Posted inଜାତୀୟ

କଂଗ୍ରେସ ପ୍ରତିଷ୍ଠା ଦିବସରେ ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ : ଏନ୍‌ପିଆର୍‌, ଏନ୍‌ଆର୍‌ସି ଦ୍ୱିତୀୟ ବିମୁଦ୍ରୀକରଣ

ନୂଆଦିଲ୍ଲୀ/ ଗୁଆହାଟୀ,୨୯ା୧୨(ପି.ଟି.): କଂଗ୍ରେସର ୧୩୫ତମ ପ୍ରତିଷ୍ଠା ଦିବସ ଅବସରରେ ଦଳର ନେତା ରାହୁଲ ଗାନ୍ଧୀ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌) ଏବଂ ପ୍ରସ୍ତାବିତ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)କୁ ସମାଲୋଚନା କରି ଏହାକୁ ସେ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ନୋଟବନ୍ଦୀ ବୋଲି କହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ ବିମୁଦ୍ରୀକରଣଠାରୁ ଆହୁରି ଭୟାବହ ସ୍ଥିତି ସୃଷ୍ଟିହେବ ବୋଲି ସେ ସତର୍କ କରାଇଦେଇଛନ୍ତି।
ଏନ୍‌ପିଆର୍‌ ଏବଂ ଏନ୍‌ଆର୍‌ସି ବିରୋଧରେ କଂଗ୍ରେସ ପକ୍ଷରୁ ଶନିବାର ଦେଶବ୍ୟାପୀ ‘ସମ୍ବିଧାନ ବଞ୍ଚାଅ, ଭାରତ ବଞ୍ଚାଅ’ ବାର୍ତ୍ତା ନେଇ ଫ୍ଲାଗ୍‌ମାର୍ଚ୍ଚ କରାଯାଇଥିଲା। ଦିଲ୍ଲୀ, ମୁମ୍ବାଇ, କୋଲକାତା, ଜୟପୁରଠାରୁ ଆରମ୍ଭ କରି ବିଭିନ୍ନ ସହରରେ ହଜାର ହଜାର କଂଗ୍ରେସ କର୍ମୀ ଓ ନେତା ସରକାରଙ୍କ ଜନବିରୋଧୀ ନୀତିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ। ସରକାରଙ୍କ ସଂଶୋଧିତ ନାଗରିକତ୍ୱ ଆଇନ, ଏନ୍‌ପିଆର୍‌ ଏବଂ ଏନ୍‌ଆର୍‌ସିକୁ କଂଗ୍ରେସ ନେତାମାନେ ଜୋର୍‌ଦାର ସମାଲୋଚନା କରିଥିଲେ। ଦେଶର ସମସ୍ତ ଗରିବ ଭାରତୀୟ କି ନୁହନ୍ତି ପଚାରିବା କଂଗ୍ରେସ ଫ୍ଲାଗ୍‌ମାର୍ଚ୍ଚର ମୂଳ ଉଦ୍ଦେଶ୍ୟ। ବିମୁଦ୍ରୀକରଣକୁ ନେଇ ସାରା ଦେଶର ଜନସାଧାରଣ ହଇରାଣ ହେଉଥିବାବେଳେ ମୋଦିଙ୍କର କେତେଜଣ ଘନିଷ୍ଠ ବ୍ୟବସାୟୀ ଏହାର ଫାଇଦା ଉଠାଇଥିଲେ। ଏନ୍‌ପିଆର୍‌ ଏବଂ ଏନ୍‌ଆର୍‌ସି କାର୍ଯ୍ୟକାରୀ ହେଲେ ସ୍ଥିତି ଆହୁରି ଭୟାବହ ହୋଇପଡ଼ିବ ବୋଲି ରାହୁଲ କହିଛନ୍ତି। କେନ୍ଦ୍ର ସରକାର ଅଳ୍ପ କେତେଜଣ ପୁଞ୍ଜିପତିଙ୍କ ପାଇଁ କାର୍ଯ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ଗୁଆହାଟୀଠାରେ ଏକ ସଭାକୁ ସମ୍ବୋଧିତ କରି ରାହୁଲ ଭାଜପା ସରକାରଙ୍କ ନୀତିକୁ ସମାଲୋଚନା କରିଥିଲେ। ଭାଜପାର ନୀତି ପାଇଁ ଆସାମ ପୁଣିଥରେ ହିଂସା ପଥକୁ ଫେରିପାରେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଥିଲେ। ତେବେ ଆସାମ ଓ ଉତ୍ତରପୂର୍ବାଞ୍ଚଳର ଲୋକମାନଙ୍କ ପରିଚୟ, ସଂସ୍କୃତି ଓ ଭାଷା ଉପରେ ଆକ୍ରମଣ ପାଇଁ ଭାଜପା ଏବଂ ଆର୍‌ଏସ୍‌ଏସ୍‌କୁ ଅନୁମତି ଦିଆଯିବ ନାହିଁ ବୋଲି କଂଗ୍ରେସ ନେତା କହିଥିଲେ।
ପ୍ରତିଷ୍ଠା ଦିବସ ଅବସରରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ୨୪ ଆକବର ରୋଡ୍‌ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଦଳୀୟ ପତାକା ଉତ୍ତୋଳନ କରିଥିଲେ। କଂଗ୍ରେସ ପ୍ରତିଷ୍ଠା ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଦେଶକୁ ପ୍ରାଧାନ୍ୟ ଦେଇଆସିଛି। ରାଷ୍ଟ୍ର ପାଇଁ ବଳିଦାନକୁ ଦଳ ସର୍ବାଗ୍ରେ ରଖିଆସିଛି ବୋଲି କଂଗ୍ରେସ ପକ୍ଷରୁ ଟୁଇଟ୍‌ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ବରିଷ୍ଠ ନେତା ଏ.କେ. ଆଣ୍ଟୋନି, ମୋତିଲାଲ ଭୋରା, ଆନନ୍ଦ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ। ସେଠାରେ ଉପସ୍ଥିତ ପିଲାମାନଙ୍କୁ ସୋନିଆ ମିଠା ବାଣ୍ଟିଥିଲେ। ଦଳ ପାଇଁ ଲକ୍ଷ ଲକ୍ଷ କଂଗ୍ରେସ କର୍ମୀ ବର୍ଷ ବର୍ଷ ଧରି ନିଃସ୍ବାର୍ଥପର ଭାବେ କାର୍ଯ୍ୟ କରିଆସିଥିବା ରାହୁଲ ଗାନ୍ଧୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଢିଲା ଅଭିଜିତ ଦୀପକେଙ୍କ ଅଡୁଆ: ରୁଜୁ ହେଲା ମାମଲା, ଜାଣନ୍ତୁ କାହିଁକିି…

ନୂଆଦିଲ୍ଲୀ,୪।୮: କକରୋଚ ଜନତା ପାର୍ଟି (CJP)ର ସଂସ୍ଥାପକ ଅଭିଜିତ ଦୀପକେଙ୍କ ଅଡୁଆ ବଢ଼ୁଥିବା ନଜର ଆସୁଛି। ପଶ୍ଚିମବଙ୍ଗରେ ଆଇନଜୀବୀ ରିଙ୍କି ଚଟାର୍ଜୀ ସିଂହ ସିଲିଗୁଡ଼ି ସାଇବର କ୍ରାଇମ…

ଅଟୋ ସେକ୍ଟର ହେବ ମାଲାମାଲ! ସରକାର ୪,୦୦୦ କୋଟି ଯୋଜନା…

ନୂଆଦିଲ୍ଲୀ,୪।୮: ଭାରତୀୟ ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ଏକ ପ୍ରମୁଖ ପ୍ରଯୁକ୍ତିବିଦ୍ୟା ଏବଂ ସାଂରଚନିକ ପରିବର୍ତ୍ତନ ଦେଇ ଗତି କରୁଛି। ବୈଦ୍ୟୁତିକ ଯାନ (EVs) ପାଇଁ ବର୍ଦ୍ଧିତ ଚାହିଦା…

