ଓଡ଼ିଶା ବଜାରରେ ହ୍ୟୁଣ୍ଡାଇ ଇଲେକ୍‌ଟ୍ରୋନିକ୍ସ

ଭୁବନେଶ୍ୱର, ୨୨।୮(ବ୍ୟୁରୋ)  ହ୍ୟୁଣ୍ଡାଇ ଇଲେକ୍‌ଟ୍ରୋନିକ୍ସ ଇଣ୍ଡିଆ ଲିମିଟେଡ ପକ୍ଷରୁ ଓଡ଼ିଶା ବଜାରରେ ଏହାର ପ୍ରଡକ୍ଟଗୁଡିକର ଶୁଭାରମ୍ଭ ଘୋଷଣା କରାଯାଇଛି। କମ୍ପାନୀର ଚିଫ୍‌ ଅପରେଟିଂ ଅଫିସର (ସିଓଓ) ଅଭିଷେକ ମାଲପାନି, ବିତରକ ପପୁ ହଂସ ଏବଂ କମ୍ପାନୀର ଜୋନାଲ ପ୍ରବନ୍ଧକ ରାହୁଲ ଛିବେର ପ୍ରଡକ୍ଟଗୁଡିକୁ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଜାର ପ୍ରବେଶ କରାଇଛନ୍ତି। କମ୍ପାନୀ ପ୍ରାଥମିକ ପର୍ଯ୍ୟାୟରେ ୪ଟି ବର୍ଗରେ ଏହାର ପ୍ରଡକ୍ଟ ଆଣିଛି। ଏହା ମଧ୍ୟରେ ଟିଭି, ରେଫ୍ରିଜରେଟର, ଓ୍ବାଶିଂମେଶିନ ଏବଂ ଏସି ରହିଛି। ଆଗାମୀ ଦିନରେ ଅଧିକ ପ୍ରଡକ୍ଟ ଆଣିବା ନେଇ କମ୍ପାନୀ ଲକ୍ଷ୍ୟଧାର୍ଯ୍ୟ କରିଛି। ଏହି ଅବସରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଡିଲରମାନେ ଯୋଗଦେଇଥିଲେ। ସେହିଭଳି କମ୍ପାନୀର ପ୍ରଡକ୍ଟ ଏହି ଅବସରରେ ପ୍ରଦର୍ଶନ କରାଯାଇଥିଲା। ହ୍ୟୁଣ୍ଡାଇ କର୍ପୋରେଶନ ଘରୋଇ ବଜାରରେ ଏହାର ଗାଡି ସେଗମେଣ୍ଟ ଲାଗି ଲୋକଙ୍କ ମଧ୍ୟରେ ବେଶ ପରିଚିତ ଥିବା ବେଳେ ଏହି ନୂଆ ସେଗମେଣ୍ଟରେ ଆସିଥିବାରୁ ବେଶ୍‌ ଭଲ ପ୍ରଦର୍ଶନ ନେଇ ଆଶାବାଦୀ ରହିଥିବା ବିତରକ ପପୁ ହଂସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ ମୁକେଶ ଅମ୍ବାନୀଙ୍କ ଶିକ୍ଷାଗତ ଯୋଗ୍ୟତା…

ବଲିଉଡର ବଡ଼ ବଡ଼ କଳାକାରଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ତାହା ଅଳ୍ପବହୁତ ପ୍ରାୟ ସମସ୍ତେ ଜାଣନ୍ତି। କାରଣ ଅନେକ ସମୟରେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ...

ଏସି, ଏଲ୍‌ଇଡି ପାଇଁ ପିଏଲ୍‌ଆଇ ସ୍କିମ

ନୂଆଦିଲ୍ଲୀ:  ଏୟାର କଣ୍ଡିସନର ଏବଂ ଏଲ୍‌ଇଡି ଲାଇଟ ଭଳି କ୍ଷେତ୍ରରେ ମାନୁଫାକ୍‌ଚରିଂକୁ ଉତ୍ସାହିତ କରିବା ଲାଗି ଉତ୍ପାଦନ ସଂଯୋଗୀ ପ୍ରୋତ୍ସାହନ(ପିଏଲ୍‌ଆଇ) ଯୋଜନାକୁ କେନ୍ଦ୍ର ସରକାର ବୁଧବାର ମଞ୍ଜୁରୀ...

ଜେଟ୍‌ ବନ୍ଦ ହେବା ଲାଗି ସରକାର ଦାୟୀ : ସ୍ପାଇସ୍‌ଜେଟ ଅଧ୍ୟକ୍ଷ

ନୂଆଦିଲ୍ଲୀ,୫-୬: ଘରୋଇ ଏୟାରଲାଇନ୍ସ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌ ଅଚାନକ ବନ୍ଦ ହୋଇଯିବାକୁ ନେଇ ସ୍ପାଇସ୍‌ଜେଟ୍‌ ଅଧ୍ୟକ୍ଷ ଅଜୟ ସିଂ ମୁହଁ ଖୋଲିଛନ୍ତି। ଜେଟ୍‌ ବନ୍ଦ ହୋଇଯିବା...

ସରିଲା ୧୦ଦିନିଆ ଦ୍ୱୈତ ମେଳା

ଭୁବନେଶ୍ୱର,୭।୩ : ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସ୍ଥାନୀୟ ଜନତା ମଇଦାନଠାରେ ୧୮ତମ ହୋମ୍‌ ଆଣ୍ଡ ଡେକୋର ସାଙ୍ଗକୁ ୧୮ତମ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ମେଗା ଟ୍ରେଡ୍‌...

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଓସିଆ’ର ବିରୋଧ

ଭୁବନେଶ୍ୱର: କରୋନା ମହାମାରୀରେ କ୍ଷତିଗ୍ରସ୍ତ ହୋଇଥିବା ଖୁଚୁରା ଏବଂ ପାଇକାରୀ ବ୍ୟବସାୟୀଙ୍କୁ ଏମ୍‌ଏସ୍‌ଏମ୍‌ଇ ବର୍ଗରେ ସାମିଲ କରି ସରକାରଙ୍କ ସହାୟତା ପ୍ରଦାନ ପାଇଁ ଶୁକ୍ରବାର କେନ୍ଦ୍ର...

‘ଶକ୍ତି ସଂରକ୍ଷଣକୁ ଗୁରୁତ୍ୱାରୋପ’

କଟକ,୨୩।୧୨:ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ‘ଶକ୍ତି ସଂରକ୍ଷଣ’ ସପ୍ତାହ ନିକଟରେ ପାଳିତ ହୋଇଯାଇଛି। ଏପରିକି ଟିପିସିଓଡିଏଲ୍‌ର କର୍ମଚାରୀ, ଭେଣ୍ଡର ଏବଂ ଗ୍ରାହକମାନଙ୍କ...

୫୧ ହଜାର ପଏଣ୍ଟ ଟପିଲା ସେନ୍‌ସେକ୍ସ

ମୁମ୍ବାଇ: ବୁଧବାର ଦେଶର ପୁଞ୍ଜିବଜାର କାରବାର ବେଶ୍‌ ଉନ୍ନତ ରହିଛି। ଏସିଆ ବଜାରର ସ୍ଥିତି ଭଲ ରହିବା ଯୋଗୁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ କାରବାର ଊର୍ଦ୍ଧ୍ୱଗାମୀ ରହିଛି।...

୫.୨୩ ଲକ୍ଷ କୋଟି ଟଙ୍କାର ସ୍ପେକ୍ଟ୍ରମ ନିଲାମ ଯୋଜନାକୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୧-୧୨: ୫.୨୩ ଲକ୍ଷ କୋଟି ଟଙ୍କାର ସ୍ପେକ୍ଟ୍ରମ ନିଲାମ ଯୋଜନାକୁ ଡିଜିଟାଲ କମ୍ୟୁନିକେଶନ କମିଶନଙ୍କ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏଥି ଲାଗି ନିଲାମ ପ୍ରକ୍ରିୟା...

Advertisement
Archives

Model This Week