ଓସ୍କାର ଦୌଡ଼ ପାଇଁ ‘ଗଲିବୟ’ ମନୋନୀତ: ଭାରତର ଶ୍ରେଷ୍ଠ ୨୮ ଚଳଚ୍ଚିତ୍ର ତାଲିକାରେ ‘କଣ୍ଠୋ’

ଭୁବନେଶ୍ୱର, ୨୨।୯ (ବ୍ୟୁରୋ): ଚଳିତବର୍ଷ ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ୍‌ ହେବାକୁ ପ୍ରଥମ ପର୍ଯ୍ୟାୟରେ ଭାରତର ୨୮ ଚଳଚ୍ଚିତ୍ରକୁ ବଛାଯାଇଥିଲା। ଏଥିମଧ୍ୟରେ ଅକ୍ଷୟ ପରିଜାଙ୍କ ବେଙ୍ଗଲୀ ଫିଲ୍ମ ‘କଣ୍ଠୋ’ ସ୍ଥାନ ପାଇଥିଲାବେଳେ ବଲିଉଡ୍‌ ଫିଲ୍ମ ‘ଗଲିବୟ’ ଚଳଚ୍ଚିତ୍ର ଓସ୍କାର ପାଇଁ ଚୟନ କରାଯାଇଛି। ଓସ୍କାର ପାଇଁ ୧୯୫୭ରୁ ଚୟନ ପ୍ରକ୍ରିୟା କରାଯାଉଥିଲେ ମଧ୍ୟ ପ୍ରଥମଥର ପାଇଁ ଏଥର ଏହା କଲିକତାଠାରେ ଆୟୋଜିତ ହୋଇଛି। ଏଥିପାଇଁ ସେପ୍ଟେମ୍ବର ୧୮ରୁ ୨୧ ଯାଏ ସ୍କ୍ରିନିଂ ଚାଲିଥିଲା। ବିଶିଷ୍ଟ ଚଳଚ୍ଚିତ୍ର ଲେଖକ ପଦ୍ମନାଭ ଦାସଗୁପ୍ତା, ସମ୍ପାଦକ ସୁଜୟ ଦତ୍ତରାୟ, ସଙ୍ଗୀତ୍‌କାର ଦେବଜ୍ୟୋତି ରାୟ, ନିର୍ଦ୍ଦେଶକ ପ୍ରତୀମ ଡି. ଗୁପ୍ତା ଓ ଅଶୋକ ବିଶ୍ୱନାଥନ ଚୟନ କମିଟିର ସଦସ୍ୟ ରହିଥିବାବେଳେ ଅପର୍ଣ୍ଣା ସେନ ଅଧ୍ୟକ୍ଷ ରହିଛନ୍ତି। ତେବେ ଜୁରୀ ସଦସ୍ୟଙ୍କ ଦ୍ୱାରା ‘କଣ୍ଠୋ’ ବେଶ୍‌ ପ୍ରଶଂସିତ ହୋଇଥିବା ଜଣାପଡ଼ିଛି।

‘କଣ୍ଠୋ’ର ପ୍ରଯୋଜକ ପରିଜା କୁହନ୍ତି, ଓଡିଆ ଚଳଚ୍ଚିତ୍ର ହେଉ କି ବଙ୍ଗଳା ଅବା ହିନ୍ଦୀ, ଆମେ ସବୁବେଳେ ମୂଲ୍ୟବୋଧ ଭିତ୍ତିିକ ଚଳଚ୍ଚିତ୍ର ନିର୍ମାଣ ଉପରେ ଗୁରୁତ୍ୱ ଦେଇଆସିଛୁ। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡିଶାର ଗୌରବ ବଢାଇବା ପାଇଁ ଆମେ ସଦାସର୍ବଦା ପ୍ରୟାସ ଜାରିରଖିଛୁ। ଗତବର୍ଷ ‘କଡ୍‌ୱି ହୱା’ ଏବଂ ଚଳିତ ବର୍ଷ ‘କଣ୍ଠୋ’ ଓସ୍କାର ଦୌଡରେ ସାମିଲ ହେବା ଏକ ସଫଳ ଦୃଷ୍ଟାନ୍ତ। ‘କଣ୍ଠୋ’ ଏ ପ୍ରତିଯୋଗିତାରୁ ବାଦ୍‌ ପଡିଥିଲେ ମଧ୍ୟ ଶ୍ରେଷ୍ଠ ୨୮ ଭାରତୀୟ ଚଳଚ୍ଚିତ୍ର ତାଲିକାରେ ସାମିଲ ହେବା ଆମ ପାଇଁ ବଡ଼ ଉପଲବ୍ଧି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଆକର୍ଷଣୀୟ କଣ୍ଠସ୍ବର ପାଇଁ ସୁପରିଚିତ ଜଣେ ରେଡିଓ ଜକିଙ୍କ କାହାଣୀକୁ ନେଇ ନିର୍ମିତ ହୋଇଛି ‘କଣ୍ଠୋ’। ଆକସ୍ମିକ ଭାବେ ନିଜର କଣ୍ଠସ୍ବର ହରାଇବା ପରେ ଏକ ନିରାଶାମୟ ସମୟକୁ ମୁଖ୍ୟ ଚରିତ୍ର କିଭଳି ସାମ୍ନା କରୁଛନ୍ତି ଓ ଶେଷରେ ନିଜର ଦୃଢଆତ୍ମବିଶ୍ୱାସ ବଳରେ ପରିସ୍ଥିତିକୁ କିପରି ଜିତିପାରୁଛିି ତାହା ଏହି ଫିଲ୍ମରୁ ଜାଣିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ସୋମବାର ପଞ୍ଚାୟତ ଯିବେ ଭିଏଡବ୍ଲୁ, ବୁଝିବେ ଚାଷୀଙ୍କ ସମସ୍ୟା

