ଓଡ଼ିଶା ବିଧାନସଭାର ହେବ ନବକଳେବର

ଭୁବନେଶ୍ୱର,୧୭-୯(ବ୍ୟୁରୋ):ଓଡ଼ିଶା ବିଧାନସଭା ହେବ ଦେଶର ମଡେଲ ବିଧାନ ସଭା। ଏହାକୁ ଅଧିକ ଆକର୍ଷଣୀୟ କରିବାକୁ ସୋମବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏକ ବିଲ୍ଡିଂ କମିଟି ଗଠନ କରିଛନ୍ତି। ପୂର୍ତ୍ତ ବିଭାଗର ସଚିବ ଏହି କମିଟିର ଅଧ୍ୟକ୍ଷ ରହିବେ। ଏହି କମିଟି ଦେଶର ବିଭିନ୍ନ ରାଜ୍ୟରେ ଥିବା ବିଧାନସଭା ବୁଲି ଦେଖିବେ। ସେଠାକାର ବିଧାନସଭା କେଉଁ ଢାଞ୍ଚାରେ ନିର୍ମାଣ ହୋଇଛି, କି କି ସୁବିଧା ରହିଛି, ସେ ସବୁ ବୁଲି ଦେଖିବା ପରେ କମିଟି ମଡେଲ ବିଧାନସଭା ପାଇଁ ଏକ ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ କରିବ। ଅର୍ଥ ବିଭାଗର ଅନୁମତି ପାଇବା ପରେ ଏହି କମିଟି ବିଭିନ୍ନ ରାଜ୍ୟର ବିଧାନସଭା ଅନୁଧ୍ୟାନ କରିବାକୁ ଯିବ। ଗଣ ମାଧ୍ୟମକୁ ସୂଚନା ଦେଇ ବାଚସ୍ପତି ପାତ୍ର କହିଛନ୍ତି ଯେ, ପୂର୍ତ୍ତ ବିଭାଗ, ଅର୍ଥ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏବଂ ଅନ୍ୟାନ୍ୟ ବିଭାଗ ସଚିବମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପୂର୍ତ୍ତ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବିଲ୍ଡିଂ କମିଟି ଗଠନ କରାଯାଇଛି। କମିଟି ବିଭିନ୍ନ ରାଜ୍ୟ ବୁଲିବା ପରେ ବିଧାନସଭାର ନବୀକରଣ ପାଇଁ କିଭଳି ଡିଜାଇନ ପ୍ରସ୍ତୁତ କରାଯିବ ସେ ସେ ନେଇ କମିଟି ରିପୋର୍ଟ ଦେବ। କମିଟିର ରିପୋର୍ଟକୁ ସରକାରଙ୍କ ଅନୁମୋଦନ ପରେ ଏହି କାର୍ଯ୍ୟ ଆରମ୍ଭ ହେବ । ମଡେଲ ବିଧାନସଭାକୁ କାଗଜପତ୍ର ମୁକ୍ତ କରାଯିବ। ବିଧାନସଭା ପରିସରକୁ ସମ୍ପୂର୍ଣ୍ଣ ଓ୍ବାଇଫାଇ କରାଯିବ। ବିଧାୟକମାନେ ଟାବଲେଟରେ ସମସ୍ତ କାର୍ଯ୍ୟ କରିବେ। ପ୍ରତ୍ୟେକ ବିଧାୟକଙ୍କୁ କମ୍ପ୍ୟୁଟର ଟାବଲେଟ କ୍ରୟ କରିବାକୁ ସର୍ବାଧିକ ୧ ଲକ୍ଷ ଟଙ୍କା ଯୋଗାଇ ଦିଆଯିବ। ଅର୍ଥ ବିଭାଗର ଅନୁମୋଦନ ପରେ ଟାବଲେଟ କିଣିବା ପାଇଁ ବିଧାୟକମାନଙ୍କୁ ଜଣାଇ ଦିଆଯିବ ବୋଲି ବାଚସ୍ପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡଗିରିରୁ ଇନୋଭା ଲୁଟ ଘଟଣା ଯଦୁପୁରରୁ ଗାଡି ଜବତ, ୨ଜଣଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଗତ ସପ୍ତାହରେ ଖଣ୍ଡଗିରି ଅଞ୍ଚଳରୁ ଲୁଟ୍‌ ହୋଇଥିବା ଏକ ଇନୋଭା ଗାଡ଼ିକୁ ସ୍ପେଶାଲ ସ୍କ୍ବାଡ ପୋଲିସ ଯଦୁପୁରରୁ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ...

ରାଜ୍ୟରେ ସୁସ୍ଥ ହେଲେ ୧୯୧୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୧୯୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୪୫ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୧୫୩, ବଲାଙ୍ଗୀରରୁ ୧୩୮,...

୫କୋଟି ବ୍ୟୟରେ ହେବ ବ୍ୟାଖ୍ୟାକରଣ କେନ୍ଦ୍ର

ଭୁବନେଶ୍ୱର,୭।୪(ବ୍ୟୁରୋ): ବିଶ୍ୱର ଏକ ପ୍ରମୁଖ ଐତିହାସିକ ସ୍ଥଳ ଭାବେ ଧଉଳି ଶାନ୍ତି ସ୍ତୁପ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି। ଏହି ଠାରୁ ହିଁ ଶାନ୍ତି, ଅହିଂସା...

ସ୍ତ୍ରୀ, ୫ବର୍ଷର ଶିଶୁକୁ ଟାଙ୍ଗିଆରେ ହାଣି ହତ୍ୟା

ବୋରିଗୁମ୍ମା,୧୪ା୫: ସ୍ତ୍ରୀ ଏବଂ ୫ ବର୍ଷର ଶିଶୁପୁତ୍ରକୁ ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିବା ପରି ଏକ ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲା...

ସଙ୍କଟରେ ଟେରାକୋଟା ଶିଳ୍ପୀ

କେନ୍ଦୁଝର, ୨୦।୫ (ସ୍ବ.ପ୍ର.)-କରୋନା ମହାମାରୀ ପାଇଁ ଦୁଇ ବର୍ଷ ହେଲା ବିକ୍ରିବଟା କରି ନ ପାରି ପ୍ରସ୍ତୁତ ସାମଗ୍ରୀ ଧରି ବସିଛନ୍ତି ଟେରାକୋଟା ଶିଳ୍ପୀ ତଥା...

କୋଣାର୍କ ମହୋତ୍ସବ-୨୦୧୯: ଅଂଶଗ୍ରହଣ କରିବ ଇଣ୍ଡୋନେସିଆ ଦଳ

ଭୁବନେଶ୍ୱର,୩।୧୦(ବ୍ୟୁରୋ)- ଚଳିତ ବର୍ଷ କୋଣାର୍କ ମହୋତ୍ସବ ପାଇଁ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ...

ହୋଲିକୁ ଫିକାକଲା କରୋନା

ଭୁବନେଶ୍ୱର,୧୨ା୩(ବ୍ୟୁରୋ): କରୋନା ଭୟରେ ଏଥର ଫିକା ପଡ଼ିଥିଲା ହୋଲି। ତେବେ ଓଡ଼ିଶାରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତ ଚିହ୍ନଟ ହୋଇ ନ ଥିବାରୁ ଲୋକେ ଧୁମ୍‌ଧାମରେ ରଙ୍ଗ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୧୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୨୦୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୬୯ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୧୬୪, ମୟୁରଭଞ୍ଜରୁ...

Advertisement


Archives

Model This Week