ଓଡ଼ିଶୀ, ବାଲିନିଜ୍‌ ନୃତ୍ୟର ସମ୍ମେଳନ

ଭୁବନେଶ୍ୱର, ୪ା୧୨ (ବ୍ୟୁରୋ):ଓଡ଼ିଶା ସହ ଇଣ୍ଡୋନେସିଆର ସମ୍ପର୍କ କାହିଁ କେଉଁକାଳରୁ ରହିଆସିଛି। ଇଣ୍ଡୋନେସିଆ ବାଲିର କଳାକାରମାନେ ସାଂସ୍କୃତିକ ସମ୍ପର୍କର ଭିନ୍ନ ଝଲକ ଆଣିଦେଇଛନ୍ତି। ସୋମବାର କୋଣାର୍କ ନୃତ୍ୟୋତ୍ସବରେ ସୀତାହରଣ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିବା ଏହି କଳାକାରମାନେ ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ବାଲିନିଜ୍‌ ନୃତ୍ୟ ପରିବେଷଣ କରିଥିଲେ। ଏଥିସହ ମଞ୍ଚରେ ଓଡ଼ିଶୀର ସମ୍ମେଳନ ଦର୍ଶକଙ୍କୁ ନିଆରା ଅନୁଭବ ଦେଇଥିଲା।
ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମକୁ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ଓ ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଉତ୍ପଳକୁମାର ପତି ଉଦ୍‌ଘାଟନ କରିଥିଲେ। ଗଣେଶ ବନ୍ଦନାରେ ନୃତ୍ୟଶିଳ୍ପୀ କବିତା ମିଶ୍ରଙ୍କ ଓଡ଼ିଶୀ ନୃତ୍ୟରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। କବିତା ହଂସଧ୍ୱନୀ ପଲ୍ଲବୀରେ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବେଶ୍‌ ଆକର୍ଷିତ କରିଥିଲେ। ପରେ ବାଲି କଳାକାରଙ୍କ ନୃତ୍ୟରେ ଝୁମିଉଠିଥିଲା ପୂରା ପରିବେଶ। ସେଲ୍‌ଟ ସାଗରା, ଟୋପେନ୍‌ ତୁଆ ଓ ପେଲୋଗୋନେଗାନ ମେଷ୍ଟିଆ ନୃତ୍ୟରେ ଦର୍ଶକ ବାନ୍ଧି ହୋଇଯାଇଥିଲେ। ସେଲ୍‌ଟ ସାଗରା ନୃତ୍ୟରେ ପ୍ରଥମେ ଦର୍ଶକଙ୍କୁ ସ୍ବାଗତ କରିଥିଲେ। ପରେ ଟୋପେନ ନୃତ୍ୟରେ ପ୍ରେମର ବାସ୍ନା ଭରିଦେଇଥିଲେ ବାଲିର କଳାକାର। ମୁହଁରେ ମୁଖା ପିନ୍ଧି ପ୍ରେମର ବସନ୍ତରେ ନିଜେ ଝୁମିବା ସହ ପ୍ରୋକ୍ଷାଳୟକୁ ଭିଜାଇଦେଇଥିଲେ। ଠିକ୍‌ ଏହି ସମୟରେ ନୃତ୍ୟଶିଳ୍ପୀମାନେ ମଞ୍ଚ ତଳକୁ ଆସି ବାଲିର ପ୍ରସିଦ୍ଧ ବିଞ୍ଚଣାକୁ ୧୩ଜଣ ଦର୍ଶକଙ୍କୁ ଉପହାର ସଦୃଶ ଦେଇଥିଲେ। ଶେଷରେ ଇଣ୍ଡୋନେସିଆର ଶାସ୍ତ୍ରୀୟ ନୃତ୍ୟ ପେଲୋଗୋନେଗାନ ମେଷ୍ଟିଆ ପରିବେଷିତ କରି ଦର୍ଶକଙ୍କ ହୃଦୟ ଜିଣିଥିଲେ। ଶ୍ରୀନିବାସ ଘଟୁଆରୀ ମଞ୍ଚ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସବୁଜ ଭବିଷ୍ୟତ ଗଠନ କରିବାକୁ ଆଗେଇ ଆସିଲେ ମହିଳା, ପ୍ରତ୍ୟେକ ନାଗରିକ ସଂକଳ୍ପବଦ୍ଧ ହୋଇ…

ବଲାଙ୍ଗୀର,୧୨ା୭(ସୁନିଲ କୁମାର ମହାନ୍ତି): ପରିବେଶ ସୁରକ୍ଷା ଏବଂ ସବୁଜ ଭବିଷ୍ୟତ ଗଠନର ଉଦ୍ଦେଶ୍ୟରେ ବଲାଙ୍ଗୀରସ୍ଥିତ ଖୁଜେନପାଲି ବିଦ୍ୟାଳୟରେ ବଲାଙ୍ଗୀର ମାରଓ୍ବାଡ଼ି ମହିଳା ସମିତି, ଲାୟନ୍ସ କ୍ଲବ, ସହଯୋଗ…

ସୁନା-ରୂପା ମୂଲ୍ୟ ହ୍ରାସ ପାଇବ ନା ବୃଦ୍ଧି ପାଇବ? ବିଶେଷଜ୍ଞ କହିଲେ….

ନୂଆଦିଲ୍ଲୀ,୧୨।୭: ନିବେଶକମାନେ ଆମେରିକା-ଇରାନ ମଧ୍ୟରେ ନୂତନ ଉତ୍ତେଜନା, ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଏବଂ ମୁଦ୍ରାସ୍ଫୀତି ତଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥିବାରୁ ଆସନ୍ତା ସପ୍ତାହରେ ସୁନା ଏବଂ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରୁ ବାଦ ଦେବାର ପ୍ରକୃତ କାରଣ କହିଲେ ଶ୍ରେୟସ ଆୟର, ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ

ନୂଆଦିଲ୍ଲୀ,୧୨।୭: ଶନିବାର ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ରେ ଭାରତୀୟ ଦଳ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଏକାଦଶରୁ ବାଦ ଦେଇଥିଲା। ସଞ୍ଜୁ ସାମସନ ତିନୋଟି ମ୍ୟାଚ…

ମାଟିର ମହକରେ ଫେରିଲା ଦେଶୀ ମଞ୍ଜି, ପ୍ରେରଣାଦାୟୀ ସାଜିଲେ ମହିଳା ଚାଷୀ, ହସିହସି କୁହନ୍ତି ଆମ ପରିବାରରେ…

କର୍ଲାମୁଣ୍ଡା,୧୨ା୭(ପ୍ରଦୀପ କୁମାର ସାହୁ): ବଦଳୁଥିବା କୃଷି ପଦ୍ଧତି ମଧ୍ୟରେ ଯେତେବେଳେ ଅନେକ ଚାଷୀ ହାଇବ୍ରିଡ୍‌ ମଞ୍ଜି ଓ ରାସାୟନିକ କୃଷି ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି, ସେତେବେଳେ କଳାହାଣ୍ଡି…

ରଥଯାତ୍ରା ଡ୍ୟୁଟିରେ ଆସିଥିବା ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ

ସାକ୍ଷୀଗୋପାଳ, ୧୨।୭ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ରଥଯାତ୍ରା ଡ୍ୟୁଟିରେ ପୁରୀ ଆସିଥିବା ଜଣେ ହୋମଗାର୍ଡଙ୍କର ଶନିବାର ରାତିରେ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି। ମୃତ ହୋମଗାର୍ଡଙ୍କ…

ENG vs IND: ଇଂଲଣ୍ଡ ODI ଏବଂ ଜିମ୍ବାୱେ T20 ସିରିଜ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ; BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୭: ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଏବଂ ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ କରାଯାଇଛି। ରବିବାର, ପୁରୁଷ…

ଗ୍ରୀଡ୍‌ ସବ୍‌ଷ୍ଟେଶନ ଲୋକାର୍ପଣ କଲେ ଉପମୁଖ୍ୟମନ୍ତ୍ରୀ, କହିଲେ କୌଣସି ସ୍ଥାନରେ କିଛି…

ବରଗଡ଼,୧୨ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ପଞ୍ଚାୟତ କଲେଜ ନିକଟରେ ରବିବାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ୩୩/୧୧ କେ.ଭି କ୍ଷମତା ସମ୍ପନ୍ନ ନୂତନ ଗ୍ରୀଡ୍‌…

‘ମୁଁ ଆତ୍ମହତ୍ୟା କରିଦେବି….’ନିର୍ବାଚନ କମିଶନରଙ୍କୁ ଘରକୁ ଡକାଇ ଏଭଳି କହିଥିଲେ ମନମୋହନ ସିଂ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୨।୭: ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ଦଶ ବର୍ଷ ଧରି ଭାରତର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ମନମୋହନ ସିଂଙ୍କ ସମ୍ପର୍କରେ ଏକ ଆକର୍ଷଣୀୟ କାହାଣୀ ସାମ୍ନାକୁ ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri