Posted inଜାତୀୟ

କଂଗ୍ରେସ ନେତାରୁ ଲୋକ ସେବକ ପାଲଟି ଗଲେ ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ,୨୫।୧୧:କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବେ ଟୁଇଟର ଆକାଉଣ୍ଟକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ। କାରଣ ସେ କଂଗ୍ରେସ ନେତାରୁ ଏବେ ପାଲଟିଯାଇଛନ୍ତି ଲୋକ ସେବକ ଓ କ୍ରିକେଟ ପ୍ରେମୀ। ସୂଚନାଯୋଗ୍ୟ, ତାଙ୍କ ଟୁଇଟର ଆକାଉଣ୍ଟରେ ପୂର୍ବ କେନ୍ଦ୍ରମନ୍ତ୍ରୀ ଓ ପୂର୍ବ ସାଂସଦ ଲେଖାଯାଇଥିଲା। ଆଉ ଏବେ ତାଙ୍କ ପ୍ରୋଫାଇଲ ବଦଳିଯିବାରୁ ପ୍ରଶ୍ନ ଉଠିଛି ସେ କାହିଁକି ତାଙ୍କ ପ୍ରୋଫାଇଲ ପରିବର୍ତ୍ତନ କଲେ। ଏହି ନୂଆ ପ୍ରୋଫାଇଲରେ କେଉଁଠିବି କଂଗ୍ରେସର ନାଁ ନ ଥିବା ଜଣାପଡିଛି। ସୂଚନାଯୋଗ୍ୟ, ନିକଟରେ ଜ୍ୟୋତିରାଦିତ୍ୟଙ୍କର ଏମିତି କିଛି ବୟାନ ଆସିଥିଲା ଯେଉଁଥିରେ ଅନୁମାନ କରାଯାଉଥିଲା କି ତାଙ୍କର ଓ କଂଗ୍ରେସ ମଧ୍ୟରେ କିଛି ଭଲ ସମ୍ପର୍କ ନାହିଁ। ତେବେ ସିନ୍ଧିଆ ଋଣଛାଡ, ବନ୍ୟା ସହାୟତା ରାଶି ଓ ବିଜୁଳି କାଟକୁ ନେଇ କମଲନାଥ ସରକାରଙ୍କୁ କାଠଗଡାକୁ ଟାଣିଥିଲେ। ଆଉ ଭାଜପା ଏହାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିବାକୁ ସୁଯୋଗ ପାଇଥିଲା। ଏବେ କିନ୍ତୁ ନିଜ ପ୍ରୋଫାଇଲକୁ ନେଇ ସେ କହିଛନ୍ତି, ଗୋଟିଏ ମାସ ଆଗରୁ ସେ ଏହାକୁ ପରିବର୍ତ୍ତନ କରିଛନ୍ତି। ତେବେ ଜନତାଙ୍କ ଦାବି ପରେ ସେ ତାଙ୍କ ପ୍ରୋଫାଇଲକୁ ଛୋଟ କରିଦେଇଛନ୍ତି। କଂଗ୍ରେସ ସହ ଏହାର କୌଣସି ସମ୍ପର୍କ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨୭ ବର୍ଷରେ ୪ ମହିଳା ମନ୍ତ୍ରୀ

ନୂଆଦିଲ୍ଲୀ,୧୭ା୨: କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) କ୍ରମାଗତ ତୃତୀୟ ଥର ପାଇଁ କ୍ଷମତାସୀନ ହେଇଛି। ନିର୍ବାଚନ ପ୍ରଚାର ବେଳେ ଏହି ଦଳ...

ଦଳିତ ଯୁବକଙ୍କୁ ଚୋର ଭାବି ଜାଳିଦେଲେ

ଲକ୍ଷ୍ନୌ,୨୪ା୭(ପି.ଟି.): ଉତ୍ତରପ୍ରଦେଶର ବାରାବାଙ୍କି ଜିଲାରେ ଜଣେ ଦଳିତ ଯୁବକ ବୁଲା କୁକୁରଙ୍କ ପ୍ରାଦୁର୍ଭାବରୁ ବଞ୍ଚତ୍ବା ପାଇଁ ଏକ ଘରେ ପଶିଯାଇଥିବାବେଳେ ତାଙ୍କୁ ଚୋର ମନେକରି ଜାଳି...

ସରକାରଙ୍କ ସମାଲୋଚନା କରୁଥିବା ଲୋକଙ୍କୁ କୁହାଯାଉଛି ରାଷ୍ଟ୍ର ବିରୋଧୀ: ଶବାନା ଆଜ୍‌ମୀ

ଇନ୍ଦୋର,୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଅଭିନେତ୍ରୀ ଶବାନା ଆଜ୍‌ମୀ ପୁଣି ଥରେ ଟାର୍ଗେଟ୍‌ କରିଛନ୍ତି। ଇନ୍ଦୋରରେ ଆୟୋଜିତ ଏକ ସଭାରେ ଯୋଗଦେଇ କହିଛନ୍ତି ଯେ,...

ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କଲେ ୬୦ ମାଓବାଦୀ

ବିଶାଖାପାଟନମ୍‌,୨୯।୬: ଆନ୍ଧ୍ରପ୍ରଦେଶରେ କୁଖ୍ୟାତ ମାଓବାଦୀ ଭନାଥାଲା ରାମ କୃଷ୍ଣଙ୍କୁ ଗିରଫ କରାଯିବା ପରେ ୬୦ରୁ ଊର୍ଦ୍ଧ୍ୱ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ବୁଧବାର ବିଶାଖାପାଟନମ୍‌ ରେଞ୍ଜର ଡିଆଇଜି...

ଆବଶ୍ୟକ ସଦସ୍ୟ ନ ଥାଇ ବି ସରକାରଙ୍କୁ ଜଗିବେ ସୋନିଆ: ସଂସଦୀୟ ଦଳ ନେତ୍ରୀ ନିର୍ବାଚିତ

ନୂଆଦିଲ୍ଲୀ,୧।୬: କଂଗ୍ରେସର ସଂସଦୀୟ ଦଳ ନେତ୍ରୀ ଭାବେ ପୁଣି ଥରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିର୍ବାଚିତ ହୋଇଛନ୍ତି। ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ଶନିବାର ପୂର୍ବାହ୍ନରେ...

ବିହାରର ମନ୍ତ୍ରୀ, ବିଧାୟକ ଭିନ୍ନ ଢଙ୍ଗରେ ଟିମ୍‌ ଇଣ୍ଡିଆକୁ ଜଣାଇଲେ ଶୁଭକାମନା

ପାଟନା, ୯।୭: ଆଇସିସି ବିଶ୍ୱକପରେ ମଙ୍ଗଳବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ଖେଳାଯିବ। ଭାରତର ବିଜୟ କାମନା କରି ଦେଶର ବିଭିଭନ୍ନ ସ୍ଥାନରେ ଯଜ୍ଞ,...

ବାଣ କାରଖାନରେ ଭୟଙ୍କର ବିସ୍ଫୋରଣ; ୬ ମୃତ

ଶିମଲା,୨୨।୨: ହିମାଚଳପ୍ରଦେଶର ଉନା ଜିଲାର ବାଥଉ ଶିଳ୍ପାଞ୍ଚଳରେ ଥିବା ଏକ ବାଣ କାରଖାନରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା...

୫୦୦ ଜିଲାରେ ପ୍ରତିଶ୍ରୁତି ପୂରଣ ଖିଲାପ ସଭା, ମିଳିତ କୃଷକ ମୋର୍ଚ୍ଚା ପକ୍ଷରୁ ଘୋଷଣା …

ଗାଜିଆବାଦ, ୪।୭ : ମିଳିତ କୃଷକ ମୋର୍ଚ୍ଚା (ଏସକେଏମ୍‌) ପକ୍ଷରୁ ସର୍ବନିମ୍ନ ସମର୍ଥନ ମୂଲ୍ୟର ଆଇନଗତ ଗ୍ୟାରେଣ୍ଟି ତଥା ଅନ୍ୟାନ୍ୟ ବିଚାରାଧୀନ ଦାବି ସମ୍ବନ୍ଧରେ ଜୁଲାଇ...

Advertisement
Archives

Model This Week