Posted inଖେଳ

ଓସିଏ କାଉନ୍‌ସିଲ ବୈଠକ : ‘ଭିଜନ୍‌-୨୦୨୪’ ଉପରେ ଗୁରୁତ୍ୱ

କଟକ ଅଫିସ,୨୯।୧୦- କ୍ରିକେଟ ତୃଣମୂଳସ୍ତରରୁ ବିକାଶ ହେବ। ଗାଁ ଗହଳିରୁ ଭଲ କ୍ରିକେଟ ଖେଳାଳି ଖୋଜାଯିବେ। ଏ ଦିଗରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ସମସ୍ତ ପ୍ରଚେଷ୍ଟା କରିବ। ଏପରି କି ସ୍କୁଲ, କଲେଜସ୍ତରରେ ବିଭିନ୍ନ ଟୁର୍ନାମେଣ୍ଟ ହେବା ସହ ରେସିଡେନ୍ସିଆଲ ବ୍ୟବସ୍ଥା କରାଯାଇ ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ୨୦୨୪ ମସିହା ପୂର୍ବରୁ ରାଜ୍ୟ କ୍ରିକେଟର ସ୍ଥିତିକୁ ସୁଦୃଢ଼ କରାଯିବ। ଏଭଳି ଭିଜନ୍‌ ତଥା ଲକ୍ଷ୍ୟ ରଖି ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଓସିଏ। ସୋମବାର ଓସିଏ କାର୍ଯ୍ୟାଳୟରେ କାଉନସିଲ ବୈଠକ ଅନୁଷ୍ଠିତ ହେବା ସହ ବିଭିନ୍ନ ପ୍ରସଙ୍ଗରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି, ଯେଉଁଥିରେ ଭିଜନ-୨୦୨୪ ସମେତ ଆଗାମୀ ଦିନରେ ହେବାକୁ ଥିବା ଅନ୍ତର୍ଜାତୀୟ ମ୍ୟାଚ୍‌ ସମ୍ପର୍କରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା।
କ୍ରିକେଟ ସଂଘର ସମ୍ପ୍ରତି ଅବସ୍ଥା ସମ୍ପର୍କରେ ପ୍ରଥମେ ଆଲୋଚନା କରାଯାଇଥିଲା। ଓସିଏର କାର୍ଯ୍ୟଧାରା କିପରି ରହିଛି ସେ ଦିଗରେ ମତାମତ ଲୋଡ଼ାଯାଇଥିଲା। ଓସିଏ ଅଫିସ ସମେତ ଓସିଏ ଜିମ୍‌, ଓସିଏ ଏକାଡେମୀ, ଓସିଏ କ୍ଲବ, ଓସିଏ ଇନ୍‌ଡୋର ହଲ୍‌ ପ୍ରଭୃତି ଆଗାମୀ ଦିନରେ କିପରି ଭଲଭାବେ କାର୍ଯ୍ୟ କରିବ, ସେ ସମ୍ପର୍କରେ ଆଲୋଚନା ହୋଇଛି। ଆର୍ଥିକ ସ୍ଥିତି ଏବେ କିପରି ଅଛି ତାହାର ଏକ ରିପୋର୍ଟ ଯାଞ୍ଚ କରାଯାଇଥିଲା। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ସମସ୍ତ ଘରୋଇ ଟୁର୍ନାମେଣ୍ଟରେ ରାଜ୍ୟ ଦଳର ଅଂଶଗ୍ରହଣଠାରୁ ଆରମ୍ଭ କରି ଫଳାଫଳ କିପରି ରହୁଛି ସେ ଦିଗରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି। ଆବଶ୍ୟକ ରହିଥିବା ଓସିଏର ଅନ୍ୟ ପଦାଧିକାରୀ ନିଯୁକ୍ତି ଉପରେ ମଧ୍ୟ ଏକ ସଂକ୍ଷିପ୍ତ ରିପୋର୍ଟ ଉପସ୍ଥାପିତ ହୋଇଥିଲା। ଅନ୍ୟପକ୍ଷରେ ଦୀପକ ରଘୁ ଏହି ଅବସରରେ ଏଜିର