ଓ୍ବିଲ୍‌ଫୁଲ ଡିଫଲ୍ଟରଙ୍କ ଖାତାରେ ରହିଛି ୧,୫୦,୦୦୦ କୋଟି

ନୂଆଦିଲ୍ଲୀ,୩-୭: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ୨୦୧୮-୧୯ରେ ୧.୫୦ ଲକ୍ଷ କୋଟି (୨୧.୭୬ ବିଲିୟନ ଡଲାର) ଟଙ୍କାକୁ ଓ୍ବିଲ୍‌ଫୁଲ୍‌ ଡିଫଲ୍ଟ ଭାବେ ଦର୍ଶାଇଛି। ଏଥିମଧ୍ୟରୁ ଏକ ତୃତୀୟାଂଶ ଅର୍ଥ ଏସ୍‌ବିଆଇର ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ମଙ୍ଗଳବାର ସଂସଦରେ ପ୍ରକାଶ କରିଛନ୍ତି। ଭାରତୀୟ ଆଇନ ଅନୁସାରେ କୌଣସି ବ୍ୟବସାୟୀ/ପ୍ରମୋଟର ଏବଂ କମ୍ପାନୀ ଜାଣିଶୁଣି ଋଣ ଅର୍ଥ ଫେରସ୍ତ ନ କଲେ ଏହାକୁ ଓ୍ବିଲ୍‌ଫୁଲ୍‌ ଡିଫଲ୍ଟ କୁହାଯାଏ। ଷ୍ଟେଟ୍‌ ବ୍ୟାଙ୍କର ସର୍ବାଧିକ ୪୬୧.୫୮ ବିଲିୟନ ଟଙ୍କା ଓ୍ବିଲ୍‌ଫୁଲ୍‌ ଡିଫଲ୍ଟ ହୋଇଥିବା ବେଳେ ୨୫୦.୯ ବିଲିୟନ ଟଙ୍କା ସହ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ୍ୟାଙ୍କ ଅଫ୍‌ ଇଣ୍ଡିଆ ୯୮.୯ ବିଲିୟନ ଟଙ୍କା ସହ ତୃତୀୟ ସ୍ଥାନରେ ରହିଛି ବୋଲି ସୀତାରାମନ୍‌ କହିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କର ଡାଟା ଅନୁଯାୟୀ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ମୋଟ ଋଣ ଓ ଅଗ୍ରିମ ପରିମାଣ ୬୩୮.୨ ବିଲିୟନ ଟଙ୍କାରେ ପହଞ୍ଚତ୍ଛି। ବିଶିଷ୍ଟ ଉଦ୍ୟୋଗପତି ବିଜୟ ମାଲ୍ୟା, ନୀରବ ମୋଦି,ମେହୁଲ ଚୋକ୍‌ସି ବିଦେଶ ଫେରାର ହୋଇଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ଓ୍ବିଲ୍‌ଫୁଲ୍‌ ଡିଫଲ୍ଟର ଆଇନକୁ ଆହୁରି ଦୃଢ଼ କରିବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର! ଗଣଶିକ୍ଷା ସଚିବଙ୍କ ସୂଚନା, ଦଶମ-ଦ୍ୱାଦଶ ପାଇଁ ହେବ ଗୋଟିଏ ବୋର୍ଡ

ଭୁବନେଶ୍ୱର, ୭।୯: ଦଶମ ଓ ଦ୍ବାଦଶ ପରୀକ୍ଷା ନେଇ ବଡ଼ ସୂଚନା ଦେଲେ ଗଣଶିକ୍ଷା ସଚିବ । ଏଣିକି ଦଶମ ଓ ଦ୍ବାଦଶ ପରୀକ୍ଷା ପାଇଁ ଗୋଟିଏ…

ଶନିଙ୍କ ବକ୍ରୀ ଚଳନରେ ୩ ରାଶିଙ୍କ ପାଇଁ ବଢ଼ିପାରେ ସମସ୍ୟା, କର୍ମକ୍ଷେତ୍ରରେ ସମସ୍ୟା ସହ ଚାକିରି…

ବର୍ତ୍ତମାନ ଶନି ଗ୍ରହ ବକ୍ରୀ ଅବସ୍ଥାରେ ମୀନ ରାଶିରେ ରହିଛନ୍ତି। ଜ୍ୟୋତିଷ ମତ ଅନୁସାରେ, ଶନିଙ୍କ ଏହି ସ୍ଥିତି କିଛି ରାଶି ପାଇଁ ଚ୍ୟାଲେଞ୍ଜ ଆଣିପାରେ। ଶନିଙ୍କୁ…

୫ ବର୍ଷ ପୂର୍ବେ ନିଖୋଜ ହୋଇଯାଇଥିବା ମା’ ଘରକୁ ଫେରିଲେ, ପରିବାରରେ ଖୁସିର ଲହରି

ଦିଗପହଣ୍ଡି,୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବରମୁଣ୍ଡୁଳି ଗାଁର ୭୦ ବର୍ଷୀୟା ବୃଦ୍ଧା ଇନ୍ଦୁ ବିଷୋୟୀ ୫ ବର୍ଷ ପୂର୍ବେ ଭୁବନେଶ୍ୱରରୁ ନିଖୋଜ ହୋଇଯାଇଥିଲେ।…

ଗଡକରୀଙ୍କ ବୟାନ ପରେ ରାଜନୀତିରେ ହଇଚଇ, ଭୋଟ୍ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୭।୯: କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋରଦାର ହୋଇଛି । ନାଗପୁରରେ ରବିବାର…

ଜିନପିଙ୍ଗଙ୍କ ଗସ୍ତ ପୂର୍ବରୁ କଠୋର ଆଭିମୁଖ୍ୟ ଗ୍ରହଣ କଲା ଭାରତ; ସୀମାରେ ଜାରି କଲା ଅଲଟିମେଟମ

ନୂଆଦିଲ୍ଲୀ,୭।୯: ଅରୁଣାଚଳ ପ୍ରଦେଶରେ ଚାଇନା ସୈନ୍ୟଙ୍କ ଅନୁପ୍ରବେଶ ରିପୋର୍ଟ ମଧ୍ୟରେ, ଭାରତ ବେଜିଂକୁ କଡ଼ା ଚେତାବନୀ ଦେଇଛି। ନୂଆଦିଲ୍ଲୀ ସ୍ପଷ୍ଟ କରିଛି ଯେ ଚାଇନା ସୈନ୍ୟବାହିନୀର ଏପରି…

ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍‌ଖଡ଼ି

ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍‌ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…

ଆଡଲ୍ଟ କଣ୍ଟେଣ୍ଟ ଉପରେ ମୋଟା ରକମ ପାଇବାକୁ ଚିନ୍ତା କରୁଛି ୟୁକ୍ରେନ, ଆଣିବ ନୂଆ ଆଇନ

କ୍ୱିଭ,୭।୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି; ଦୁଇ ଦେଶ ଦୀର୍ଘ ସମୟ ଧରି ପରସ୍ପର ସହିତ ଲଢୁଛନ୍ତି। ଏହି ବିବାଦ ମଧ୍ୟରେ, ୟୁକ୍ରେନିଆନ ସରକାର…

‘ହର୍ମୁଜ ସେତେବେଳେ ଖୋଲିବ ଯେତେବେଳେ…’: ଆମେରିକା ପାଇଁ ନୂଆ ସର୍ତ୍ତ ରଖିଲା ଇରାନ

ତେହରାନ,୭।୯: ହର୍ମୁଜ ପ୍ରଣାଳୀ ଉପରେ ବିବାଦ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇରାନ ଏହି ପ୍ରଣାଳୀ ଖୋଲିବା ସମ୍ପର୍କରେ ଆମେରିକା ପାଇଁ ଏକ ସର୍ତ୍ତ ରଖିଛି। ଇରାନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri