Posted inଜାତୀୟ

କପିଲ ଗୁଜ୍ଜର ଏଏପି ସଦସ୍ୟ

ନୂଆଦିଲ୍ଲୀ, ୫ା୨: ଦିଲ୍ଲୀର ଶାହିନ୍‌ବାଗରେ ଗତ ସପ୍ତାହରେ ହୋଇଥିବା ସିଏଏ ବିରୋଧୀ ବିକ୍ଷୋଭ ବେଳେ ଗୁଳି ଫୁଟାଇ ଗିରଫ ହୋଇଥିବା ୨୩ ବର୍ଷୀୟ କପିଲ ଗୁଜ୍ଜର ଏଏପି ସଦସ୍ୟ ବୋଲି ପୋଲିସ କହିଛି। କ୍ରାଇମ୍‌ ବ୍ରାଞ୍ଚର ବରିଷ୍ଠ ଅଧିକାରୀ ରାଜେଶ୍‌ ଦେଓ କହିଛନ୍ତି, ତଦନ୍ତ ପରେ କପିଲଙ୍କ ଫୋନ୍‌ରୁ ଏହି ତଥ୍ୟ ମିଳିଛି। ଜେରାବେଳେ କପିଲ ଓ ତାଙ୍କ ପିତା ଚୌଧୁରୀ ଗଜେ ସିଂ ୨୦୧୯ରେ ଏଏପିରେ ଯୋଗ ଦେଇଥିବା ସ୍ପଷ୍ଟ ହୋଇଛି। ପ୍ରକାଶଥାଉ କି, ପୂର୍ବତନ ବିଏସ୍‌ପି ନେତା ଗଜେ ସିଂ ୨୦୦୮ ଓ ୨୦୧୨ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଓ ପୌର ନିର୍ବାଚନ ଲଢ଼ିଥିଲେ। କେଜ୍‌ରିଓ୍ବାଲଙ୍କ ଏଏପିରେ ଗତବର୍ଷ ବାପା-ପୁଅ ଯୋଗ ଦେଇଥିବା ସ୍ପଷ୍ଟ ହୋଇଛି ବୋଲି ପୋଲିସ କହିଛି। ଏଠାରେ ଉଲ୍ଲେଖଯୋଗ୍ୟ, କପିଲ ସିଏଏ ବିରୋଧୀ ବିକ୍ଷୋଭ ସ୍ଥଳ ନିକଟରେ ଦୁଇଟି ଗୁଳି ଫୁଟାଇଥିଲେ ହେଁ କେହି ମୃତାହତ ହୋଇ ନ ଥିଲେ। ଏହା ପରେ ପୋଲିସ ସଙ୍ଗେ ସଙ୍ଗେ ତାଙ୍କୁ କାବୁକରି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଛାଡିଲେ ଉର୍ମିଳା

ମୁମ୍ବାଇ,୧୦।୯: କଂଗ୍ରେସକୁ ଲାଗିଛି ବଡ ଝଟ୍‌କା। ବଲିଉଡ୍‌ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଚଳିତ ବର୍ଷ ଲୋକ ସଭା ନିର୍ବାଚନରେ କଂଗ୍ରେସରେ ଯୋଗ ଦେଇଥିବା ବେଳେ ମାତ୍ର...

କୋଲକାତାରେ ପହଞ୍ଚିଲେ ଶେଖ୍‌ ହସିନା, ଗାଙ୍ଗୁଲି କଲେ ସ୍ବାଗତ

କୋଲକାତା,୨୨।୧୧: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଶୁକ୍ରବାରଠାରୁ ଐତିହାସିକ ଇଡେନ ଗାର୍ଡେନ୍ସ ମୈଦାନରେ ଦିବାରାତ୍ର ଟେଷ୍ଟ ଖେଳାଯିବ। ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଯାଉଛି।...

ମାର୍ଚ୍ଚରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ନାଗରିକଙ୍କୁ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ,୧୫।୨: ମାର୍ଚ୍ଚ ମାସରୁ ୫୦ ବର୍ଷ ବୟଷରୁ ଊର୍ଦ୍ଧ୍ୱ ନାଗରିକଙ୍କୁ କରୋନା ଟିକାକରଣ କରାଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ସୋମବାର ଘୋଷଣା କରିଛନ୍ତି।...

ମାର୍କେଟରେ ମିଳୁଛି ମମତା-ମୋଦି ରାଖୀ

ନୂଆଦିଲ୍ଲୀ,୧୪।୮: ରାତି ପାହିଲେ ଦେଶରେ ଭାଇ ଭଉଣୀଙ୍କର ପବିତ୍ର ବନ୍ଧନର ପ୍ରତୀକ ଗହ୍ମାପୂର୍ଣ୍ଣିମା ପାଳନ କରାଯିବ। ଏନେଇ ଦୋକାନ ବଜାର ଚଳଚଞ୍ଚଳ ହୋଇଉଠିଛି। ସହରରେ ଚାରିଆଡେ...

ସ୍ମୃତି ଇରାନୀଙ୍କ ମୁଖ୍ୟ ସହଯୋଗୀଙ୍କ ହତ୍ୟାକାରୀ ଗିରଫ

ଆମେଥି,୧।୬: ଉତ୍ତର ପ୍ରଦେଶ ଆମେଥି ଲୋକ ସଭା ଆସନର ଭାଜପା ନେତ୍ରୀ ସ୍ମୃତି ଇରାନିଙ୍କ ମୁଖ୍ୟ ସହଯୋଗୀ ସୁରେନ୍ଦ୍ର ସିଂଙ୍କୁ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତଙ୍କୁ...

ଚନ୍ଦ୍ରୟାନ-୩ ପାଇଁ ଆରମ୍ଭ ହେଲାଣି କାମ: କେ. ଶିବନ

ବେଙ୍ଗାଲୁରୁ,୨୨।୧: ଚନ୍ଦ୍ରୟାନ-୩ ପାଇଁ କାମ ଆରମ୍ଭ ହୋଇ ସାରିଛି। ଏହାର ନିର୍ମାଣରେ ବୈଜ୍ଞାନିକମାନେ ଉତ୍ସାହର ସହିତ କାର୍ଯ୍ୟ ଜାରି ରଖିଛନ୍ତି ବୋଲି ଇସ୍ରୋ ମୁଖ୍ୟ କେ.ଶିବନ...

ଚାଲିଛି ରାହୁଲଙ୍କ ଉତ୍ତରାଧିକାରୀ ଖୋଜା: ଚର୍ଚ୍ଚାରେ ପାଇଲଟ୍‌, ସିନ୍ଧିଆଙ୍କ ନାମ

ନୂଆଦିଲ୍ଲୀ, ୫ା୮(ପି.ଟି.): କଂଗ୍ରେସ କାର୍ଯ୍ୟକାରୀ କମିଟି(ସିଡବ୍ଲ୍ୟୁସି) ବୈଠକ ଅଗଷ୍ଟ ୧୦ରେ ବସିବାକୁ ଯାଉଛି। ଏହି ବୈଠକରେ ଦଳର ନେତା କିଏ ହେବ, ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି...

ଆଗକୁ ସ୍ବାଧୀନତା ଦିବସ: ନିୟନ୍ତ୍ରଣ ରେଖାରେ ୧୧୦ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ସୁଯୋଗ ଅପେକ୍ଷାରେ

ଶ୍ରୀନଗର, ୧।୮: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାରେ ଥିବା ପାକିସ୍ତାନ ଲଞ୍ଚ୍‌ପ୍ୟାଡ୍‌ରେ ୧୧୦ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ସୁଯୋଗକୁ ଅପେକ୍ଷା କରିଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ...

BGU
Play 250+ Trending Games
Archives

Model This Week

Why Dharitri