Ramayan ର ୭୮ଟି ଏପିସୋଡ୍‌ରୁ ଦୂରଦର୍ଶନ କମାଇଥିଲା ୩୧,୨୦,୦୦,୦୦୦ କୋଟି ଟଙ୍କା! ଜାଣନ୍ତୁ ଗୋଟିଏ ଦିନର କେତେ ଥିଲା ବଜେଟ୍‌…

ନୂଆଦିଲ୍ଲୀ,୪।୮: ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ‘ରାମାୟଣ’ ଆଜି ବି ଲୋକଙ୍କ ହୃଦୟରେ ରାଜ୍ କରୁଛି। ଏପରି ସ୍ଥିତିରେ ଆସନ୍ତୁ ଏହା ସହ ଜଡ଼ିତ କିଛି ଖାସ୍…

LPG ସବସିଡି ଚେକ୍‌ କରିବାକୁ ଯାଇଥିଲେ ବ୍ୟାଙ୍କ, ଖାତାରେ ଏତେ କୋଟି ଦେଖି ଉଡିଗଲା ହୋସ୍‌!

ନୂଆଦିଲ୍ଲୀ,୪।୮: ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହଠାତ୍‌ ୧୦୦ କୋଟି ଟଙ୍କା ଆସିଯାଏ, ତେବେ ବୋଧହୁଏ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। ପଶ୍ଚିମବଙ୍ଗର ଜଣେ…

ଇସ୍ତଫା ଦେଲେ ୨ ବିଧାୟକ: ରାଗିଗଲେ ମୁଖ୍ୟମନ୍ତ୍ରୀ, ସିଧା କହିଦେଲେ…

ନୂଆଦିଲ୍ଲୀ,୪।୮: କର୍ନାଟକରେ ଡିକେ ଶିବକୁମାରଙ୍କ ସରକାରର କ୍ୟାବିନେଟ୍ ସମ୍ପ୍ରସାରଣ ହୋଇଛି। ମୋଟ ୨୦ ଜଣ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। କଂଗ୍ରେସ ସରକାର କ୍ୟାବିନେଟ୍…

ଉଦୟନିଧି ଷ୍ଟାଲିନଙ୍କ ମାମଲାରେ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ! ପଚରାଉଚରା ପରେ…

ନୂଆଦିଲ୍ଲୀ,୪।୮: ତାମିଲନାଡୁର ବିରୋଧୀ ଦଳ ନେତା ଡିଏମକେ (DMK) ନେତା ଉଦୟନିଧି ଷ୍ଟାଲିନ୍‌ଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନିକଟତର ବନ୍ଧୁ ଏବଂ ଅଭିନେତ୍ରୀ ତ୍ରିଷାଙ୍କ ଉପରେ କଥିତ…

ଚୋରିର ୧୫ ଦିନ ପରେ ଲକ୍ଷ ଲକ୍ଷ ଟଙ୍କାର ଅଳଙ୍କାର ଫେରାଇଦେଲେ ଚୋର; ଚିଠିରେ ଲେଖିଲେ..

ହାଇଦ୍ରାବାଦ୍‌,୪।୮: ଆନ୍ଧ୍ରପ୍ରଦେଶର କାକିନାଡା ଜିଲାରୁ ଏକ ଅତ୍ୟନ୍ତ ଅସାଧାରଣ ଘଟଣା ସାମ୍ନାକୁ ଆସିଛି। ଏଠାରେ ଚୋରି କରିଥିବା ଚୋରମାନେ ଅପରାଧର ପ୍ରାୟ ୧୫ ଦିନ ପରେ ଅଧିକାଂଶ…

ମଝି ଆକାଶରେ ହଠାତ୍‌ ତଳକୁ ଖସିଲା ବିମାନ, ଛାତରେ ବାଜିଲା ଯାତ୍ରୀଙ୍କ ମୁଣ୍ଡ, ଅନେକ ଯାତ୍ରୀ…

ନୂଆଦିଲ୍ଲୀ,୪।୮: ଦିଲ୍ଲୀ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ଫୁକେଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ହଠାତ୍‌ ପ୍ରବଳ ଟର୍ବୁଲେନ୍ସର ସମ୍ମୁଖୀନ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri