ଓଡ଼ିଶା ଅଭିମୁଖେ ଜଗା-କାଳିଆ

ଭୁବନେଶ୍ୱର, ୬-୯(ବ୍ୟୁରୋ): କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଦୁଇଜଣ ଡାକ୍ତର ଗୁରୁବାର ଦିଲ୍ଲୀରେ ପହଞ୍ଚି ଜଗା-କାଳିଆଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଅବଗତ ହୋଇଛନ୍ତି। ଡାକ୍ତର ଶିବଶଙ୍କର ବରିହା ଏବଂ ଡାକ୍ତର ବିଭୁ ପ୍ରସାଦ ନାୟକ ନୂଆଦିଲ୍ଲୀସ୍ଥିତ ଏମ୍ସରେ ଜଗା-କାଳିଆଙ୍କ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ସହ ଆଲୋଚନା କରିଛନ୍ତି। ସେହିଭଳି ଜଗା-କାଳିଆ ଓଡ଼ିଶା ଫେରିଲେ ଉଭୟଙ୍କୁ କିପରି ଭାବେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇପାରିବ, ସେ ନେଇ ମଧ୍ୟ ଆଲୋଚନା ହୋଇଛି। ଜଗା-କାଳିଆ ଶୁକ୍ରବାର ରାଜଧାନୀ ଏକ୍ସପ୍ରେସରେ ଦିଲ୍ଲୀରୁ ଓଡ଼ିଶା ଅଭିମୁଖେ ଯାତ୍ରା କରିବେ। ଶନିବାର ଦୁଇ ଯମଜ ଭ୍ରାତା କଟକରେ ପହଞ୍ଚିବା ସହ ଏସ୍‌ସିବିରେ ଭର୍ତ୍ତି ହେବେ। ସେଠାରେ ୪ ଜଣିଆ ଡାକ୍ତର ଟିମ୍‌ ସହ ଜଣେ ନର୍ସ ଜଗା-କାଳିଆଙ୍କ ଚିକିତ୍ସା ସହ ଦେଖାଶୁଣା କରିବେ। କନ୍ଧମାଳ ଜିଲା ମିଲିପଡାର ଜଗା-କାଳିଆ ୨୦୧୭ ଜୁଲାଇ ୧୪ରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ। ସେଠାରେ ୩୦ ଜଣ ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ ସେହିବର୍ଷ ଅକ୍ଟୋବର ୨୫ରେ ମୁଣ୍ଡ ଯୋଡି ହୋଇଥିବା ଜଗା-କାଳିଆଙ୍କୁ ଅଲଗା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିଲା ପ୍ରସ୍ତୁତି: ମାଟ୍ରିକ୍‌ ଖାତା ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା ବଢ଼ିବ

ଭୁବନେଶ୍ୱର, ୧୭।୫(ବ୍ୟୁରୋ): ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା। ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷା ଖାତା ଦେଖାହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା।...

ସଙ୍ଗରୋଧ କେନ୍ଦ୍ରରେ ସନ୍ଦିଗ୍ଧ ଯୁବକଙ୍କ ଆତ୍ମହତ୍ୟା

ସୁନ୍ଦରଗଡ, ୮ା୪(ଡି.ଏନ୍‌.ଏ.): ସୁନ୍ଦରଗଡ ଜିଲା ଗୁରୁଣ୍ଡିଆ ବ୍ଲକର ଏକ ସଙ୍ଗରୋଧ କେନ୍ଦ୍ର ପରିସରରେ ଜଣେ କରୋନା ସନ୍ଦିଗ୍ଧ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ହେଲେ...

ବେଆଇନଭାବେ ରାସ୍ତା ପାର୍ଶ୍ୱରେ ଗାଡି ପାର୍କିଂକୁ ବିରୋଧ

ଯାଜପୁର ରୋଡ଼,୧୭।୧୦(ନି.ପ୍ର.): ଯାଜପୁର-କେନ୍ଦୁଝର ରୋଡ ଆର୍‌ପିଏଫ୍‌ ପକ୍ଷରୁ ଟ୍ରାଫିକ୍‌ ଜାମ୍‌ ନେଇ ବିଭିନ୍ନ ସ୍ଥାନରୁ ଜବର ଦଖଲ ଉଚ୍ଛେଦ କରାଯାଉଛି। ଏହି କ୍ରମରେ କିଛିଦିନ ତଳେ...

ପ୍ରତିଷେଧକ ଶକ୍ତି ବୃଦ୍ଧି ଯୋଜନା: ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ ହୋମିଓପାଥି ଔଷଧ

ପୁରୀ ଅଫିସ, ୭ା୬: କରୋନା(କୋଭିଡ-୧୯)କୁ ନଜରରେ ରଖି ଶ୍ରୀମନ୍ଦିର ସେବାୟତଙ୍କ ମଧ୍ୟରେ ପ୍ରତିଷେଧକ ଶକ୍ତି ବୃଦ୍ଧି ଉଦ୍ଦେଶ୍ୟରେ ହୋମିଓପାଥି ଔଷଧ ଦିଆଯିବ। ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା...

ଚୋରି ଘଟଣା: ୪ ଗିରଫ

କଟକ ଅଫିସ,୧୬ା୯ : ଦୁଇଟି ଚୋରି ଘଟଣାରେ ମଙ୍ଗଳାବାଗ ପୋଲିସ ରବିବାର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଯୋବ୍ରା...

ଚିଠି ଲେଖିଲେ ସ୍ବରାଷ୍ଟ୍ର ସଚିବ: ନାରୀ ସୁରକ୍ଷା ଦିଗରେ ଖିଲାପ କଲେ ଦଣ୍ଡିତ ହେବେ ପୋଲିସ

ଭୁବନେଶ୍ୱର,୭।୧୨(ବ୍ୟୁରୋ): ସାରା ଦେଶରେ ଏବେ ନାରୀ ନିର୍ଯାତନା ପ୍ରମୁଖ ପ୍ରସଙ୍ଗ ହୋଇ ଉଭା ହେଲାଣି। ରାଜ୍ୟଗୁଡ଼ିକରେ ମଧ୍ୟ ମହିଳା ଏବଂ ଶିଶୁମାନଙ୍କ ପ୍ରତି ବଳାତ୍କାର, ଅପହରଣ...

ଆଜି ଅନୁଗୋଳ ଆସିବେ ମୁଖ୍ୟମନ୍ତ୍ରୀ: ୪ ନିର୍ବାଚନମଣ୍ଡଳୀରେ କରିବେ ମାରାଥନ ପ୍ରଚାର

ଅନୁଗୋଳ ଅଫିସ/ବଇଣ୍ଡା/ଛେଣ୍ଡିପଦା ୨୦।୪ (ଡି.ଏନ୍‌.ଏ/ସ୍ବ.ପ୍ର.)- ନିର୍ବାଚନୀ ପ୍ରଚାର ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅନୁଗୋଳ ଜିଲା ଗସ୍ତରେ ଆସୁଛନ୍ତି। ଜିଲାର...

ନୂଆ ଜୀବନ ପାଇଥିବା ନିବେଦିତା ଗଢ଼ିବେ ନୂଆ ସଂସାର

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ନୂଆ ଜୀବନ ପାଇଥିବା ରମାଦେବୀ ବିଶ୍ୱବିଦ୍ୟାଳୟର ଆଇଟି ଅଧ୍ୟାପିକା ନିବେଦିତା ସାହୁ ନୂଆ ସଂସାର ଗଢିବାକୁ ଯାଉଛନ୍ତି। ରବିବାର ନିବେଦିତାଙ୍କ ଗାଁ ଢେଙ୍କାନାଳ ମେରାମଣ୍ଡଳୀରେ...

Coronavirus Update


Archives

Model This Week

Why Dharitri