କନିଷ୍ଠ ଯନ୍ତ୍ରୀ ନିଖୋଜ: ଥାନାରେ ମାମଲା ରୁଜୁ

ଜୟପୁର, ୭।୧(ନି.ପ୍ର): କୋରାପୁଟ ଜିଲା ବୋରିଗୁମ୍ମାରେ କାର୍ଯ୍ୟରତ ଆରଡବ୍ଲୁଏସ୍‌ଏସ୍‌ର ଜଣେ କନିଷ୍ଠ ଯନ୍ତ୍ରୀ ସୋମବାର ନିଖୋଜ ହୋଇଯାଇଛନ୍ତି। ଏହି ଘଟଣାକୁ ନେଇ ଆରଡବ୍ଲୁଏସ୍‌ଏସ ଏସ୍‌ଡିଓ ବିସିଂହପୁର ଥାନାରେ ଏତଲା ଦେଇଛନ୍ତିି। ପୋଲିସ ଏତଲା ପାଇ ଖୋଜାଖୋଜି ଆରମ୍ଭ କରିଛି। ନିଖୋଜ ଥିବା କନିଷ୍ଠ ଯନ୍ତ୍ରୀ ଜଣକ ଭେଙ୍କଟେଶ୍ୱର ରାଓ ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ସୋମବାର ଆରଡବ୍ଲୁଏସ୍‌ଏସ୍‌ ବିଭାଗର ଏକ ଗାଡି ଯୋଗେ କିଛି ପ୍ରକଳ୍ପ ଦେଖିବା ପାଇଁ ବୋରିଗୁମ୍ମା ବ୍ଲକର ଏସ୍‌ଡିଓ, ଦୁଇଜଣ ଜେଇ ଏବଂ ଦୁଇଜଣ କଣ୍ଟ୍ରାକ୍ଟର ହରଡ଼ାଗୁଡାକୁ ଯାଇଥିଲେ। ହେଲେ ସେଠାରୁ କନିଷ୍ଠ ଯନ୍ତ୍ରୀ ରାଓ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ପତ୍ତା ମିଳି ନ ଥିଲା। ଶେଷରେ ସେ ନିଖୋଜ ଥିବା ନେଇ ଥାନାରେ ମାମଲା ରୁଜୁ କରାଯାଇଥିଲା। ଅନ୍ୟପଟେ ଘଟଣାର ୨୪ ଘଣ୍ଟା ପରେ ବି ରାଓଙ୍କ କୌଣସି ଖୋଜଖବର ମିଳୁନି। ତାଙ୍କ ଫୋନ ମଧ୍ୟ ଲାଗୁନି। ଏ ନେଇ ତାଙ୍କ ସ୍ତ୍ରୀ ବୋରିଗୁମ୍ମା ଏସ୍‌ଡିପିଓ ହରେକୃଷ୍ଣ ମାଝିଙ୍କୁ ଭେଟି ସ୍ବାମୀଙ୍କୁ ଶୀଘ୍ର ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭୭ ବର୍ଷରେ ଯୋଗ: ପାଣିରେ ପଦ୍ମାସନ-ଶବାସନ କରି ଚର୍ଚ୍ଚାରେ ଶିବାଜୀ

କଟକ ଅଫିସ,୨୧।୬: ଶୁକ୍ରବାର ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ କଟକ ଚାନ୍ଦିନିଚୌକ ବ୍ରାହ୍ମଣସାହିର ଜଣେ...

ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା

କଟକ ଅଫିସ,୧୩ା୧୦: ସ୍ଥାନୀୟ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟକୁ ୟୁଜିସି ମାନ୍ୟତା ମିଳିଛି। ୟୁଜିସି ଅଧିନିୟମ ୧୯୫୬, ଧାରା ୨(ଏଫ୍‌) ଅନୁଯାୟୀ, ୟୁନିଭର୍ସିଟି ଗ୍ରାଣ୍ଟ କମିଶନ (ୟୁଜିସି)...

ସଙ୍କଟରେ ସୋସିଆଲ ମିଡିଆ ‘ରାଉଟର’

ନାକଟିଦେଉଳ,୭ା୨(ଡି.ଏନ୍‌.ଏ.): ସୋସିଆଲ ମିଡିଆ ରାଉଟର ଚଳାଇବା ପାଇଁ ଭାରତର ସର୍ବକନିଷ୍ଠ ଡେଭଲପର ଆୟୁଷ ରଞ୍ଜନ ରାଉତ ଏବେ ସରକାରୀ ସହାୟତା ଲୋଡ଼ିଛନ୍ତି। ଏଥିପାଇଁ ସେ ଶନିବାର...

ମେଳଣରେ ସାମିଲ ହେଲା ୬୦ରୁ ଊର୍ଦ୍ଧ୍ୱ ଦୋଳ ବିମାନ

ଭଦ୍ରକ ଅଫିସ,୮।୩: ଭଦ୍ରକ ଜିଲା ଅଗରପଡ଼ା ରାମଗଡ଼ ମେଳଣରେ ୬୦ରୁ ଊର୍ଦ୍ଧ୍ୱ ଦୋଳ ବିମାନ ସାମିଲ ହୋଇଛନ୍ତି। ବୁଧବାର ଭୋରରୁ ରାଜାଗଡ଼, ପୁରୁଷଣ୍ଢ, କାଣ୍ଡବା, ମହାନ୍ତିପଡ଼ା,...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ବାଲିପାଟଣା,୨୪(ଡି.ଏନ୍‌.ଏ.): ବାଲିପାଟଣା ଥାନା ଅନ୍ତର୍ଗତ ଭାକରସାହି ଗ୍ରାମରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ରଶ୍ମିରଞ୍ଜନ ବିଶ୍ୱାଳ। ହେଲେ ରଶ୍ମିରଞ୍ଜନଙ୍କ...

ଉତ୍ତମ ପ୍ରଶାସନ ଯୋଗାଇବାରେ ବିଫଳ ହେଉଛି ରାଜ୍ୟ: ଗୁଡ୍‌ ଗଭର୍ନାନ୍ସରେ ଓଡ଼ିଶାର ସ୍ଥାନ ୧୪

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): ଉତ୍ତମ ପ୍ରଶାସନିକ ସୁବିଧା ଯୋଗାଇବା ସହ ସରକାରୀ ଯୋଜନାଗୁଡ଼ିକର ଲାଭ ଲୋକଙ୍କ ନିକଟରେ କିଭଳି ପହଞ୍ଚୁଛି ସେ ନେଇ କେନ୍ଦ୍ର ସରକାର ଉତ୍ତମ ପ୍ରଶାସନ...

ଅପରାଜିତା ପବ୍ଲିସିଟି ରାଜନୀତି ନ କରନ୍ତୁ: ମେୟର

ଭୁବନେଶ୍ୱର,୩୦।୮(ବ୍ୟୁରୋ)”ଭୁବନେଶ୍ୱରରେ ଡମ୍ପିଂୟାର୍ଡ ସମସ୍ୟା ଭିତରେ ବିଏମ୍‌ସି ଛନ୍ଦି ହୋଇପଡ଼ିଛି। ଏଥିପାଇଁ ବିଏମ୍‌ସିକୁ ବହୁ ସମାଲୋଚନାର ଶିକାର ହେବାକୁ ପଡୁଛି। ରବିବାର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଡମ୍ପିଂୟାର୍ଡର...

ଏଣିକି ୧ ନମ୍ବର ପ୍ଲାଟଫର୍ମରେ ରହିବ ହୀରାଖଣ୍ଡ

ଜୟପୁର,୧୪ା୧୨ (ନି.ପ୍ର.): ପୂର୍ବତଟ ରେଳବାଇର ଓ୍ବାଲଟିୟର ଡିଭିଜନ ଡିଆର୍‌ଏମ ଅନୁପ ଶତପଥୀ ଜଗଦଲପୁରରୁ ବିଶାଖାପାଟଣା ଗସ୍ତ ସମୟରେ ଜୟପୁର ରେଳ ଷ୍ଟେସନରେ ସମୀକ୍ଷା କରିଛନ୍ତି। ଡିଆରଏମଙ୍କ...

Advertisement
Archives

Model This Week