Posted inଖେଳ

ଓସିଏ ନିର୍ବାଚନ: ଅକ୍ଟୋବର ୨୦ ସୁଦ୍ଧା ସରିବ

କଟକ ଅଫିସ,୩୦ା୮- ଆସନ୍ତା ଅକ୍ଟୋବର ୨୦ ତାରିଖ ମଧ୍ୟରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର କର୍ମକର୍ତ୍ତା ନିର୍ବାଚନ ହେବ। ଏ ନେଇ ଗୁରୁବାର ଓସିଏର ନିର୍ବାଚନ ଅଧିକାରୀ ମାଖନ ଲାଲ ମଜୁମଦାର ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି। ଓସିଏ ନିର୍ବାଚନକୁ ନେଇ ଏବେ ଏହା ହେଉଛି ସବୁଠାରୁ ବଡ଼ ଘୋଷଣା। ଗୁରୁବାର ନିର୍ବାଚନ ଅଧିକାରୀ ମାଖନଲାଲ କିଛି ଦିନ ନିମନ୍ତେ ବିହାର ଫେରି ଯାଇଥିବା ବେଳେ ଉକ୍ତ ଘୋଷଣା ରାଜ୍ୟ କ୍ରିକେଟ ସଙ୍ଗଠକଙ୍କ ମହଲରେ ଆଲୋଡନ ସୃଷ୍ଟି କରିଛି। ଅକ୍ଟୋବର ୨୨ରେ ହେଉଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର କର୍ମକର୍ତ୍ତା ନିର୍ବାଚନ। ଏହା ପୂର୍ବରୁ ରାଜ୍ୟ ସଂଘର ନିର୍ବାଚନ ଶେଷ କରିବାକୁ ଚେଷ୍ଟା କରାଯାଉଛି। କୌଣସି ସଠିକ ତାରିଖ ନିର୍ଦ୍ଧାରଣ ହୋଇ ନ ଥିଲେ ମଧ୍ୟ ଅକ୍ଟୋବର ୧୭ରୁ ୨୦ ତାରିଖ ମଧ୍ୟରେ ଏହା ହେବା ନିଶ୍ଚିତ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ନୂତନ ସମ୍ବିଧାନରେ ଓସିଏ ସହ ଅନୁବନ୍ଧିତ ୟୁନିଟ ଗୁଡ଼ିକ ନିଜର ପ୍ରତିନିଧି ତାଲିକା ଆସନ୍ତା ସେପ୍ଟେମ୍ବର ୧୨ ତାରିଖ ଅପରାହ୍ନ ୪ଟା ସୁଦ୍ଧା ପଠାଇବାକୁ ନିର୍ବାଚନ ଅଧିକାରୀ ମାଖନଲାଲଙ୍କ ନିର୍ଦ୍ଦେଶ ରହିଛି।
ଓସିଏ ନିର୍ବାଚନ ନେଇ ନିର୍ଦ୍ଦିଷ୍ଟ ତାରିଖ ସ୍ଥିର ହୋଇ ନ ଥିଲେ ବି ଏହା ଏକ ପ୍ରକାର ନିର୍ବାଚନୀ ବିଗୁଲ ବୋଲି କୁହାଯାଇ ପାରେ। ଆଶାୟୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ଏବେଠାରୁ ଆରମ୍ଭ ହୋଇଯିବ। ସେପ୍ଟେମ୍ବର ୧୨ ମଧ୍ୟରେ ଅନୁବନ୍ଧିତ ୟୁନିଟ ଗୁଡ଼ିକ ପ୍ରତିନିଧି ତାଲିକା ପଠାଇବେ। ଏହି ତାଲିକାରୁ ହିଁ ବଛାଯିବେ ଓସିଏର ଆଗାମୀ ଉତ୍ତରାଧିକାରୀ। ଏଣୁ ପ୍ରତିନିଧି ବାଛିବା ହିଁ ସମସ୍ତ ଅନୁବନ୍ଧିତ ୟୁନିଟ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। ଓସିଏର ନୂତନ ସମ୍ବିଧାନରେ ସଦସ୍ୟ ସଂଖ୍ୟା ହେଉଛି ୭୩। ୩୦ଟି ଜିଲା, ୨୦ କ୍ଲବ, ୧୦ ସ୍କୁଲ, ୫ କଲେଜ, ଭୁବନେଶ୍ୱର, ରାଉରକେଲା, ରେଲୱେ, ପାରାଦ୍ୱୀପ ଓ କିଟ୍‌ ଜଣେ ଲେଖାଏ ସଦସ୍ୟଙ୍କ ନାମ ପଠାଇଲେ ଭୋଟରଙ୍କ ସଂଖ୍ୟା ୭୦ ହେବ। ଏହାଛଡ଼ା ସଦସ୍ୟ ଭାବେ ସାମିଲ ହୋଇଥିବା ୩ ଅନ୍ତର୍ଜାତୀୟ ଖେଳାଳି ଶିବ ସୁନ୍ଦର ଦାସ, ସଞ୍ଜୟ ରାଉଳ ଓ ଦେବାଶିଷ ମହାନ୍ତି ମଧ୍ୟ ଏହି ପ୍ରକ୍ରିୟାରେ ଭୋଟ ଦେବେ। ଅକ୍ଟୋବର ୨୦ ମଧ୍ୟରେ ୬ଟି ପଦବୀର ନିର୍ବାଚନ କରାଯିବ। ଏଗୁଡ଼ିକ ହେଲା ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ଓ କାଉନସିଲ ମେମ୍ବର। ଏହା ପରେ ଖେଳାଳି ସଂଘରୁ ଜଣ ଲେଖାଏ ନିର୍ବାଚିତ ହେବା ବେଳେ ଏଜି ଗୋଟିଏ ପଦବୀରେ ରହିବେ। ମୋଟ ୯ଜଣଙ୍କୁ ନେଇ ଓସିଏ ପରିପୂର୍ଣ୍ଣ ହେବ। ଖେଳାଳି ସଂଘରୁ ଜଣେ ଲେଖାଏ ପୁରୁଷ ଓ ମହିଳା ଖେଳାଳି ନିର୍ବାଚନ ମାଧ୍ୟମରେ ଓସିଏର ପଦବୀରେ ଅବସ୍ଥାପିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri