ସୋହମଙ୍କ ଭୂମିକାକୁ ମଧ୍ୟ ପସନ୍ଦ କରାଯାଉଛି। ଜଣେ ବନ୍ଧୁ ହିସାବରେ ସେ ବହୁତ ଭଲ ବୋଲି ଦର୍ଶକ ପ୍ରତିକ୍ରିୟା ରଖୁଛନ୍ତି। ଶିବା ଓ କବିରଙ୍କ ଯୋଡ଼ିକୁ ନେଇ ଅନେକ ମେମେ ମଧ୍ୟ ଭାଇରାଲ ହେଉଛି।
କେବଳ ଯେ କବିର-ଶିବା ତାହା ନୁହେଁ, ପୂର୍ବରୁ ଅନେକ ଫିଲ୍ମରେ ନାୟକଙ୍କ ବନ୍ଧୁ ହୋଇ ବାହା ବାଃ ସାଉଁଟିଛନ୍ତି କଳାକାର। ‘ରାଞ୍ଝଣା’ ଚଳଚ୍ଚିତ୍ରରେ କୁନ୍ଦନ(ଧନୁଷ)ଙ୍କ ସାଙ୍ଗ ମୁରାରି(ମହମ୍ମଦ ଜୀଶାନ ଅୟୁବ), ‘ଦବଙ୍ଗ-୨’ରେ ଠାକୁର ବଚ୍ଚା ସିଂହଙ୍କ ଭାଇ ଭୂମିକାରେ ଅଭିନୟ କରିଥିବା ଦୀପକ ଡୋବରିୟାଲ, ‘ଗଲି ବୟ’ ଫିଲ୍ମରେ ରଣବୀରଙ୍କ ବନ୍ଧୁ ଭୂମିକାରେ ସିଦ୍ଧାନ୍ତ ଚତୁର୍ବେଦୀ ପ୍ରମୁଖ ଦର୍ଶକଙ୍କ ମନ କିଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ଇତିହାସ ରଚିଲେ ବିରାଟ-ରୋହିତ, ଗାଙ୍ଗୁଲ-ଦ୍ରାବିଡଙ୍କୁ ପଛରେ ପକାଇଲେ…

ନୂଆଦିଲ୍ଲୀ,୧୬।୭: କାର୍ଡିଫରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଏକ ଉଲ୍ଲେଖନୀୟ ପ୍ରଦର୍ଶନ ସହିତ ଇତିହାସ ସୃଷ୍ଟି କରିଥିଲେ। ସେମାନଙ୍କର…

ଦିନିକିଆରେ ସଚିନଙ୍କୁ ପଛରେ ପକାଇ ଐତିହାସିକ ରେକର୍ଡ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୬।୭: ବିରାଟ କୋହଲି ଏକଦିବସୀୟ କ୍ରିକେଟରେ ଆଉ ଏକ ବଡ଼ ରେକର୍ଡ ହାସଲ କରିଛନ୍ତି। ସେ ବର୍ମିଂହାମରେ ତାଙ୍କ ଏକଦିବସୀୟ କ୍ୟାରିୟରର 300ତମ ଇନିଂସରେ ବ୍ୟାଟିଂ କରିଥିଲେ।…

Puri Rath Yatra, ଅଣନିଶ୍ବାସୀ ହୋଇ ଚାଲିଗଲା ୨ ଭକ୍ତଙ୍କ ଜୀବନ!

ପୁରୀ,୧୬।୭: ପୁରୀ ରଥଯାତ୍ରାରେ ଏକ ବଡ଼ ଅଘଟଣ ସାମ୍ନାକୁ ଆସିଛି। ଅଣନିଶ୍ବାସୀ ହୋଇ ୨ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିବା ଜଣାପଡିଛି। ମୃତାହତଙ୍କୁ…

Video: ହନୁମାନଙ୍କ ଆଶୀର୍ବାଦ ପାଇବା ପରେ ଇନିଂସ ଆରମ୍ଭ କରିଥିଲେ ବୈଭବ ସୂର୍ଯ୍ୟବଂଶୀ, ହେଲିକପ୍ଟର ସଟ ମାରି ନିଜର ଶକ୍ତି ଦେଖାଇଲେ…

ନୂଆଦିଲ୍ଲୀ,୧୬।୭: ବୈଭବ ସୂର୍ଯ୍ୟବଂଶୀ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଏହି ସଫଳତା ସହିତ, ୧୫ବର୍ଷୀୟ…

ଗଞ୍ଜାମରେ ରଥଯାତ୍ରା; ମାଉସୀ ମା’ ମନ୍ଦିରରେ ପହଞ୍ଚି ଦର୍ଶନ ଦେଲେ ତିନି ଠାକୁର, କୁନି ଭକ୍ତ କଲେ….

ଗଞ୍ଜାମ,୧୬।୭(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଚଳିତ ବର୍ଷ ରଥଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଛି । ବଡ଼ ବଜାର ସ୍ଥିତ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି…

ISROର ୧୦୦ ସାଇଣ୍ଟିଷ୍ଟ ଚାକିରି ଛାଡିବା ପରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୬।୭: ଭାରତ ସରକାର ISRO ବୈଜ୍ଞାନିକମାନଙ୍କ ପାଇଁ ଇସ୍ତଫା ଏବଂ ଅକାଳ ଅବସର ସମ୍ପର୍କିତ ନିୟମକୁ କଡ଼ାକଡ଼ି କରିଛନ୍ତି। ଏକ ସରକାରୀ ନିର୍ଦ୍ଦେଶରେ ISROରେ ଗ୍ରୁପ A…

Puri Rath Yatra: ବଡ଼ଦାଣ୍ଡରେ ଗଡ଼ିଲା ରଥ, ଶରଧାବାଲି ଅଭିମୁଖେ ବଡ଼ ଠାକୁରଙ୍କ ତାଳଧ୍ବଜ

ପୁରୀ,୬।୭: ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଛି ରଥଟଣା। ବଡ଼ଦାଣ୍ଡରେ ଗଡ଼ିଲା ପ୍ରଭୁ ବଡ଼ ଠାକୁରଙ୍କ ତାଳଧ୍ବଜ ରଥ। ଲକ୍ଷାଧିକ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର।…

ପୁରୁଷୋତ୍ତମପୁରରେ ରଥଯାତ୍ରା: ବର୍ଷାରେ ଭିଜିଲେ କାଳିଆ ସାଆନ୍ତ

ପୁରୁଷୋତ୍ତମପୁର,୧୬ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ହେଲେ ଦୀର୍ଘ ୪ ଦିନ ଧରି ଦାଉ ସାଧି ଲାଗିରହିଥିବା ଲଗାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri