Posted inଜାତୀୟ

କନୌଜ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ମୋଦି, ରାହୁଲ

କନୌଜ,୧୧।୧: ଉତ୍ତରପ୍ରଦେଶ କନୌଜ ଜିଲାରେ ଶୁକ୍ରବାର ରାତିରେ ଏକ ଘରୋଇ ଡବଲ ଡେକର ବସ୍‌ ସହ ଟ୍ରକ୍‌ ମୁହାଁମୁହିଁ ଦୁର୍ଘଟଣାରୁ ୨ଟି ଗାଡିରେ ନିଆଁ ଲାଗିଯାଇଥିଲା। ଏଥିରେ ୨୦ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୨୫ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ଶନିବାର ସକାଳେ ମୋଦି ଟୁଇଟ କରି କନୌଜରେ ହୋଇଥିବା ଭୟଙ୍କର ସଡ଼କ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେହିପରି ଏହି ଦୁର୍ଘଟଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇ ଆହତଙ୍କ ଶୀଘ୍ର ସୁସ୍ଥ କାମନା କରିଛନ୍ତି। ସେହିଭଳି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ବିଏସ୍‌ପି ସୁପ୍ରିମୋ ମାୟାବତୀ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରି ପୀଡ଼ିତ ପରିବାର ଓ ଯାତ୍ରୀଙ୍କୁ ଯଥାସମ୍ଭବ ସହାୟତା ଯୋଗାଇଦେବା ପାଇଁ ନିବେଦନ କରିଛନ୍ତି। ଅପରପକ୍ଷେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘନ କୁହୁଡି ଯୋଗୁ ଏହି ଦୁର୍ଘଟଣା ଘଟିଲା ବୋଲି କହିଛନ୍ତି। ସରକାରଙ୍କ ପକ୍ଷରୁ ପ୍ରତି ମୃତକଙ୍କ ପରିବାରବର୍ଗଙ୍କୁ ୨ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ହଜାର ଟଙ୍କା ସହାୟତା ରାଶି ଦିଆଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧ ଗୋଚରରେ ଆଜିଠୁ ଆରମ୍ଭ ହେଲା ୫ ରାଶିଙ୍କ ନୂଆ ଅଧ୍ୟାୟ! ଧନଲାଭ ସହ ଚାକିରିରେ ପ୍ରମୋସନ ଯୋଗ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ। ଅକ୍ଟୋବର ୧୨ ତାରିଖ ସନ୍ଧ୍ୟା ୬ଟା ୪୮ ମିନିଟରେ ବୁଧ…

ଇମ୍ରାନଙ୍କ ମୁକ୍ତି ଦାବି ତେଜିଲା: ଆନ୍ଦୋଳନକାରୀ ରାଜଧାନୀ ମୁହାଁ, ପାକିସ୍ତାନରେ ଜରୁରୀକାଳୀନ ସ୍ଥିତି ଘୋଷଣା

ଇସଲାମାବାଦ,୧୨।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମୁକ୍ତ କରିବା ଦାବିରେ ଦେଶରେ ଆନ୍ଦୋଳନ ତିବ୍ର ହେବାରେ ଲାଗିଛି। ଆନ୍ଦୋଳନକାରୀ ରାଜଧାନୀ ମୁହାଁ ହୋଇଛନ୍ତି। ଫଳରେ ପାକିସ୍ତାନରେ ରାଜନୈତିକ…

ଜ୍ଞାନେଶ କୁମାରଙ୍କ ଆଗରେ ରାହୁଲଙ୍କ ବଡ଼ ସର୍ତ୍ତ: କହିଲେ- ଏମିତି କଲେ ଆମେ ଛାଡ଼ିଦେବୁ…

ନୂଆଦିଲ୍ଲୀ,୧୨।୧୦: ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ସମେତ ବିରୋଧୀ ଦଳ। ସୋମବାର (୧୨ ଅକ୍ଟୋବର) ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜ୍ଞାନେଶ କୁମାରଙ୍କୁ ଇସ୍ତଫା ଦେଇ ଏହି…

ଭାରତୀୟ କ୍ରିକେଟ୍‌ର ଗୁମର ଖୋଲିଲେ ଗାଭାସ୍କର: ଦେଲେ ଚାଞ୍ଚଲ୍ୟକର ମନ୍ତବ୍ୟ

ନୂଆଦିଲ୍ଲୀ,୧୨।୧୦:ଭାରତୀୟ ଘରୋଇ କ୍ରିକେଟର ସବୁଠାରୁ ପ୍ରତିଷ୍ଠିତ ପ୍ରଥମ ଶ୍ରେଣୀ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। ରଣଜୀ ଟ୍ରଫିରେ…

ସୁସ୍ଥ ଶରୀର ପାଇଁ ଜଳ ଜରୁରୀ, ହାର୍ଟ-ଲିଭରକୁ ସୁରକ୍ଷା ଦେବା ସହ…

ଆମ ଶରୀର ପାଇଁ ଜଳ କେତେ ଉପକାରୀ, ତାହା କହିବା ବାହୁଲ୍ୟ ମାତ୍ର। ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ବ୍ୟତୀତ ଆବଶ୍ୟକ ମୁତାବକ ପାଣି ପିଇବା…

ଏମିତି କରି T20ରେ ବିଶ୍ୱ ରେକର୍ଡ ସ୍ଥାପନ କରିଛି ୱେଷ୍ଟଇଣ୍ଡିଜ; ଭାରତ ରହିଛି ପଛରେ

ନୂଆଦିଲ୍ଲୀ,୧୨।୧୦: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ T20 କ୍ରିକେଟରେ ଇତିହାସ ସୃଷ୍ଟି କରିଛି। ରବିବାର ଭାରତ ବିପକ୍ଷ ତୃତୀୟ T20 ମ୍ୟାଚରେ କାରିବିଆନ ଦଳ ମୋଟ ୧୩ଟି ଛକା…

ଦୁଇ ବାଇକ୍‌ଆରୋହୀଙ୍କୁ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ, କ୍ଷତିପୂରଣ ଦାବି କରି…

ହେମଗିର,୧୨ା୧୦(ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁରୁବଗା ବାଇପାସ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ…

ବଦଳିଲା କ୍ରିକେଟ ମ୍ୟାଚର ସ୍ଥାନ, ଏଥିପାଇଁ ଦାୟୀ ରହିବ କି ପାକିସ୍ତାନ ରାଜନୀତି? ଜାଣନ୍ତୁ…

ଇସଲାମାବାଦ,୧୨।୧୦: ପାକିସ୍ତାନର ରାଜନୈତିକ ସଙ୍କଟର ପ୍ରଭାବ ବର୍ତ୍ତମାନ କ୍ରିକେଟ ଉପରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଛି। ଖୈବର ପଖତୁନଖୱା ଅଞ୍ଚଳରେ ପାକିସ୍ତାନ ସରକାରଙ୍କ ଦ୍ୱାରା ନିକଟରେ ଜରୁରୀକାଳୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?