Posted inଜାତୀୟ

ଓଲଟିଲା ମାଛ ଟ୍ରକ୍‌: ଲୋକେ ନେଲେ ବୋହି

ନୂଆଦିଲ୍ଲୀ,୨୨।୧: ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ ଓ୍ବେରେ ବୁଧବାର ଏକ୍‌ ମାଛ ଟ୍ରକ୍‌ ଏବଂ ଟ୍ରଲର ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ମାଛ ବୋଝେଇ ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ରାସ୍ତା ଉପରେ ମାଛ ପଡ଼ି ରହିଥିଲା। ସ୍ଥାନୀୟ ଲୋକେ ସହାୟତା କରିବା ପରିବର୍ତ୍ତେ ମାଛ ଘରକୁ ବୋହି ନେଇଥିଲେ। କେଇ ମିନିଟ୍‌ ମଧ୍ୟରେ ମାଛ ଟ୍ରକ୍‌ ଖାଲି ହୋଇଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାଜସ୍ଥାନ ଟୋଙ୍କ ଜିଲାରୁ ମାଛ ବୋଝେଇ ଟ୍ରକ୍‌ ବିହାରର ମାଝୋପୁର ମାଛ ଫାର୍ମକୁ ଯାଉଥିଲା। ଫିରୋଜାବାଦ୍‌ ମୈନପୁରୀଠାରେ ଏହା ଧକ୍କା ପରେ ଓଲଟି ପଡ଼ିଥିଲା। ଘନ କୁହୁଡ଼ି ଯୋଗୁ ରାସ୍ତା ଦେଖା ନ ଯିବାରୁ ଏଭଳି ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ତେବେ ପୋଲିସ ଆସିବା ପୂର୍ବରୁ ଘନ କୁହୁଡ଼ିକୁ ଖାତିର ନ କରି ମାଛ ଲୁଟି ନେବା ପାଇଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗି ଯାଇଥିଲା। ଡ୍ରାଇଭର ଏବଂ ଅନ୍ୟ ୩ ସହକର୍ମୀ ମାଛ ଲୁଟ ସମୟରେ କେବଳ ନୀରବ ଦର୍ଶକ ପାଲଟି ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ କୋଡରେ କଡା ନିୟମ, ଉଲ୍ଲଂଘନ କଲେ ଛଡାଇ ନିଆଯିବ ଭୋଟ ଭଳି ଅଧିକାର

ଡେରାଡୁନ,୨୦।୬: ଆସନ୍ତା ୨୦୨୪ରେ ହୋବାକୁ ଥିବା ଲୋକ ସଭା ନିର୍ବାଚନ ପୂର୍ବରୁ ୟୁନିଫର୍ମ ସିଭିଲ କୋଡ(ୟୁସିସି) ବିଷୟରେ ଆଲୋଚନା ତୀବ୍ର ହୋଇଛି। ଭାଜପା ଶାସିତ ରାଜ୍ୟମାନଙ୍କରେ...

ଅନନ୍ତନାଗରେ ଏନ୍‌କାଉଣ୍ଟର: ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର,୧୧।୩: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଏନ୍‌କାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ସେମାନେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ସଦସ୍ୟ ବୋଲି ଜଣାପଡ଼ିଛି। ସେନା, ସିଆର୍‌ପିଏଫ୍‌ ଏବଂ...

ଭିଡ଼ହିଂସାରୁ ବର୍ତ୍ତିବା ଲାଗି : ନାମ ବଦଳାଇବେ ମୁସଲ୍‌ମାନ ଅଧିକାରୀ

ଭୋପାଳ,୮ା୭: ଦେଶରେ ଭିଡ଼ହିଂସା ବଢିବାରେ ଲାଗିଛି। ଏଭଳି ହିଂସାକାଣ୍ଡରୁ ନିଜକୁ ରକ୍ଷାକରିବା ଲାଗି ମଧ୍ୟପ୍ରଦେଶର ଜଣେ ମୁସଲମାନ ସମ୍ପ୍ରଦାୟର ସରକାରୀ ଅଧିକାରୀ ନିଜ ନାମ ବଦଳାଇ...

‘ଛାତ୍ରଙ୍କୁ ଉଠାଇବା ପାଇଁ ଆଲାର୍ମ ବଜାଉ ମନ୍ଦିର-ମସଜିଦ’, ବୋର୍ଡ ପରୀକ୍ଷା ପୂର୍ବରୁ ଖଟ୍ଟର ସରକାରଙ୍କ ଭିନ୍ନ ଏକ ନିର୍ଦ୍ଦେଶ

ଚଣ୍ଡିଗଡ଼,୨୬ ।୧୨; ହରିୟାଣାର ମନୋହର ଲାଲ ସରକାର ଭିନ୍ନ ଏକ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଶିକ୍ଷାର ସ୍ତରକୁ ସୁଧାରିବା ପାଇଁ ସରକାର ମନ୍ଦିର, ମସଜିଦ...

୭ ବର୍ଷର ରେକର୍ଡ ଭାଙ୍ଗିଲା ତେଲ

ନୂଆଦିଲ୍ଲୀ,୨୩ା୨: କୋଭିଡ୍‌ ମହାମାରୀ ଯୋଗୁ ଭୁଶୁଡ଼ିପଡ଼ିଥିବା ବିଶ୍ୱ ଅର୍ଥନୀତି ଅଣ୍ଟା ସଳଖି ଛିଡ଼ା ହେବାକୁ ଉଦ୍ୟମ କରୁଥିବାବେଳେ ରୁଷିଆର ଜିଦ୍‌ଖୋର ମନୋବୃତ୍ତି ଆଉ ଏକ ବିପତ୍ତିକୁ...

ଆଗୁଆ ହେବ ଲୋକସଭା ନିର୍ବାଚନ: ନୀତୀଶ କୁମାର…

ପଟନା,୧୫।୬ : ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଗୋଟିଏ ପଟେ ଭାଜପା...

ପରିବାରର ପ୍ରତ୍ୟାଖ୍ୟାନ ପରେ କରୋନା ମୃତକଙ୍କ ସଂସ୍କାର କରୁଛି ୟୁଥ ଓ୍ବେଲ ଫେୟାର ଏନ୍‌ଜିଓ

ହାଇଦ୍ରାବାଦ,୧୭।୮: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫୦ ହଜାର ଛୁଇଁଥିବା ବେଳେ ଏବେ ଏହା ବେଳକୁ ବେଳ ଉଗ୍ର ରୂପ ଧାରଣ କରିବାକୁ ଯାଉଛି। ତେବେ...

ସିଦ୍ଧୁଙ୍କର ବୁଦ୍ଧି ନାହିଁ: ଅମରିନ୍ଦର

ଚଣ୍ଡିଗଡ଼, ୨୪ ।୧: ଆସନ୍ତା ମାସରେ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ହେଲାଣି ସରଗରମ । ରବିବାର ପଞ୍ଜାବର ପୂର୍ବତନ...

Advertisement
Archives

Model This Week