ଓଡ଼ିଶା ୱାକଫ୍‌ ବୋର୍ଡର ପୂର୍ଣ୍ଣକାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତିକୁ ନେଇ ଜନସ୍ବାର୍ଥ ମାମଲା: ସରକାରଙ୍କୁ ଜବାବ ତଲବ

କଟକ ଅଫିସ,୨୭ା୬: ଓଡ଼ିଶା ୱାକଫ୍‌ ବୋର୍ଡର ପୂର୍ଣ୍ଣକାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତି କରିବାରେ ସରକାରଙ୍କ ଅବହେଳାକୁ ଚ୍ୟାଲେଞ୍ଜ କରି କଟକ ମହାନଗର ସଂଖ୍ୟାଲଘୁ ନାଗରିକ ପରିଷଦ ପକ୍ଷରୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା। ଏହି ମାମଲାର ବିଚାର କରି ହାଇକୋର୍ଟ ମୁଖ୍ୟ ବିଚାରପତି କେ.ଏସ୍‌. ଝାବେରୀ ଓ ଜଷ୍ଟିସ କୃଷ୍ଣରାମ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କୁ ଜବାବ ତଲବ କରିଛନ୍ତି।
ପିଟିଶନରେ ଦର୍ଶାଯାଇଛି ଯେ, ୱାକଫ ସମ୍ପତ୍ତିର ରକ୍ଷଣାବେକ୍ଷଣ ଓ ସୁପରିଚାଳନା ପାଇଁ ରାଜ୍ୟ ସରକାର ଓଡ଼ିଶା ୱାକଫ୍‌ ବୋର୍ଡ ଗଠନ କରିଛନ୍ତି। ଏହାର ପରିଚାଳନା ଭାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପରେ ବିଧି ମୁତାବକ ନ୍ୟସ୍ତ କରାଯାଇଛି। ମାତ୍ର ସୟଦ ମହମ୍ମଦ ଅକ୍‌ଦସ ଯିଏକି ବର୍ତ୍ତମାନ ଓଡ଼ିଶା ହଜ୍‌ କମିଟିର ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି ତାଙ୍କୁ ସରକାର ମନମୁଖି ଭାବେ ଓଡ଼ିଶା ୱାକଫ୍‌ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ଅବସ୍ଥାପିତ କରିଛନ୍ତି। ସେ ଦାୟିତ୍ୱ ନେବା ପରେ ୱାକଫ୍‌ ବୋର୍ଡର ସମସ୍ତ କାର୍ଯ୍ୟ ଅଚଳ ହୋଇଛି। ଯାହାଫଳରେ ୱାକଫ୍‌ ସମ୍ପତ୍ତିର ରକ୍ଷଣାବେକ୍ଷଣ ହୋଇ ନ ପାରିବା ସହ ସଂଖ୍ୟାଲଘୁ ସମ୍ପ୍ରଦାୟର ବହୁ ଗରିବ ମେଧାବୀ ଛାତ୍ର ଉଚ୍ଚଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ନିୟମ ଅନୁଯାୟୀ ପୂର୍ବ ବର୍ଷଗୁଡିକରେ ରାଜ୍ୟର ୧୦୦ ମସ୍‌ଜିଦକୁ ୫ହଜାର ଟଙ୍କା ଲେଖାଏ ରକ୍ଷଣାବେକ୍ଷଣ ବାବଦରେ ଦିଆଯାଉଥିଲା ଓ ବହୁ ମେଧାବୀ ଗରିବ ସଂଖ୍ୟାଲଘୁ ଛାତ୍ରଙ୍କୁ ଉଚ୍ଚଶିକ୍ଷା ପାଇଁ ବାର୍ଷିକ ୫ହଜାର ଟଙ୍କା ଲେଖାଏ ମଧ୍ୟ ଦିଆଯାଉଥିଲା। ପ୍ରତ୍ୟେକ ବର୍ଷ ଆରମ୍ଭରୁ ଏ ବାବଦରେ ବଜେଟ୍‌ ପ୍ରସ୍ତୁତ କରାଯାଇ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଥିଲା ଏବଂ ବାର୍ଷିକ ଅଡିଟ ମଧ୍ୟ କରାଯାଉଥିଲା। ମାତ୍ର ଉପରୋକ୍ତ ବ୍ୟକ୍ତି ଏହି ସଂସ୍ଥା ଦାୟିତ୍ୱରେ ରହିବା ପରେ ୨୦୧୬-୧୭ ଆର୍ଥିକବର୍ଷଠାରୁ ଏ ବାବଦରେ ବଜେଟ୍‌ ପ୍ରସ୍ତୁତ କରାଯାଇନାହିଁ। ସେହିପରି ମସ୍‌ଜିଦଗୁଡ଼ିକୁ ଆର୍ଥିକ ଅନୁଦାନ ଦେବା ଦୂରେଥାଉ ମେଧାବୀ ଛାତ୍ରମାନଙ୍କୁ ଉଚ୍ଚଶିକ୍ଷା ବାବଦରେ ଆର୍ଥିକ ସାହାଯ୍ୟ ମଧ୍ୟ ଦିଆଯାଉନାହିଁ। ବ୍ୟାପକ ଅର୍ଥ ତୋସରପାତ ଅଭିଯୋଗ ଅଣାଗଲେ ହେଁ ସରକାରଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଫଳରେ ରାଜ୍ୟର ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। କଟକ ମହାନଗର ସଂଖ୍ୟାଲଘୁ ନାଗରିକ ପରିଷଦର ସମ୍ପାଦକ ସେକ୍‌ ରହେମତଙ୍କ ପକ୍ଷରୁ ଦାଏର କରାଯାଇଥିବା ମାମଲାକୁ ଆଡଭୋକେଟ କ୍ଷୀରୋଦ ରାଉତ ପରିଚାଳନା କରୁଥିବାବେଳେ ଜୟନ୍ତୀ ନାୟକ, ସୁରେନ୍ଦ୍ର କୁମାର ରାଉତ, ଅନୀଲ କୁମାର ଦଳାଇ ଓ ସରୋଜ କୁମାର ଭୂୟଁା ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri