Posted inଖେଳ

ଓସିଏ ନିର୍ବାଚନ: ପ୍ରାର୍ଥୀ ଘୋଷଣାକୁ ନେଇ ଛକାପଞ୍ଝା

କଟକ ଅଫିସ,୧୯ା୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର କର୍ମକର୍ତ୍ତା ନିର୍ବାଚନର ନାମାଙ୍କନ ପତ୍ର ଦାଖଲକୁ ଆଉ ଗୋଟିଏ ଦିନ ବାକି । ୨୦ ତାରିଖ ଦିନ ସକାଳ ୧୦.୩୦ରୁ ସନ୍ଧ୍ୟା ୫ଟା ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ କରାଯିବ ବୋଲି ସମୟସୀମା ଧାର୍ଯ୍ୟ କରାଯାଇଛି। ହେଲେ ଏବେ ସୁଦ୍ଧା ପ୍ରାର୍ଥୀ ଘୋଷଣା ହୋଇନି । ମୋଟ ୬ଟି ପଦବୀ ନିମନ୍ତେ ହେବାକୁ ଥିବା ଓସିଏର ଆଗାମୀ ନିର୍ବାଚନରେ ଦୁଇଟି ଗୋଷ୍ଠୀ ପ୍ରାର୍ଥୀ ଦେବେ ବୋଲି ଅଣ୍ଟା ଭିଡ଼ିଛନ୍ତି । ଛକାପଞ୍ଝା ଭିତରେ ରହିଛି ଉଭୟ ଗୋଷ୍ଠୀର ପ୍ରାର୍ଥୀ ଘୋଷଣା ପ୍ରକ୍ରିୟା। କିଏ ପ୍ରଥମେ ପ୍ରାର୍ଥୀ ଘୋଷଣା କରିବ ତାହାକୁ ଉଭୟ ଅପେକ୍ଷା କରିଛନ୍ତି ।
ଦକ୍ଷ କ୍ରୀଡ଼ା ସଙ୍ଗଠକ ଆଶୀର୍ବାଦ ବେହେରାଙ୍କ ଗୋଷ୍ଠୀ ବିଧିବଦ୍ଧ ଘୋଷଣା କରି ନ ଥିଲେ ହେଁ ବର୍ତ୍ତମାନସୁଦ୍ଧା ୨ ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି । ଏହି ଗୋଷ୍ଠୀର ସଭାପତି ପ୍ରାର୍ଥୀ ପଙ୍କଜଲୋଚନ ମହାନ୍ତି ଓ ସମ୍ପାଦକ ପ୍ରାର୍ଥୀ ହେଉଛନ୍ତି ସଞ୍ଜୟ ବେହେରା। ମଙ୍ଗଳବାର ପୁରୀରେ ଅନୁଷ୍ଠିତ ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା ମଧ୍ୟ ହୋଇଥିଲା। ସେହିପରି ଅନ୍ୟ ଗୋଷ୍ଠୀ ମଧ୍ୟ ଏବେ ସୁଦ୍ଧା ୨ ପଦବୀରେ ସୀମିତ ରହିଛି । ସଭାପତି ଭାବେ ନବରଞ୍ଜନ ପଟ୍ଟନାୟକ ଓ ସମ୍ପାଦକ ଭାବେ ପ୍ରଦୀପ ଚୌହ୍ବାନ ନିର୍ବାଚନ ଲଢ଼ିବେ । ଏବେ ବାକି ପଡ଼ିଛି ଆଉ ୪ ପଦବୀ । ଏଗୁଡ଼ିକ ହେଲା, ଉପସଭାପତି, ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ଓ ଆପେକ୍ସ କାଉନସିଲ ସଦସ୍ୟ । ଉକ୍ତ ୪ ପଦବୀ ନିମନ୍ତେ ପ୍ରାର୍ଥୀ ଦେବା ଉଭୟ ଗୋଷ୍ଠୀ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଶୁଣିବାକୁ ମିଳିଛି ଯେ, ଆଶୀର୍ବାଦଙ୍କ ଗୋଷ୍ଠୀ ବଳକା ୪ ପଦବୀ ଭିତରୁ ୨ଟି ପଦବୀ ନିମନ୍ତେ ଅନୁବନ୍ଧିତ ଜିଲା ସଂଘର ପ୍ରତିନିଧିଙ୍କୁ ବାଛିବ। ଜିଲା ସଂଘର ଭୋଟକୁ କବଜା ରଖିବାକୁ ଯାଇ ଏଭଳି ପଦକ୍ଷେପ ନେବ । ଏ ସମ୍ପର୍କରେ ଆଶୀର୍ବାଦଙ୍କ ପଚାରିବାରୁ ସେ କହିଥିଲେ ଯେ, ନାମାଙ୍କନ ପତ୍ର ଦାଖଲ ଦିନ ସକାଳେ ପ୍ରାର୍ଥୀ ତାଲିକା ଘୋଷଣା କରିବୁ। ଏବେ ସୁଦ୍ଧା ଅବଶିଷ୍ଟ ୪ଟି ପଦବୀ ନିମନ୍ତେ ପ୍ରାର୍ଥୀ ଚୟନ ହୋଇନି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ କ୍ଲବ ସମ୍ପାଦକ ପ୍ରଦୀପ ଚୌହ୍ବାନ କହିଛନ୍ତି ଯେ, ଦୁଇଟି ପଦବୀ ନିମନ୍ତେ ଆମର ପ୍ରାର୍ଥୀ ସ୍ଥିର । ଅନ୍ୟ ୪ ପଦବୀ କାହାକୁ ଦିଆଯିବ ତାହା ଚୂଡ଼ାନ୍ତ ହୋଇନି। ଖୁବଶୀଘ୍ର ଏହା ଘୋଷଣା କରାଯିବ ବୋଲି ପ୍ରଦୀପ କହିଥିଲେ। ହେଲେ ନାମାଙ୍କନ ପତ୍ର ଦାଖଲକୁ ଆଉ ୨୪ ଘଣ୍ଟା ବାକି ଥିବା ବେଳେ ଉଭୟ ଗୋଷ୍ଠୀର ଏଭଳି ମତାମତ ନିର୍ବାଚନ ମାହୋଲକୁ ଫିକା ପକାଉଛି । ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ଉଭୟ ଗୋଷ୍ଠୀ ପ୍ରତିପକ୍ଷର ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା କରିଛି । ଗୋଟିଏ ଗୋଷ୍ଠୀ ପ୍ରାର୍ଥୀ ଘୋଷଣା କଲେ, ଏହାକୁ ନଜରରେ ରଖି ଅନ୍ୟ ଗୋଷ୍ଠୀ ପ୍ରାର୍ଥୀ ଘୋଷଣା କରିବ ବୋଲି କ୍ରୀଡ଼ା ମହଲରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱରେକର୍ଡ ଭାଙ୍ଗି ବାପାଙ୍କ ନାଁ ରଖିଥିଲେ ଏହି କ୍ରିକେଟର୍‌

