Posted inUncategorized

ଓମାନର ସୁଲତାନ କାବୁସଙ୍କ ପରଲୋକ: ଶପଥ ନେଲେ ଉତ୍ତରାଧିକାରୀ

ମାସକାଟ,୧୧।୧: ଓମାନର ସୁଲତାନ କାବୁସ ବିନ ସୈଦ ଅଲ ସୈଦଙ୍କର ୭୯ ବର୍ଷ ବୟସରେ ପରଲୋକ ହୋଇଛି। କାବୁସ ଆରବର ସର୍ବାଧିକ ସମୟ ସୁଲତାନ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି। ସେ ଅସୁସ୍ଥ ଥିବାରୁ ବେଲଜିୟମରେ ଚିକିତ୍ସିତ ହୋଇ ନିକଟରେ ଘରକୁ ଫେରିଥିଲେ। ୧୯୭୦ରେ ବ୍ରିଟେନର ସମର୍ଥନରେ ସୁଲତାନ କାବୁସ ନିଜ ପିତାଙ୍କୁ ଗାଦିରୁ ହଟାଇ ନିଜେ ଓମାନର ସୁଲତାନ ଆସନରେ ବସିଥିଲେ। କାବୁସ ବିବାହ କରି ନ ଥିବାରୁ ତାଙ୍କର ଉତ୍ତରାଧିକାରୀ କେହି ନ ଥିବା ପ୍ରକାଶ। ତେବେ ଓମାନର ନିୟମ ଅନୁଯାୟୀ, ସୁଲତାନ ଆସନ ଖାଲି ହେବାର ୩ ଦିନ ମଧ୍ୟରେ ରାଜ ପରିବାର ପରିଷଦ ନୂଆ ସୁଲତାନ ଚୟନ କରିବେ। ସୂଚନାଯୋଗ୍ୟ, ରାଜ ପରିବାର ପରିଷଦରେ ଏବେ ୫୦ ପୁରୁଷ ସଦସ୍ୟ ରହିଛନ୍ତି। ତେବେ ମୃତ୍ୟୁ ପୂର୍ବରୁ ସୁଲତାନ କାବୁସ ଏକ ବନ୍ଦ ଲଫାପା ଛାଡି ଯାଇଥିଲେ। ଯେଉଁଥିରେ ଓମାନର ସୁଲତାନ ଆସନ ପାଇଁ ନିଜ ପସନ୍ଦ ଉଲ୍ଲେଖ କରଥିଲେ କାବୁସ। କୁହାଯାଉଥିଲା କି ଯଦି ରାଜ ପରିବାର ୩ ଦିନ ମଧ୍ୟରେ ନୂଆ ସୁଲତାନଙ୍କୁ ନେଇ ସହମତି ପ୍ରକାଶ ନ କରନ୍ତି ତେବେ ପ୍ରତିରକ୍ଷା ପରିଷଦର ସଦସ୍ୟ, ସୁପ୍ରିମକୋର୍ଟର ଅଧ୍ୟକ୍ଷ, ପରାମର୍ଶ ଦାତା ପରିଷଦ ଓ ରାଜ୍ୟ ପରିଷଦ ସେହି ବନ୍ଦ ଲଫାପାକୁ ଖୋଲିବେ। ଏହାପରେ କାବୁସ ଉଲ୍ଲେଖ କରିଥିବା ବ୍ୟକ୍ତି ହିଁ ଓମାନର ନୂଆ ସୁଲତାନ ହେବେ। ମିଳିଥିବା ସୂଚନା ଅନୁଯାୟୀ, ଓମାନର ସଂସ୍କୃତି ମନ୍ତ୍ରୀ ହାଇଥମ ବିନ ତାରିକ ଅଲ୍‌ ସୈଦ ଓମାନର ନୂଆ ସୁଲତାନ ଭାବେ ଶନିବାର ଶପଥ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inUncategorized View All

କରୋନା ସନ୍ଦିଗ୍ଧଙ୍କୁ ଠାବ କରିପାରୁନି ପୋଲିସ

କୁଜଙ୍ଗ, ୧୯।୩ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲାର ଜଣେ ବ୍ୟକ୍ତି ମହାରାଷ୍ଟ୍ରରେ କିଛି ଦିନ ରହି ନିକଟରେ ଘରକୁ ଫେରିବା ପରେ ଥଣ୍ଡା, ଜ୍ୱର ଆକ୍ରାନ୍ତ ହୋଇଥିଲେ।...

ବାଲାସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଏନ୍‌ସିପି ନେତା

ମୁମ୍ବାଇ,୧୭।୧୧: ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ୭ମ ଶ୍ରାଦ୍ଧବାର୍ଷୀକି ଅବସରରେ ମହାରାଷ୍ଟ୍ରର ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି) ନେତା ଛଗନ ଭୁଜବଳ ରବିବାର ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ...

ଗଣବଳାତ୍କାର ଭିଡିଓ ଭାଇରାଲ, ୩ ଅଟକ

କବିସୂର୍ଯ୍ୟନଗର,୨୭ା୧୨- ଗଞ୍ଜାମ ଜିଲା କବିସୂର୍ଯ୍ୟନଗରରେ ପୁଣି ଲଜ୍ଜା। ୩ ଜଣ ସାଙ୍ଗ ମିଶି ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର କରିଥିବା ଥାନାରେ ଅଭିଯୋଗ ହୋଇଛି।...

ଲୌରିୟସ କ୍ରୀଡ଼ା ପୁରସ୍କାର: ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଭାବେ ମେସି, ହାମିଲଟନ ଯୁଗ୍ମ ବିଜେତା

ବର୍ଲିନ, ୧୮।୨ (ପି.ଟି.)- ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଭାବେ ବ୍ରିଟିଶ୍‌ ଫର୍ମୁଲା ଓ୍ବାନ୍‌ ଡ୍ରାଇଭର ଲୁଇସ ହାମିଲଟନ୍‌ ଓ ଆର୍ଜେଣ୍ଟିନା ଫୁଟ୍‌ବଲ ଷ୍ଟାର୍‌ ଲିଓନେଲ ମେସି...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୪, ୨୦୨୦)

କଟକର ବିଭିନ୍ନ ପୂଜାମଣ୍ଡପରେ ମହାଷ୍ଟମୀ ପୂଜା ଭୁବନେଶ୍ୱରର ବିଭିନ୍ନ ପୂଜାମଣ୍ଡପରେ ମହାଷ୍ଟମୀ ପୂଜା ପୂଜା ଲାଗି ରାଜଧାନୀ ଜନପଥରେ ଲୋକଙ୍କ ଗହଳି ଭୁବନେଶ୍ୱର ଶିଶୁପାଳଗଡରେ ଗଛରେ...

୩ ବର୍ଷ ଜେଲ ଦଣ୍ଡ ଭୋଗିପାରନ୍ତି ସୌମ୍ୟ

ଢାକା, ୧୨।୩- ବିବାଦ ଘେରକୁ ଚାଲିଆସିଛନ୍ତି ବାଂଲାଦେଶ କ୍ରିକେଟ୍‌ ଦଳର ଆଗ ଧାଡ଼ିର ବ୍ୟାଟ୍ସମ୍ୟାନ ସୌମ୍ୟ ସରକାର। ନିଜ ବାହାଘର ଉତ୍ସବରେ ସୌମ୍ୟ ଏକ ହରିଣ...

ପିଆଜ ରପ୍ତାନିରେ ଲାଗିଲା କଟକଣା

ନୂଆଦିଲ୍ଲୀ, ୧୫।୯: କେନ୍ଦ୍ର ସରକାର ପିଆଜ ରପ୍ତାନିକୁ ସୋମବାରଠାରୁ ବ୍ୟାନ କରିଛନ୍ତି। ଦେଶର ଦକ୍ଷିଣ ଭାଗରେ ରହିଥିବା ରାଜ୍ୟଗୁଡିକରେ ଲଗାଣ ବର୍ଷା ଯୋଗୁ ଏହା ଫସଲ...


Coronavirus Update

Archives

Model This Week

Why Dharitri