ଓ୍ବିଲ୍‌ଫୁଲ ଡିଫଲ୍ଟରଙ୍କ ଖାତାରେ ରହିଛି ୧,୫୦,୦୦୦ କୋଟି

ନୂଆଦିଲ୍ଲୀ,୩-୭: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ୨୦୧୮-୧୯ରେ ୧.୫୦ ଲକ୍ଷ କୋଟି (୨୧.୭୬ ବିଲିୟନ ଡଲାର) ଟଙ୍କାକୁ ଓ୍ବିଲ୍‌ଫୁଲ୍‌ ଡିଫଲ୍ଟ ଭାବେ ଦର୍ଶାଇଛି। ଏଥିମଧ୍ୟରୁ ଏକ ତୃତୀୟାଂଶ ଅର୍ଥ ଏସ୍‌ବିଆଇର ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ମଙ୍ଗଳବାର ସଂସଦରେ ପ୍ରକାଶ କରିଛନ୍ତି। ଭାରତୀୟ ଆଇନ ଅନୁସାରେ କୌଣସି ବ୍ୟବସାୟୀ/ପ୍ରମୋଟର ଏବଂ କମ୍ପାନୀ ଜାଣିଶୁଣି ଋଣ ଅର୍ଥ ଫେରସ୍ତ ନ କଲେ ଏହାକୁ ଓ୍ବିଲ୍‌ଫୁଲ୍‌ ଡିଫଲ୍ଟ କୁହାଯାଏ। ଷ୍ଟେଟ୍‌ ବ୍ୟାଙ୍କର ସର୍ବାଧିକ ୪୬୧.୫୮ ବିଲିୟନ ଟଙ୍କା ଓ୍ବିଲ୍‌ଫୁଲ୍‌ ଡିଫଲ୍ଟ ହୋଇଥିବା ବେଳେ ୨୫୦.୯ ବିଲିୟନ ଟଙ୍କା ସହ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ୍ୟାଙ୍କ ଅଫ୍‌ ଇଣ୍ଡିଆ ୯୮.୯ ବିଲିୟନ ଟଙ୍କା ସହ ତୃତୀୟ ସ୍ଥାନରେ ରହିଛି ବୋଲି ସୀତାରାମନ୍‌ କହିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କର ଡାଟା ଅନୁଯାୟୀ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ମୋଟ ଋଣ ଓ ଅଗ୍ରିମ ପରିମାଣ ୬୩୮.୨ ବିଲିୟନ ଟଙ୍କାରେ ପହଞ୍ଚତ୍ଛି। ବିଶିଷ୍ଟ ଉଦ୍ୟୋଗପତି ବିଜୟ ମାଲ୍ୟା, ନୀରବ ମୋଦି,ମେହୁଲ ଚୋକ୍‌ସି ବିଦେଶ ଫେରାର ହୋଇଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ଓ୍ବିଲ୍‌ଫୁଲ୍‌ ଡିଫଲ୍ଟର ଆଇନକୁ ଆହୁରି ଦୃଢ଼ କରିବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଶୋଧିତ ତୈଳ ଦର ବୃଦ୍ଧି

ନୂଆଦିଲ୍ଲୀ,୭।୩:  ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ଶନିବାର ରେକର୍ଡ ସ୍ତରରେ ପହଞ୍ଚିଛି। ଫଳରେ ଅନ୍ତର୍ଜାତୀୟ ବଜାରରେ ତୈଳ ବ୍ୟାରେଲ ପିଛା ଦର ୧.୪୫% ବୃଦ୍ଧି ପାଇ...

୧୦ ଲକ୍ଷଙ୍କୁ ମିଳିପାରେ ନିଯୁକ୍ତି

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ପ୍ରଭାବିତ ହୋଇଥିବା ଫୁଡ୍‌ ସର୍ଭିସେସ୍‌ ଇଣ୍ଡଷ୍ଟ୍ରିଜରେ ପୁଣି ଥରେ ସୁଧାର ପରିଲକ୍ଷିିତ ହୋଇଛି। ଏକ ରିପୋର୍ଟ ମୁତାବକ, ଏହି ଶିଳ୍ପ...

