ଓରିଏଣ୍ଟାଲ ବ୍ୟାଙ୍କ ଦୁର୍ନୀତିରେ ସାମିଲ ଥିଲେ ନୀରବ ମୋଦି-ମେହୁଲ ଚୋକ୍‌ସି

ନୂଆଦିଲ୍ଲୀ,୭-୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ଋଣ ଦୁର୍ନୀତିରେ ସାମିଲ ଥିବା ହୀରା ବ୍ୟବସାୟୀ ନୀରବ ମୋଦି ଏବଂ ମେହୁଲ ଚୋକ୍‌ସି ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ(ଓବିସି)ରୁ ବଡ଼ ଧରଣର ଋଣ ଠକେଇ କରିଛନ୍ତି ବୋଲି ବ୍ୟାଙ୍କ ପକ୍ଷରୁ ବିଳମ୍ବରେ ସ୍ବୀକାର କରାଯାଇଛି। ନୀରବ ଓ ମେହୁଲ ଏବଂ ତାଙ୍କ କମ୍ପାନୀ ୨୮୯ କୋଟି ଟଙ୍କାର ଋଣ ନେଇ ଆଉ ପରିଶୋଧ କରିନାହାନ୍ତି ବୋଲି ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ (ଓବିସି) ଶୁକ୍ରବାର ପ୍ରକାଶ କରିଛି। ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ନୀରବ ମୋଦିଙ୍କ କମ୍ପାନୀ ଫାୟାରଷ୍ଟାର ଇଣ୍ଟରନ୍ୟାଶନାଲ ପ୍ରାଇଭେଟ ଲିମିଟେଡ ୬୦.୪୧ କୋଟି ଟଙ୍କାର ଋଣ ନେଇ ଆଉ ଫେରସ୍ତ କରିନାହିଁ। ସେହିପରି ମୋଦିଙ୍କ ଆଉ ଏକ କମ୍ପାନୀ ଫାୟାରଷ୍ଟାର ଡାଇମଣ୍ଡ ଇଣ୍ଟରନ୍ୟାଶନାଲ ପ୍ରାଇଭେଟ ଲିମିଟେଡ ୩୨.୨୫ କୋଟି ଟଙ୍କାର ଋଣ ନେଇଥିଲା। ଅନୁରୂପ ଭାବେ ମେହୁଲ ଚୋକ୍‌ସିଙ୍କ କମ୍ପାନୀ ଗୀତାଞ୍ଜଳି ଜେମ୍ସ ଲିମିଟେଡ ଓବିସିରୁ ୧୩୬.୪୫ କୋଟି ଟଙ୍କା ଋଣ ନେଇ ଆଉ ଫେରସ୍ତ କରିନାହିଁ। ଏଥିସହିତ ଚୋକ୍‌ସିଙ୍କ ଆଉ ଏକ କମ୍ପାନୀ ନକ୍ଷତ୍ର ଓା୍ବଲର୍‌ଡ ଲିମିଟେଡ ମଧ୍ୟ ଓବିସିରୁ ୫୯.୫୩ କୋଟି ଟଙ୍କାର ଋଣ ନେଇଥିଲା। ଗତବର୍ଷ ଫେବୃୟାରୀରେ ପିଏନ୍‌ବି ମହାଦୁର୍ନୀତି ଧରାପଡିବା ପରେ ସେହିବର୍ଷ ମାର୍ଚ୍ଚ ୨୧ରେ ଓବିସି ଉକ୍ତ ଆକାଉଣ୍ଟଗୁଡ଼ିକୁ ଅନାଦାୟ ଋଣ(ଏନ୍‌ପିଏ) ଭାବେ ଘୋଷଣା କରିଥିଲା। ମେହୁଲ ଚୋକ୍‌ସି ଓ ତାଙ୍କ ପରିବାର ଏସ୍‌ବିଆଇରୁ ୪୦୫ କୋଟି ଟଙ୍କା ଋଣ ନେଇଥିବା ସାମ୍ନାକୁ ଆସିଥିଲା। ଉଲ୍ଲେଖଥାଉ କି, ବ୍ରିଟେନ ଜେଲ୍‌ରେ ନୀରବ ମୋଦି ବନ୍ଦି ଥିବା ବେଳେ ମେହୁଲ ଚୋକ୍‌ସି ଏବେ ଆଣ୍ଟିଗୁଆରେ ବସବାସ କରୁଛନ୍ତି। ତାଙ୍କୁ ଭାରତ ପ୍ରତ୍ୟର୍ପଣ ଲାଗି ଯଥାସାଧ୍ୟ ପ୍ରୟାସ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ କାଗଜ ନୁହେଁ, ଭାରତରେ କାରବାର ହେବ ପ୍ଲାଷ୍ଟିକ ନୋଟ; ଆରବିଆଇ ଗଭର୍ନରଙ୍କ ବଡ଼ ଘୋଷଣା!

ନୂଆଦିଲ୍ଲୀ,୫।୬: ଆରବିଆଇ (RBI) ଗଭର୍ନର ସଞ୍ଜୟ ମଲହୋତ୍ରା ଘୋଷଣା କରିଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶରେ ‘ପଲିମର’ (Polymer) କରେନ୍ସି ନୋଟ ପ୍ରଚଳନ କରିବା ପ୍ରସ୍ତାବ…

ଦେଶରେ ବନ୍ଦ ହୋଇଯିବ ATM? ଆଉ ମିଳିବନି କ୍ୟାଶ୍‌!

ନୂଆଦିଲ୍ଲୀ,୫।୬: ଆମକୁ ଯେତେବେଳେ ବି କ୍ୟାଶ (ନଗଦ ଟଙ୍କା) ର ଆବଶ୍ୟକତା ପଡ଼ିଥାଏ, ଆମେ ଏଟିଏମ (ATM) ଯାଇ ତୁରନ୍ତ ବାହାର କରିନେଇଥାଉ। କିନ୍ତୁ ଏବେ ସମସ୍ୟା…

ସାଧାରଣ ଲୋକଙ୍କ ପକେଟ ଉପରେ ପଡିବ ମହଙ୍ଗା ମାଡ଼: ବଢ଼ିବ ମୁଦ୍ରାସ୍ଫୀତି, ଚମକାଇଲା RBIର ଆକଳନ

ନୂଆଦିଲ୍ଲୀ,୫।୬: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗଭର୍ନର ସଞ୍ଜୟ ମାଲହୋତ୍ରା ରେପୋ ହାର ଉପରେ ତାଙ୍କର ନିଷ୍ପତ୍ତି ଘୋଷଣା କରିଛନ୍ତି। ଏଥର, ରିଜର୍ଭ ବ୍ୟାଙ୍କ ରେପୋ ହାରକୁ…

ବଢ଼ିବନି ହୋମ କିମ୍ବା କାର୍‌ ଲୋନ୍‌ EMI; ଆରବିଆଇର ବଡ଼ ନିଷ୍ପତ୍ତି: ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌

ନୂଆଦିଲ୍ଲୀ,୫।୬: ରିଜର୍ଭ ବ୍ୟାଙ୍କ ଗଭର୍ନର ସଞ୍ଜୟ ମାଲହୋତ୍ରାଙ୍କ ନେତୃତ୍ୱରେ ତିନି ଦିନ ଧରି ଚାଲିଥିବା ମନିଟାରୀ ପଲିସି କମିଟି (MPC) ବୈଠକ ପରେ ରେପୋ ରେଟ୍‌ ଉପରେ…

କୋର୍ଟ ମ୍ୟାରେଜ୍‌ କରୁଛନ୍ତି କି? ଜାଣନ୍ତୁ କେତେ ଟଙ୍କା ଖର୍ଚ୍ଚ ହୁଏ…

ନୂଆଦିଲ୍ଲୀ,୪।୬: ଆମ ମଧ୍ୟରୁ ଅନେକ ଲୋକ କୋର୍ଟ ମ୍ୟାରେଜ (Court Marriage) କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ଯଦି ଆପଣ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ, ତେବେ…

ଟିପିସିଓଡିଏଲ୍‌ର ନୂଆ ସିଇଓ ଗଜାନନ ଏସ୍‌.କାଲେ

ଭୁବନେଶ୍ୱର, ୩ା୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟାଟା ପାଓ୍ବାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ନୂଆ ସିଇଓ ଭାବେ ଗଜାନନ…

ପେଟ୍ରୋଲ ଟେନଶନ ଶେଷ! ଜୁନ ୩ରେ ଲଞ୍ଚ୍‌ ହେବ ଦେଶର ପ୍ରଥମ ୧୦୦% ଇଥାନଲ ଚାଳିତ ବାଇକ୍‌, ଜାଣନ୍ତୁ କେତେ ରେଟ୍‌…

ନୂଆଦିଲ୍ଲୀ,୨।୬: ଯଦି ଆପଣ ପେଟ୍ରୋଲର ଆକାଶଛୁଆଁ ଦରକୁ ନେଇ ଚିନ୍ତିତ ଏବଂ ପ୍ରତିଦିନର ଯାତ୍ରା ଖର୍ଚ୍ଚ କମାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖୁସି…

ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼, ୧୨ ଟଙ୍କା ଯାଏଁ ବଢ଼ିପାରେ ପେଟ୍ରୋଲ-ଡିଜେଲ ଦାମ! ଜାଣନ୍ତୁ ଆଜିର ରେଟ୍‌

ନୂଆଦିଲ୍‌ଲୀ,୨।୬: ଯଦି ଆପଣ ପେଟ୍ରୋଲ ଏବଂ ଡିଜେଲର ବୃଦ୍ଧିରୁ ଶୀଘ୍ର ମୁକ୍ତି ପାଇବା ପାଇଁ ଆଶା କରୁଛନ୍ତି, ତେବେ ଏଠାରେ କିଛି ଚିନ୍ତାଜନକ ଖବର ଅଛି। ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri