Posted inଖେଳ

ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମ ‘ନୋ ଫ୍ଲାଏ ଜୋନ୍‌’ରେ ପରିଣତ

ମାଞ୍ଚେଷ୍ଟର,୧୦।୭(ପି.ଟି.)- ମଙ୍ଗଳବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ର ଭେନ୍ୟୁ ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମକୁ ‘ନୋ ଫ୍ଲାଏ ଜୋନ୍‌’ରେ ପରିଣତ କରାଯାଇଥିଲା। ସୁରକ୍ଷା ତଥା ନିରାପତ୍ତା ଦୃଷ୍ଟିକୋଣରୁ ଏପରି କରାଯାଇଥିଲା ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଅବଗତ କରିଥିଲା। ହେଡିଙ୍ଗଲେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍‌ ଖେଳାଯାଉଥିବା ଅବସରରେ ଏକ ପ୍ରାଇଭେଟ ପ୍ଲେନ୍‌ ଭାରତ ବିରୋଧୀ ବ୍ୟାନର ବହନ କରି ଷ୍ଟାଡିୟମ ଉପର ଦେଇ ଯାଇଥିଲା। ଏହି ଘଟଣା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ବୋଲି କୁହାଯାଇଛି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଏ ନେଇ ସବିଶେଷ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଛୁ ବୋଲି ଇସିବି ବିସିସିଆକୁ କହିଥିଲା।
ପୂର୍ବରୁ ଖେଳାଳିଙ୍କ ସୁରକ୍ଷା ନେଇ ବିସିସିଆଇ ତା’ର ଉଦ୍‌ବେଗ ପ୍ରକାଶ କରିଥିଲା। ଏ ନେଇ ମଧ୍ୟ ଇସିବି ଅନୁକୂଳ ମନୋଭାବ ପୋଷଣ କରିଥିଲା ବିସିସିଆଇ ମୁଖ୍ୟ କର୍ଯ୍ୟନିର୍ବାହୀ ରାହୁଲ ଜୋହରୀଙ୍କୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଥିଲା। ମ୍ୟାଚ୍‌ ଦିବସରେ ଗୋଟଏ ଦିନ ପାଇଁ ଷ୍ଟାଡିୟମକୁ ‘ନୋ ଫ୍ଲାଏ ଜୋନ୍‌’ରେ ପରିଣତ କରାଯିବ ବୋଲି ଇସିବି କହିଥିଲ। ଶନିବାର ହେଡିଙ୍ଗ୍‌ଲେରେ ଖେଳାଯାଇଥିବା ଭାରତ- ଶ୍ରୀଲଙ୍କା ମ୍ୟାଚ୍‌ରେ ଏକ ପ୍ରାଇଭେଟ ପ୍ଲେନ୍‌ ‘ଇଣ୍ଡିଆ ଷ୍ଟପ୍‌ ମବ ଲିଞ୍ଚିଂ’ ଓ ‘ଜଷ୍ଟିସ୍‌ ଫର କାଶ୍ମୀର’ ଲେଖାଥିବା ଏକ ବ୍ୟାନର ବହନ କରି ଷ୍ଟାଡିୟମ ନିକଟ ଦେଇ ଯାଇଥିଲା। ଟୁର୍ନାମେଣ୍ଟରେ ଦ୍ୱିତୀୟଥର ପାଇଁ ଏଭଳି ଅଭାବନୀୟ ଘଟାଣା ଘଟିବା ପରେ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବେଶ୍‌ ଅପଦସ୍ଥ ହୋଇଥିଲା। ଏହାପୂର୍ବରୁ ପାକିସ୍ତାନ- ଆଫଗାନିସ୍ତାନ ମ୍ୟାଚ୍‌ ଅବସରରେ ଏକ ବିମାନ ‘ଜଷ୍ଟିସ୍‌ ଫର ବାଲୋଚ୍‌ସ୍ତାନ’ ଲେଖାଥିବା ବ୍ୟାନର ବହନ କରି ଷ୍ଟାଡିୟମ ଉପରେ ଯାଇଥିଲା। ଏହି ମ୍ୟାଚ୍‌ ଅବସରରେ ପାକିସ୍ତାନ ଓ ଆଫଗାନିସ୍ତାନ ପ୍ରଶଂସକମାନେ ହାତାହାତୀ ମଧ୍ୟ ହୋଇଥିଲେ। ଏହି ବ୍ୟାନର ବହନ କରିବା ଘଟଣାରୁ ଏପରି ପରିସ୍ଥିତି ଉପଜୁଥିଲା ବୋଲି କୁହାଯାଇଥିଲା। ଆଇସିସି ଆଚରଣବିଧିର ଉଲ୍ଲଂଘନ କରୁଥିବାରୁ ଏପରି ରାଜନୈତିକ ସ୍ଳୋଗାନକୁ ବରଦାସ୍ତ କରାଯିବ ନାହିଁ ବୋଲି କୁହାଯାଇଥିଲା। ଉଲ୍ଲେଖଥାଉ କି, ସର୍ବସାଧାରଣଙ୍କ ସୁବିଧା ପାଇଁ ପ୍ରାଇଭେଟ ପ୍ଲେନ୍‌ ଉଡାଇବା ନେଇ କୌଣସି କଟକଣା ନାହିଁ। ପୁଣି ହେଡିଙ୍ଗ୍‌ଲେର ନିକଟରେ ଥିବା ବ୍ରାଡଫର୍ଡ ଅଞ୍ଚଳରେ ପାକିସ୍ତାନୀ ନାଗରିକ ଅଧିକ ସଂଖ୍ୟାରେ ରହିଥାନ୍ତି। ତେଣୁ ଏଭଳି ଅଭାନୀୟ ଘଟଣା ଘଟିଲା ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ, ପୁଣି କୋହଲିଙ୍କ ଉପରେ ପ୍ରଶଂସକଙ୍କ ନଜର

ଗୁଆହାଟୀ,୨୯ା୯: ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ବୁଧବାର ଚଳିତ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌କୁ ବିରାଟ କୋହଲି ଓ ଶୁବମନ ଗିଲ୍‌ଙ୍କ ଶତକ ବଳରେ ଅତି…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?