ବ୍ୟାଙ୍କ ପ୍ରମୋଟର ହୋଇପାରନ୍ତି ବଡ଼ କର୍ପୋରେଟ ହାଉସ

ମୁମ୍ବାଇ: ବଡ଼ ବଡ଼ କର୍ପୋରେଟ୍‌ ହାଉସ ଦେଶରେ ଥିବା ବ୍ୟାଙ୍କଗୁଡିକର ପ୍ରମୋଟର ଭାବେ ସ୍ଥାନ ପାଇବା ନେଇ ସମ୍ଭାବନା ଉପୁଜିଛି। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ...

ଏଲ୍‌ଆଇସିର ‘ଅଚଳ ପଲିସିର ପୁନରାରମ୍ଭ’ ଅଭିଯାନ

ମୁମ୍ବାଇ,୧୯ା୮:ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ‘ଅଚଳ ପଲିସିର ପୁନରାରମ୍ଭ’ ସମ୍ପର୍କରେ ଘୋଷଣା କରାଯାଇଛି। ଏଲ୍‌ଆଇସିର ବୀମା ହିତାଧିକାରୀମାନେ ଉକ୍ତ...

ଅକ୍ଟୋବରରେ ଦରଦାମ୍‌ ବୃଦ୍ଧିରୁ ମିଳିପାରେ ମୁକ୍ତି, ଆରବିଆଇ ଗଭର୍ନରଙ୍କ ସୂଚନା…

ନୂଆଦିଲ୍ଲୀ, ୯।୭ : ଅକ୍ଟୋବର ୨୦୨୨ରୁ ସାଧାରଣ ଲୋକ ଦରଦାମ୍‌ ବୃଦ୍ଧିରୁ ମୁକ୍ତି ପାଇବେ ବୋଲି ଆଶା କରାଯାଉଛି। ଏସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ...

ଆଇଆରସିଟିସି ଆଣିବ ଆଇପିଓ;ବିକ୍ରି ହେବ ୧୨% ଅଂଶଧନ

ନୂଆଦିଲ୍ଲୀ,୨୩-୮: ରେଲଓ୍ବେର ପର୍ଯ୍ୟଟନ ଏବଂ ଖାଦ୍ୟ ବ୍ୟବସ୍ଥା ତଦାରଖ କରୁଥିବା ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟ୍ୟୁରିଜିମ୍‌ କର୍ପୋରେଶନ(ଆଇଆର୍‌ସିଟିସି) ଖୁବଶୀଘ୍ର ଇନିସିଆଲ ପବ୍ଲିକ୍‌ ଅଫରିଂ(ଆଇପିଓ) ଆଣିବାକୁ...

୭.୭୧ ଲକ୍ଷ କୋଟି ଟଙ୍କା ବଢିଲା ନିବେଶକଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୮।୪: ଭାରତୀୟ ପୁଞ୍ଜି ବଜାରରେ ମଙ୍ଗଳବାର କାରବାର ଉନ୍ନତ ରହିବା ଯୋଗୁ ନିବେଶକଙ୍କ ସମ୍ପତ୍ତି ୭.୭୧ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଛି। ବିଶ୍ୱ ବଜାରରେ...

ଛୋଟ ସହରରେ ସ୍ମାର୍ଟ ସ୍ପିକର ଚାହିଦା ବଢୁଛି

ଭୁବନେଶ୍ୱର: ଦେଶର ଅଣମେଟ୍ରୋ ଏବଂ ଛୋଟ ସହରଗୁଡ଼ିକରେ ସ୍ମାର୍ଟ ସ୍ପିକର ଚାହିଦା ଏବେ ଦ୍ରୁତ ହାରରେ ବଢୁଛି। ଏହି ସ୍ଥାନଗୁଡିକରେ ଲୋକମାନେ ସ୍ମାର୍ଟ ହୋମ୍‌, ସ୍ମାର୍ଟ...

Advertisement
Archives

Model This Week