କଣ୍ଟେନମେଣ୍ଟ ଉଠାଇବା ଦାବି: ଘରୁ ବାହାରି ଜାତୀୟ ରାଜପଥ ଅବରୋଧ କଲେ ଅଞ୍ଚଳବାସୀ

କେନ୍ଦୁଝର, ୨।୬(ସ୍ବ.ପ୍ର.): କେନ୍ଦୁଝର ସହର ନିହାଲସିଂ ଛକ ନିକଟ କିମିରିଡୋଲି ସାହିରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଉକ୍ତ ସାହିକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ସେଠାରେ ପୋଲିସ ମୂତୟନ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ତେବେ ସ୍ଥାନୀୟ ଅଧିକାଂଶ ଲୋକ ଦିନମଜୁରିଆ ହୋଇଥିବାରୁ ଦୀର୍ଘ ଦିନ ହେଲା ସେମାନେ କାମକୁ ଯାଇ ନ ପାରି ଭୋକ ଓପାସରେ ରହୁଛନ୍ତି। ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳୁ ନାହିଁ। ତେଣୁ ସେମାନେ ମଙ୍ଗଳବାର ସକାଳୁ ଘରୁ ବାହାରି କଣ୍ଟେନମେଣ୍ଟ ଅଞ୍ଚଳ ବାହାରକୁ ଆସି ୪୯ ନଂ. ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ପରେ ଟାଉନ୍‌ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ସହ ଆଲୋଚନା ପରେ ସମସ୍ୟାର ସମାଧାନ ନେଇ ପଦକ୍ଷେପ ନେବେ ବୋଲ ପ୍ରତିଶ୍ରୁତି ଦେବା ପରେ ଅବରୋଧ ହଟିଥିଲା। ସେମାନେ ସମସ୍ତେ ଦିନ ମଜୁରିଆ ତେଣୁ ମଜୁରୀ ଲାଗିଲେ ଘର ଚଳେ। ଏଣୁ କଣ୍ଟେନମେଣ୍ଟ ଉଠାଯାଉ ନଚେତ ସହାୟତା ଦିଆଯାଉ ବୋଲି ସେମାନେ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନ ବୈରଖପାଲି ପଞ୍ଚାୟତ ଶଟଡାଉନ

ବିଜେପୁର,୪।୮(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ବୈରଖପାଲି ପଞ୍ଚାୟତର ସାଧୁପାଲିରେ ଜଣେ ୪୦ବର୍ଷୀୟ ଯୁବକ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସରପଞ୍ଚ ଟଙ୍କଧର...

ବେଆଇନ ବାଣ କାରଖାନାରେ ଚଢ଼ାଉ : ୭୦ ଲକ୍ଷ ଟଙ୍କାର ବାଣ ଜବତ

ଆସିକା,୭ା୧୧(ଡି.ଏନ୍‌.ଏ.)-ଆସିକା-ବ୍ରହ୍ମପୁର ୫୯ନଂ. ଜାତୀୟ ରାଜପଥ ପାର୍ଶ୍ୱ ନଳବଣ୍ଟା ଗ୍ରାମରେ ଚାଲିଥିବା ବେଆଇନ ବାଣ କାରଖାନା ଉପରେ ଶନିବାର ଆସିକା ପୋଲିସ ଚଢ଼ାଉ କରି ବିପୁଳ ପରିମାଣର...

କ୍ୱାରାଣ୍ଟାଇନରେ ଟ୍ରମ୍ପଙ୍କ ବଡ଼ ପୁଅ

ୱାଶିଂଟନ,୨୧ ।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟର କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ତାଙ୍କ ପ୍ରବକ୍ତା ଏହି...

ସ୍ବଚ୍ଛ, ମଳମୁକ୍ତ ଗ୍ରାମଭାବେ ପୁରସ୍କୃତ ହୋଇଥିଲା ଟାଙ୍ଗରସାହି: ପାଇଖାନା ନିର୍ମାଣ ଅର୍ଥ ନ ପାଇ ନିରାଶ ହିତାଧିକାରୀ

କାଳିଆପାଣି,୨୯।୯(ଡି.ଏନ.ଏ.)- ସୁକିନ୍ଦା ବ୍ଲକରେ ସ୍ବଚ୍ଛ ଓ ମଳମୁକ୍ତ ଗ୍ରାମଭାବେ ଉଦାହରଣ ସୃଷ୍ଟି କରିଥିବା ଟାଙ୍ଗରସାହି ଗ୍ରାମର ହିତାଧିକାରୀ ପ୍ରଶାସନର ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି।...

ପାଟଣା ସବଷ୍ଟେଶନ ଦେଖିଲେ ବିଧାୟକ

ପାଟଣା,୬।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସବଷ୍ଟେଶନକୁ ଘଟଗାଁ ବ୍ଲକ ଟିକିରା ଗ୍ରୀଡରୁ ବିଦ୍ୟୁତ ସଂଯୋଗରେ ବିଳମ୍ବ ହେଉଥିବାରୁ ଏନେଇ ପାଟଣା ଅଞ୍ଚଳରେ ଦିନକୁ ଦିନ...

ପୀଡ଼ିତାଙ୍କୁ ନ୍ୟାୟ ଦାବି: କଳାହାଣ୍ଡିରେ ବିକ୍ଷୋଭ

ଭବାନୀପାଟଣା,୩।୧୦(ଡି.ଏନ୍‌.ଏ.): ଉତ୍ତରପ୍ରଦେଶର ଗଣବଳାତ୍କାର ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ପାଇଁ ସବୁଠି ଦାବି ହେଉଛି। ଏ ନେଇ ଭବାନୀପାଟଣାରେ କଳାହାଣ୍ଡି ୟୁନାଇଟେଡ୍‌ ଆମ୍ବେଡକର ରାଇଟ୍‌ ଫୋରମ୍‌ ଏବଂ...

ଫଟା ପାଇପ୍‌ରେ ପାନୀୟ ଜଳ ଯୋଗାଣ: ଲୋକଙ୍କୁ ମିଳୁନି, ରାସ୍ତାରେ ଭାସୁଛି

ପରଜଙ୍ଗ, ୧୦।୧(ଡି.ଏନ.ଏ.)- ‘ଜଳ ହିଁ ଜୀବନ’। ଜଳ ସଂରକ୍ଷଣ ବାର୍ତ୍ତା ଘରେ ଘରେ ପହଞ୍ଚାଇବାକୁ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା। ହେଲେ ଗ୍ରାମାଞ୍ଚଳରେ ଏହା କେବଳ...

ନନ୍ଦନକାନନରେ କଳାବାଘ ବୁଲିବା ପ୍ରଚାର ଗୁଜବ

ବାରଙ୍ଗ,୧୬।୬(ଡି.ଏନ୍‌.ଏ.)- କରୋନା ଲାଗି ପ୍ରାଣୀ ଉଦ୍ୟାନ ନନ୍ଦନକାନନ ବନ୍ଦ ରହିଛି। ଶୂନଶାନ ହୋଇଯାଇଛି ନନ୍ଦନକାନନ ରାସ୍ତା। ନା ଆସୁଛନ୍ତି ପର୍ଯ୍ୟଟକ ନା ଶୁଭୁଛି ସେମାନଙ୍କ ଗହଳି।...

Advertisement


Archives

Model This Week