କ୍ରିକେଟରେ ପ୍ରତି ମ୍ୟାଚ୍‌ରେ ରେକର୍ଡ ସୃଷ୍ଟି ହୁଏ ଏବଂ ଭାଙ୍ଗେ ମଧ୍ୟ। କିନ୍ତୁ ଏମିତି କିଛି ରେକର୍ଡ ରହିଛି ଯାହା ଭାଙ୍ଗିବା କଷ୍ଟକର। ଶ୍ରୀଲଙ୍କାର ମହାନ...

ପ୍ରଥମ ଟି୨୦: ଦକ୍ଷିଣ ଆଫ୍ରିକାର ସହଜ ବିଜୟ

ଡବ୍ଲିନ,୨୧।୭: ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ୩୩ ରନରେ ବିଜୟ ହାସଲ କରିଛି। ସ୍ଥାନୀୟ ମାଲାହାଇଡ୍‌ସ୍ଥିତ ଦି ଭିଲେଜ ଗ୍ରାଉଣ୍ଡରେ...

ନ୍ୟାଶନାଲ ସ୍ପୋର୍ଟ୍ସ କୋଡ୍‌: ସତ୍ୟପାଠ ଦାଖଲ କରିବ କ୍ରୀଡ଼ା ମନ୍ତ୍ରଣାଳୟ

ନୂଆଦିଲ୍ଲୀ, ୧୧ା୧୨ (ପି.ଟି.)- ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ସତ୍ୟପାଠ କରାଯିବ। ଏଥିରେ ବିବାଦୀୟ ନ୍ୟାଶନାଲ ସ୍ପୋଟର୍‌ସ କୋଡ୍‌ ୨୦୧୭ର ସମୀକ୍ଷା ପାଇଁ...

ଲିଡ୍ସ ପିଚ୍‌ ଦେଖି କୋହଲି ଆଶ୍ଚର୍ଯ୍ୟ

ଲିଡ୍ସ,୨୫।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଆଜିଠାରୁ ହେଡିଙ୍ଗଲେରେ ଖେଳାଯିବ। ଲର୍ଡସରେ ଜବରଦସ୍ତ ବିଜୟ ହାସଲ କରିଥିବା ଟିମ...

ଇଣ୍ଡିଆନ ସୁପର ଲିଗ୍‌: ଇଷ୍ଟବେଙ୍ଗଲକୁ ୨-୦ ଗୋଲରେ ହରାଇଲା ନର୍ଥଇଷ୍ଟ

ଭାସ୍କୋ,୫।୧୨: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ନର୍ଥଇଷ୍ଟ ୟୁନାଇଟେଡ ୨-୦ ଗୋଲରେ ଇଷ୍ଟ ବେଙ୍ଗଲକୁ ପରାସ୍ତ କରିଛି। ସ୍ଥାନୀୟ ତିଳକ ମଇଦାନରେ...

ବିଗ୍‌ ବାସ ଲିଗ୍‌ରେ ପଦାର୍ପଣ କରିବେ ଡି ଭିଲର୍ସ

ସିଡ୍‌ନୀ, ୧।୧୦ (ଏଏଫ୍‌ପି)- ଦକ୍ଷିଣ ଆଫ୍ରିକା ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡି ଭିଲର୍ସ ଅଷ୍ଟ୍ରେଲିଆ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌)ରେ...

ଏକଦା ପଡ଼ିଆରେ ମାରିଥିଲେ ଚାପୁଡ଼ା… ଏବେ ସନ୍ୟାସ ଘୋଷଣା ପରେ ଶ୍ରୀସନ୍ତ କହିଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ କ୍ରିକେଟର ହରଭଜନ ସିଂହ ନିଜ କ୍ୟାରିୟରରେ ଅନେକ ବିବାଦରେ ଫସିଥିଲେ। ସେଥିରୁ ଗୋଟିଏ ଥିଲା ଶ୍ରୀସନ୍ତଙ୍କୁ ଚାପୁଡ଼ା ମାରିବା। ଆଇପିଏଲ୍‌ର ପ୍ରଥମ ସିଜିନ୍‌ର...

ଅଲ ଇଂଲଣ୍ଡ ଟୁର୍ନାମେଣ୍ଟରୁ ଓହରିଲେ ଭାରତୀୟ ବ୍ୟାଡ୍‌ମଣ୍ଟନ ଖେଳାଳି

ନୂଆଦିଲ୍ଲୀ,୬।୩(ପି.ଟି.)- ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି କରୋନା ଭାଇରସ ଭୟରେ ଆସନ୍ତା ସପ୍ତାହରେ ହେବାକୁ ଥିବା ଅଲ ଇଂଲଣ୍ଡ ଚାମ୍ପିୟନଶିପ୍‌ ଇଭେଣ୍ଟରୁ ଓହରି ଯାଇଛନ୍ତି। ଏଚ୍‌ଏସ୍‌ ପ୍ରଣୟଙ୍କ...

Advertisement
Archives

Model This Week