କଥା ବଦଳାଇଲେ ସୁର: କହିଲେ ‘ବିରୋଧୀ ଦଳ କଂଗ୍ରେସ ଭବନକୁ ବାଉନ୍ସର ପଠାଇଥାଇପାରନ୍ତି’

ଭୁବନେଶ୍ୱର,୨୧।୧(ବ୍ୟୁରୋ): କଂଗ୍ରେସ ଭବନରେ ବାଉନ୍ସର ପ୍ରବେଶ ଘଟଣାକୁ ପ୍ରଥମେ ବିଧାୟକ ସୁର ରାଉତରାୟ ତୀବ୍ର ବିରୋଧ କରିଥିବା ବେଳେ ମଙ୍ଗଳବାର ନିଜ କଥାକୁ ବଦଳାଇଛନ୍ତି। ପ୍ରସଙ୍ଗରେ ପୁଣି ଥରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, କିଏ ବାଉନ୍ସର ପଠାଇଲା ତାହା ଜାଣିନାହିଁ। ବିରୋଧୀ ଦଳ ସେମାନଙ୍କୁ ପଠାଇଥାଇପାରନ୍ତି। ଦଳକୁ ବଦନାମ କରାଯାଇଛି ବୋଲି ସେ କହିଛନ୍ତି।
ପୂର୍ବରୁ ସୁର ବରିଷ୍ଠ ନେତାମାନଙ୍କୁ ସମାଲୋଚନା କରି କହିଥିଲେ ଯେ, ଦଳୀୟ କାର୍ଯ୍ୟାଳୟକୁ ସେମାନଙ୍କୁ ଆଣିବା ଠିକ୍‌ ହୋଇନାହିଁ। ରାଜନୀତିରେ ଏମିତି ହେବା ଉଚିତ ନୁହେଁ। ଗୁଣ୍ଡା ଶାସନକୁ ବରଦାସ୍ତ କରାଯିବ ନାହିଁ। ଆମକୁ କ’ଣ ବାଉନ୍ସର ବଳିଯିବେ। ଆମେ ଡାକିଲେ ୫ ହଜାର ଲୋକ ଆସିିବେ, ବାଉନ୍ସର କ’ଣ କରିବେ ବୋଲି ସେ କହିଥିଲେ।
ଅପରପକ୍ଷେ ଘଟଣାକୁ ନେଇ ଚାରିଆଡ଼େ ପ୍ରଶ୍ନ କରାଯାଉଛି। ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧା ଦାବିରେ ଅନଶନ

ସାରସକଣା,୬ା୨- ମୟୂରଭଞ୍ଜ ଜିଲା ଝାରପୋଖରିଆ ସ୍ଥିତ ବସ୍‌ଷ୍ଟାଣ୍ଡଠାରେ ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ଦାବିରେ ସ୍ଥାନୀୟ ଅଞ୍ଚଳର କ୍ଷୀରୋଦ ଚନ୍ଦ୍ର ଦାସ ଆମରଣ ଅନଶନରେ...

ଚାଷୀଙ୍କୁ ମିଳୁନି ଟୋକନ, ଖଳାରେ ପଡିଛି ଧାନ

ଗୁଣପୁର,୬ା୧୨(ଡି.ଏନ୍‌.ଏ.): ଚାଷୀଙ୍କ ଏବେ ବିଷମ ସ୍ଥିତି। ବର୍ଷ ତମାମ ଜମିରେ ଖଟି ଧାନ ସଂଗ୍ରହ କରିଥିବାବେଳେ ଏବେ ତାହାକୁ ବିକ୍ରି କରିବାକୁ ନେଇ ଦେଖାଦଇଛି ଜଟିଳ...

କରୋନା ଯୋଦ୍ଧାଙ୍କୁ ଅସମ୍ମାନ: ଡାକ୍ତରଙ୍କୁ ଘରେ ପୂରାଇଦେଲେନି ଗ୍ରାମବାସୀ

ଭୁବନେଶ୍ୱର,୧୦।୫ (ବ୍ୟୁରୋ): କରୋନା ଯୋଦ୍ଧାଙ୍କୁ ରାଜଧାନୀ ଉପକଣ୍ଠ ନନ୍ଦନକାନନ ଥାନା ଗଣ୍ଡରପୁର ଅଞ୍ଚଳରେ ଅସମ୍ମାନ କରାଯାଇଛି। ରାଜ୍ୟ ବାହାରୁ ଫେରିଥିବା ଜଣେ ଡାକ୍ତର ଓ ତାଙ୍କ...

ଦୃଷ୍ଟିହୀନ ଛାତ୍ରଙ୍କୁ ମିଳୁନି ହଷ୍ଟେଲ୍‌

ବ୍ରହ୍ମପୁର ଅଫିସ୍‌,୨୭ା୮-ଖଲ୍ଲିକୋଟ ଜୁନିୟର୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୃଷ୍ଟିହୀନ ଛାତ୍ରଙ୍କୁ ରହିବା ପାଇଁ ହଷ୍ଟେଲ୍‌ରେ ସିଟ୍‌ ମିଳୁନି। ଏହାକୁ ନେଇ ଦୃଷ୍ଟିହୀନ ଛାତ୍ରମାନେ ଅସନ୍ତୋଷ ପ୍ରକାଶ...

କୋରାପୁଟରେ ସର୍ବଦଳୀୟ ବୈଠକ

କୋରାପୁଟ,୧୧।୧୧(ସ୍ବ.ପ୍ର.): କୋଟିଆ ଗ୍ରାମପୁଞ୍ଜକୁ ନେଇ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ନେଇ ମଙ୍ଗଳବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଆଜି ଆଉ ୧୦ ଜୀବନ ନେଲା କରୋନା, ୬୨୬ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର,୧୩ା୯(ବ୍ୟୁରୋ): ରବିବାର ରାଜ୍ୟରୁ ଆଉ ୧୦ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୨୬କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ...

ମଡର୍ନ ବସ୍‌ପୋର୍ଟ: ଉତ୍ତର ଦେଲାନି ରେଲଓ୍ବେ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ନିକଟରେ ରାଜ୍ୟ ସରକାର ଭୁବନେଶ୍ୱରର ବରମୁଣ୍ଡା ବସ୍‌ଷ୍ଟାଣ୍ଡକୁ ଅତ୍ୟାଧୁନିକ ରୂପ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ଘୋଷଣା ପରେ...

ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ଖୋଲିଲାନି ଏକାଦଶ: ହାଇକୋର୍ଟ ଯିବାକୁ ଅଭିଭାବକଙ୍କ ଚେତାବନୀ

ନୟାଗଡ଼ ଅଫିସ,୨୬।୫-ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ଚଳିତ ବର୍ଷ ଏକାଦଶ ଶ୍ରେଣୀ ନ ଖୋଲିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି। ଅଭିଭାବକ ସଂଘ ଏ ନେଇ ହାଇକୋର୍ଟ...

Advertisement
Archives

Model This Week