Posted inଜାତୀୟ

କଂଗ୍ରେସ, କେଜରିଓ୍ବାଲଙ୍କ ଉପରେ ବର୍ଷିଲେ ଶାହା

ନୂଆଦିଲ୍ଲୀ,୫।୧: ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସୃଷ୍ଟି ହୋଇଥିବା ହିଂସା ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦାୟୀ। ଏଭଳି ମତ ରଖିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ରବିବାର ନୂଆଦିଲ୍ଲୀଠାରେ ଆୟୋଜିତ ‘ବୁଥ୍‌ କାର୍ଯ୍ୟକର୍ତ୍ତା ସମ୍ମିଳନୀ’ରେ ଯୋଗଦେଇ ସେ ଏହା କହିଛନ୍ତି। କଂଗ୍ରେସ କହିଲା ସିଏଏ ପକ୍ଷପାତିତା, ରାହୁଲ କହିଲେ ଏହା ଗରିବଙ୍କ ପ୍ରତି ପ୍ରହାର ଭଳି, ପ୍ରିୟଙ୍କା କହିଲେ ଏହା ଅସାମ୍ବିଧାନିକ। ଏହାକୁ ନେଇ ଦେଶରେ ହିଂସା ପରିସ୍ଥିତି ସୃଷ୍ଟି ହେଲା। କଂଗ୍ରେସର ଏହି ଯୁକ୍ତି ଆଦୌ ଠିକ୍‌ ନୁହେଁ ବୋଲି ଶାହା କହିଛନ୍ତି। ସେ ଆହୁରି ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି(ଏଏପି) ନେତା ଅରବିନ୍ଦ କେଜରିଓ୍ବାଲଙ୍କୁ ଟାର୍ଗେଟ କରିଛନ୍ତି। କେଜରିଓ୍ବାଲ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ରାଜଧାନୀରେ କୌଣସି ଉନ୍ନତି ମୂଳକକାର୍ଯ୍ୟ କରି ନାହାନ୍ତି ବୋଲି ଶାହା କହିଛନ୍ତି। ସେ କଥା ଦେଇଥିଲେ ରାଜଧାନୀରେ ୧୫ ଲକ୍ଷ ସିସିଟିଭି କ୍ୟାମେରା ଲଗାଇବାକୁ। ଅସ୍ଥାୟୀ ଶିକ୍ଷକ ଓ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ। ହେଲେ ସେ ତାଙ୍କର କୌଣସି କଥା ରଖି ନାହାନ୍ତି ବୋଲି ଶାହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଞ୍ଜିନ-ପାୱାର କାର ମଧ୍ୟରେ ଚାପି ହୋଇ ମୃତ୍ୟୁ ବରଣ କଲେ ପଏଣ୍ଟସ୍‌ମ୍ୟାନ୍‌; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ନୂଆଦିଲ୍ଲୀ,୧୦ା୧୧: ବିହାର ବରାଉଣି ଜଙ୍କସନ୍‌ରେ ତାଳମେଳ ଅଭାବରୁ ରେଲଓ୍ବେ ପଏଣ୍ଟସ୍‌ମ୍ୟାନ୍‌ଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଛି ସାଙ୍ଘାତିକ ସତ। ଭାରତୀୟ ରେଲୱେର ପ୍ରାଥମିକ ତଦନ୍ତରୁ ଜଣା...

‘ସେମାନଙ୍କ ସମସ୍ତ ଦୁର୍ନୀତିର ହିସାବନିକାଶ କରିବ ଏନ୍‌ଡିଏ ସରକାର’

ରାଞ୍ଚି,୧୦ା୧୧: ଏନ୍‌ଡିଏ ସରକାର ‘ସେମାନଙ୍କର ସମସ୍ତ ଦୁର୍ନୀତିର ହିସାବନିକାଶ କରିବ’ ବୋଲି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡ଼ଖଣ୍ଡର ସୋରେନ ସରକାରଙ୍କ ଉପରେ ବର୍ଷିଛନ୍ତି। ଝାଡ଼ଖଣ୍ଡ...

ଅବସର ପରେ କ’ଣ କରିବେ ସିଜେଆଇ ଚନ୍ଦ୍ରଚୂଡ଼? ଜାଣନ୍ତୁ ଭବିଷ୍ୟତର ପ୍ଲାନିଂକୁ ନେଇ କ’ଣ କହିଲେ

ନୂଆଦିଲ୍ଲୀ,୧୦।୧୧: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ ଶନିବାର ନଭେମ୍ବର ୧୦ରେ ଅବସର ନେବେ। ନଭେମ୍ବର ୧୧ରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଦେଶର ୫୧ତମ ପ୍ରଧାନ...

ପେଚକସ୍‌ରେ ଆକ୍ରମଣ କରି ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା, ଲହୁ ଲୁହାଣ ଅବସ୍ଥାରେ ମିଳିଲା ମୃତଦେହ

ବିଜନୌର,୧୦।୧୧: ଉତ୍ତର ପ୍ରଦେଶ ବିଜନୋରର ଖାଲିଫା କଲୋନୀରେ ହୋଇଥିବା ଟ୍ରିପଲ ମର୍ଡର ଘଟଣାରେ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ସ୍ବାମୀ, ସ୍ତ୍ରୀ ଏବଂ ପୁଅକୁ...

ମହାରାଷ୍ଟ୍ରରେ କିଏ ହେବେ ମୁଖ୍ୟମନ୍ତ୍ରୀ ଚେହେରା, ବଡ ସୂଚନା ଦେଲେ ଅମିତ ଶାହା!

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଘଣ୍ଟି ବାଜି ସାରିଛି। ଏହି କ୍ରମରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ମହାରାଷ୍ଟ୍ରରେ ଭାଜପାର ମନିଫେଷ୍ଟୋ ପ୍ରକାଶ କରିଛନ୍ତି।...

‘ସିକନ୍ଦର’ ସେଟରେ ବଢିଲା ସଲମାନଙ୍କ ସୁରକ୍ଷା, ଲରେନ୍ସ ଗ୍ୟାଙ୍ଗର ଧମକ ପରେ…

ମୁମ୍ବାଇ,୧୦।୧୧: ବଲିଉଡ ଦବଙ୍ଗ ସଲମାନ ଖାନ ଏବଂ ରଶ୍ମିକା ମନ୍ଦାନା ଆଗାମୀ ଫିଲ୍ମ ‘ସିକନ୍ଦର’ର ସୁଟିଂ ପାଇଁ ହାଇଦ୍ରାବାଦର ଫାଲକନୁମା ପ୍ୟାଲେସରେ ପହଞ୍ଚିଛନ୍ତି। ଫିଲ୍ମର ସୁଟିଂ...

ଓଡ଼ିଶା ଆସିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ/ଭୁବନେଶ୍ୱର,୧୦ା୧୧: ପୁଣି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ଡିସେମ୍ବର ୪ରେ ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସି ପୁରୀରେ ନୌସେନା ଦିବସ ପାଳନ ଉତ୍ସବରେ...

ଭାଜପା ଫସଲରେ ପୋକ ଲାଗିଗଲେଣି, ଏବେ ପେଷ୍ଟିସାଇଡ୍ସ ପକାଇବା ଜରୁରୀ…

ନୂଆଦିଲ୍ଲୀ,୧୦।୧୧: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନକୁ ନେଇ ଉତ୍ତେଜନା ମଧ୍ୟରେ ବରିଷ୍ଠ ଭାଜପା ନେତା ତଥା କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri