କନ୍ଦାଉଛି କରୋନାଭାଇରସରେ ପୀଡିତ ବୃଦ୍ଧ ଦମ୍ପତିଙ୍କ ଶେଷ ଗୁଡବାୟ ଭିଡିଓ

ବେଜିଂ,୪।୨: ସାରା ବିଶ୍ୱକୁ ଡରାଉଛି କରୋନାଭାଇରସ। ଚାଇନାରେ ଏବେ କରୋନାଭାଇରସରେ ୪୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ହଜାରୁ ଊର୍ଦ୍ଧ୍ୱ ଲୋକ ଏବେ ଏଥିରେ ଆକ୍ରନ୍ତ ଅଛନ୍ତି। ଏହି କରୋନାଭାଇରସରେ ପୀଡିତ ଚାଇନାର ଏକ ବୃଦ୍ଧ ଦମ୍ପତିଙ୍କ ଭିଡିଓ ଏବେ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି। ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଏହି ଦମ୍ପତି କରୋନାଭାଇରସରେ ପୀଡିତ ଥିବା ବେଳେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ସମୟରେ ଉଭୟେ ଶେଷଥର ପାଇଁ ପରସ୍ପରକୁ ଗୁଡବାୟ କହୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଯାହା ଦେଖିବା ପରେ ଯେ କେହି କାନ୍ଦି ପକାଉଛନ୍ତି। ଇଣ୍ଟରନେଟରେ ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଜଣେ ସୋସିଆଲ ମିଡିଆ ୟୁଜର ଏହି ଭିଡିଓକୁ ଅପଲୋଡ କରିବା ପରେ କ୍ୟାପଶନରେ ଲେଖିଛନ୍ତି, ଏକ ଯୋଡିର ଅର୍ଥ କ’ଣ ହୋଇପାରେ? ୮୦ ବର୍ଷ ବୟସରେ ୨ ବରିଷ୍ଠ ରୋଗୀ ଆଇସିୟୁରେ ଗୁଡବାୟ କହିବା, ହୁଏତ ଏହା ସେମାନଙ୍କର ଶେଷଥର ସାକ୍ଷାତ୍‌ ହୋଇଥାଇପାରେ। ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ନେତାନ୍ୟାହୁ ବିଫଳ:ଇସ୍ରାଏଲରେ ହେବ ସାନି ନିର୍ବାଚନ

ଜେରୁଜେଲମ୍‌,୩୧।୫ :(ପି.ଟି.):ପୁଣି ଇସ୍ରାଏଲରେ ଜାତୀୟ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ମିଳିତ ସରକାର ଗଠନ କରିବାରେ ବିଫଳ ହେବା ପରେ ଦେଶରେ ପ୍ରଥମଥର ଲାଗି ଏଭଳି...

ବାଂଲାଦେଶର ସୀମାସ୍ତମ୍ଭରୁ ହଟିଲା ପାକିସ୍ତାନ

ଢାକା,୧୪ା୯(ଆଇଏଏନ୍‌ଏସ୍‌): ବାଂଲାଦେଶ ମୁକ୍ତି ଯୁଦ୍ଧର ୪୮ ବର୍ଷ ପରେ ଏହି ଦେଶର ସମସ୍ତ ସୀମାସ୍ତମ୍ଭ (ବୋର୍ଡର ପିଲାର)ରୁ ପାକିସ୍ତାନର ନାମକୁ ହଟାଇ ଦିଆଯାଇଛି। ୧୯୪୭ରେ ଦେଶ...

ଭାରତରେ ୧ କୋଟିରୁ ଊର୍ଦ୍ଧ୍ୱ ଲୋକ ସ୍ବାଗତ କରିବେ: ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ,୨୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ୨୪ରେ ଭାରତ ଗସ୍ତରେ ଆସିବେ। ଭାରତରେ ୧ କୋଟିରୁ ଊର୍ଦ୍ଧ୍ୱ ଲୋକ ତାଙ୍କୁ ସ୍ବାଗତ କରିବେ ବୋଲି...

ଭାରତରେ ୨୭ କୋଟିରୁ ଅଧିକ ଶିଶୁଙ୍କ ରକ୍ତରେ ଜହର

ଜେନେଭା, ୨।୮: ଭାରତରେ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ଦେଶର ୨୭ କୋଟି ୫୦ ଲକ୍ଷରୁ...

କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକଙ୍କ ମୁହଁ ବନ୍ଦ କରିଛି ଚାଇନା

ବେଜିଂ,୫।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଦେଶରେ ପ୍ରତିଷେଧକ ଟୀକା...

ଆଣ୍ଡ୍ରିଆ ମେଜା ହେଲେ ମିସ ୟୁନିଭର୍ସ

ଫ୍ଲୋରିଡା,୧୭।୫: ମିସ ୟୁନିଭର୍ସ ୬୯ତମ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ବିଜେତା ଘୋଷିତ ହୋଇଛି। ମେକ୍ସିକୋର ଆଣ୍ଡ୍ରିଆ ମେଜା ମିସ ୟୁନିଭର୍ସ ୨୦୨୦ ଟାଇଟଲ ଜିତିଛନ୍ତି। ଦ୍ୱିତୀୟ ଏବଂ...

ବଳାତ୍କାର ବୃଦ୍ଧି ପାଇଁ ପାଶ୍ଚାତ୍ୟ ସଂସ୍କୃତି ଦାୟୀ: ଇମ୍ରାନ

ଇସଲାମାବାଦ, ୮ା୪: ଦିନକୁ ଦିନ ବଳାତ୍କାର ମାମଲା ବୃଦ୍ଧି ପାଇଁ ଅଶ୍ଳୀଳତା, ପାଶ୍ଚାତ୍ୟ ସଂସ୍କୃତି ଦାୟୀ ବୋଲି କହି ବିବାଦରେ ଫସିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ...

ନ୍ୟୁଜିଲାଣ୍ଡକୁ ପୁଣି ଫେରିଲା କରୋନା: ୨ ନୂଆ ପଜିଟିଭ୍‌ ଚିହ୍ନଟ

ୱେଲିଂଟନ,୧୬।୬: ନ୍ୟୁଜିଲାଣ୍ଡକୁ ପୁଣି ଫେରିଛି କରୋନା। ସମ୍ପୂର୍ଣ୍ଣ କରୋନାମୁକ୍ତ ଦେଶ ଭାବେ ଘୋଷଣା ହେବାର ସପ୍ତାହେ ପରେ ନ୍ୟୁଜିଲାଣ୍ଡରେ ପୁଣି ୨ ଜଣ କରୋନା ପଜିଟିଭ୍‌...

Advertisement


Archives

Model This Week

Why Dharitri