Posted inଜାତୀୟ

କଂଗ୍ରେସରେ ଇସ୍ତଫାର ସୁଅ

ନୂଆଦିଲ୍ଲୀ,୨୯ା୬(ପି.ଟି.): କଂଗ୍ରେସ ଏମ୍‌ପି ବିବେକ ତନ୍‌ଖା ଦଳର ଆଇନ ଓ ମାନବାଧିକାର ସେଲ୍‌ ମୁଖ୍ୟ ପଦରୁ ଇସ୍ତଫା ଦେବା ପରେ ସାଧାରଣ ସମ୍ପାଦକ ଦୀପକ ବାବରିଆ (ମଧ୍ୟପ୍ରଦେଶ ପ୍ରଭାରୀ) ଓ ଗୋଆ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଗିରିଶ ଚୋଦାନକରଙ୍କ ସମେତ ଅନେକ ନେତା ଶୁକ୍ରବାର ନିଜ ନିଜ ପଦ ଛାଡ଼ିଛନ୍ତି। ସେହିପରି ଦିଲ୍ଲୀ ପିସିସି କାର୍ଯ୍ୟକାରୀ ସଭାପତି ରାଜେଶ ଲିଲୋଥିଆ ଓ ତେଲେଙ୍ଗାନା ପିସିସି କାର୍ଯ୍ୟକାରୀ ସଭାପତି ପୁନମ ପ୍ରଭାକର ମଧ୍ୟ ଇସ୍ତଫା ଦେଇଛନ୍ତି। ସାରା ଦେଶରୁ ଦଳର ୧୨୦ ଜଣ ପଦାଧିକାରୀ ସେମାନଙ୍କ ଇସ୍ତଫାପତ୍ର ଏଆଇସିସିକୁ ପଠାଇଥିବା ଜଣାପଡ଼ିଛି।
ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଇଥିବା ଇସ୍ତଫା ପ୍ରତ୍ୟାହାର କରି ନ ଥିବାବେଳେ କୌଣସି ରାଜ୍ୟସ୍ତରୀୟ ନେତା ନିଜକୁ ଦାୟୀ କରି ପଦ ଛାଡ଼ି ନ ଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହାକୁ ନେଇ କଂଗ୍ରେସରେ ଏବେ ଇସ୍ତଫାର ସୁଅ ଛୁଟିବାରେ ଲାଗିଛି। କଂଗ୍ରେସର ସାଙ୍ଗଠନିକ ପୁନର୍ଗଠନ ପାଇଁ ରାହୁଲଙ୍କୁ କ୍ଷମତା ପ୍ରଦାନ ପାଇଁ ଇସ୍ତଫା ଦେଇଥିବା କେତେଜଣ ନେତା କହୁଛନ୍ତି। ଅନ୍ୟପକ୍ଷରେ ରାହୁଲ କଂଗ୍ରେସ ମୁଖ୍ୟ ଭାବେ ରହିବା ପାଇଁ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ସେମାନେ ଇସ୍ତଫାପତ୍ର ପ୍ରତ୍ୟାହାର କରିବେ ନାହିଁ ବୋଲି ଆଉ କେତେଜଣ ନେତା ମତ ଦେଇଛନ୍ତି। ସେପଟେ ରାହୁଲ ଛତିଶଗଡ଼ର ଆଦିବାସୀ ନେତା ମୋହନ ମାର୍କମଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ସ୍ଥାନରେ ତାଙ୍କୁ ଅବସ୍ଥାପିତ କରାଯାଇଥିବା ଏଆଇସିସି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନେହେରୁ-ବାଜପେୟୀଙ୍କ ଭାଷଣ ଶୁଣିବାକୁ ରୁଣ୍ଡ ହେଉଥିଲେ ଲୋକେ: ଘୃଣା ଭାଷଣ ନେଇ ସୁପ୍ରିମ୍‌କୋର୍ଟଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୨୯।୩ : ଘୃଣା ଭାଷଣ ପ୍ରଦାନ କରୁଥିବା ଉପାଦାନଗୁଡିକ ଉପରେ ସୁପ୍ରିମକୋର୍ଟ ଦୃଢ଼ ଆପତ୍ତି ଉଠାଇଛନ୍ତି। ଲୋକମାନେ କାହିଁକି ନିଜକୁ ନିୟନ୍ତ୍ରଣ କରୁନାହାଁନ୍ତି ବୋଲି କୋର୍ଟ...

୧୨୦୧ ପ୍ରାର୍ଥୀଙ୍କ ନାଁରେ ଅପରାଧ ମାମଲା

ନୂଆଦିଲ୍ଲୀ,୩ା୧୧: ବିହାର ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ୧,୨୦୧ ଜଣଙ୍କ ନାଁରେ ଅପରାଧ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ୯୧୫ଟି ଗୁରୁତର ମାମଲା ବୋଲି ବିହାର...

ପିଏଫଆଇ ବିରୋଧରେ ପ୍ରତିବନ୍ଧକ ଲାଗୁ କରନ୍ତୁ କେନ୍ଦ୍ର ସରକାର: ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଏକ ଇକୋ-ସିଷ୍ଟମ ସୃଷ୍ଟି କରୁଛି ବୋଲି କହିଲେ ହିମନ୍ତ ସରମା…

ଗୁଆହାଟୀ, ୨୪।୯ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ସରମା ଶନିବାର କହିଛନ୍ତି ଯେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ଉପରେ ପ୍ରତିବନ୍ଧକ ଲଗାଇବାକୁ...

ଆବଶ୍ୟକ ପଡ଼ିଲେ ବଜରଙ୍ଗ ଦଳ ବିରୋଧରେ ପ୍ରତିବନ୍ଧକ ଲଗାଯିବ: ଭୁପେଶ ବାଘେଲ…

ରାୟପୁର,୪।୫ : ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କରିଛନ୍ତି ଆବଶ୍ୟକ ପଡ଼ିଲେ ବଜରଙ୍ଗ ଦଳ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଯଦି ଜରୁରୀ...

ସ୍କୁଲରେ ଆତଙ୍କବାଦୀ ଆକ୍ରମଣ, ୨ ଶିକ୍ଷକଙ୍କୁ ଗୁଳି କରି ହତ୍ୟା..

ଶ୍ରୀନଗର,୭।୧୦: ଜମ୍ମୁ-କଶ୍ମୀରର ଶ୍ରୀନଗରର ଇଦ୍‌ଗାହ ଅଞ୍ଚଳରେ ଥିବା ଏକ ସ୍କୁଲରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀମାନେ ଗୁଳି କରି ୨ ଶିକ୍ଷକଙ୍କୁ ହତ୍ୟା କରିଛନ୍ତି। ମୃତକଙ୍କ...

କେଜରିୱାଲ ଗ୍ୟାରେଣ୍ଟି କାର୍ଡରେ ୧୦ ଲକ୍ଷ ଚାକିରି, ମାଗଣା ବିଜୁଳି, ମହିଳାଙ୍କୁ ମାଗଣା ବସ ସେବା

ଲକ୍ଷ୍ନୌ,୨୮ ।୧: ଉତ୍ତର ପ୍ରଦେଶ ବିଧାନସଭା ଲାଗି ଆମ ଆଦମୀ ପାର୍ଟି(ଏଏପି) ତା’ର ଘୋଷଣା ପତ୍ର ଜାରି କରିଛି । ଏଥିରେ ୧୦ ଲକ୍ଷ ଚାକିରି,...

ସର୍ତ୍ତ ମାନିଲେ ନୀତୀଶଙ୍କ ସହ ମିଶିବି, କହିଲେ ପିକେ…

ପାଟନା, ୧୫।୯ : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିବାର ଗୁମର ଖୋଲିଛନ୍ତି। ସେ କହିଛନ୍ତି ଯେ ନୀତୀଶଙ୍କୁ ଦୁଇ...

ଏହି ରାଜ୍ୟରେ ପେଟ୍ରୋଲ-ଡିଜେଲ ହେବ ୨୫ ଟଙ୍କା ଶସ୍ତା, ତେବେ ଏଭଳି ସର୍ତ୍ତ…

ରାଞ୍ଚି, ୨୯।୧୨: ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ସରକାର ପକ୍ଷରୁ ପେଟ୍ରୋଲ-ଡିଜେଲ ୨୫ ଟଙ୍କା ଶସ୍ତା ହେବା ନେଇ ଘୋଷଣା କରାଯାଇଛି। ତେବେ ଏଥିପାଇଁ ସର୍ତ୍ତ...

Advertisement
Archives

Model This Week