ଓଡ଼ିଶୀରେ ତ୍ରିବେଣୀ ସଙ୍ଗମ:କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟା

କୋଣାର୍କ,୪ା୧୨(ଡି.ଏନ.ଏ.):କୋଣାର୍କ ସୂର୍ଯ୍ୟମନ୍ଦିର ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ କୋଣାର୍କ ଉତ୍ସବର ମଙ୍ଗଳବାର ଥିଲା ତୃତୀୟ ସନ୍ଧ୍ୟା। ଏଥିରେ ପୁରାଣ ପ୍ରସଙ୍ଗ ଓ ଜୀବନ ଦର୍ଶନକୁ ଶାସ୍ତ୍ରୀୟ ନୃତ୍ୟରେ ଅତି ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ କଳାକାର। ସୁଦୃଶ୍ୟ ଆଲୋକର ସାଜସଜ୍ଜା ଓ ଭରପୂର ଦର୍ଶକ ଉତ୍ସାହ ଭିତରେ ମୁକ୍ତାକାଶ ରଙ୍ଗମଞ୍ଚରୁ ଓଡ଼ିଶୀ ଏବଂ ମୋହିନୀ ଆଟ୍ଟମ୍‌ର ନୃତ୍ୟାୟିତ ଛନ୍ଦ ସହ ନୂପୁରର ଝଙ୍କାର ଝରି ଆସିଥିଲା। ଗୁରୁ ସ୍ବପ୍ନାରାଣୀ ସିହ୍ନା ଓ ନୃତ୍ୟ ନିଳୟ ଅନୁଷ୍ଠାନର ଶିଳ୍ପୀଗଣ ପରିବେଷଣ କରିଥିଲେ ବେଦର ଅଗ୍ନିସିକ୍ତ ଆଧାରିତ ଅଗ୍ନିସ୍ତୁତି। ପରେ ନୃତ୍ୟନାଟିକା ତ୍ରିବେଣୀ ସଙ୍ଗମ ପବିତ୍ର ଗଙ୍ଗା, ଯମୁନା, ସରସ୍ବତୀ ନଦୀର ମହିମା ସହ ଆଧ୍ୟାତ୍ମିକ ପୃଷ୍ଠଭୂମି ସମ୍ବଳିତ ଧର୍ମୀୟ ବିଶ୍ୱାସର ଭାବଧାରାକୁ ନିଖୁଣ ଭାବେ ଶିଳ୍ପୀମାନେ ମଞ୍ଚରେ ପରିବେଷଣ କରିଥିଲେ। ଗୁରୁ ରାମହରି ଦାସଙ୍କ ରଚନା ଓ ସଙ୍ଗୀତ ସଂଯୋଜନାକୁ ନେଇ ପ୍ରସ୍ତୁତ ତ୍ରିବେଣୀ ସଙ୍ଗମରେ ଗୀତ, ବାଦ୍ୟ ଓ ନୃତ୍ୟର ସଙ୍ଗମ ପରିଲକ୍ଷିତ ହୋଇଥିଲା। ଦ୍ୱିତୀୟ ଚରଣରେ ମୋହିନୀ ଆଟ୍ଟମ୍‌ର ଗୁରୁ ଜୟପ୍ରଭା ମେନନ୍‌ ଓ ସାଥୀ ଶିଳ୍ପୀ ଶ୍ରୀଜୟଦେବ କୃତ ଗୀତ ଗୋବିନ୍ଦମର ଚନ୍ଦନ ଚର୍ଚ୍ଚିତ ନୀଳ କଳେବର ଉପସ୍ଥାପନା କରିଥିଲେ। ଗୁରୁ ମେନନ୍‌ଙ୍କ ଦ୍ୱିତୀୟ ଅର୍ଘ୍ୟରେ ଜୀବନର ଉଚ୍ଛ୍ବାସ ଅତି ନିଖୁଣ ଭାବେ ପରିବେଷିତ ହୋଇଥିଲା। ଯାହା ଶାସ୍ତ୍ରୀୟ ନୃତ୍ୟରେ ପ୍ରତିଫଳିତ ହୋଇଥିଲା। ମୋହିନୀ ଆଟ୍ଟମର ଅନ୍ତିମ ପ୍ରସ୍ତୁତିରେ ଜୀବ, ମୋକ୍ଷ ଓ ଉପସଂହାରର ଆବେଗକୁ ପ୍ରକାଶ କରିଥିଲା। ତୃତୀୟ ସନ୍ଧ୍ୟାର ଅତିଥି ଭାବେ ପ୍ରିନ୍ସିପାଲ ଏ. ଜି. ଯଶୋଧାରା ରାୟ ଚୈଧୁରୀ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ୍‌, ସଙ୍ଗୀତ ନାଟକ ଏକାଡେମୀ ସଚିବ ଡ. ବିଜୟ କୁମାର ଜେନା, ଓଡ଼ିଶୀ ଗବେଷଣା କେନ୍ଦ୍ର ମୁଖ୍ୟ ଡ.ସଙ୍ଗୀତା ଗୋସାଇଁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଡ. ମୃତ୍ୟଞ୍ଜୟ ରଥ ଓ ଡ. ସାଧନା ଶ୍ରୀବାସ୍ତବ ସଂଯୋଜନା କରିଥିଲେ। ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଉତ୍ପଳ କୁମାର ପତି, ବରିଷ୍ଠ ଅଧିକାରୀ ଡ. ରତିକାନ୍ତ ପଟ୍ଟନାୟକ, ସହକାରୀ ନିର୍ଦ୍ଦେଶକ ବିଜୟ କୁମାର ଜେନା, କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ, ସୁଶାନ୍ତ କୁମାର ପାଣିଗ୍ରାହୀ ଓ ବିଷ୍ଣୁ ପ୍ରସାଦ ସିଂହ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ କରିଥିଲେ। ଏହି ସନ୍ଧ୍ୟାରେ ଉତ୍କଳୀୟ ନୌବାଣିଜ୍ୟ ଉପରେ ଆଧାରିତ ତଥ୍ୟକୁ ନେଇ ବାଲୁକାଶିଳ୍ପୀମାନେ ବାଲିରେ ନିଜ କଳା ନୈପୁଣ୍ୟର ଚମତ୍କାର ପ୍ରଦର୍ଶନ କରିଥିଲେ। ବାଲୁକା କଳା ମହୋତ୍ସବରେ ରାଜ୍ୟ ତଥା ବାହାରୁ ବହୁ ପର୍ଯ୍ୟଟକଙ୍କ ସମାଗମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ମାଡ଼ି ଆସୁଛି ୟାସ୍‌: ବର୍ତ୍ତମାନ ପାରାଦୀପରୁ ୩୬୦ କି.ମି. ଦୂରରେ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ବାତ୍ୟା ୟାସ୍‌ ସ୍ଥଳ ଭାଗକୁ ଆଡ଼କୁ ମାଡ଼ି ଆସୁଛି॥ ସିଭିୟର୍‌ ସାଇକ୍ଲୋନିକ ଷ୍ଟର୍ମ ଭୀଷଣକାୟ ରୂପ ନେଇ ମଙ୍ଗଳବାର ଅପରାହ୍ନରେ ଭେରି ସିଭିୟର୍‌ ସାଇକ୍ଲୋନିକ...

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ସଂଯୋଗ ହେଲା ବିଦ୍ୟୁତ୍‌

କୋରକେଣ୍ଡା,୨୨ା୧(ଡି.ଏନ.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ସଦର ପଞ୍ଚାୟତବୁଦୁଗୁଡା ଗ୍ରାମରେ ପ୍ରାୟ ୬ମାସ ହେବ ବିଦ୍ୟୁତ୍‌ କାଟ୍‌ ହୋଇଥିଲା। ଫଳରେ ଲୋକେ ସନ୍ଧ୍ୟା ହେଲେ ଡିବି, ଲଣ୍ଠନ...

ଖାଲିପଡ଼ୁଛି ରେଷ୍ଟୁରାଣ୍ଟ୍‌, ପବ୍‌

ଭୁବନେଶ୍ୱର,୧୭।୩(ବ୍ୟୁରୋ): ଭିଡ଼ ଜମୁଥିବା ରେଷ୍ଟୁରାଣ୍ଟ ଓ ପବ୍‌ ଏବେ ଖାଲିପଡ଼ୁଛି। ଗ୍ରାହକଙ୍କ ଅପେକ୍ଷାରେ କର୍ମଚାରୀଙ୍କ ଦିନ କଟୁଛି। କରୋନା ଭୟ ଯୋଗୁ ବିପୁଳ କ୍ଷତିଗସ୍ତ ହୋଇଛି...

ବିମାନ, ରେଳ ଟିକେଟ ବୁକିଂ ଆରମ୍ଭ

ଭୁବନେଶ୍ୱର,୨୩ା୫ (ବ୍ୟୁରୋ): ବିମାନରେ ଘରୋଇ ଉଡ଼ାଣ ସହ ରେଳରେ ଯାତାୟତ କରିବା ପାଇଁ ଟିକେଟ ବୁକିଂ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ପୂର୍ବାହ୍ନ ୮ଟାରୁ ପୂର୍ବତଟ ରେଳପଥ...

ଧୋକା ଦେଲା ସରକାରୀ ବିହନ

ନୂଆପଡ଼ା ଅଫିସ,୧୭।୧୦: ନୂଆପଡା ଜିଲାର ୮୦ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି। ଧାନ ସହିତ ଗୁର୍ଜି, ମାଣ୍ଡିଆ, କୋଦୋ, କାଙ୍ଗ, ବାଜରା ସହ ଡାଲି...

ଜଗା ସୁସ୍ଥ, ପୂର୍ବପରି ରହିଛି କାଳିଆ ଅବସ୍ଥା:କିଛି ମାସ ଚିକିତ୍ସା ପରେ ଜଗା ସ୍କୁଲ ଯିବ

କଟକ ଅଫିସ, ୧୦।୯: କନ୍ଧମାଳ ଜିଲାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଶନିବାର କଟକ ଏସ୍‌ସିବି ମେଡିକାଲରେ ପହଞ୍ଚତ୍ବା ପରେ ଚିକିତ୍ସା ଆରମ୍ଭ ହୋଇଯାଇଛି। ୧୪ ଜଣିଆ...

ଆଜି ଭାଜପାର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର,୨୯।୬(ବ୍ୟୁରୋ): ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବୁଧବାର ଅନୁଷ୍ଠିତ ହେବ। ଚାଷୀ ନୀତି, ଦାଦନ ଶ୍ରମିକଙ୍କ ସଂଖ୍ୟା ବଢିବା, ଆଇନ ଶୃଙ୍ଖଳା ପରିସ୍ଥିତି, ମହିଳା ନିର୍ଯାତନା...

ଜଣେ ଅଧିକାରୀଙ୍କୁ ୩ ଦାୟିତ୍ବ, କାର୍ଯ୍ୟ ସମ୍ପାଦନା ନେଇ ଉଠିଲା ପ୍ରଶ୍ନ

ଗୁଣପୁର,୧୦ା୨(ଡି.ଏନ୍‌.ଏ.):ରାୟଗଡ଼ା ଜିଲା ରାମନାଗୁଡ଼ା ବିଡିଓଙ୍କୁ ଗୁଣପୁର ବିଡିଓ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଗୁଣପୁର ବିଡିଓ ଶାନ୍ତିପ୍ରଭା ପ୍ରଧାନଙ୍କୁ ଆଇଟିଡିଏ ପିଏ ରୂପେ ବଦଳି କରାଯିବା...

Advertisement
Archives

Model This Week