କଂସ ବଧ ସହ ସରିଲା ବରଗଡ଼ ଧନୁଯାତ୍ରା

ମଥୁରାନଗରୀ,୧୧ା୧: ବରଗଡ଼ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଛି। ଉଦଯାପନୀ ଦିବସରେ କଂସବଧ ଦୃଶ୍ୟାଭିନୟ ମୁଖ୍ୟ ଆକର୍ଷଣ ଥିଲା। ଅନୁକୁଳ ପାଗ ଓ କଳାକାରଙ୍କ ନିଖୁଣ ଅଭିନୟ ଯୋଗୁ ମଥୁରାନଗରୀ ଲୋକାରଣ୍ୟ ହୋଇ ପଡ଼ିଥିଲା। ମଥୁରା ପରିଭ୍ରମଣ ସାରି କଂସ ମହାରାଜା ସ୍ଥାନୀୟ ଲୋକମଣ୍ଡପ ପଡ଼ିଆସ୍ଥିତ ରାଜ ଦରବାରକୁ ଆସିଥିଲେ। ଶ୍ରୀକୃଷ୍ଣ ବଳରାମଙ୍କୁ ହତ୍ୟା କରିବା ପାଇଁ ସେ ନିଜର ସେନାପତି, ମହାମନ୍ତ୍ରୀ, ଚାଣୁର, ମୁଷ୍ଟିକ ଆଦି ସୈନ୍ୟ ସାମନ୍ତଙ୍କ ସହିତ ରଣକୌଶଳ ପ୍ରସ୍ତୁତ କରିଥିଲେ। ଅନ୍ୟପଟେ ଶ୍ରୀକୃଷ୍ଣ ହାଟପଦା ମଞ୍ଚରେ ଶିବଧନୁ ଭଙ୍ଗ କରିଥିବାବେଳେ ତାଙ୍କ କରାଘାତରେ କୁବଳୟା ହସ୍ତୀ ପ୍ରାଣ ହରାଇଥିଲା। ବେନିଭାଇଙ୍କୁ ହତ୍ୟା କରିବାରେ ସେମାନେ ନିଶ୍ଚୟ ସକ୍ଷମ ହେବେ ବୋଲି କଂସ ମହାରାଜଙ୍କ ସେନାପତି, ମହାମନ୍ତ୍ରୀ, ଚାଣୁର, ମୁଷ୍ଟିକ ଦରବାରରେ ନିଜ ପରାକ୍ରମ ଦେଖାଇଥିଲେ। ସେହିପରି କଂସ ମହାରାଜ ମଧ୍ୟ ରାଣୀ ପଦ୍ମାବତୀଙ୍କ ବାରଣ ସତ୍ତ୍ବେ ନିଜର ପରାକ୍ରମ ଦେଖାଇବାକୁ ରଣାଙ୍ଗନକୁ ଓହ୍ଲାଇଥିଲେ। ମାତ୍ର ଶେଷରେ ଶ୍ରୀକୃଷ୍ଣଙ୍କ ସ୍ପର୍ଶ ଏବଂ ବଳରାମଙ୍କ ହଳଧର ମୁଦଗରରେ କଂସଙ୍କ ନିଧନ ହୋଇଥିଲା ଏବଂ ମହାରାଜା ଉଗ୍ରସେନଙ୍କ ପୁଣି ରାଜାଭିଷେକ ହୋଇଥିଲା। ସେହିପରି ଶ୍ରୀକୃଷ୍ଣ, ବଳରାମ ମଥୁରା କାରଗାରକୁ ଯାଇ ବନ୍ଦୀ ଥିବା ଦେବକୀ ଓ ବସୁଦେବଙ୍କୁ ମୁକ୍ତ କରିଥିଲେ। ଏହାପରେ ମଥୁରାବାସୀ ବାଣ ଫୁଟାଇ ଏବଂ ଲଡୁ ବାଣ୍ଟି ଖୁସି ମନାଇଥିଲେ। ଅନ୍ୟପଟେ କଂସ ଅଭିନେତା ବରଗଡ଼ ବ୍ଲକ ସରଲା ଗ୍ରାମର ଭୁବନେଶ୍ୱର ପ୍ରଧାନ ପାପରୁ ମୁକ୍ତି ପାଇଁ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ବାହାରିଥିଲେ। ଶନିବାର ସକାଳେ ସେ ପୁରୀରେ ପହଞ୍ଚି ମହୋଦଧିରେ ସ୍ନାନ ଓ ଶ୍ରୀକ୍ଷେତ୍ର ଦର୍ଶନ ସହିତ ଶଙ୍କରାଚାର୍ଯ୍ୟଠାରୁ ଆଶିଷ ଲୋଡ଼ିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରଥଖଳାରେ ପହଞ୍ଚିଲା ୪୦ ଫୁଟିଆ କାଠ

ପୁରୀ ଅଫିସ,୧୬ା୪: କରୋନା ପାଇଁ ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆୟୋଜନକୁ ନେଇ ନାନା ପ୍ରକାର ଚର୍ଚ୍ଚା ଚାଲିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଜାରିରହିଛି।...

