କଟକଣା ଉଲ୍ଲଂଘନ: ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ୨୧ଜଣ ଗଣିଲେ ଜରିମାନା

ଭୁବନେଶ୍ୱର,୫।୬(ବ୍ୟୁରୋ): କରୋନା କଟକଣାକୁ ଉଲ୍ଲଂଘନ କରି ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଓ ଦଳୀୟ କର୍ମୀ ଜରିମାନା ଗଣିଛନ୍ତି। ଦଳୀୟ ସାଂଗଠନିକ କାର୍ଯ୍ୟ ପାଇଁ ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କ ଘରେ ସମସ୍ତେ ଏକାଠି ହୋଇଥିଲେ। ସାମାଜିକ ଦୂରତ୍ୱ ନ ମାନି ଓ ମାସ୍କ ନ ପିନ୍ଧି କର୍ମୀଙ୍କ ଗ୍ରହଣରେ ଏମ୍‌ପି ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ଛାଡିଥିଲେ। ଏହି ଫଟୋ ଦେଖିବା ପରେ କମିଶନରେଟ ପୋଲିସ ଏମ୍‌ପି ଅପରାଜିତାଙ୍କଠାରୁ ୧୦୦ ଟଙ୍କା ଜରିମାନା କରିଥିବା ଭୁବନେଶ୍ୱର ଡିସିପି ଟ୍ବିଟ୍‌ କରି ଜଣାଇଛନ୍ତି। ସେହିପରି ସେଠାରେ ଥିବା ୨୧ଜଣ ଭାଜପା କର୍ମୀଙ୍କୁ ଚିହ୍ନଟ କରାଯାଇ ଜରିମାନା କରାଯାଇଥିବା ଡିସିପି ଉଲ୍ଲେଖ କରିଛନ୍ତି। ଏପରିକି ସମସ୍ତେ ସାମାଜିକ ଦୂରତ୍ୱ ମାନିବା ସହ ମାସ୍କ ପିନ୍ଧିବାକୁ ଡିସିପି ଅନ୍ୟ ଦଳୀୟ କର୍ମୀମାନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି। ଏପରି ଭୁଲ୍‌ ପାଇଁ ଏମ୍‌ପି ଷଡ଼ଙ୍ଗୀ ମଧ୍ୟ ଦୁଃଖ ପ୍ରକାଶ କରିବା ସହ ଜରିମାନା ଦେଇଥିବା ଟ୍ବିଟ୍‌ କରି ଜଣାଇଛନ୍ତି। ଅନ୍ୟପଟରେ ଏହି ଘଟଣାକୁ ନେଇ ଏମ୍‌ପିଙ୍କ ନାମରେ କ୍ୟାପିଟାଲ ଥାନାରେ ଏକାଧିକ ସଂଗଠନ ଅଭିଯୋଗ କରିଛନ୍ତି। ସେମାନେ ଉଲ୍ଲଖ କରିଛନ୍ତି ଯେ, ଏମ୍‌ପି କୋଭିଡ଼ ନିୟମକୁ ନ ମାନି କର୍ମୀଙ୍କ ସହ ମିଳାମିଶା କରୁଛନ୍ତି। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡବିଲ୍‌ରୁ ଚୋରି ହାଇଓ୍ବା ଝାଡଖଣ୍ଡରୁ ଜବତ, ମାଷ୍ଟରମାଇଣ୍ଡ ସହ ୩ ଗିରଫ

ବଡ଼ବିଲ, ୨୮ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହିରୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ହାଇଓ୍ବାକୁ ପୋଲିସ ବୁଧବାର ରାତିରେ ଝାଡଖଣ୍ଡରୁ...

ଓଏସ୍‌ଆର୍‌ଟିସିକୁ ଟେକ୍ନୋଲୋଜି ସଭା ପୁରସ୍କାର

ଭୁବନେଶ୍ୱର, ୨୬ା୮(ବ୍ୟୁରୋ): ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି) ସମ୍ମାନଜନକ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ଟେକ୍ନୋଲୋଜି ସଭା ପୁରସ୍କାର-୨୦୨୦ ହାସଲ କରିଛି। ପରିଚାଳନା ଓ ଦକ୍ଷତାରେ...

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ପାଇଁ ସଜେଇ ହେଉଛି ଭୁବନେଶ୍ୱର

ଭୁବନେଶ୍ୱର,୧୮ା୨(ବ୍ୟୁରୋ): ଓଡ଼ିଶା ଆୟୋଜନ କରିବାକୁ ଯାଉଛି ‘ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ’ର ପ୍ରଥମ ସଂସ୍କରଣ। ବିଶ୍ୱବିଦ୍ୟାଳୟସ୍ତରରୁ ପ୍ରତିଭାବାନ୍‌ କ୍ରୀଡ଼ାବିତ୍‌ମାନଙ୍କୁ ଖୋଜି ବାହାର କରିବା ପାଇଁ କେନ୍ଦ୍ର...

ଖୋଳାଯିବ ୧.୨୫ ଲକ୍ଷ କୂପ

ଭୁବନେଶ୍ୱର,୨୨-୧୧(ବ୍ୟୁରୋ):ସାରା ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ୧.୨୫ ଲକ୍ଷ କୂପ(ଡଗ୍‌-ୱେଲ)ଖୋଳାଯିବ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏ) ଅଧୀନରେ ଏହି ଖନନ କାର୍ଯ୍ୟ...

ଆରମ୍ଭ ହେଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ ଅଫିସ,୧୪ା୯: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତବର୍ଷର ମାଟ୍ରିକ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ସୋମବାରଠାରୁ ଆରମ୍ଭ ହୋଇଛି। ପରୀକ୍ଷା ସକାଳ...

ମୋ’ବସ୍‌ରେ ମାଗଣା ଖବରକାଗଜ : ଆଗାମୀ ଦିନରେ ମିଳିବ ଦୂରଭାଷ ପାଠାଗାର ସୁବିଧା

ଭୁବନେଶ୍ୱର,୨ା୯(ବ୍ୟୁରୋ) : କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଦ୍ୱାରା ପରିଚାଳିତ ‘ମୋ ବସ୍‌’ ସେବାରେ ନୂଆ ବ୍ୟବସ୍ଥା ଯୋଡିହୋଇଛି। ବ୍ୟସ୍ତ ଜୀବନଶୈଳୀ ଭିତରେ ଲୋକେ...

ହିସାବ ଦେବେ ମନ୍ତ୍ରୀ, ମେ ୧୫ରୁ ୨୫ କାର୍ଯ୍ୟ ସମୀକ୍ଷା କରିବେ ନବୀନ

ଭୁବନେଶ୍ୱର,୧୧।୪(ବ୍ୟୁରୋ): ଆସନ୍ତା ମେ’ ୨୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ବିଜେଡି ସରକାର ପଞ୍ଚମ ପାଳିର ଦ୍ୱିତୀୟ ବର୍ଷ ପୂରଣ କରିବାକୁ ଯାଉଛି। ଏହି...

ଦ୍ୱିତୀୟ ଡୋଜ୍‌ ନେଉନାହାନ୍ତି

ଭୁବନେଶ୍ୱର, ୨୪ା୯(ବ୍ୟୁରୋ): କରୋନା ମହାମାରୀରୁ ବର୍ତ୍ତିବା ପାଇଁ ଟିକାକରଣକୁ ବିଶ୍ୱବ୍ୟାପୀ ଗୁରୁତ୍ୱ ଦିଆଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ନେଇ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା। ଏବେ...

Advertisement


Archives

Model This Week