ଓ୍ବିପ୍ରୋ ଶେୟାରଧାରୀଙ୍କୁ ଶେଷପତ୍ର ଲେଖିଲେ ପ୍ରେମ୍‌ଜୀ

ନୂଆଦିଲ୍ଲୀ,୧୭-୭: ବୁଧବାର ଓ୍ବିପ୍ରୋର ଜୁନ୍‌ରେ ଶେଷ ହେଉଥିବା ତ୍ରୈମାସ ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ଏହାର ଅବ୍ୟବହିତ ପୂର୍ବରୁ କମ୍ପାନୀ ସିଏମ୍‌ଡି ଭାବେ ଅଜୀମ ପ୍ରେମ୍‌ଜୀ ଶେୟାରଧାରୀଙ୍କୁ ଶେଷଥର ପାଇଁ ଭାବବିହ୍ବଳ ପତ୍ର ଲେଖିଛନ୍ତି। ଏହି ପତ୍ରରେ ଭେଜିଟେବୁଲ ତେଲ କମ୍ପାନୀରୁ ଆଇଟି କ୍ଷେତ୍ରରେ ଅନ୍ୟତମ ଶୀର୍ଷ କମ୍ପାନୀ ହେବାରେ ଓ୍ବିପ୍ରୋର ଯାତ୍ରା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ। ଡିଜିଟାଲ, କ୍ଲାଉଡ୍‌, ଇଞ୍ଜିନିୟରିଂ ସେବା ଓ ସାଇବର ସିକ୍ୟୁରିଟି କ୍ଷେତ୍ରରେ କମ୍ପାନୀର ପୁଞ୍ଜିନିବେଶ ବୃଦ୍ଧି ପାଇବ ବୋଲି ସେ ତାଙ୍କ ପତ୍ରରେ ଦର୍ଶାଇଛନ୍ତି। କମ୍ପାନୀରେ ଏବେ ୧ଲକ୍ଷ ୭୦ ହଜାର କର୍ମଚାରୀ ରହିଥିବା ବେଳେ ଡିଜିଟାଲ ଓ ଆର୍ଟିଫିସିଆଲ ଟେକ୍ନୋଲୋଜି ନିଯୁକ୍ତି କ୍ଷେତ୍ରରେ ବାଧକ ହେଉଛି। ଏହାକୁ ଦୂର କରିବା ଲାଗି କମ୍ପାନୀ ଭିନ୍ନ ବାଟ ଆପଣାଉଛି ବୋଲି ସେ କହିଛନ୍ତି। ତାଙ୍କ ପୁତ୍ର ରିଶଦ ପ୍ରେମଜୀ କମ୍ପାନୀକୁ ଆଗକୁ ନେଇଯିବେ ବୋଲି ଅଜୀମ କହିଛନ୍ତି। ଆସନ୍ତା ୩୧ରେ ଅଜୀମ ପ୍ରେମ୍‌ଜୀ ସିଏମ୍‌ଡି ପଦରୁ ଅବସର ନେବେ। ତାଙ୍କ ସ୍ଥାନ ନେବେ ରିଶଦ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍‌ ବ୍ୟାଙ୍କ ଇଡିଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର,୨୫ା୮ – ଇଣ୍ଡିଆନ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ଇଡି) ଭି.ଭି. ସେନୋୟେ ବ୍ୟାଙ୍କର ମିଶ୍ରଣ ପରେ ପ୍ରଥମଥର ପାଇଁ ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ବ୍ୟାଙ୍କର...

ପହିଲାରୁ କାର୍ଯ୍ୟକାରୀ ହେବ ମେଗା ବ୍ୟାଙ୍କ ମିଶ୍ରଣ

ମୁମ୍ବାଇ,୩୦। ୩: ଦେଶର ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣ ଦ୍ୱାରା ୪ ବଡ ବ୍ୟାଙ୍କ ଗଠନ ପଦକ୍ଷେପ ପହିଲାରୁ କାର୍ଯ୍ୟକାରୀ ହେବ। ରିଜର୍ଭ ବ୍ୟାଙ୍କ ପକ୍ଷରୁ...

୧୧ ଶହ କୋଟି ବେଟିଂ ମାମଲାରେ ଜଣେ ଗିରଫ

ହାଇଦ୍ରାବାଦ: ଚାଇନା ବେଟିଂ ଆପ୍‌ ଦ୍ୱାରା ୧,୧୦୦ କୋଟି ଟଙ୍କାର ବେଟିଂ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଗୁଜରାଟର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।...

ବ୍ୟାଙ୍କଗୁଡିକରେ ୧.୧୩ ଲକ୍ଷ କୋଟି ଟଙ୍କାର ଠକେଇ

ନୂଆଦିଲ୍ଲୀ,୪-୨ ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ୬ ମାସରେ ଦେଶର ବିଭିନ୍ନ ବ୍ୟାଙ୍କ ଏବଂ ବଚ୍ଛାବଚ୍ଛା ବିତ୍ତ ପ୍ରତିଷ୍ଠାନଗୁଡିକରେ ୧.୧୩ ଲକ୍ଷ କୋଟି ଟଙ୍କାର ଠକେଇ...

ହ୍ରାସ ହୋଇପାରେ ଇଯାନ ଦର

ନୂଆଦିଲ୍ଲୀ,୭ା୨: ଆସନ୍ତା କିଛି ମାସ ମଧ୍ୟରେ ବୈଦ୍ୟୁତିକ ଯାନଗୁଡ଼ିକର ମୂଲ୍ୟ ୩୦% ହ୍ରାସ ହୋଇପାରେ ବୋଲି ସୂଚନା ମିଳିଛି। ଫଳରେ ବଜାର ଚାହିଦା ବୃଦ୍ଧି ସାଙ୍ଗକୁ...

ଜିଓ ଫୋନ୍‌ର ‘ଏକ୍ସଚେଞ୍ଜ ଟୁ ଅପ୍‌ଗ୍ରେଡ୍‌’ଅଫର

ନୂଆଦିଲ୍ଲୀ,୨୪।୫ ରିଲାଏନ୍ସ ରିଟେଲ୍‌ ପକ୍ଷରୁ ଜିଓ ଫୋନ୍‌ ନେକ୍ସଟ୍‌ ପାଇଁ ସୀମିତ ସମୟର ଏକ୍ସଚେଞ୍ଜ ଟୁ ଅପ୍‌ଗ୍ରେଡ୍‌ ଅଫରର ଶୁଭାରମ୍ଭ କରାଯାଇଛି। ଏହି ଅଫର ଅନୁସାରେ...

ଆନ୍ଧ୍ର ବ୍ୟାଙ୍କ ସମ୍ବଲପୁରର ନୂତନ ଆଞ୍ଚଳିକ ମୁଖ୍ୟ

ଭୁବନେଶ୍ୱର,୧୫-୬: ଆନ୍ଧ୍ର ବ୍ୟାଙ୍କ ସମ୍ବଲପୁରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର ନୂତନ ଆଞ୍ଚଳିକ ମୁଖ୍ୟ ଭାବେ ଶଙ୍କର ହେମ୍ବ୍ରମ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ହାଇଦ୍ରାବାଦ...

୨୦୦୮ ତୁଳନାରେ ବଡ ଏବେର ମାନ୍ଦାବସ୍ଥା

ମୁମ୍ବାଇ,୧୮-୧୦: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ବଜାରରେ ଚାହିଦା କମିବା ଅର୍ଥ ବ୍ୟବସ୍ଥା ଲାଗି ଏକ ପ୍ରମୁଖ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଆଇଏଲ...

Advertisement
Archives

Model This Week