ଓଡ଼ିଶା ଫେରିଲେ ଜଗା-କାଳିଆ

କଟକ ଅଫିସ,୭।୯: ଦିଲ୍ଲୀର ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌ (ଏମ୍ସ)ରେ ଚିକିତ୍ସିତ ହେଉଥିବା ଓଡ଼ିଶାର ଯୋଡା ମୁଣ୍ଡ ଶିଶୁ ଜଗା-କାଳିଆ ଶନିବାର ଓଡିଶା ଫେରିଛନ୍ତି। ରାଜଧାନୀ ଏକ୍ସପ୍ରେସରେ ସେମାନେ ପ୍ରଥମେ ବାଲେଶ୍ୱରରେ ପହଞ୍ଚିଥିବା ଖବର ଆସିଥିଲା। ଏବେ ସେମାନଙ୍କୁ କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଚିକିତ୍ସା କରାଯିବ ବୋଲି ଜଣାପଡିଛି। ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରାୟ ଦୁଇ ବର୍ଷ ପରେ ଦିଲ୍ଲୀରୁ ଓ ଫେରୁଥିବାରୁ ଏମାନଙ୍କୁ ଦେଖିବାକୁ ସାଧାରଣରେ ଉତ୍ସାହ ଦେଖିବାକୁ ମିଳିଛି। ଗତକାଲି ସାରେ ଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସରେ କଟକ ଅଭିମୁଖେ ଜଗା-କାଳିଆ ବାହାରିଥିଲେ। ଦିଲ୍ଲୀ ଏମ୍ସର ନ୍ୟୁରୋ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ଦୀପକ ଗୁପ୍ତା ଓ ନ୍ୟୁରୋ ଆନାସ୍ଥେସିଆ ବିଭାଗ ଡାକ୍ତର ଗିରିଜା ରଥଙ୍କ ସହ ଓଡ଼ିଶା ନିବାସ କର୍ମଚାରୀଙ୍କୁ ମିଶାଇ ମୋଟ ୧୧ ଜଣ ଜଗା-କାଳିଆଙ୍କ ସହ ଆସୁଛନ୍ତି। ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲିପଡା ଗାଁର ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଅଭିଜ୍ଞ ଡାକ୍ତରୀ ଟିମଙ୍କ ଦ୍ୱାରା ସଫଳତାର ସହ ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହରସିମରତ କୌର ବାଦଲଙ୍କୁ ଫୋନ କଲେ ମୋଦି, ପଚାରି ବୁଝିଲେ…

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିରୋମଣି ଅକାଳୀ ଦଳ (SAD) ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସୂତ୍ର…

ଚିଲିକା ହତ୍ୟା ମାମଲାର ପର୍ଦ୍ଧାଫାଶ କଲା ପୋଲିସ, ଜାଣନ୍ତୁ ହତ୍ୟା ପଛର ବଡ଼ ରହସ୍ୟ…

କୃଷ୍ଣପ୍ରସାଦ,୧୩।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁମାରପୁର ଚିଲିକା ହ୍ରଦରେ ଗତ ୧୧ ତାରିଖରେ ଘଟିଥିବା ନାବାଳକ ହତ୍ୟା ଘଟଣାରେ ପୁରୀ ପୋଲିକୁ ଏକ…

ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୪ ଘଣ୍ଟିଆ ଅନଶନ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ଅଖିଳ ଭାରତୀୟ କୃଷି ଓ ଗ୍ରାମୀଣ ଶ୍ରମିକ ସଂଘ ତରଫରୁ ଦେଶ ବ୍ୟାପୀ ଅନଶନ ଓ ସତ୍ୟାଗ୍ରହ ଗୁରୁବାର କରାଯାଇଥିବାବେଳେ ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରୁ…

କର୍ଲାମୁଣ୍ଡାରେ ହର୍‌ ଘର୍‌ ତ୍ରିରଙ୍ଗା ଶୋଭାଯାତ୍ରା, ଭାଜପା….

କର୍ଲାମୁଣ୍ଡା,୧୩ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ମଣ୍ଡଳ ଭାଜପା ପକ୍ଷରୁ ମଣ୍ଡଳ ସଭାପତି ଡୋଳା ମଣୀ ଭୋଇଙ୍କ ନେତୃତ୍ୱରେ ହର୍‌ ଘର୍‌ ତ୍ରିରଙ୍ଗା ଶୋଭାଯାତ୍ରା ଗୁରୁବାର…

‘ଫେକ ନ୍ୟୁଜ ଫେକ ଇଣ୍ଟଲିଜେନ୍ସ ଠାରୁ ମଧ୍ୟ ଖରାପ’: ହର୍ମୁଜକୁ ନିୟନ୍ତ୍ରଣ କରିବା ସମ୍ପର୍କରେ ଟ୍ରମ୍ପଙ୍କ ବୟାନ ଉପରେ ଇରାନର କଟାକ୍ଷ

ତେହରାନ,୧୩।୮: ଗୁରୁବାର ଇରାନର ବୈଦେଶିକ ମନ୍ତ୍ରୀ ସୈୟଦ ଆବାସ ଆରାଘଚି ଆମେରିକୀୟ ଗୁପ୍ତଚର ଉପରେ କଟାକ୍ଷ କରିଥିଲେ। ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହର୍ମୁଜ ପ୍ରଣାଳୀ…

ସୁଇମିଂ ଷ୍ଟାର ସୌରଭ ପୁଟେଲଙ୍କୁ ସମ୍ମାନିତ କଲେ ବଲାଙ୍ଗୀର ଜିଲାପାଳ, ଅଭିନନ୍ଦନ ଜଣାଇ…

ବଲାଙ୍ଗୀର,୧୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଇନ୍ଦିରାନଗରପଡ଼ାର ଉଦୟୀମାନ କ୍ରୀଡାବିତ୍‌ ସୌରଭ ପୁଟେଲ ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ବଲାଙ୍ଗୀର ପତିତପାବନ ହାଇସ୍କୁଲ ଛାତ୍ର ଭାବେ ରାଜସ୍ଥାନର…

Air Indiaର ସମସ୍ତ ପାଇଲଟଙ୍କର ହେବ ଡ୍ରଗ୍ସ ଟେଷ୍ଟ, ଜାଣନ୍ତୁ ଏହାର କାରଣ…

ନୂଆଦିଲ୍ଲୀ,୧୩।୮: ‘ମାରିଜୁଆନା ଘଟଣା’ ପରେ, ଏୟାର ଇଣ୍ଡିଆ ଏହାର ସମସ୍ତ ପାଇଲଟଙ୍କ ପାଇଁ ବାଧ୍ୟତାମୂଳକ ସ୍କ୍ରିନିଂ ନିର୍ଦ୍ଦେଶ ଦେଇଛି। ନିଷିଦ୍ଧ ପଦାର୍ଥ ଏବଂ ଔଷଧର ଯାଞ୍ଚ ନିୟମ…

ଗମ୍ଭୀରଙ୍କୁ ନେଇ ଏଭଳି କହିଦେଲେ ହରଭଜନ ସିଂ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୮: ଗୌତମ ଗମ୍ଭୀରଙ୍କୁ ନେଇ ପୂର୍ବତନ ଭାରତୀୟ ସ୍ପିନର୍ ହରଭଜନ ସିଂ ଏକ ବଡ଼ ବୟାନ ଦେଇଛନ୍ତି । ହରଭଜନଙ୍କ କହିବାନୁଯାୟୀ, ସେ ଯେଉଁ ଗୌତମ ଗମ୍ଭୀରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri