କଟକ ପୋଲିସକୁ ଘାରିଲା କରୋନା ଭୟ

କଟକ ଅଫିସ୍‌,୨୧।୫: ଭୁବନେଶ୍ୱରରେ ଜଣେ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ଏହାକୁ ନେଇ କମିଶନରେଟ୍‌ ପୋଲିସର ଅଧିକାରୀ ଓ କର୍ମଚାରୀଙ୍କ ଭିତରେ ଛନକା ପଶିଛି। ଉଭୟ ଭୁବନେଶ୍ୱର ଓ କଟକ ସହରରେ ପୋଲିସ କର୍ମଚାରୀ, ଅଧିକାରୀଙ୍କ ନମୁନା ପରୀକ୍ଷା କରାଯାଉଛି। କଟକ ସହରରେ ଥିବା ଥାନା କର୍ମଚାରୀଙ୍କ ନିୟମିତ ସ୍କ୍ରିନିଂ ଚାଲିଛି। ଏକ ଘରୋଇ ହସ୍ପିଟାଲ୍‌ ସହଯୋଗରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ଯେଉଁମାନଙ୍କ ପାଖରେ ଛିଙ୍କ, ଥଣ୍ଡା, ଜ୍ଜର ଭଳି ଲକ୍ଷଣ ଦେଖାଦେଉଛି, ସେମାନଙ୍କର ସ୍ବାବ୍‌ ପରୀକ୍ଷା ହେଉଛି। ମଙ୍ଗଳବାର କ୍ୟାଣ୍ଟନ୍‌ମେଣ୍ଟ ଥାନାରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହି ଥାନା ସହ ଅନ୍ୟ କେତେକ ଥାନାକୁ ମିଶାଇ ଏଯାବତ୍‌ ମୋଟ ୬୬ ଜଣ ପୋଲିସ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହୋଇଥିବା ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାପଡ଼ିଛି। କଟକ ଡିସିପି ଅଖିଳେଶ୍ୱର ସିଂଙ୍କ କହିବାନୁଯାୟୀ, କାର୍ଯ୍ୟ ସମୟରେ ସୁରକ୍ଷିତ ଓ ସଚେତନ ରହିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି। ଆମ ପାଇଁ ସମସ୍ତ ପୋଲିସ କର୍ମଚାରୀଙ୍କ ସ୍ବାସ୍ଥ୍ୟ ରକ୍ଷା ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ସମୟରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ଲକ୍ଷଣ ଥିଲେ କରୋନା ପରୀକ୍ଷା ହେଉଛି। ବୟସ୍କଙ୍କ କାର୍ଯ୍ୟକୁ ସୀମିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତର, ନର୍ସଙ୍କ ସମେତ କ୍ୱାରାଣ୍ଟାଇନକୁ ଗଲେ ୧୦୮ ଜଣ

ନୂଆଦିଲ୍ଲୀ,୪।୪, ଡ଼ରାଇଲାଣି କରୋନା। ଏବେ ଏହା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଶନିବାର ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲ କର୍ତ୍ତୃପକ୍ଷ ଡାକ୍ତର, ନର୍ସ ଓ ହସ୍ପିଟାଲର ଅନ୍ୟ...

ପଲିଥିନ କାରଖାନାରେ ଚଢ଼ାଉ

ଭୁବନେଶ୍ୱର, ୨୩ା୧(ବ୍ୟୁରୋ): କଟକଣା ଓ ନିଷେଧ ସତ୍ତ୍ୱେ ଖୁଲମ୍‌ଖୁଲା ତିଆରି ଓ ବ୍ୟବହାର ହେଉଛି ୫୦ ମାଇକ୍ରୋନ୍‌ରୁ କମ୍‌ ଓଜନର ପଲିଥିନ। ଏପଟେ ଭୁବନେଶ୍ୱର ମହାନଗର...

‘ଗାନ୍ଧୀ ଶାନ୍ତିକେନ୍ଦ୍ର’କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: କହିଲେ ‘ଅହିଂସା ଭାରତୀୟତାର ପରିଚୟ’

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଭୁବନେଶ୍ୱର ଖଣ୍ଡଗିରିଠାରେ ଶନିବାର ଗାନ୍ଧି ଶାନ୍ତିକେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରି ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ୫...

କରୋନାର ସୁପର ସ୍ପ୍ରେଡର ଆମେରିକା ଔଷଧ କମ୍ପାନୀ

ବୋଷ୍ଟନ,୧୪ା୪: ଆମେରିକାର ପ୍ରମୁଖ ଔଷଧ କମ୍ପାନୀ ‘ବାୟୋଜେନ୍‌’କୁ କରୋନା ଭୂତାଣୁର ସୁପର ସ୍ପ୍ରେଡର (ସର୍ବାଧିକ ସଂକ୍ରମଣ କରାଇଥିବା ସଂସ୍ଥା) ବୋଲି କୁହାଯାଉଛି। ମାର୍ଚ୍ଚ ପ୍ରଥମ ସୋମବାର...

ସମଗ୍ର ଦେଶ ପାଇଁ ରହିବ ଗୋଟିଏ ଆପତ୍‌କାଳୀନ ନମ୍ବର

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ସମଗ୍ର ଦେଶ ପାଇଁ ରହିବ ଗୋଟିଏ ଆପତ୍‌କାଳୀନ ନମ୍ବର ୧୧୨। ୨୦୨୦ ମାର୍ଚ୍ଚ ମାସରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି...

ଗଛରେ ପିଟିହୋଇ ବାଇକ୍‌ଚାଳକ ମୃତ

ରାଇସୁଆଁ,୧।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ସଦର ରେଞ୍ଜ ପୋଟଳ ଗାଁର ଜଣେ ବ୍ୟକ୍ତି ବାଇକ୍‌ରେ ଯାଉଥିବାବେଳେ ହାତୀପଲଙ୍କୁ ଦେଖି ଭୟଭୀତ ହୋଇ ଦ୍ରୁତ ଗତିରେ ପଳାଉଥିବାବେଳେ ଗାଡ଼ିଟି...

ଅଫିସ ପାଇଁ କରୋନା ଗାଇଡ୍‌ଲାଇନ୍‌ ଜାରି

ଭୁବନେଶ୍ୱର, ୯।୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଅଫିସଗୁଡିକ ପାଇଁ ନୂଆ କରୋନା ଗାଇଡ୍‌ଲାଇନ ଜାରି କରାଯାଇଛି । ଅଫିସ୍‌ରେ କରୋନା ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ...

ପୁରୀରୁ ସାଇବର ଅପରାଧୀ ଗିରଫ : ୨ ଲକ୍ଷ ଟଙ୍କା ଜବତ

ମାଲକାନଗିରି,୨୫।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପୋଲିସ ସାଇବର ଅପରାଧରେ ଜଡ଼ିତ ଜଣେ ଅଭିଯୁକ୍ତଙ୍କୁ ପୁରୀରୁ ଗିରଫ କରିଛି। ଏହି ଅଭିଯୁକ୍ତ ଜଣଙ୍କ ରାଜ୍ୟର ବିଭିନ୍ନ ବ୍ୟକ୍ତିଙ୍କୁ ପ୍ରଲୋଭନ...

Coronavirus Update

Archives

Model This Week

Why Dharitri