Posted inଖେଳ

ଓ୍ବିନ୍‌ଷ୍ଟନ ସାଲେମ୍‌ ଓପନ୍‌ : ହୁର୍‌କାଜଙ୍କୁ ପ୍ରଥମ ଏଟିପି ଟାଇଟଲ

ଲସ ଏଞ୍ଜେଲ୍ସ, ୨୫।୮(ଏଏଫ୍‌ପି)- ପୋଲାଣ୍ଡ ତରାକା ଟେନିସ ଖେଳାଳି ହୁବର୍ଟ ହୁର୍‌କାଜ ଏଠାରେ ଖେଳଯାଇଥିବା ଓ୍ବିନ୍‌ଷ୍ଟନ ସାଲେମ ଓପନ୍‌ ଟେନିସ୍‌ ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ହୁରକାଜ୍‌ ଟପ୍‌ ସିଡ ମାନ୍ୟତା ପାଇଥିବା ଫ୍ରାନ୍ସର ବେନୋଇଟ୍‌ ପାଇରେଙ୍କୁ ୬-୩, ୩-୬, ୬-୩ ସେଟରେ ପରାସ୍ତ କରି ବିପର୍ଯ୍ୟୟ ଘଟାଇବା ସହ କ୍ୟାରିୟରର ପ୍ରଥମ ଏଟିପି ଟାଇଟଲ ହାସଲ କରିଛନ୍ତି। ୧୯୮୨ ପରେ ପୋଲାଣ୍ଡର ପ୍ରଥମ ଖେଳାଳିଭାବେ ୨୨ ବର୍ଷୀୟ ହୁର୍‌କାଜ କୌଣସି ଟୁର ସିଙ୍ଗଲ୍ସ ଇଭେଣ୍ଟରେ ଟାଇଟଲ ହାସଲ କରିଛନ୍ତି। ଶେଷଥର ପାଇଁ ପୂର୍ବତନ ପୋଲାଣ୍ଡ ଟେନିସ୍‌ ଖେଳାଳି ଓ୍ବଜଟେକ ଫିବାକ ୧୯୮୨ରେ ଡବ୍ଲ୍ୟୁସିଟି ଚିକାଗୋ ଟାଇଟଲ ହାସଲ କରିଥଲେ। ଏଥିସହ ୨୦୧୯ରେ ହୁରକାଜ ୧୪ତମ ନବାଗତ ଖେଳାଳି ଭାବେ କୌଣସି ଏଟିପି ଟୁର ଟାଇଟଲ ହାସଲ କରିଛନ୍ତି। ଫାଇନାଲରେ ବିଜୟୀ ହେବା ପୂର୍ବରୁ ହୁରକାଜ ପୂର୍ବରୁ ଟୁର୍ନାମେଣ୍ଟରେ ୧୬ତମ ସିଡ ଫେଲିସିଆନୋ ଲୋପେଜ, ଦଶମ ସିଡ ଫ୍ରାନ୍‌ସେସ୍‌ ଟିଆଫୋ ଓ ଦ୍ୱିତୀୟ ସିଡ ଡେନିସ୍‌ ଶାପୋଭାଲୋଭଙ୍କୁ ପରାସ୍ତ କରିଥିଲେ। ଏଟିପି ଟୁର ଇଭେଣ୍ଟ ଟାଇଟଲ ଜିତିଥିବାରୁ ହୁରକାଜ ଖୁସି ଜାହିର କରିଛନ୍ତି। ଏହି ସପ୍ତାହ ମୋ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଞ୍ଜୁରି: ଫ୍ରେଞ୍ଚ୍‌ ଓପନ୍‌ରୁ ଓହରିଲେ ସେରେନା

ପ୍ୟାରିସ୍‌,୧।୧୦(ଏପି): ଇଞ୍ଜୁରି ଆମେରିକୀୟ ଅଭିଜ୍ଞ ମହିଳା ଟେନିସ୍‌ ତାରକା ସେରେନା ଓ୍ବିଲିୟମ୍ସଙ୍କ ପିଛା ଛାଡୁନାହିଁ। ୨୪ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ସେରେନା ଇଞ୍ଜୁରି କାରଣରୁ ଚଳିତ...

୨୦୨୧ ପର୍ଯ୍ୟନ୍ତ ମଣ୍ଟ୍ରିଲ ଡବ୍ଲ୍ୟୁଟିଏ ଇଭେଣ୍ଟ ଘୁଞ୍ଚିଲା

ମଣ୍ଟ୍ରିଲ,୧୨।୪ (ଏଏଫ୍‌ପି): ବର୍ଷର ଅନ୍ତିମ ତଥା ଚତୁର୍ଥ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନ ଠିକ୍‌ ପୂର୍ବରୁ ଖେଳାଯାଉଥିବା ମଣ୍ଟ୍ରିଲ ଡବ୍ଲ୍ୟୁଟିଏ ଟୁର୍ନାମେଣ୍ଟ ବାର ରୋଜର୍ସ କପ୍‌କୁ...

ରାହାନେଙ୍କୁ କଟାକ୍ଷ କଲେ ମାଞ୍ଜରେକର୍‌: କୋହଲି କହିଲେ ଏଭଳି…

ଚେନ୍ନାଇ,୧୦।୨: ଇଂଲଣ୍ଡ ବିପକ୍ଷ ଚାରି ଟେଷ୍ଟ ମ୍ୟାଚ୍‌ ସିରିଜ୍‌ର ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ଭାବେ ୨୨୭ ରନ୍‌ରେ ଭାରତ ପରାସ୍ତ ହୋଇଛି। ଏହି ବିଜୟ ସହ...

ବେୟାରଷ୍ଟୋଙ୍କୁ ଆଇସିସିର ଭର୍ତ୍ସନା

ଦୁବାଇ, ୧୨ା୧୧ (ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ସୋମବାର ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋଙ୍କୁ ଭର୍ତ୍ସନା କରିଛି। ଅକ୍‌ଲାଣ୍ଡର ଇଡେନପାର୍କଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ...

ଟାଇଗର ଉଡସ୍‌ ଗୁରୁତର ଆହତ

ଲସ୍‌ ଏଞ୍ଜେଲସ୍‌,୨୪।୨: ଗଲ୍ଫର ଟାଇଗର ଉଡସ୍‌ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଗୋଡରେ ଆଘାତ ଲାଗିଛି। ଚିକିତ୍ସା ଲାଗି ତାଙ୍କୁ ହସ୍ପିଟାଲରେ...

ଚୋରି ହୁଏ ରୋହିତ, କୋହଲିଙ୍କ ବ୍ୟାଟ୍‌

ନୂଆଦିଲ୍ଲୀ,୧୧।୧- ସମସ୍ତ କ୍ରିକେଟ ପାଗଳ ଦେଶରେ ଭାରତୀୟ କ୍ରିକେଟ ଦଳର ପ୍ରଶଂସକ ସଂଖ୍ୟା ଖୁବ ଅଧିକ। ଦଳର ଖେଳାଳିଙ୍କ ନିକଟକୁ ଯିବା ପ୍ରଶଂସକଙ୍କ ପାଇଁ ଅତ୍ୟନ୍ତ...

ଭାରତ ବିପକ୍ଷରେ ଏକାଧିକ ଦିବାରାତ୍ର ଟେଷ୍ଟ ଚାହେଁ ଅଷ୍ଟ୍ରେଲିଆ

ମେଲବୋର୍ନ,୬ା୧୨ (ପି.ଟି.)-୨୦୨୧ରେ ଭାରତର ଡାଉନ୍‌ ଅଣ୍ଡର ଟୁର୍‌ ବେଳେ ଭାରତ ବିପକ୍ଷରେ ଏକାଧିକ ଦିବାରାତ୍ର ଟେଷ୍ଟ ଟୁର୍‌ ଖେଳିବା ଲାଗି ଅଷ୍ଟ୍ରେଲିଆ ଆଗ୍ରହ ପ୍ରକାଶ କରିଛି।...

ମୃତ୍ୟୁକୁ ହରାଇବାକୁ ଯୋଜନା କରିଥିଲେ ମାଇକେଲ ଜ୍ୟାକସନ

ମାଇକେଲ ଜ୍ୟାକସନଙ୍କୁ କିଏ ବା ନ ଜାଣେ। କିନ୍ତୁ ସେ ମୃତ୍ୟୁକୁ ହରାଇବା ଲାଗି କରିଥିଲେ ଯୋଜନା। ଏହି ମହାନ ଡ୍ୟାନ୍‌ସର ଓ ପପ୍‌ ସିଙ୍ଗର...

Advertisement
Archives

Model This Week