Posted inଖେଳ

ଓସିଏ ନିର୍ବାଚନ: ସମ୍ପାଦକ ପଦ ପାଇଁ ସଞ୍ଜୟ-ନବରଞ୍ଜନ ଲଢ଼େଇ

କଟକ ଅଫିସ,୨୫ା୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) କର୍ମକର୍ତ୍ତା ନିର୍ବାଚନରେ ସମ୍ପାଦକ ପଦବୀରେ ସଞ୍ଜୟ ବେହେରା ଓ ନବରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ ଲଢ଼େଇ ହେବ । ଏହି ପଦବୀ ଓସିଏ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ଏଥିରେ ପୂର୍ବରୁ ରାଜୁତି ରହିଥିଲା ବରିଷ୍ଠ କ୍ରୀଡ଼ା ସଙ୍ଗଠକ ଆଶୀର୍ବାଦ ବେହେରାଙ୍କର । ୧୬ବର୍ଷ ଓସିଏର ସମ୍ପାଦକ ଥିବା ଆଶୀର୍ବାଦଙ୍କ ସାନ ପୁଅ ହେଉଛନ୍ତି ସଞ୍ଜୟ। ସଞ୍ଜୟ ମୁକାବିଲା କରିବେ ଦୀର୍ଘବର୍ଷର ଅଭିଜ୍ଞତା ରଖିଥିବା ନବରଞ୍ଜନଙ୍କ ସହିତ । ଉଭୟ ନିଜନିଜ ସ୍ତରରେ ଜଣେଜଣେ ଅଭିଜ୍ଞ କ୍ରୀଡ଼ା ସଙ୍ଗଠକ ।
ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ)ର ସମ୍ପାଦକ ଥିଲେ ସଞ୍ଜୟ। ଗତ ୨୦୧୦ରେ ସେ ଫାଓ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ରାଜ୍ୟରେ ଫୁଟବଲ କ୍ରୀଡ଼ାର ଉନ୍ନତି କ୍ଷେତ୍ରରେ ସଞ୍ଜୟଙ୍କ ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ ରହିଛି । ଅନେକ ଜାତୀୟ ଟୁର୍ନାମେଣ୍ଟ ସଫଳ ଭାବେ ଆୟୋଜନ କରି ସଞ୍ଜୟ ନିଜ ସାଙ୍ଗଠନିକ ଦକ୍ଷତାର ପରିଚୟ ଦେଇଛନ୍ତି। ୨୦୧୨ରେ ସନ୍ତୋଷ ଟ୍ରଫି, ୨ ଥର ଫେଡେରେଶନ କପ୍‌ ଓ ସୁପରକପ ମଧ୍ୟ ଆୟୋଜନ ହୋଇଛି । ଏହାଛଡ଼ା ସଞ୍ଜୟଙ୍କ କାର୍ଯ୍ୟକାଳ ମଧ୍ୟରେ ୫୦ରୁ ଅଧିକ ବାଳିକା ଏବଂ ମହିଳା ଖେଳାଳି ଓ ୧୦ରୁ ଅଧିକ ବାଳକ/ପୁରୁଷ ଖେଳାଳି ଜାତୀୟ ଦଳରେ ସ୍ଥାନ ପାଇଛନ୍ତି। ନିର୍ବାଚିତ ହେଲେ ଫାଓ ଭଳି ସଞ୍ଜୟ ଓସିଏର ସମ୍ପାଦକ ପଦବୀ ମଧ୍ୟ ସୁଚାରୁରୂପେ ତୁଲାଇବେ ବୋଲି ମତ ଦେଇଛନ୍ତି। ବିଜୟୀ ହେଲେ ଲକ୍ଷ୍ୟ କଣ ରହିବ ବୋଲି ହୋଇଥିବା ପ୍ରଶ୍ନରେ ସେ କହିଥିଲେ, କ୍ରୀଡ଼ାର ବିକାଶ ତୃଣମୂଳ ସ୍ତରରୁ ହେବା ଦରକାର। ଗାଁ ଗହଳିର ପିଲାଙ୍କୁ ନେଇ ଆମେ ଗ୍ରାସରୁଟ କୋର୍ସ କରିବୁ। ସେହିପରି କ୍ରିକେଟରେ ଟ୍ୟାଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମ କରାଯିବ। ରାଜ୍ୟର ସମସ୍ତ ଜିଲାର ଗାଁର ଖେଳାଳି ଏଥିରେ ଭାଗ ନେବାର ସୁଯୋଗ ପାଇବେ। ଏହାଛଡ଼ା ବିଭିନ୍ନ ବୟସ ବର୍ଗରେ ଭଲ ଖେଳାଳିଙ୍କୁ ବଛାଯାଇ ରେସିଡେନ୍ସିଆଲ ଏକାଡେମୀ ଗଠନ କରାଯାଇ ରହିବାର ସୁଯୋଗ ଦିଆଯିବ ବୋଲି ସଞ୍ଜୟ କହିଛନ୍ତି ।
ସେହିପରି କେନ୍ଦୁଝର ଆନନ୍ଦପୁର ଅଞ୍ଚଳର ହେଉଛନ୍ତି ନବରଞ୍ଜନ ପଟ୍ଟନାୟକ। ୧୯୮୦ରୁ ସେ ଓସିଏ ସହ ଜଡ଼ିତ। ଓସିଏ ପଦବୀ ତାଙ୍କ ପାଇଁ ନୂଆ ନୁହେଁ । ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ଓସିଏ ଉପସଭାପତି ଓ ୨୦୧୨ରୁ ୨୦୧୪ ଶେଷ ପର୍ଯ୍ୟନ୍ତ ସେ ଓସିଏ କ୍ଲବ କମିଟିର ଅଧ୍ୟକ୍ଷ ଥିଲେ। ଏହାଛଡ଼ା ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ ବେଳେ ସେ ଲୋକାଲ ମ୍ୟାନେଜର ଭାବେ ଦାୟିତ୍ୱ ଗ୍ରହଣ କରି ଅନେକ ଅନ୍ତର୍ଜାତୀୟ ଖେଳାଳିଙ୍କ ସହ ବ୍ୟକ୍ତିଗତ ସ୍ତରରେ ପରିଚିତ ହୋଇଛନ୍ତି। ସେ ପୂର୍ବରୁ ଭୁବନେଶ୍ୱର ଆଥ୍‌ଲେଟିକ ଆସୋସିଏଶନ(ବିବିଏ)ର ସମ୍ପାଦକ ମଧ୍ୟ ଥିଲେ। ଆଗାମୀ ନିର୍ବାଚନ ନିମନ୍ତେ ସେ କଟକର ମଙ୍ଗଳା କ୍ଲବରୁ ପ୍ରତିନିଧି ହୋଇ ଆସିଛନ୍ତି । ବିଜୟୀ ହେଲେ ସେ କ୍ରିକେଟରେ ଥିବା ଦୁର୍ନୀତିକୁ ଆଗ ଦୂର କରିବେ ବୋଲି ମତ ଦେଇଛନ୍ତି। କ୍ରିକେଟ ହେଉଛି ଭଦ୍ରବ୍ୟକ୍ତିମାନଙ୍କ ଖେଳ। ଏଥିରେ ଦୁର୍ନୀତିକୁ ପ୍ରୋତ୍ସାହନ ଦିଆଯିବ ନାହିଁ ବୋଲି ନବରଞ୍ଜନଙ୍କ ପ୍ରତିକ୍ରିୟା। ଭିତ୍ତିଭୂମିର ବିକାଶ ପାଇଁ ପ୍ରାଥମିକତା ଦିଆଯିବ ବୋଲି ମଧ୍ୟ ସେ କହିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ସେ ବିଜୟୀ ହେଲେ ସିଓଏର ନୂଆ ନିୟମ ଅନୁଯାୟୀ ମାତ୍ର ୨ବର୍ଷ କାର୍ଯ୍ୟକାଳରେ ରହିପାରିବେ ବୋଲି ଓସିଏର ନିର୍ବାଚନ ଅଧିକାରୀ ପୂର୍ବରୁ ଘୋଷଣା କରିସାରିଛନ୍ତି ।
ଭୋଟ୍‌ ଦେବେ ଆଶୀର୍ବାଦ:-
ବରିଷ୍ଠ କ୍ରୀଡ଼ା ସଙ୍ଗଠକ ଆଶୀର୍ବାଦ ବେହେରା ଭୋଟ ଦେବାର ସୁଯୋଗ ପାଇବେ। ଜେଲରେ ଥିଲେ ମଧ୍ୟ ଆଗାମୀ ନିର୍ବାଚନରେ ତାଙ୍କ ମତଦାନକୁ ଗ୍ରହଣ କରାଯିବ ବୋଲି ଓସିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏ ନେଇ ଏକ ସ୍ବତନ୍ତ୍ର ବାଲଟ ପେପର ମଧ୍ୟ ଝାରପଡ଼ା ଜେଲର ସୁପରିଣ୍ଡେଣ୍ଟଙ୍କ ନିକଟକୁ ପଠାଯାଇଛି। ଆଶୀର୍ବାଦ ଭୋଟ ଦେବା ପାଇଁ ଝାରପଡ଼ା ଜେଲର ସୁପରିଣ୍ଡେଣ୍ଟଙ୍କୁ ପ୍ରଥମେ ଚିଠି ଲେଖିଥିଲେ। ପରେ ସୁପରିଣ୍ଡେଣ୍ଟଙ୍କ ପକ୍ଷରୁ ଓସିଏକୁ ଏ ସଂକ୍ରାନ୍ତରେ ଏକ ଚିଠି ଆସିଥିଲା। ଏହାର ଉତ୍ତରରେ ଓସିଏ ନିର୍ବାଚନ ଅଧିକାରୀ ମାଖନଲାଲ ମଜୁମଦାର କହିଥିଲେ ଯେ, ସେ ଭୋଟ ଦେବାକୁ ଯୋଗ୍ୟ ଅଟନ୍ତି। ଓସିଏ ପକ୍ଷରୁ ବନ୍ଦ ଲଫାପାରେ ପଠା ଯାଇଥିବା ବାଲାଟ ପେପରରେ ଆଶୀର୍ବାଦ ଭୋଟଦେଇ ସାରିବା ପରେ ଏହାକୁ ପୁନର୍ବାର ବନ୍ଦ ଲଫାପା ମାଧ୍ୟମରେ ଓସିଏକୁ ହସ୍ତାନ୍ତର କରାଯିବ। ଏହାଛଡ଼ା ସେ ଯଦି ଓସିଏକୁ ଆସି ଭୋଟ ଦେବାକୁ ଚାହୁଁଛନ୍ତି ତାହେଲେ ଜେଲ କର୍ତ୍ତୃପକ୍ଷ ତାଙ୍କ ପ୍ରଚେଷ୍ଟାରେ ଓ ସୁରକ୍ଷାବଳୟ ମଧ୍ୟରେ ତାଙ୍କୁ ଓସିଏ ନିର୍ବାଚନ ସ୍ଥଳକୁ ଆଣି ପାରନ୍ତି ବୋଲି ନିର୍ବାଚନ ଅଧିକାରୀ ମାଖନଲାଲ କହିଛନ୍ତି। ନିର୍ବାଚନ ଦିବସ ତଥା ୨୭ ତାରିଖ ପୂର୍ବରୁ ବାଲାଟ ପେପର ଫେରାଇବାକୁ ନିର୍ଦ୍ଦେଶ ରହିଛି। ତେବେ ତାଙ୍କ ମତଦାନକୁ ଗଣାଯିବ ନା ନାହିଁ ସେ ନେଇ ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ । ଯଦି ଖଣ୍ଡେ ଭୋଟରେ ନିର୍ବାଚନର ଫଳାଫଳ ନିର୍ଣ୍ଣାୟକ ହୁଏ ତାହେଲେ ଆଶୀର୍ବାଦଙ୍କ ମତଦାନ ଲଫାଫା ଖୋଲାଯିବ ବୋଲି ଓସିଏ ପକ୍ଷରୁ କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନ୍ୟୁଜିଲାଣ୍ଡର ରୋମାଞ୍ଚକ ବିଜୟ

ମାଞ୍ଚେଷ୍ଟର, ୨୩ା୬ (ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ଅଧିତ୍ନାୟକ କେନ୍‌ ଓ୍ବିଲିୟମସନଙ୍କ କ୍ୟାରିୟର ଶ୍ରେଷ୍ଠ ୧୪୮ ରନ ସହାୟତାରେ ନ୍ୟୁଜିଲାଣ୍ଡ...

ଲାଇଭ୍‌ ଅନ୍ତର୍ଜାତୀୟ ମ୍ୟାଚ୍‌ ସମୟରେ ହଠାତ୍‌ ପଡ଼ିଆ ଛାଡିଲେ ଅମ୍ପାୟାର

ଚିଟ୍ଟାଗଙ୍ଗ,୧୯।୫: ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି। ଏହି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଚିଟ୍ଟାଗଙ୍ଗରେ ଖେଳାଯାଉଛି। ମ୍ୟାଚର...

ଫୋଗତ୍‌ଙ୍କ ନାମ ଖେଳରତ୍ନ ପାଇଁ ସୁପାରିସ ହେବ

ନୂଆଦିଲ୍ଲୀ, ୧ା୬ (ପି.ଟି.):ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ବିଜୟିନୀ ଭିନେଶ ଫୋଗତ୍‌ଙ୍କ ନାମ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଖେଳରତ୍ନ ପୁରସ୍କାର ଲାଗି ସୁପାରିସ କରାଯିବ। ଭାରତୀୟ...

୩ ଦିନ ପରେ ହେବାର ଥିଲା ମ୍ୟାଚ୍‌;ଚୋର ନେଇଗଲେ ଖେଳାଳିଙ୍କ ବ୍ୟାଗ୍‌

କୁଇନ୍ସଲ୍ୟାଣ୍ଡ,୪।୧୦: ଯଦି କୌଣସି ଦଳକୁ ୩ ଦିନ ପରେ କ୍ରିକେଟ ମ୍ୟାଚ ଖେଳିବାକୁ ପଡିବ ଏବଂ ଏହାର ଖେଳାଳିଙ୍କ କିଟ ବ୍ୟାଗ ଚୋରି ହୁଏ, ତେବେ...

ହନୁମା, ରାହାନେଙ୍କ ଅର୍ଦ୍ଧଶତକ, ମ୍ୟାଚ ଡ୍ର

ଆଣ୍ଟିଗୁଆ,୨୦।୮- ସ୍ଥାନୀୟ କୁଲିଜ କ୍ରିକେଟ ଗ୍ରାଉଣ୍ଡରେ ସୋମବାର ଶେଷ ହୋଇଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ ‘ଏ’ ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ ଅମୀମାଂସିତଭାବେ ଶେଷ ହୋଇଛି। ମ୍ୟାଚର ଅନ୍ତିମ...

ଦକ୍ଷିଣ ଆଫ୍ରିକାକୁ ହରାଇଲା ଭାରତ

ପ୍ରିଟୋରିଆ (ଦକ୍ଷିଣ ଆଫ୍ରିକା), ୨୮ା୧୨ (ପି.ଟି.): ଭାରତର ୧୯ ବର୍ଷରୁ କମ୍‌ ମହିଳା କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ...

ପୁଣି ସେହ୍ବାଗ-ସଚିନ କରିବେ ଓପନିଂ: ମାରିବେ ଛକା, ଚୌକା

ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର। ପୁଣିଥରେ କ୍ରିକେଟ ମୈଦାନରେ ସଚିନ ତେନ୍ଦୁଲକର ଏବଂ ବିରେନ୍ଦ୍ର ସେହ୍ବାଗଙ୍କ ଓପନିଂ ଯୋଡିଙ୍କୁ ଖେଳୁଥିବାର ଦେଖାଯିବ। ରୋଡ୍‌ ସେଫ୍ଟି...

ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିପାରିଲେନି ଫିଞ୍ଚ୍‌

ସାଉଥାମ୍ପଟନ, ୫।୯: ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍‌ ଫିଞ୍ଚ୍‌ ଘରୋଇ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ୩୨ ବଲରୁ ୪୬ ରନର ଉଲ୍ଲେଖନୀୟ ଇନିଂସ ଖେଳିଛନ୍ତି।...

Advertisement
Archives

Model This Week