ଭୁବନେଶ୍ୱର,୯।୬(ବ୍ୟୁରୋ): ଚଳିତ ବର୍ଷ ୬୨ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେଥିରୁ ୯୬ ଲକ୍ଷ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ଲକ୍ଷ୍ୟ ରହିଛି...

ଜାନୁୟାରୀରୁ କଡ଼ାକଡ଼ି ହେବ ଟ୍ରାଫିକ୍‌ ନିୟମ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ଆସନ୍ତା ଜାନୁୟାରୀ ପହିଲାରୁ ଟ୍ରାଫିକ୍‌ ନିୟମ କଡ଼ାକଡ଼ି କରାଯିବ। ୩ ମାସ ଅବଧି ପରେ ଏହି ନିୟମକୁ ଆହୁରି କଠୋର ଭାବେ ଲାଗୁ କରାଯିବ।...

କାର ଭିତରୁ ଲୁଟିନେଲେ ୫ଲକ୍ଷ

ଲଖନପୁର,୧୪ା୧୨(ଡି.ଏନ.ଏ.): ଝାରସୁଗୁଡା ସହର ବମ୍ବେ ଛକ ନିକଟରେ ଅଟକିଥିବା ଏକ କାର ଭିତରୁ ଦୁର୍ବୃତ୍ତମାନେ ସୋମବାର ଦିନ ଦ୍ବିପ୍ରହରରେ ୫ଲକ୍ଷ ଟଙ୍କା ଲୁଟିନେଇଛନ୍ତି। ଝାରସୁଗୁଡା ଟାଉନ...

ପ୍ରଦୀପଙ୍କୁ ମିଳିଲା ଜାମିନ୍‌

କଟକ ଅଫିସ,୨୪।୨: କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ହୋଇଥିବା ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ୍‌। ୫ ଲକ୍ଷ ଟଙ୍କା ଲେଖାଏ ୨ ଜଣ...

ପୁରୀରେ ବଢାଯିବ ଆଣ୍ଟିଜେନ୍‌ ଟେଷ୍ଟ୍‌: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୨୮।୬(ବ୍ୟୁରୋ): ରାଜ୍ୟରେ କାରୋନା ସଂକ୍ରମଣକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ସ୍ଥିତି...

ମାଟିରେ ମିଶିବ ରୂପେଶ ଭଦ୍ରଙ୍କ ବିବାଦୀୟ ଅତିଥିଭବନ: ବିରୋଧ ସତ୍ତ୍ୱେ ଭଙ୍ଗା କାର୍ଯ୍ୟ ଆରମ୍ଭ

ଧର୍ମଶାଳା/ରସୁଲପୁର,୭।୨(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ପିଇଓ(ପଞ୍ଚାୟତ ନିର୍ବାହୀ ଅଧିକାରୀ) ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ବିବାଦକୁ ଆସିଥିବା ବାଲିଗରିରେ ଥିବା ଅତିଥିଭବନ...

ସିଟି ହସ୍ପିଟାଲ: ସମସ୍ତଙ୍କ ସ୍ବାବ୍‌ ରିପୋର୍ଟ ନେଗେଟିଭ

କଟକ ଅଫିସ,୨୮।୫: ସିଟି ହସ୍ପିଟାଲର ଜଣେ ଶିଶୁରୋଗ ବିଶେଷଜ୍ଞ କରୋନା ଆକ୍ରାନ୍ତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୨୦ ଜଣ କର୍ମଚାରୀଙ୍କ ସ୍ବାବ୍‌ ନମୁନା...

ମାଲକାନଗିରି ଜିଲାପାଳଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି,୨୮।୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲାପାଳଙ୍କ ବ୍ୟକ୍ତିଗତ ସଚିବ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ଶନିବାର ସତୀଗୁଡ଼ା ଜଳଭଣ୍ଡାର ନିକଟରୁ ଉଦ୍ଧାର କରାଯାଇଛି। ଦେବନାରାୟଣ ଶୁକ୍ରବାର କାର୍ଯ୍ୟାଳୟକୁ ଯାଇ ଫେରି...

Advertisement
Archives

Model This Week