ଓଲଟିଲା ଟ୍ରକ୍‌ : ଚକାତଳେ ହେଲ୍‌ପରଙ୍କ ଜୀବନଗଲା, ଡ୍ରାଇଭର ଗୁରୁତର

ଯୋଡ଼ା,୧୪।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ୨ନଂ. ରାଜ୍ୟ ରାଜପଥ ଡିବି ସିଂ ଛକ ନିକଟସ୍ଥ ରାସ୍ତାରେ ଏକ ୧୨ ଚକିଆ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଚକାତଳେ ଚାପି ହୋଇ ହେଲପରଙ୍କ ଜୀବନ ଯାଇଥିବା ବେଳେ ଡ୍ରାଇଭର ଗୁରୁତର ହୋଇଥିବା ଜଣାପଡ଼ିଛି।
ଗୁରୁବାର ଅପରାହ୍ନରେ ଏକ ୧୨ ଚକିଆ ଟ୍ରକ ରଣାଶାଳ ଘାଟି ଆଡୁ ଯୋଡ଼ା ଅଭିମୁଖେ ଆସୁଥିବା ବେଳେ ପ୍ରାୟ ୧୦ ଫୁଟ୍‌ ତଳକୁ ଖସି ପଡ଼ିଥିଲା। ଫଳରେ ହେଲପର ବିକୁ ନାଏକ(୧୮) ଟ୍ରକ ତଳେ ଚାପି ହୋଇଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଡ୍ରାଇଭର ଧରଣୀଧର ନାଏକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବରପାଇ ଯୋଡ଼ା ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ପୋଲିସ ଏହାର ତଦନ୍ତ ଜାରି ରଖିଛି। ମୃତ ହେଲପର ଏବଂ ଡ୍ରାଇଭରଙ୍କ ଘର ମୟୂରଭଞ୍ଜ ଜିଲା କେରେକେରା ଅଞ୍ଚଳରେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଭରଲୋଡିଂ ଯୋଗୁ ଓଲଟିଲା ସ୍କୁଲ ଅଟୋ: ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ମୃତ, ୩ ଗୁରୁତର; ଗାଡ଼ିକୁ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ପଟ୍ଟାମୁଣ୍ଡାଇ,୭।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗରା ଗାଁ ନିକଟରେ ଭାରସାମ୍ୟ ହରାଇ ଏକ ସ୍କୁଲ ଅଟୋ ଓଲଟିପଡ଼ିବାରୁ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩...

ଲାବଣ୍ୟଦେଈପୁର ଓ ଶରତ ପଞ୍ଚାୟତବାସୀଙ୍କ ବିକ୍ଷୋଭ

କପ୍ତିପଦା,୧୨ା୧୧(ଡି.ଏନ.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ଶରତ ଓ ଲାବଣ୍ୟଦେଈପୁର ପଞ୍ଚାୟତବାସୀ ବିଭିନ୍ନ ଦାବି ନେଇ ସୋମବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ...

ଜଙ୍ଗଲରୁ ଶିଶୁପୁତ୍ର ଉଦ୍ଧାର

ଖମାର,୨୦ା୧- ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ପଞ୍ଚାୟତ କୋଚିଆବେଡା ସଂରକ୍ଷିତ ଜଙ୍ଗଲରୁ ବୁଧବାର ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ମହିଳାମାନେ ଜାଳେଣି...

ଲୋକଙ୍କୁ ଆକର୍ଷିତ କରୁଛି ପାର୍କ

ଡେରାବିଶ,୧୩ା୧୧(ସ୍ବ.ପ୍ର.): ସହରାଞ୍ଚଳର ଲୋକେ ଚିତ୍ତ ବିନୋଦନ ଓ ବ୍ୟାୟାମ ଲାଗି ପାର୍କକୁ ବାଛି ନେଇଛନ୍ତି। ହେଲେ ଗଁା ଗହଳିରେ ଆଗ ଭଳି ଆଉ ତୋଟା ନ...

ଶୋଭାବର୍ଦ୍ଧନ କରୁଛି ଗୋଷାଣୀ ଓ ନାଗା

ପୁରୀ ଅଫିସ,୮।୧୦: ଶାରଦୀୟ ପୂଜା ଅବସରରେ ଶ୍ରୀକ୍ଷେତ୍ରରେ ଗୋଷାଣୀ ପୂଜା ଚାଲିଛି। ପୁରପଲ୍ଳୀଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଚାରିଆଡେ ମା’ ଦୁର୍ଗତିନାଶିନୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଥିବାବେଳେ...

ଶିମିଳିପାଳ ପାଦଦେଶରେ ଦୂର ହେବ ନେଟୱର୍କ ସମସ୍ୟା

ବିଶୋଇ, ୮ା୪ (ଡି.ଏନ.ଏ) ମୟୂରଭଞ୍ଜ ଜିଲା ଶିମିଳିପାଳ ପାଦଦେଶରେ ଥିବା ଆଦିବାସୀ ଅଧ୍ୟୁଷିତ ବିଶୋଇ ଅଞ୍ଚଳରେ ଦୀର୍ଘ ଦିନ ଧରି ମୋବାଇଲ ନେଟୱର୍କ ସମସ୍ୟା ଲାଗିରହିଥିଲା।...

‘ଭାରତୀୟ ସଂସ୍କୃତି ପ୍ରତି ବିଶ୍ୱ ଆକର୍ଷିତ

ଛତ୍ରପୁର,୨୭।୬(ଡି.ଏନ.ଏ.)-ଭାରତର ସଂସ୍କୃତି ଓ ଆଧ୍ୟାମତ୍ିକ ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇ ପୂର୍ବରୁ ବିଭିନ୍ନ ଦେଶର ବିଦ୍ୱାନମାନେ ଆସି ନିଜକୁ ଏଥିରେ ସମର୍ପି ଦେଇଛନ୍ତି। ଭାରତର ସନ୍ଥ,...

ରାତିରେ ବ୍ୟାଙ୍କ ତାଲା ଭାଙ୍ଗି ଭିତରେ ପଶିଲେ ଦୁର୍ବୃତ୍ତ

ସିମୁଳିଆ,୩୦।୭(ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ସଦର ମହକୁମା ମାର୍କୋଣାରେ ଥିବା କାନାଡ଼ା ବ୍ୟାଙ୍କରୁ ଚୋରି ଉଦ୍ୟମ ହୋଇଛି। ଗୁରୁବାର ରାତିରେ ଦୁର୍ବୃତ୍ତ ମୁଖ୍ୟ ଗ୍ରୀଲ...

Advertisement
Archives

Model This Week