ଓସିଏ ନିର୍ବାଚନ: ବାଲଟରେ ଭୋଟ ଦେଲେ ଆଶୀର୍ବାଦ

ଭୁବନେଶ୍ୱର,୨୭।୯(ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ନିର୍ବାଚନରେ ଭୋଟ ଦେଇଛନ୍ତି ଆଶୀର୍ବାଦ ବେହେରା। ବାଲଟ ପେପରରେ ସେ ଭୋଟ ଦେଇଥିବା ଜଣାପଡ଼ିଛି।

ଓସିଏର ପୂର୍ବତନ ସମ୍ପାନଦ ଆଶୀର୍ବାଦ ଗତ ୧୯ ତାରିଖରେ ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଛନ୍ତି। ହେଲେ ସେ ନିର୍ବାଚନରେ ଭୋଟ ଦେବାକୁ ଚାହିଁଥିଲେ। ହେଲେ ସେ ଓସିଏରେ ସଦସ୍ୟ ଥିବା ଓ ପୁଅ ସଞ୍ଜୟ ନିର୍ବାଚନରେ ଲଢ଼ୁଥିବାରୁ ତାଙ୍କୁ ବ୍ୟକ୍ତିଗତ ଭାବେ ଭୋଟଦେବା ଲାଗି ଅନୁମତି ଦେବାକୁ ସେ ଝାରପଡ଼ା ଜେଲ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ। ସେହିପରି ଓସିଏ ନିର୍ବାଚନ ଅଧିକାରୀ ୪ ବାଲାଟ ପେପର ଜେଲକୁ ପଠାଇଥିଲେ। ଜେଲ କର୍ତ୍ତୃପକ୍ଷ ଚିଠି ପାଇବା ପରେ କୋର୍ଟଙ୍କ ଅନୁମତି ମାଗିଥିଲେ। ଶେଷରେ ଆଶୀର୍ବାଦ ବ୍ୟକ୍ତିଗତ ଭାବେ ନୁହେଁ ବରଂ ବାଲାଟ ପେପରରେ ଭୋଟ ଦେଇପାରିବେ ବୋଲି କୋର୍ଟ ଅନୁମତି ଦେଇଥିଲେ। ତେବେ ସେ ଅସୁସ୍ଥ ଥିବାରୁ ଏସ୍‌ସିବି ବଡ଼ ମେଡିକାଲରେ ତାଙ୍କ ଚିିକିତ୍ସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ୨୧୮ କରୋନା ଆକ୍ରାନ୍ତ ଚିହ୍ନଟ: ବରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର, ୩୦।୩(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ସୋମବାର ରାଜ୍ୟରେ ୨୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୨୯...

୬୦ ଘଣ୍ଟା ସଟ୍‌ଡାଉନ ରହିବ ୩ ଜିଲା: ଗୁରୁବାର ରାତି ୧୦ରୁ ୨୬ ତାରିଖ ଦିନ ୧୦ଟା ଯାଏ ଭଦ୍ରକ, ବାଲେଶ୍ୱର, ଯାଜପୁର ସମ୍ପୂର୍ଣ୍ଣ ବନ୍ଦ

ଭୁବନେଶ୍ୱର, ୨୩।୪(ବ୍ୟୁରୋ): କରୋନା ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗୁରୁବାର ସନ୍ଧ୍ୟାରେ ଏକ ବଡ଼ ଘୋଷଣା କରିଛନ୍ତି। ୩ ଜିଲାକୁ ସମ୍ପୂର୍ଣ୍ଣ...

କରୋନା ମୁକାବିଲା: ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର,୨୭ା୩(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣ ସାରା ବିଶ୍ୱ ପାଇଁ ସବୁଠୁ ବ଼ଡ ଆହ୍ବାନ ଭାବେ ଉଭା ହୋଇଛି। ଓଡ଼ିଶାବାସୀ ଏବଂ ଅନ୍ୟ ରାଜ୍ୟରେ ରହିଥିବା ଓଡ଼ିଆମାନେ...

ଜନସାଧାରଣଙ୍କୁ ପରେଡସ୍ଥଳ ମନା

ଭୁବନେଶ୍ୱର,୨୪।୧(ବ୍ୟୁରୋ): ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍‌ ପାଇଁ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପରେଡ ସ୍ଥଳ ଗାନ୍ଧୀମାର୍ଗରେ ୩୦ ପ୍ଲାଟୁନ୍‌...

ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ପୂର୍ତ୍ତ ବିଭାଗ ଭୁବନେଶ୍ୱର ଡିଭିଜନ୍‌-୪ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କୁ ମଙ୍ଗଳବାର ଭିଜିଲାନ୍ସ ଗିରଫ କରିଛି।...

କୋଭିଡ୍‌ ଗାଇଡ୍‌ଲାଇନରେ ଚାଲିଗଲା ଜୀବନ

କଟକ ଅଫିସ,୧୧।୧୦: କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏପଟେ କିନ୍ତୁ ରାଜ୍ୟରେ ସ୍ବାସ୍ଥ୍ୟ ସେବା ବିଗିଡିବାରେ ଲାଗିଛି। କୋଭିଡ୍‌...

ରେଭେନ୍‌ଶା ୨ୟ କ୍ୟାମ୍ପସକୁ ନେଇ ବିବାଦ

କଟକ ଅଫିସ,୩୦।୪: ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ବିରୋଧରେ ଉଠିଛି ସାଂଘାତିକ ଅଭିଯୋଗ। ନରାଜଠାରେ ନିର୍ମାଣ ଆରମ୍ଭ ହୋଇଥିବା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସରେ ବେଆଇନ ଭାବେ ପାଚେରି ନିର୍ମାଣ...

ଗୋଟିଏ ଦିନ ଆଗରୁ ବନ୍ଦ ହେଲା ଶିଶିର ସରସ ମେଳା

ଭୁବନେଶ୍ୱର,୫।୧(ବ୍ୟୁରୋ): କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ଶିଶିର ସରସ ମେଳାକୁ ଗୁରୁବାର ବନ୍ଦ କରି ଦିଆଯାଇଛି। ହେଲେ ଗୋଟିଏ ଦିନ ଆଗରୁ ମେଳା ବନ୍ଦ କରିବା...

Advertisement
Archives

Model This Week