ହୋଟେଲ, ପାନ୍ଥନିବାସରେ କ୍ବାରାଣ୍ଟାଇନ ବ୍ୟବସ୍ଥା

ପୁରୀ ଅଫିସ,୨୪।୩: କରୋନା ମୁକାବିଲା ପାଇଁ ପୁରୀ ଜିଲା ପ୍ରଶାସନ ପକ୍ଷରୁ ସହରସ୍ଥ ୨ଟି ଘରୋଇ ହୋଟେଲ ଏବଂ ପାନ୍ଥନିବାସରେ ପେଡ୍‌ କ୍ବାରାଣ୍ଟାଇନ ବ୍ୟବସ୍ଥା କରାଯାଇଛି।...

ମାଛଧରିବା ବେଳେ ଆକାଶରୁ ଜାଲରେ ପଡ଼ିଲା ଯନ୍ତ୍ରଚାଳିତ ରକେଟ୍‌

ବାହାନଗା,୧୮।୮(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ରେମୁଣା ବ୍ଲକ ଗୋପାଳପୁର ଫାଣ୍ଡି ଅଧୀନସ୍ଥ ତାଳପଦା ଗ୍ରାମର ମତ୍ସ୍ୟଜୀବୀଙ୍କ ଜାଲରେ ଏକ ଯନ୍ତ୍ରଚାଳିତ ରକେଟ୍‌ ପଡ଼ିଥିବା ଜଣାପଡ଼ିଛି। ସୋମବାର ସକାଳେ...

ସ୍ବଚ୍ଛ ସର୍ବେକ୍ଷଣ ନାଁରେ ଅର୍ଥଶ୍ରାଦ୍ଧ

ଖୋର୍ଦ୍ଧା ଅଫିସ,୬ା୧୨: ସ୍ବଚ୍ଛ ସର୍ବେକ୍ଷଣ ତାଲିକାରେ ଖୋର୍ଦ୍ଧା ସହରକୁ ଶୀର୍ଷତା ସ୍ଥାନରେ ରଖିବା ଲାଗି ପୌର ପରିଷଦ ପକ୍ଷରୁ ‘ସ୍ବଚ୍ଛ ଭାରତ ସୁସ୍ଥ ଭାରତ’ ଅଭିଯାନ...

ଆଜିଠୁ ସୂର୍ଯ୍ୟମନ୍ଦିରରେ ଲାଇଟ୍‌ ଆଣ୍ଡ ସାଉଣ୍ଡ ଶୋ

କୋଣାର୍କ,୧୬।୧୨(ଡି.ଏନ.ଏ): କୋଣାର୍କ ସୂର୍ଯ୍ୟମନ୍ଦିରରେ ବୁଧବାରଠାରୁ ଲାଇଟ୍‌ ଆଣ୍ଡ ସାଉଣ୍ଡ ଶୋ ଆରମ୍ଭ ହେଉଛି। କରୋନା କଟକଣା ଯୋଗୁ ୯ମାସ ହେଲା ଏହି ଶୋ’ ବନ୍ଦ ରହିଥିଲା।...

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୭୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୯ା୩(ବ୍ୟୁରୋ): ବୁଧବାର ରାଜ୍ୟରୁ ଆଉ ୧୭୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୬,୧୫୦ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ଇଣ୍ଡିଆ ବୁକ୍‌ ଅଫ ରେକଡର୍‌ସରେ ଆଇଟିଆଇ

ବ୍ରହ୍ମପୁର ଅଫିସ,୧୯ା୩: ଦକ୍ଷତା ବିକାଶ ଓ ସ୍କ୍ରାପ୍‌ର ପୁନଃ ବିନିଯୋଗର ପ୍ରତିଫଳନ ଭାବେ ବ୍ରହ୍ମପୁର ଆଇଟିଆଇରେ ନିର୍ମିତ ‘ମାଇଣ୍ଡ, ହାର୍ଟ ଆଣ୍ଡ୍‌ ହ୍ୟାଣ୍ଡସ୍‌ ଶୋ’ ଓପନ୍‌ ସ୍କ୍ରାପ୍‌...

ମହାକାଳପଡ଼ାରେ କାଳବୈଶାଖୀ: ଜଣେ ମୃତ, ଜଳିଗଲା ୪ ବଖରା

ମହାକାଳପଡ଼ା.୧୮.୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାରେ ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ସାଙ୍ଗକୁ ଘଡ଼ଘଡି ଓ ବଜ୍ରପାତ ହୋଇଛି। ଏଥିରେ ଜଣେ ଚାଷୀଙ୍କ ମୃତ୍ୟୁ...

Advertisement
Archives

Model This Week