Posted inଫୁରସତ

ଔଷଧ ନୁହେଁ ଦେହରେ ନିଆଁ ଲଗାଇ କରାଯାଏ ରୋଗର ଚିକିତ୍ସା

ଔଷଧ ତଥା ଚେରମୂଳି ଦ୍ୱାରା ରୋଗର ଚିକିତ୍ସା କରାଯାଉଥିବା ସମସ୍ତେ ଜାଣନ୍ତି। ହେଲେ ଦେହରେ ନିଆଁ ଲଗାଇ ରୋଗର ଚିକିତ୍ସା କରାଯାଉଥିବା ବିଷୟରେ କେବେ ଶୁଣିଛନ୍ତି? ହୁଏତ ନା। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ଚୀନ୍‌ରେ ୧୦୦ରୁ ଊର୍ଦ୍ଧ୍ୱ ବର୍ଷ ଧରି ଏହି ପଦ୍ଧତିରେ ଚିକିତ୍ସା କରାଯାଉଛି। ଏହାକୁ ‘ଫାୟାର ଥେରାପୀ’ ବା ‘ଅଗ୍ନୀ ଚିକିତ୍ସା’ ବୋଲି କୁହାଯାଏ। ଏହି ଥେରାପୀ ଦ୍ୱାରା ଚିନ୍ତା, ଅବସାଦ, ବଦହଜମୀ, ବାଞ୍ଝପଣଠାରୁ ଆରମ୍ଭକରି କ୍ୟାନ୍ସର ପର୍ଯ୍ୟନ୍ତ ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି। ବିଶେଷକରି ବଡ଼ ତଥା ଦୁରାରୋଗ୍ୟ ରୋଗ ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିବା ସମସ୍ତଙ୍କ ପକ୍ଷେ ସମ୍ଭବପର ନୁହେଁ। ଏଥିପାଇଁ ଫାୟାର ଥେରାପୀକୁ ଉପଯୁକ୍ତ ଏବଂ ଶସ୍ତା ବୋଲି କୁହାଯାଏ। ଚୀନ୍‌ରେ ଅନେକ ବଡ଼ ରୋଗରୁ ମୁକ୍ତି ପାଇଁ ଏହି ଥେରାପୀ ବ୍ୟବହାର ହୋଇଥାଏ।
ଏହି ପଦ୍ଧତିରେ ଲୋକଙ୍କ ଉପଚାର କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଝାଙ୍ଗ ଫାଙ୍ଗ ବେଶ୍‌ ଲୋକପ୍ରିୟ। ଝାଙ୍ଗଙ୍କ କହିବା ଅନୁସାରେ ଫାୟାର ଥେରାପୀ ମାନବ ଇତିହାସରେ ୪ର୍ଥ ବଡ କ୍ରାନ୍ତି। ସେ ବେଜିଂର ଏକ ଛୋଟ ଆପାର୍ଟମେଣ୍ଟରେ ଉପରୋକ୍ତ ରୋଗର ଚିକିତ୍ସା କରିଥାନ୍ତି। ଏକ ଓ୍ବେବ୍‌ସାଇଟ୍‌ ଅନୁସାରେ, ପ୍ରଥମେ ରୋଗୀ ପିଠିରେ ଚେରମୂଳିରେ ପ୍ରସ୍ତୁତ ଏକ ଲେପ ଲଗାଯାଇ ତାହାକୁ ଏକ ଚାଦରରେ ଘୋଡ଼ାଇ ଦିଆଯାଏ। ଏହା ଉପରେ ପାଣି ଏବଂ ମଦ ଛିଞ୍ଚି ନିଆଁ ଲଗାଯାଏ। ଏହିପରି ରୋଗର ଚିକତ୍ସା ହୋଇଥାଏ। ଏହା ଦ୍ୱାରା ଶରୀରର ଉପରସ୍ତରକୁ ଗରମକରି ଭିତରୁ ଥଣ୍ଡାକୁ ଦୂର କରାଯାଇଥାଏ। ତେବେ ଏହି ଥେରାପୀ ନେଉଥିବା ବ୍ୟକ୍ତିଙ୍କ ନିକଟରେ ଏଥିପାଇଁ ସାର୍ଟିଫିକେଟ ଥିବା ଆବଶ୍ୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୧୦୩ ବର୍ଷରେ ହାତରେ ପ୍ରଥମ ଟାଟୁ କଲେ ଏହି ମହିଳା

୧୦୩ ବର୍ଷୀୟା ଜଣେ ମହିଳା ହାତରେ ଟାଟୁ କରି ଚର୍ଚ୍ଚାକୁ ଆସିଛନ୍ତି। ଆମେରିକାରେ ରହୁଥିବା ଡୋରଥି ପଲକ ନାମକ ଏହି ମହିଳା ଜଣଙ୍କ ହାତରେ ବେଙ୍ଗ...

ଡିଜାଷ୍ଟର କାଫେ: ଖାଇଲାବେଳେ ଭୂମିକମ୍ପର ଅନୁଭୂତି

ଖାଇଲାବେଳେ ଭୂମିକମ୍ପର ଅନୁଭୂତି ନେବା ପାଇଁ ଚାହାନ୍ତି କି? ତେବେ ଏହି କାଫେ ହେଉଛି ଆପଣଙ୍କ ପାଇଁ ଉପଯୁକ୍ତ ସ୍ଥାନ। ସ୍ପେନ୍‌ର ଗିରୋନାଠାରେ ଥିବା ‘ଡିଜାଷ୍ଟର...

ନାହିଁ ସେଇ ମଜା

ଦୂର ଜାଗା ମନା:କରୋନା ପାଇଁ ଲାଗିଥିବା କଟକଣା କାରଣରୁ ଏବର୍ଷ ବୁଲାବୁଲି କରିବାର ସୁଯୋଗ ମିଳିନି। ହେଲେ ବର୍ଷ ଶେଷ ବେଳକୁ ଖ୍ରୀଷ୍ଟମାସ ଆଉ ନୂଆବର୍ଷ...

ସ୍କେଟିଂରେ ସଚେତନତା

ଲକ୍ଷ୍ନୌ: ଶାଢ଼ି ପିନ୍ଧି ସ୍କେଟିଂ କରି ଗାଁ ଦାଣ୍ଡରେ ଲୋକଙ୍କୁ ଟିକା ନେବା ପାଇଁ ପ୍ରବର୍ତ୍ତାଉଛନ୍ତି ଶ୍ରୀଗୁପ୍ତା। ଉତ୍ତରପ୍ରଦେଶ ସୀତାପୁରର ରାମକୋଟ ଗାଁରେ ରୁହନ୍ତି ୧୧...

ପଥର ଭଳି କଠିନ ହୋଇ ଯାଉଛି କରୋନା ଆକ୍ରାନ୍ତଙ୍କ ଫୁସଫୁସ୍‌

ରାଜକୋଟ, ୧।୧୦: କରୋନା ଆକ୍ରାନ୍ତଙ୍କ ଫୁସଫୁସ୍‌ ପଥର ଭଳି କଠିନ ହୋଇଯାଉଛି। ଫଳରେ ନିଶ୍ୱାସପ୍ରଶ୍ୱାସ ନେବାରେ ଆକ୍ରାନ୍ତଙ୍କୁ କଷ୍ଟ ହେବା ସହିତ ଶେଷରେ ମୃତ୍ୟୁ ଘଟୁଛି।...

ବେଙ୍ଗର ଦାମ୍‌ ଦେଢ଼ ଲକ୍ଷ

ଦୁନିଆର ସବୁଠୁ ବିଷାକ୍ତ ବେଙ୍ଗ ବିଷୟରେ ଜାଣନ୍ତି କି? ଯଦି ନା ତେବେ ଏମିତି ଏକ ବେଙ୍ଗ ବିଷୟରେ କହିବୁ ଯେ କି ସବୁଠୁ ବିଷାକ୍ତ...

ପ୍ଲେଟରେ ନିଆଁ ଗୁଳା ରଖି ଖାଉଛନ୍ତି ଏହି ମହିଳା, ଆଇପିଏସ୍‌ କହିଲେ…

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ମହିଳା ଚେୟାରରେ ବସି  ଗୋଟିଏ ପରେ ଗୋଟିଏ ଚାମଚ ଫାୟାରବଲ୍‌  ଆରାମରେ...

ଗୋଟିଏ ବାଲ୍‌ଟି ପାଇଁ ୬୯୫ ବର୍ଷ ତଳେ ହୋଇଥିଲା ଯୁଦ୍ଧ: ୨୦୦୦ ସୈନ୍ୟଙ୍କ ଘଟିଥିଲା ମୃତ୍ୟୁ

ରୋମ୍‌,୧୫।୩: ପୃଥିବୀରେ ଭିନ୍ନ ଭିନ୍ନ କାରଣରୁ ବହୁ ଯୁଦ୍ଧ ହୋଇଛି। ତେବେ ମାତ୍ର ଗୋଟିଏ ବାଲ୍‌ଟି ପାଇଁ ଯୁଦ୍ଧ। ପୁଣି ଏଥିରେ ୨୦୦୦ରୁ ଅଧିକ ସୈନ୍ୟଙ୍କ...

Advertisement
Archives

Model This Week