ପ୍ରତିନିଧି ଭାବେ ଓସିଏ କାଉନ୍‌ସିଲକୁ ମନୋନୀତ ହୋଇଥିଲେ। ବୈଠକରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ଉପସଭାପତି ଅକ୍ଷୟ କୁମାର ସାମନ୍ତ, ସମ୍ପାଦକ ସଞ୍ଜୟ ବେହେରା, ଯୁଗ୍ମ ସମ୍ପାଦକ ମେହତାବ ଖାନ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନ୍‌ସିଲ ସଦସ୍ୟ ଶୁଭାଶିଷ ସେନାପତି, ସିଇଓ ବିଦ୍ୟୁତ୍‌ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ନଭେମ୍ବର ପ୍ରଥମ ସପ୍ତାହରୁ ଷ୍ଟାଡିୟମ ମରାମତି-
ଡିସେମ୍ବର ୨୨ରେ ବାରବାଟୀରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯିବ। ଏବେ ବି ବାରବାଟୀର ଅବସ୍ଥା ସୁଧୁରିନି। ଏଣୁ ମରାମତି ଶେଷକରି ଅନ୍ତର୍ଜାତୀୟ ମ୍ୟାଚ୍‌ ନିମନ୍ତେ ପ୍ରସ୍ତୁତ ହେବାକୁ ତତ୍ପରତା ପ୍ରକାଶ ପାଇଛି। ସୋମବାର ଓସିଏ କାଉନ୍‌ସିଲ ବୈଠକରେ ଏ ସମ୍ପର୍କରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ନଭେମ୍ବର ପ୍ରଥମ ସପ୍ତାହରୁ ଷ୍ଟାଡିୟମ ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି। ଖୁବ୍‌ଶୀଘ୍ର ଓସିଏ ସମ୍ପାଦକ ସଞ୍ଜୟ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଭେଟିବେ ଓ ଏ ଦିଗରେ ଆଲୋଚନା କରିବେ। କିଛିଦିନ ତଳେ ‘ଦେବ ମସ୍କୋ’ ଟିମ୍‌ ଷ୍ଟାଡିୟମର ଫ୍ଲଡ୍‌ ଲାଇଟ୍‌ କ୍ଷୟକ୍ଷତି ଯାଞ୍ଚକରି ଫେରିଥିଲା। ଏହି ଟିମ୍‌ ଫ୍ଲଡ୍‌ ଲାଇଟ ବାବଦରେ ୫୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରିଛି। ଏହାଛଡ଼ା ସମ୍ପୂର୍ଣ୍ଣ ଭାବେ ନୂତନ ଲାଇଟ୍‌ ଲଗାଯିବାକୁ ମଧ୍ୟ ଟିମ୍‌ ପରାମର୍ଶ ଦେଇଛି। ହେଲେ ବୈଠକରେ ନୂତନ ଲାଇଟ୍‌ ଲଗାଯିବା ବଦଳରେ କେବଳ ମରାମତି କରାଯିବାକୁ ନିଷ୍ପତ୍ତି ହୋଇଥିଲା। ମରାମତି କରାଗଲେ ଏହି ଲାଇଟ୍‌ଗୁଡ଼ିକ ୩ରୁ ୪ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଥିଲା। ଖୁବ୍‌ଶୀଘ୍ର ମରାମତି ନିମନ୍ତେ ବିସିସିଆଇରୁ ପାଣ୍ଠି ଓସିଏକୁ ଆସିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫ୍ରେଞ୍ଚ ଓପନ ପୁରୁଷ ଡବଲ ଜିତିଲେ ସାତ୍ତ୍ୱିକ-ଚିରାଗ

ପ୍ୟାରିସ୍‌,୩୧।୧୦: ଭାରତର ତାରକା ବ୍ୟାଡ୍‌ମିଣ୍ଟନ ଯୋଡି ସାତ୍ତ୍ୱିକ ସାଇରାଜ-ଚିରାଗ ସେଟ୍ଟୀ ତାଇୱାନର ଲୁ ଚିଙ୍ଗ-ୟା / ୟାଙ୍ଗ ପୋ ହାନଙ୍କୁ ପରାସ୍ତ କରି ଫ୍ରେଞ୍ଚ ଓପନ...

ଇଂଲଣ୍ଡ ବିଶ୍ୱର ଏକମାତ୍ର ଦେଶ

ଲଣ୍ଡନ, ୧୬।୭- ଆଇସିସି ବିଶ୍ୱକପ୍‌ ଦ୍ୱାଦଶ ସଂସ୍କରଣର ରୋମାଞ୍ଚକ ଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଆୟୋଜକ ଇଂଲଣ୍ଡ ଚାମ୍ପିୟନ ହେବାର ସୌଭାଗ୍ୟ ଲାଭ କରିଛି।...

୧୯ ବର୍ଷର ବିଶ୍ୱରେକର୍ଡ ଭାଙ୍ଗିଲା ଭାରତ

ମେଲବୋର୍ନ,୨୪।୧୦: ଭାରତ ଟି-୨୦ ବିଶ୍ୱକପ ୨୦୨୨ର ପ୍ରଥମ ମ୍ୟାଚରେ ପାକିସ୍ତାନ ଉପରେ ଏକ ରୋମାଞ୍ଚକ ବିଜୟ ହାସଲ କରିଛି। ଏହି ବିଜୟ ସହ ଭାରତ ଅଷ୍ଟ୍ରେଲିଆର...

ଟି୨୦ ବିଶ୍ୱକପ୍‌ ପାଇଁ ପ୍ରାକ୍ତନ ଖେଳାଳି ବାଛିଲେ ଭାରତୀୟ ଏକାଦଶ

ନୂଆଦିଲ୍ଲୀ,୧୧।୭: ବର୍ତ୍ତମାନ ଭାରତୀୟ ଦଳ ସୀମିତ ଓଭର ସିରିଜ୍‌ ପାଇଁ ଶ୍ରୀଲଙ୍କାରେ ଅଛି। ଏହି ସିରିଜ୍‌ରୁ କିଛି ଖେଳାଳିଙ୍କୁ ଟି୨୦ ବିଶ୍ୱକପ୍‌ ଲାଗି ଭାରତୀୟ ଦଳରେ...

ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ହିମା

ନୂଆଦିଲ୍ଲୀ,୨୨।୭- ଚଳିତ ମାସରେ ଗୋଟିଏ ପରେ ଗୋଟିଏ ସ୍ବର୍ଣ୍ଣିମ ସଫଳତା ପାଇ ଚାଲିଥିବା ଭାରତୀୟ ସ୍ପ୍ରିଣ୍ଟର ହିମା ଦାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।...

ଆଇପିଏଲରେ ଅକ୍‌ସନର ସମ୍ମୁଖୀନ ହେବେ କେଉଁ ଖେଳାଳି

ନୂଆଦିଲ୍ଲୀ,୨୧।୧: ଆଇପିଏଲ୍‌ର ପ୍ରତ୍ୟେକ ଫ୍ରାଞ୍ଚାଇଜ ଦଳରେ ରଖିବାକୁ ଚାହୁଁଥିବା ଖେଳାଳି ଓ କେଉଁ ଖେଳାଳିଙ୍କୁ ଡ୍ରପ କରିବେ, ତାହା ସ୍ପଷ୍ଟ ହୋଇସାରିଛି। ସମସ୍ତ ଫ୍ରାଞ୍ଚାଇଜ ବୁଧବାର...

୯ମ ଶ୍ରେଣୀରେ ଫେଲ୍‌ ହୋଇଯାଇଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌, ମ୍ୟାଗି ଖାଇ କାଟୁଥିଲେ ରାତି

ଭାରତୀୟ କ୍ରିକେଟ ଦଳର ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କ୍ରିକେଟ୍‌ ସହ ଷ୍ଟାଇଲିସ୍‌ ଅନ୍ଦାଜ ପାଇଁ ପ୍ରସିଦ୍ଧ। ରବିବାର ସେ ନିଜର ୨୭ତମ ଜନ୍ମଦିନ ପାଳନ...

କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫ କୋଟିର ଘଣ୍ଟା ଲୋକଙ୍କ ପସନ୍ଦ ଆସିଲାନି, କହିଲେ ଏମିତି…

ଭାରତୀୟ କ୍ରିକେଟ ଦଳର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଘଣ୍ଟା ପିନ୍ଧିବାକୁ ବହୁତ ଭଲ ପାଆନ୍ତି। ଏହି କାରଣରୁ ସେ ଅଧିକାଂଶ ସମୟରେ ଅନେକ ଦାମୀ ଘଣ୍ଟା...

Advertisement
Archives

Model This Week