କଟକଣା ଅଭାବ: ଭାରିଯାନ ଚଳାଚଳରୁ ଛିଣ୍ଡିଲା ବିଦ୍ୟୁତ୍‌ ତାର, ସାଧାରଣରେ ଅସନ୍ତୋଷ

କେନ୍ଦୁଝର,୧ା୬(ସ୍ବ.ପ୍ର.): କଟକଣା ଅଭାବରୁ କେନ୍ଦୁଝର ସହରର ବିଭିନ୍ନ ଗଳି ରାସ୍ତାରେ ଭାରିଯାନ ଚଳାଚଳ ଜାରିରହିଛି। ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ରାସ୍ତା, ଡ୍ରେନ୍‌ ଭାଙ୍ଗୁଛି। ସୋମବାର ଅଜନ୍ତା ଲଜ୍‌ ଗଳିରେ ଭାରୀଯାନ ଚଳାଚଳ ଯୋଗୁ ଅନେକ ଦୋକାନର ବିଦ୍ୟୁତ୍‌ ତାର ଛିଡ଼ିଯିବା ସହ ମିଟର ସବୁ ଉପୁଡି ପଡ଼ିଥିବାରୁ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଛି। ସେହିପରି ଦୋକାନର ଡିସ୍‌ପ୍ଲେ ବୋର୍ଡ ଉପୁପଡ଼ିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏକ ବଡ଼ ଧରଣର ଦୁର୍ଘଟଣା ବର୍ତ୍ତି ଯାଇଥିଲେ ହେଁ ଲୋକଙ୍କ କ୍ଷୟକ୍ଷତି ଘଟିଥିବା ଜଣାପଡ଼ିଛି। ଏନେଇ ଅଭିଯୋଗ ପରେ ଟାଉନ ଥାନା ପୋଲିସ ପହଞ୍ଚି ଅନୁଧ୍ୟାନ ଜାରି ରଖିଛନ୍ତି। ପ୍ରଶାସନର କୋହଳ ମନୋଭାବର ସୁବିଧା ନେଇ କେତେକ ବେପାରୀ ଆଳୁ, ପିଆଜ, ଲୁଗାପଟା, ମାଛ ଆଦି ବୋଝେଇ ଟ୍ରକ୍‌କୁ ଘରକୁ ନେଇ ଅନ୍‌ଲୋଡିଂ କରୁଥିବାରୁ ଏଭଳି ସମସ୍ୟା ଉପୁଜିଛି। ଏନେଇ କିଛିବର୍ଷ ତଳେ ପ୍ରଶାସନ ଉକ୍ତ ଗଳି ରାସ୍ତାରେ ଲୁହା ଗେଟ୍‌ ଲଗାଇବା ନିଷ୍ପତ୍ତି ନେଇଥିଲେ। ତେବେ ସହର ବାହାରେ ଗୋଦାମ ଘର ତିଆରି କରିବା ପାଇଁ ତିନି ମାସ କେତେକ ବ୍ୟବସାୟୀ ସମୟ ମାଗିଥିଲେ। ତେବେ ଇତିମଧ୍ୟରେ ପାଖାପାଖି ୩ ବର୍ଷ ବିତିଗଲାଣି। କିନ୍ତୁ ବ୍ୟବସାୟୀମାନେ ଗୋଦାମ ଘର ବାହାରେ ତିଆରି କଲେ ନାହିଁ। ସେହିପରି କଟକଣା ସତ୍ତ୍ୱେ ଦିନ ବେଳେ ଓ ଜନ ଗହଳି ସମୟରେ ମାଲ ବୋଝେଇ ଭାରିଯାନ ଚଳାଚଳ କରୁଥିବାରୁ ଅସନ୍ତୋଷ କୁହୁଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଆଦିବାସୀ ଝିଅ ପୂର୍ଣ୍ଣିମା, ସମଗ୍ର କୋକସରା ଅଞ୍ଚଳରେ ଖୁସିର ଲହରୀ

କୋକସରା,୨୫।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମର ମେଧାବୀ ଆଦିବାସୀ ଝିଅ ପୂର୍ଣ୍ଣିମା ପୁଝାରୀ ସର୍ବଭାରତୀୟ ନିଟ୍ (NEET UG) ପରୀକ୍ଷାରେ ସଫଳତା…

ହଠାତ୍‌ ଏତେ ଟଙ୍କା କମିଗଲା ଚିନିଦର! ଜାଣନ୍ତୁ କେବେଠୁ ଲାଗୁ ହେବ…

ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ସରକାର ଚିନି ଆମଦାନୀ ପାଇଁ ଅନୁମତି ଦେବା ଏବଂ କଳାବଜାରୀ ଉପରେ କଡ଼ା ପଦକ୍ଷେପ ନେବା ପରେ ଚିନିର ଏକ୍ସ-ମିଲ୍…

କାମ କରୁଥିବା ବେଳେ ହେଲା ଛାତିରେ ଯନ୍ତ୍ରଣା, ହୃଦଘାତରେ ଚାଲିଗଲା କ୍ୟାସିୟର ଅରବିନ୍ଦଙ୍କ ଜୀବନ

ଭବାନୀପାଟଣା,୨୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟର କ୍ୟାସିୟର (କୋଷାଧ୍ୟକ୍ଷ) ଅରବିନ୍ଦ ପଣ୍ଡାଙ୍କର ୫୬ ବର୍ଷ ବୟସରେ ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ପରଲୋକ…

କିରିକୁଟିରେ ‘ଆମ ଗାଁ ଆମ ତହସିଲ: ଅଭିଯୋଗ ଶୁଣିଲେ

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅଧୀନ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ‘ଆମ ଗାଁ ଆମ ତହସିଲ’ ଶିବିର ଅନୁଷ୍ଠିତ…

ବିନା କୋଚିଂରେ ନିଟ୍‌ରେ ସଫଳ ହେଲେ ସୁବ୍ରତ, ଭୀମ ଭୋଇ ମେଡିକାଲ କଲେଜରେ ପଢ଼ିବେ…

କର୍ଲାମୁଣ୍ଡା,୨୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତର ରେଙ୍ଗାଲି ଗ୍ରାମର ମେଧାବୀ ଛାତ୍ର ସୁବ୍ରତ ଶେଖର ରଣା ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା…

ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ, କର୍ମକର୍ତ୍ତା ଚୟନ: ବ୍ରାହ୍ମଣୀଗାଁରେ ବ୍ଲକ୍ କାର୍ଯ୍ୟାଳୟ ସ୍ଥାପନ ଦାବି

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ପାଳକ ସଂଘର କମ୍ୟୁନିଟି ହଲ୍‌ରେ ମଙ୍ଗଳବାର ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ ଓ କର୍ମକର୍ତ୍ତା ଚୟନ…

ସିଡିପିଓଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରରେ ବିଭିନ୍ନ ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ମଙ୍ଗଳବାରଠାରୁ ଅନଶନ ଆରମ୍ଭ କରିଛନ୍ତି। ଅନଶନ ଆରମ୍ଭ…

ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri