ଓୟୋରୁ ଛଟେଇ ହେଲେ ୧୦୦୦ରୁ ଉର୍ଦ୍ଧ୍ୱ କର୍ମଚାରୀ

ନୂଆଦିଲ୍ଲୀ,୧୨-୧ : ଓୟୋ ହୋଟେଲ୍ସ ଭାରତ ଏବଂ ଚାଇନାରେ ଥିବା ଏହାର ମୋଟ କର୍ମଚାରୀଙ୍କ ମଧ୍ୟରୁ ୧୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। ସଫ୍ଟବ୍ୟାଙ୍କ ସହଯୋଗ ଦ୍ୱାରା ସଞ୍ଚାଳିତ ଏହି କମ୍ପାନୀ ବର୍ତ୍ତମାନ ପ୍ରଭାବିତ ସ୍ଥିତିରେ ରହିଛି। ପରଫରମାନ୍ସ ଭିତ୍ତିରେ କମ୍ପାନୀ ଚାଇନାରେ ୫% ଏବଂ ଭାରତରେ ୧୨% କର୍ମଚାରୀଙ୍କୁ ଛଟେଇ କରି ଦେଇଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି। ଚାଇନାରେ ଓୟୋର ୧୨ ହଜାର କର୍ମଚାରୀ କାମ କରୁଥିବା ବେଳେ ଭାରତରେ ୧୦ ହଜାର କର୍ମଚାରୀ କାମ କରୁଛନ୍ତି। ଆସନ୍ତା ୩ ମାସରେ କମ୍ପାନୀ ଆଉ ୧୨୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି କହିଛି। ପରଫରମାନ୍ସ ଭିତ୍ତିରେ କର୍ମଚାରୀଙ୍କୁ ଛଟେଇ କରାଯାଉଥିବା ଓୟୋ ପକ୍ଷରୁ ଲାଗାତର ଭାବେ କୁହାଯାଉଛି। ଛଟେଇ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ଅଧିକାଂଶ ସେଲ୍‌ସ, ସପ୍ଲାଇ ଏବଂ ଅପରେଶନ ବିଭାଗର କର୍ମଚାରୀ ରହିଛନ୍ତି। ଛଟେଇ ହେଉଥିବା କର୍ମଚାରୀଙ୍କ ସ୍ଥାନ ପୂରଣ ହେବ କି ନାହିଁ ସେ ସମ୍ପର୍କରେ କମ୍ପାନୀ କୌଣସି ପ୍ରତିକ୍ରିୟା ରଖିନାହିଁ।
କମ୍ପାନୀର ଜଣେ ଅଧିକାରୀ କହିଛନ୍ତି ଯେ, ଟେକ୍ନିକାଲ ଡେଭଲପମେଣ୍ଟ ଯୋଗୁ କାମ ଏବେ କମିଛି। ଏଥି ଲାଗି କର୍ମଚାରୀଙ୍କୁ ଛଟେଇ କରାଯାଇଛି। ଆଉ କେତେ ଜଣ କର୍ମଚାରୀଙ୍କୁ ଅନ୍ୟ ବିଭାଗକୁ ପଠାଯାଉଛି। ଓୟୋର ବ୍ୟବସାୟ ଧାରା ଉନ୍ନତ ରହି ଆସିଛି। ହେଲେ ଗତ କିଛି ମାସ ଧରି କମ୍ପାନୀ ବିରୋଧରେ କିଛି ଅଭିଯୋଗ ଆସିବା ପରେ ଏହା ଓୟୋର ବ୍ୟବସାୟକୁ ପ୍ରଭାବିତ କରିଛି। ଓୟୋ ସହ ଯୋଡି ହେଉଥିବା ହୋଟେଲ ମାଲିକଙ୍କ ବ୍ୟବହାର ଉନ୍ନତ ନ ଥିବା ଗ୍ରାହକ ଅଭିଯୋଗ କରିଛନ୍ତି। ସଫ୍ଟବ୍ୟାଙ୍କ ଓୟୋରେ ବଡ ପରିମାଣର ନିବେଶ କରିଥିବା ବେଳେ କମ୍ପାନୀ କ୍ଷତି ସହିଥିଲା। ଛଟେଇ ହୋଇଥିବା କର୍ମଚାରୀଙ୍କ ବାର୍ଷିକ ବେତନ ୧୦ରୁ ୧୨ ଲକ୍ଷ ଟଙ୍କା ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିପିସିଓଡିଏଲ୍‌ ପକ୍ଷରୁ ଘର ଛାତରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ

ଭୁବନେଶ୍ୱର, ୩ା୮: ପିଏମ୍‌ ସୂର୍ଯ୍ୟଘର, ମୁଫ୍‌ତ ବିଜ୍‌ଲି ଯୋଜନା ଅଧୀନରେ ୫୦,୦୦୦ରୁ ଅଧିକ ରୁଫ୍‌ଟପ୍‌ ସୋଲାର (ଆର୍‌ଟିଏସ୍‌) ସ୍ଥାପନ କରିବାରେ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌…

EPFOକୁ ନେଇ ଆସିଲା ବଡ଼ ଖବର: ସରକାର ବଢାଇଲେ…

ନୂଆଦିଲ୍ଲୀ,୩।୮: ବହୁ ଦିନ ଧରି ବିଭିନ୍ନ କର୍ମଚାରୀ ସଂଗଠନଗୁଡ଼ିକ EPS ଦରମା ସୀମା ବୃଦ୍ଧି ଦାବିକୁ ଅର୍ଥ ମନ୍ତ୍ରଣାଳୟ ସମ୍ପ୍ରତି ଅନୁମୋଦନ କରିଛି। ଏହି ନିଷ୍ପତ୍ତି କର୍ମଚାରୀମାନଙ୍କ…

ବଦଳିଲା ୟୁପିଆଇ ପେମେଣ୍ଟ ନିୟମ, ଟ୍ରାଞ୍ଜାକ୍ସନ୍ ପୂର୍ବରୁ ବ୍ୟାଙ୍କ ପଚାରିବ Yes/No ପ୍ରଶ୍ନ…

ନୂଆଦିଲ୍ଲୀ,୩।୮: ଆପଣଙ୍କର ପରବର୍ତ୍ତୀ UPI ପେମେଣ୍ଟ (Payment) ହୁଏତ ସବୁବେଳେ ଗୋଟିଏ ଟ୍ୟାପ୍‌ରେ ସମ୍ପୂର୍ଣ୍ଣ ନହୋଇପାରେ। ଦେଶରେ ବୃଦ୍ଧି ପାଉଥିବା ଡିଜିଟାଲ୍‌ ପେମେଣ୍ଟ ଠକେଇକୁ ରୋକିବା ଏବଂ…

ବଜାରରେ ହଲଚଲ୍! ଫୁଡ୍ ଡେଲିଭରି ବଜାରକୁ ଏଣ୍ଟ୍ରି କରିବ ଫ୍ଲିପକାର୍ଟ, Zomato-Swiggyକୁ କଡ଼ା ଟକ୍କର

ନୂଆଦିଲ୍ଲୀ,୨।୮:ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ବର୍ତ୍ତମାନ ଖାଦ୍ୟ ବିତରଣ (ଫୁଡ୍ ଡେଲିଭରି) ବ୍ୟବସାୟକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଳାଇଛି। କମ୍ପାନୀ ପାଖାପାଖି ଅଗଷ୍ଟ ୧୫ ତାରିଖରୁ ବେଙ୍ଗାଲୋରରୁ ନିଜର…

ପର୍ବପର୍ବାଣୀ ପୂର୍ବରୁ ବଡ଼ ଝଟକା! ଦୈନନ୍ଦିନ ବ୍ୟବହାରର ସାମଗ୍ରୀ ଉପରେ ମହଙ୍ଗା ମାଡ଼, ବଢିଯିବ ଦାମ୍‌

ନୂଆଦିଲ୍ଲୀ,୧।୮: ବର୍ତ୍ତମାନ ମୌସୁମୀ ଋତୁ ଚାଲିଛି। ଯେପରି ମୌସୁମୀ ବିଦାୟ ନେବ, ଭାରତୀୟମାନେ ପର୍ବପର୍ବାଣୀକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବେ। ଘର ରଙ୍ଗ କରିବାଠାରୁ…

ନୂଆ ମାସ, ନୂଆ ନିୟମ! ଅଗଷ୍ଟ ୧ରୁ ବଦଳିଲା ଅନେକ ବ୍ୟବସ୍ଥା, ଜାଣନ୍ତୁ କ’ଣ କ’ଣ…

ନୂଆଦିଲ୍ଲୀ,୧।୮: ପ୍ରତି ମାସର ପ୍ରଥମ ଦିନ ପରି ଅଗଷ୍ଟ ମାସ ମଧ୍ୟ ଏହା ସହିତ କିଛି ପରିବର୍ତ୍ତନ ନେଇ ଆସୁଛି, ଯାହା ଆମର ଏବଂ ଆପଣଙ୍କ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri