Posted inଜାତୀୟ

କଂଗ୍ରେସ ମଙ୍ଗ ଧରିବାକୁ ପ୍ରିୟଙ୍କା ଅମଙ୍ଗ

ନୂଆଦିଲ୍ଲୀ,୨୫ା୭: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର ଦଳର ମଙ୍ଗ ଧରିବା ପାଇଁ ମନାକରିଦେଇଛନ୍ତି। ସେ ଅଧ୍ୟକ୍ଷ ପଦରେ ଆସୀନ ହେବା ପାଇଁ ଦଳର ନେତାମାନଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ବର୍ତ୍ତମାନର ଭୂମିକାରେ ରହିବାକୁ ପସନ୍ଦ କରିଛନ୍ତି।
ମିଳିଥିବା ସୂଚନାନୁସାରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ବରିଷ୍ଠ ନେତାମାନେ ବିଭିନ୍ନ ରାଜ୍ୟ ନେତା, ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ସଦସ୍ୟଙ୍କୁ ଦିଆଯାଇଥିବା ବନ୍ଦ ଲଫାଫା ଜରିଆରେ ଭୋଟ କରାଇଥିଲେ। ଏଥିରେ ୭ ଜଣଙ୍କ ନାମ ସାମ୍ନାକୁ ଆସିଛି। ସେମାନେ ହେଲେ ମଲ୍ଲିକାର୍ଜୁନ ଖାର୍ଗେ, ସୁଶୀଲ କୁମାର ସିନ୍ଦେ, ଦିଗ୍‌ବିଜୟ ସିଂ, କୁମାରୀ ସେଲ୍‌ଜା, ମୁକୁଲ ଓ୍ବାସ୍‌ନିକ୍‌, ସଚିନ୍‌ ପାଇଲଟ୍‌ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ। ତେବେ କୌଣସି ଗୋଟିଏ ନାମକୁ ନେଇ ସହମତି ପ୍ରକାଶ ପାଇନାହିଁ। ରାହୁଲ ଗାନ୍ଧୀ ଆମେରିକାରୁ ଫେରିବାକୁ ନେଇ ଦଳ ଅପେକ୍ଷା କରିଛି। ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସିଡବ୍ଲୁସି ବୈଠକ ଡାକିଛନ୍ତି, ଯେଉଁଠି ରାହୁଲଙ୍କ ଉତ୍ତରାଧିକାରୀ ଚୟନ କରାଯାଇପାରେ। କଂଗ୍ରେସରେ ପ୍ରଥମେ ଜଣଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ବଛାଯାଇ ପରେ ନିର୍ବାଚନ କରାଯାଇପାରେ ବୋଲି କୁହାଯାଉଛି। ସାଧାରଣ ନିର୍ବାଚନରେ କଂଗ୍ରେସର ପରାଜୟ ପରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ସେବେଠୁ କାହାକୁ କଂଗ୍ରେସ ଅଧ୍ୟକ୍ଷ କରାଯିବ ସେନେଇ ଦଳ ମଧ୍ୟରେ ବିଚାର ଚାଲିଛି। ଏହି ପରିପ୍ରେକ୍ଷୀରେ ପ୍ରିୟଙ୍କା ଅଧ୍ୟକ୍ଷ ହୁଅନ୍ତୁ ବୋଲି ନେତାମାନେ କହିଥିଲେ। ଏନେଇ ରାହୁଲ କହିଥିଲେ ଏ ସମ୍ପର୍କିତ ନିଷ୍ପତ୍ତି ପ୍ରିୟଙ୍କାଙ୍କ ଉପରେ ଛାଡ଼ିଦିଆଯାଉ। କିନ୍ତୁ ଏହି ପଦ ଗ୍ରହଣ କରିବାକୁ ପ୍ରିୟଙ୍କା ମନା କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତା ବଢ଼ାଇଲା ଚାଇନାର ‘କ୍ୟାଟ୍‌ କ୍ୟୁ ଭାଇରସ୍‌’

ନୂଆଦିଲ୍ଲୀ,୩୦ା୯: ଚାଇନାରୁ ବିଶ୍ୱକୁ ବ୍ୟାପିଥିବା କରୋନା ଭୂତାଣୁଠାରୁ ତ୍ରାହି ମିଳୁନାହିଁ। ଏବେ ସୁଦ୍ଧା ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନି ଘଟିଲାଣି ଏବଂ ପ୍ରାୟ ୩...

ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଲା ୨୦୦୦ ଟଙ୍କିଆ ନୋଟ ମାମଲା

ନୂଆଦିଲ୍ଲୀ,୨୨।୫: ଦେଶରେ ୨୦୦୦ ଟଙ୍କିଆ ନୋଟ ଉପରେ ନିଷେଧାଦେଶ ମାମଲା ଏବେ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛି। ଭାଜପା ନେତା ଅଶ୍ୱିନୀ ଉପାଧ୍ୟାୟ ଏ ସମ୍ପର୍କରେ କୋର୍ଟରେ...

ତଦନ୍ତ ନ ସରିଲେ ଅଭିଯୁକ୍ତଙ୍କୁ ଜାମିନ

ନୂଆଦିଲ୍ଲୀ,୧୮ା୧୧: କୌଣସି ମାମଲାର ତଦନ୍ତ ନିର୍ଦ୍ଧାରିତ ସମୟରେ ଶେଷ ନ ହେଲେ ଅଭିଯୁକ୍ତଙ୍କୁ ‘ଡିଫଲ୍ଟ ବେଲ୍‌’ ମିଳିବ। ସମ୍ବିଧାନର ଅନୁଚ୍ଛେଦ ୨୧ ବେଆଇନ ଅଟକ ବିରୋଧରେ...

ସଲମାନ ଶିକାର କରିଥିବା କୃଷ୍ଣସାର ମୃଗର ହେବ ସ୍ମାରକୀ

ଜୟପୁର,୧୩ ।୮: ବଲିଉଡ ଭାଇଜାନ ସଲମାନ ଖାଁ କିଛିଦିନ ହେବ ଖୁବ୍ ଚର୍ଚ୍ଚାରେ ରହୁଛନ୍ତି । ଯେବେଠାରୁ ତାଙ୍କୁ ହତ୍ୟା ଧମକ ମିଳିଲାଣି ସେବେଠାରୁ ସେ...

ଝିଅକୁ ବଳାତ୍କାର କଲେ ବାପା, ଜାଣିବା ପରେ ଏମିତି କଲେ ଭାଇ

ଯୋଧପୁର,୫।୯: ରାଜସ୍ଥାନର ଜାଲୋର ଜିଲାରେ ଜଣେ ବ୍ୟକ୍ତି ତାଙ୍କ ନାବାଳିକା ଝିଅକୁ ବଳାତ୍କାର କରିଥିଲେ। ଏହା ଜାଣିବା ପରେ ପୀଡ଼ିତାଙ୍କ ଭାଇ ଆତ୍ମହତ୍ୟା କରିଥିବା ଘଟଣା...

ଦୈନିକ ସଂକ୍ରମଣ ୪ ଶହ ..

.ନୂଆଦିଲ୍ଲୀ, ୨୩।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ଲିଭ୍‌-ଇନ୍‌ ଯୋଡ଼ି ପଞ୍ଜୀକରଣ ଆବେଦନ ଖାରଜ

ନୂଆଦିଲ୍ଲୀ, ୨୧ା୩ : ଲିଭ୍‌-ଇନ୍‌ ରିଲେଶନରେ ରହୁଥିବା ଯୋଡ଼ିମାନଙ୍କର ପଞ୍ଜୀକରଣ ଲାଗି ଦାଏର ପିଟିଶନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ଏହା ଚଞ୍ଚଳମନା ଚିନ୍ତାଧାରା ବୋଲି...

କାରରେ ଏକା ଥିଲେ ମାସ୍କ ପିନ୍ଧିବା ଦରକାର ନାହିଁ

ନୂଆଦିଲ୍ଲୀ,୪।୨: ରାଜଧାନୀରେ ଏକା କାର ଚଳାଉଥିବା ଲୋକଙ୍କୁ ଆଉ ମାସ୍କ ପିନ୍ଧିବା ଦରକାର ନାହିଁ। ଏ ନେଇ ଜାତୀୟ ରାଜଧାନୀର ବିପର୍ଯ୍ୟୟ ନିୟନ୍ତ୍ରଣ ଅଧିକାରୀ ଶୁକ୍ରବାର...

Advertisement
Archives

Model This Week